ଜଣେ ଫକୀର ଥିଲେ । ଥରେ ତାଙ୍କ ମନକୁ ଏକ ଅଦ୍ଭୁତ ଭାବନା ଆସିଲା ଯେ ଖୁଦା (ଈଶ୍ୱର) ମୋ ଉପରେ ବହୁତ ଖୁସୀ । ମୋ ଠାରୁ ବଳି ତାଙ୍କର ଶ୍ରେଷ୍ଠ ଭକ୍ତ କେହି ନାହାଁନ୍ତି । ସର୍ବଦା ସେ କହୁ ଥାଆନ୍ତି – “ହେ ଖୁଦା ! ଯଦି ମୋ’ ଠାରୁ ବଳି ଆପଣଙ୍କର କେହି ପ୍ରିୟ ଭକ୍ତ ଅଛନ୍ତି ତେବେ ମୋତେ କୁହନ୍ତୁ ମୁଁ ତାଙ୍କୁ ଦର୍ଶନ କରିବି ।
ଖୁଦା ଫକୀରଙ୍କର ଏଭଳି ଅହଂକାର ଦେଖି ସ୍ୱପ୍ନରେ କହିଲେ – “ହେ ଫକୀର ! ତୁମ ଠାରୁ ବଳି ଅନେକ ବଡ ବଡ ଭକ୍ତ ମୋର ଅଛନ୍ତି । ତୁମେ କାହାକୁ ଦର୍ଶନ କରିବାକୁ ଇଚ୍ଛା କରୁଛ?”
ଦୁଷ୍ଟବୁଦ୍ଧି ଫକୀର କହିଲେ – “ଯଦି ଆପଣଙ୍କର ଅନେକ ଭକ୍ତ ଅଛନ୍ତି, ତେବେ କେହି ହେଲେ ଜଣଙ୍କର ସନ୍ଧାନ ମୋତେ ଦିଅନ୍ତୁ ।”
ଖୁଦା ପୁଣି କହିଲେ – “ମଣିଷ କଥା କ’ଣ କହିବି? ମୁଁ ପକ୍ଷୀଟିର କଥା କହୁଛି । ସେ ପକ୍ଷୀଟି ଏଇ ବାଟ ଦେଇ ଆଗକୁ ଗଲେ ବାଟରେ ଯେଉଁ ଅସ୍ତ ବୃକ୍ଷ ପଡିବ ତାହାରି କୋରଡରେ ରହୁଛି । ତା’ ପାଖକୁ ଯାଅ ।”
ଖୁଦାଙ୍କର କଥା ଶୁଣି ଫକୀର କହିଲେ – “ମୁଁ ତ ମଣିଷଟାଏ, ପକ୍ଷୀଟିର ଭାଷା ମୁଁ କିପରି ବୁଝି ପାରିବି?”
ଖୁଦା କହିଲେ – “ତମେ ତା’ ପାଖକୁ ଯାଅ, ତେବେ ମୁଁ ତୁମକୁ ଏହି ବର ଦେଉଛିଯେ, ତୁମେ ତା’ର ଭାଷା ବୁଝିବାରେ ସକ୍ଷମ ହେବ ।”