ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବିଚିତ୍ର ବେଣୁ

ଆନନ୍ଦ ଗୋଟେ ଗରିବ ପିଲା ଥିଲା । କିନ୍ତୁ ତା’ ବାପା ତାକୁ ଆଦର କରି ନଷ୍ଟ କଲା । ବାପା ବହୁତ ଦିନ ପର୍ଯ୍ୟନ୍ତ ତାକୁ ପାଳିଲା, କିନ୍ତୁ ବଡ ହେଲେ ବି ସେ କିଛି କାମ କରେନି, ଅଳସୁଆ ହୋଇ ଘରେ ସେମିତି ବସିଥାଏ । ଏଥର ତା’ ବାପା ଭାବିଲା ତାକୁ କୌଣସି କାମରେ ଲଗାଇଦେବ ।

                ଚାକିରୀ ଖୋଜି ଖୋଜି ମିଳିଲା ନାହିଁ । କେହି ତାକୁ ରଖିବାକୁ ଚାହିଁଲେ ନାହିଁ । ଶେଷକୁ ତା’ ବାପା ତାକୁ ଗ୍ରାମର ମୁଖିଆଙ୍କ ପାଖକୁ ନେଇଗଲା । ସେ ତ ବଡ କଡା ସ୍ୱଭାବର ଥିଲେ । ତେଣୁ ତାଙ୍କ ଘରେ ମଧ୍ୟ କେହି ଚାକର ରହିପାରୁ ନଥିଲେ । ଆନନ୍ଦର ବାପା ତାକୁ ସେଇଠାରେ ରଖାଇଲେ, କିଛି ନହେଲେ ବି ଖାଇବାକୁ ମୁଠାଏ ତ ମିଳିବ । ବେତନ ଓ ଲୁଗାପଟା କେତେ କ’ଣ ମିଳିବ, ସେ ବିଷୟରେ କିଛି ଆଲୋଚନା ନକରି ମୁଖିଆ ତାକୁ ରଖିନେଲେ ।

                ତିନିବର୍ଷ ସେଠାରେ କାମ କରିବା ପରେ ଆନନ୍ଦ ସେହି ଚାକିରୀଟି ଛାଡିବାକୁ ଚାହିଁଲା । ମୁଖିଆ ତାକୁ ତିନିଟି ରୌପ୍ୟମୁଦ୍ରା ଦେଇ କହିଲେ, “ବର୍ଷକୁ ଗୋଟିଏ କରି ତିନିଟି ମୁଦ୍ରା ତତେ ବେତନ ଭାବରେ ଦେଲି । କେହି ରଖୁ ନଥିଲେ; ମୁଁ ତତେ ଦୟା ଦେଖାଇ ରଖିଥିଲି । ଏହି ତିନିବର୍ଷ ମଧ୍ୟରେ ତୁ କିଛି ବି ଶିଖିଲୁ ନାହିଁ । ମୁଁ ଯେତିକି ଦେଲି ତାହା ମଧ୍ୟ ଦୟାକରି ଦେଲି । ଏବେ ନିଜ ରାସ୍ତା ନିଜେ ଦେଖ ।”

                ଆନନ୍ଦ ଜାଣିଥିଲା ଯେ ମୁଖିଆ ଖାଲି ମିଛ କହନ୍ତି । ତିନିବର୍ଷ ଧରି ସେ ତା ଦ୍ୱାରା ବହୁତ ପରିଶ୍ରମ କରାଇଛନ୍ତି । ଭାବିଥିଲା ଯିବା ସମୟରେ କିଛି ଦେବେ । କିନ୍ତୁ ତାଙ୍କ କଥା ଶୁଣି ସେ ବଡ ନିରାଶ ହେଲା । ଆନନ୍ଦ ପଚାରିଲା “ତିନିବର୍ଷ ପୂର୍ବରୁ ଯେଉଁ ଲୁଗା ପିନ୍ଧି ଆସିଥିଲି, ତାହାହିଁ ପିନ୍ଧି ଯିବି?”


ଗପ ସାରଣୀ

ତାଲିକାଭୁକ୍ତ ଗପ