ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଶକ୍ତିର ବଳଠାରୁ ବୁଦ୍ଧିର ବଳ ବେଶି

ଏକଦା ଗୋଟିଏ ଗ୍ରାମରେ ଛେଳିଟିଏ ଜଙ୍ଗଲରେ ଚରୁ ଚରୁ ସାଥୀମାନଙ୍କ ଠାରୁ ବହୁ ଦୂରକୁ ଚାଲିଗଲା । ଧୀରେ ଧୀରେ ସନ୍ଧ୍ୟା ହୋଇ ଆସୁଥିଲା । ବହୁତ ଏପଟ ସେପଟ ଧାଇଁ କୌଣସି ସାଥୀକୁ ନପାଇବାରୁ ଜୀବନ ବିକଳରେ ଗୋଟିଏ ଗୁମ୍ଫାରେ ପଶିଗଲା । ସେଇଟା ଥିଲା ଗୋଟିଏ ବାଘର ଗୁମ୍ଫା । କିଛି ସମୟ ପରେ ବାଛୁରୀଟିଏ ଧାଇଁଆସି ସେଇ ଗୁମ୍ଫାରେ ପଶିଲା । ଛେଳିକୁ ଦେଖି ବାଛୁରୀ ଭାବିଲା ସେଇଟା ଛେଳିର ଘର ଓ ବାଛୁରୀକୁ ଦେଖି ଛେଳି ଭାବିଲା ସେଇଟା ବାଛୁରୀର ଘର । ହେଲେ କେହି ନିଜର ମନକଥା କାହା ଆଗରେ ପ୍ରକାଶ କଲେନି । ମନେ ମନେ ନିଜ ଭାବନାକୁ ନିଶ୍ଚିନ୍ତରୂପେ ଠିକ୍ ଭାବି ଛେଳି ଗୋଟିଏ କୋଣରେ ଓ ବାଛୁରୀ ଗୋଟିଏ କୋଣରେ ଆନନ୍ଦରେ ଶୋଇଗଲେ । ଠିକ୍ ଅଧରାତି ବେଳକୁ ମହାବଳ ବାଘ ନିଜ ଗୁମ୍ଫାରେ ପଶିଲା । ସେଦିନ ତାକୁ କୌଣସି ଶିକାର ମିଳି ନଥାଏ । ତେଣୁ ଭୋକ ତାକୁ ଯେତିକି ହେଉଥାଏ, ରାଗ ତା’ର ଦ୍ୱିଗୁଣ ହେଉଥାଏ । ଗୁମ୍ଫାରେ ପଶି ସେ ଯେତେବେଳେ ଗୋଟିଏ ପଟେ ଛେଳି ଓ ଅନ୍ୟପଟେ ବାଛୁରୀକୁ ଦେଖିଲା ଖୁସିରେ ତା’ ମନ କୁରୁଳି ଉଠିଲା । ସେ ମନେ ମନେ ଈଶ୍ୱରଙ୍କୁ ମୁଣ୍ଡିଆଟିଏ ମାରି ପ୍ରଥମେ ବାଛୁରୀ ଉପରକୁ ଲମ୍ପ ଦେଲା । ବାଛୁରୀ ଆଖି ଖୋଲିବା ପୂର୍ବରୁ ହିଁ ବାଘ ତା’ ତଂଟି କଣା କରି ସାରିଥିଲା । ବାଘ ଗର୍ଜନରେ ଛେଳିର ନିଦ ଭାଙ୍ଗିଗଲା । ଆଗରେ ମହାବଳକୁ ଦେଖି ସେ କ’ଣ କରିବ ଚିନ୍ତା କରିପାରିଲାନି । ଭୟରେ ତା’ ଗୋଡ ଥରିଲା । ବାଛୁରୀକୁ ଖାଇସାରିବା ପରେ ବାଘ ନିଶ୍ଚୟ ତାକୁ ଖାଇବ । ସେ ଯେତେବେଳେ ଜାଣିଲା ତା’ର ମୃତ୍ୟୁ ସୁନିଶ୍ଚିତ, ସେ ଉପାୟଟିଏ ଚିନ୍ତାକଲା । ଶକ୍ତିରେ ତ ସେ ପାରିବନି  ତେଣୁ ବୁଦ୍ଧିରେ ଯଦି ହରାଇ ସେ ମହାବଳ କବଳରୁ ଖସିଯାଏ ତା’ ଜୀବନ ବଂଚିଯିବ ।


ଗପ ସାରଣୀ

ତାଲିକାଭୁକ୍ତ ଗପ