ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ତାଙ୍କର ତୁଳନା ନାହିଁ

“ହେ ଆନନ୍ଦ! ତମେ କେମିତି ଅଛ?” କିଏ ଡାକୁଛି ଦେଖିବା ପାଇଁ ଆନନ୍ଦ ପଛକୁ ବୁଲି ଚାହିଁଲେ ।

“ମୋର ବିଶ୍ୱାସ ହେଉନି! ତୁମେ ଅରବିନ୍ଦ! ଠିକ୍ କହିଛି ନା? ତୁମେ କିପରି ଅଛ?” ଆନନ୍ଦ ଆଶ୍ଚର୍ଯ୍ୟରେ ଅଧିର ହୋଇ ଏହା କହିଲେ । ଉଭୟେ ପରସ୍ପରକୁ ଆଲିଂଗନ କଲେ । ଦୁଇ ସହପାଠୀ ଅଚାନକ ଭାବରେ ପରସ୍ପରକୁ ଭେଟିଥିବାରୁ ସେମାନଙ୍କ ମଧ୍ୟରେ ଆନନ୍ଦର କୌଣସି ସୀମା ନଥିଲା । ଦୁହେଁ ଗୋଟିଏ ବିଦ୍ୟାଳୟରେ ପାଠ ପଢିଥିଲେ । ଉଚ୍ଚଶିକ୍ଷା ପାଇଁ ଆନନ୍ଦ ନିକଟସ୍ଥ ସହରକୁ ଚାଲିଯାଇଥିଲେ । ପରବର୍ତ୍ତୀ ସମୟରେ ସେ ଜଣେ ଇଂଜିନିୟର ହୋଇଥିଲେ ଏବଂ ଏକ ବହୁଦେଶୀୟ କଂପାନିରେ ଲୋଭନୀୟ ଚାକିରି ପାଇଥିଲେ । ଅରବିନ୍ଦ ଇଂଜିନିୟରିଂରେ ଡିପ୍ଲମା ହାସଲ କରିବା ପରେ ନିଜ ସହରରେ ଗୋଟିଏ ଛୋଟିଆ ପୋଷାକ କାରଖାନା ଖୋଲିଥିଲେ । ଏହାପରେ ସେ ଦୁଇ ବନ୍ଧୁଙ୍କ ମଧ୍ୟରେ ଧୀରେ ଧୀରେ ଯୋଗାଯୋଗ ବନ୍ଦ ହୋଇଯାଇଥିଲା । କାହା ପାଖରେ କାହାର କିଛି ବି ଖବର ନ ଥିଲା ।

                ଏହିପରି ଭାବରେ ଦୁହିଁଙ୍କ ମଧ୍ୟରେ କଥାବାର୍ତ୍ତା ଚାଲିଲା । ସହରରେ ବାସ କରୁଥିବା ଆନନ୍ଦ ତା’ର ଜୀବନଧାରା ସହିତ ସହପାଠୀର ଜୀବନଧାରା ତୁଳନା କରିପାରୁ ନଥିଲା । ଅରବିନ୍ଦ ଏବେ ବି ସହରରେ ତା’ ପରିବାର ସହିତ ପୁରୁଣା ଘରେ ରହୁଥିଲା ଏବଂ ତା’ର ଜୀବନଶୈଳୀ ଅତ୍ୟନ୍ତ ସରଳ ଥିଲା । ଆନନ୍ଦ କଂପାନି ଦ୍ୱାରା ପ୍ରଦତ୍ତ ବିଳାସପୂର୍ଣ୍ଣ ବାସଗୃହରେ ତାଙ୍କର ଆଭିଜାତ୍ୟସଂପନ୍ନା ପତ୍ନୀ ଓ କନ୍ଭେଂଟ୍ରେ ପଢୁଥିବା ପିଲାଙ୍କ ସହିତ ରହୁଥିଲା । ଅରବିନ୍ଦ ପରିବାରର ଚଳଣି ଖୁବ୍ ସାଧାରଣ ଥିଲା । ସେ ତା’ର ପ୍ରତିପତିର କଥା ନ କହି ରହିପାରିଲା ନାହିଁ ।

                ତା’ ପରେ ଅରବିନ୍ଦ ତାକୁ ପୋଷାକ କାରଖାନା ଆଡକୁ ବୁଲାଇ ନେଲା । ସେଠାରେ ପହଁଚି ଆନନ୍ଦର ମୁହଁ ଶୁଖିଗଲା, “ହେ ଭଗବାନ! ଏପରି ଭଙ୍ଗା ମେସିନ୍, ପୁରୁଣା କୌଶଳ, ନିରକ୍ଷର ଶ୍ରମିକ ଏବଂ ଗୋଟିଏ ଅସନା ଚଟାଣ ଏହାକୁ ପୁଣି କୁହାଯାଉଛି କାରଖାନା!” ଥରେ ସେ ତା’ର ନିଜର ଅତ୍ୟାଧୁନିକ ଆମଦାନୀ କରାଯାଇଥିବା ମେସିନ୍ ଏବଂ ନିଜସ୍ୱ ସ୍ୱତନ୍ତ୍ର କୌଶଳ ବିଷୟରେ ଚିନ୍ତା କଲା ।

                ସେ ଅନୁଭବ କଲା ଯେ ଅରବିନ୍ଦ ତାଙ୍କଠାରୁ ଢେର୍ ପଛରେ ପଢିଯାଇଛି ।


ଗପ ସାରଣୀ

ତାଲିକାଭୁକ୍ତ ଗପ