ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ପଶୁପକ୍ଷୀଙ୍କ ଶବ୍ଦ

ଗୌତମପୁର ଗ୍ରାମରେ ସୋମୁ ନାମରେ ଚାଷୀଟିଏ ଥାଏ । ତା’ର ଲିମନ୍ ନାମରେ ପୁଅଟିଏ ଥାଏ । ତାକୁ ଆସି ଷୋଳବର୍ଷ ହେଲାଣି, କିନ୍ତୁ ସେ ତା’ବାପକୁ କୌଣସି କାମରେ ଟିକିଏ ହେଲେବି ସାହାଯ୍ୟ କରେନାହିଁ । ସବୁବେଳେ ଖାଲି ସେ ଇଆଡେ ସିଆଡେ ବୁଲୁଥାଏ ।

                ଦିନେ ସୋମୁ ତା’ ପୁଅ ଲିମନ୍କୁ କହିଲା, “ଆରେ ଏମିତି ବେକାର ହୋଇ ସବୁବେଳେ ବୁଲୁଛୁ । କାମ ତ କିଛି କରିବୁ? କାମ ନ କଲେ ପେଟ ପୋଷିବୁ କିମିତି? ଶେଷରେ ଭୋକରେ ମରିବୁ ।”

                ବାପଠୁ ଏପରି ଗାଳି ଶୁଣି ଲିମନ୍ ମନରେ ଟିକେ ରାଗ ଆସିଲା । ତେଣୁ ସେ ହଠାତ୍ ଚିତ୍କାର କରି କହିଲା, “ମୁଁ କି କାମ କରିବି? ତମେ ମୋତେ କହି ଦେଉନାହଁ?”

ତହୁଁ ସୋମୁ ଧୀର ଭାବରେ କହିଲା, “ଶୁଣ । ଆମର ଗହମ କ୍ଷେତରେ ଫସଲ କାଟିବାର ତ ସମୟ ହୋଇଗଲାଣି । ତାକୁ ବଣଜନ୍ତୁ ଓ ପକ୍ଷୀଙ୍କ ଦାଉରୁ ରକ୍ଷା କରିବା ପାଇଁ ମନଦେଇ ଜଗିବାକୁ ହେବ । ତାକୁ ଯତ୍ନର ସହ ଆମଦାନୀ କରିବାକୁ ହେବ । ତୁ ସେଇଠାକୁ ଚାଲିଯା ତ ।”

ତା’ପରେ ସେ ଲିମନ୍ କ୍ଷେତକୁ ଗଲା । ସେଠି ପହଁଚି ତାକୁ ବଡ ଅଡୁଆ ଲାଗିଲା । ଜଗିବା ଗୋଟାଏ କାମ । ବସି ବସି ସେ ବିରକ୍ତ ଲାଗିଲାଣି । ତା’ପରେ ପକ୍ଷୀ ପଶୁ ଆସିବାରୁ ତା’ ମନଟା ଖୁସି ହୋଇଗଲା । ସେ ସେମାନଙ୍କ ଶବ୍ଦ ସବୁ ମନଦେଇ ଶୁଣିଲା ଓ ଠିକ୍ ସେହିଭଳି ଶବ୍ଦ ସବୁ କଲା । କିଛିଦିନ ଭିତରେ ପଶୁପକ୍ଷୀଙ୍କ ଶବ୍ଦ ଅବିକଳ ଭାବରେ କରିବାର ଦକ୍ଷତା ସେ ହାସଲ କଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ