ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଗୁଣ

ଜଣେ ଗୁରୁଙ୍କର ଦୁଇ ଜଣ ଶିଷ୍ୟ ଥିଲେ । ସେମାନେ ହେଲେ ବ୍ରଜାନନ୍ଦ ଓ ଆଲୋକାନନ୍ଦ । ସେମାନଙ୍କର ବହୁ ଦିନ ହେଲା ଭେଟ ହୋଇ ନଥିଲା । ଦିନେ ସେ ଦୁହେଁ ବିପରୀତ ଦିଗରୁ ଆସୁ ଆସୁ ବାଟରେ ପରସ୍ପର ପରସ୍ପରକୁ ହାବୁଡିଲେ ।

                ଗପସପ ହେଉ ହେଉ ବ୍ରଜାନନ୍ଦ କହିଲେ, “ମୁଁ ଦେଖୁଛି ପ୍ରତ୍ୟେକ ମଣିଷ ଭିତରେ କୌଣସି ନା କୌଣସି ଗୁଣ ରହିଛି ।”

                “ବାଜେ କଥା । ପ୍ରତି ମଣିଷ ଭିତରେ ସେମିତି କିଛି ଗୁଣ ଥିବ ବୋଲି କଥା ନାହିଁ ।” ଆଲୋକାନନ୍ଦ ଏହା କହିଲେ ଓ ସଙ୍ଗେ ସଙ୍ଗେ ପଚାରିଲେ, “ତୋ ଭିତରେ କ’ଣ ଗୁଣ ଅଛି ଦେଖି କହିଲୁ?”

                ବ୍ରଜାନନ୍ଦ କହିଲେ “ଅନ୍ୟ ଭିତରେ ଗୁଣ ଦେଖି ପାରିଲା ଭଳି ଗୁଣର ଅଧିକାରୀ ହେଲି ମୁଁ ।”

                ଆଲୋକାନନ୍ଦ ପୁଣି ପଚାରିଲେ “ମୋ ଭିତରେ କି ଗୁଣ ଅଛି ଦେଖି କହିଲୁ?”

                ବ୍ରଜାନନ୍ଦ ଉତ୍ତର ଦେଲେ “ଅନ୍ୟ ଭିତରେ ଥିବା ଗୁଣ ପ୍ରତି ଅନ୍ଧ ରହିବା ଭଳି ଗୁଣ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ