ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଗଜମୂର୍ଖ

ଗୋଟିଏ ଗ୍ରାମରେ ତିନୋଟି ଭାଇ ରହୁଥାନ୍ତି, ସେମାନେ ହେଲେ ରାମ, ଶ୍ୟାମ ଓ ମୋହନ । ସେମାନଙ୍କ ବାପା ମରିଯିବା ପରେ ବଡ ଦୁଇଭାଇ ସବୁ ସମ୍ପତ୍ତି ଭାଗ କରିନେଲେ । ସାନ ମୋହନ ଥିଲା ଗଜମୂର୍ଖ । ତାକୁ ଗୋଟାଏ ବଳଦ ଓ କାଠ ବାକ୍ସଟିଏ ଦେଇ ତା’ର ବଡଭାଇମାନେ ତାକୁ ଠକିଦେଲେ ।

                ଦିନେ ମୋହନ ଦେଖିଲା ରାମ ଓ ଶ୍ୟାମ ହାଟକୁ ଯାଉଛନ୍ତି ଓ ବ୍ୟବସାୟ କରି ପଇସା ରୋଜଗାର କରୁଛନ୍ତି । ଏହା ଦେଖି ସେ ଭାବିଲା, “ମୁଁ ମଧ୍ୟ ହାଟକୁ ଯିବି ।” ତେଣୁ ତା’ପରଦିନ ସକାଳୁ ସେ ଉଠି ତା’ ବଳଦଟିକୁ ବିକ୍ରି କରିବା ପାଇଁ ହାଟକୁ ଚାଲିଲା ।

                ବାଟରେ ଯାଉଁ ଯାଉଁ ସେ ଗୋଟିଏ ବଡ ଗଛ ଦେଖିଲା । ପବନରେ ଶୁଖିଲା ଡାଳ ସବୁ ଘସି ହୋଇ କଟମଟ ଶବ୍ଦ କରିବାରୁ ମୂର୍ଖ ମୋହନ ସେ ଗଛକୁ ପଚାରିଲା, “କ’ଣ ତମେ ଏହି ବଳଦଟି କିଣିବାକୁ ଚାହଁ? ତା’ର ଦାମ୍ ହେଉଛି କୋଡିଏ ଟଙ୍କା । ଚାହଁ ତ ଏହାକୁ କିଣିନିଅ ।”

                ଗଛଡାଳରୁ ପୁଣି କଟକଟ ଶବ୍ଦ ହେବାରୁ ମୋହନ କହିଲା, “ଓ, ବଳଦର ମୂଲ୍ୟ ତମେ କାଲିକି ଦେବ? ମାତ୍ର ଆଜି ତୁମ ପାଖରେ ପଇସା ନାହିଁ? ଠିକ୍ ଅଛି ।” ଏତିକି କହି ମୋହନ ତା’ ବଳଦକୁ ଗଛରେ ବାନ୍ଧିଦେଇ ଘରକୁ ଫେରିଗଲା ।

                ରାମ ଓ ଶ୍ୟାମ ମୋହନକୁ ପଚାରିଲେ “ଆରେ ମୋହନ, ତୋ ବଳଦ କୁଆଡେ ଗଲା କି?”

                ତହୁଁ ମୋହନ ଉତ୍ତର ଦେଲା “କୋଡିଏ ଟଙ୍କାରେ ତାକୁ ତ ମୁଁ ବିକିଦେଲି ।”

                ତା’କଥା ଶୁଣି ରାମ ଓ ଶ୍ୟାମ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇ ମୋହନକୁ ପଚାରିଲେ, “ତେବେ ଟଙ୍କା କାହିଁ?”

                ମୋହନ କହିଲା “କାଲି ସେ ଦେବ ।” ତା’ପରଦିନ ସକାଳୁ ସକାଳୁ ମୋହନ ସେ ଗଛ ପାଖରେ ଯାଇ ପହଁଚିଲା । ପବନ ଯୋଗୁଁ ଗଛରୁ କଟକଟ ଶବ୍ଦ ବାହାରିଲା । କିନ୍ତୁ ବଳଦଟି ଆଉ ସେଠାରେ ନଥିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ