ଜଣେ ବୌଦ୍ଧ ସାଧୁ ତାଙ୍କର ଶିଷ୍ୟ ସହିତ ଯାଉଥିଲେ । ବାଟରେ ଶିଷ୍ୟ ଦେଖିଲା କୃଷକ ତା’ର ଜମିରେ ହଳ କରୁଛି । ଶିଷ୍ୟ ସେହି ଜମି ପାଖରେ ଚାଷ କାର୍ଯ୍ୟ ନିରୀକ୍ଷଣ କରୁକରୁ ଦେଖିଲା, ଲଙ୍ଗଳ ମୁନରେ ମାଟି ଭିତରୁ ନାନା କୀଟ ବାହାରି ଆସୁଛନ୍ତି । ମେସାନଙ୍କୁ ପକ୍ଷୀମାନେ ଥଂଟରେ ନେଇ ଖୁସିରେ ଖାଉଛନ୍ତି ।
ଏହା ଦେଖି ଶିଷ୍ୟଟି ଭାବିଲା ଏସବୁ ନିତାନ୍ତ ଅନ୍ୟାୟ କାର୍ଯ୍ୟ । ନିର୍ଦ୍ଧୟ କୃଷକମାନଙ୍କୁ ଏଥିରୁ ବାରଣ କରିବା ଦରକାର । ସୁତରାଂ ଏ ମାର୍ଗ ଛାଡି ମୁଁ କୃଷକ ହେବି ଓ ପୋକଯୋକ ଯେପରି ନ ମରନ୍ତି ଯତ୍ନ ନେବା ସହିତ କୃଷକ ସମାଜ ଯତ୍ନବାନ ହେବା ପାଇଁ ପରାମର୍ଶ ଦେବି ।
ଏବେ ବୌଦ୍ଧ ସାଧୁ ବି ଶିଷ୍ୟର ମନ କଥା ଜାଣି ପକାଇଲେ । ସେ ଶିଷ୍ୟକୁ କହିଲେ, “ତୁମେ ବାବୁ ଏବେ ତୁମର ଗଣ୍ଠିଲି ମୋତେ ଦେଇଦିଅ, ଆଉ ତୁମେ ଆଗେ ଆଗେ ଚାଲ । ମୁଁ ପଛେ ପଛେ ଯିବି ।”
ଏଥର ଶିଷ୍ୟ ଜଣକ ଗୁରୁଙ୍କ କଥା ରହସ୍ୟ କିଛି ବୁଝି ପାରିଲା ନାହିଁ କି ନିଜ ସନ୍ଦେହ ମୋଚନ ପାଇଁ ପଚାରି ପାରିଲା ନାହିଁ । ଗୁରୁଙ୍କ କଥା ରକ୍ଷା କରି ଗଣ୍ଠିଲି ଗୁରୁଙ୍କୁ ଦେଇ ଆଗେ ଆଗେ ଚାଲିଲା ଶିଷ୍ୟ । ବାଟଯାକ ଖାଲି ଭାବୁଥାଏ, ଗୁରୁ ଏଭଳି କାହିଁକି କହିଲେ?