ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଶୁକପକ୍ଷୀ

ଶିବପୁରୀ ସହରର ଗୋଟିଏ ଗଳିରେ ଜଣେ ବୃଦ୍ଧ, ଶୁଆଟିଏ ପଞ୍ଜୁରୀରେ ରଖି ସମସ୍ତଙ୍କୁ କହୁଥାଏ “ସଜ୍ଜନମାନେ, ଏଗୁଡିକ ସମସ୍ତେ କଥାକୁହା ଶୁଆ । ଗୋଟିଏ ଶୁଆର ଦାମ ମାତ୍ର ପାଂଚଟି ମୁଦ୍ରା । ତାକୁ ଯାହା ଶିଖାଇବ ସେ ସଙ୍ଗେ ସଙ୍ଗେ ତାହା କହିବ । କିନ୍ତୁ ଥରେ କିଣି ସାରିବା ପରେ ଆଉ ଫେରସ୍ତ ନିଆଯାଏ ନାହିଁ । ସବୁ ଭାଗ୍ୟ ଉପରେ ନିର୍ଭର କରେ ।”

କେତେଲୋକ ଶୁଆ କିଣି ନେଇ ଗଲେ । ବୀର ଭାବିଲା ସେ ବି ଶୁଆଟିଏ କିଣିବ, ଓ ସେ ତାହା କିଣିଲା ମଧ୍ୟ । ହେଲେ ଶୁଆ କିନ୍ତୁ ପଢୁନାହିଁ । ବୀର ଭାବିଲା ବୋଧେ ନୂଆ ଜାଗା ଦେଖି ଶୁଆଟି ଡରୁଛି । ପରେ ସେ ସବୁ ଶିଖିଯିବ । ତେଣୁ ବୀର ସେ ଶୁଆଟିକୁ ନାନା ପ୍ରକାରର ଫଳ ଓ ବାଦାମ ଖୁଆଇଲା । ତଥାପି ମଧ୍ୟ ଶୁଆଟି କିଛି ପାଠ ଶିଖିଲା ନାହିଁ ।

ତା’ପରେ ବୀର ଅତ୍ୟନ୍ତ ବିରକ୍ତ ହୋଇ ଶୁଆକୁ ସେହି ବୁଢା ପାଖକୁ ନେଇଗଲା ଓ ତାଙ୍କୁ କହିଲା, “ତୁମେ ତ କହିଥିଲ ଶୁଆଟି ସଙ୍ଗେ ସଙ୍ଗେ ପାଠ ଶିଖିବ । କିନ୍ତୁ ସେ ତ କାହିଁ କିଛି ହେଲେ ବି କହୁନାହିଁ ।”

ବୁଢା ଶୁଆକୁ ହାତରେଧରି ଭଲକରି ଦେଖିଲା । ତା’ପରେ ସେ କିଛି କହିଲା, କିନ୍ତୁ ଶୁଆ କିଛି ବି ଶୁଣିଲା ନାହିଁ । ତେବେ ସେ ବୁଢା ବୀରକୁ କହିଲା, “ଆପଣଙ୍କୁ ତ ମୁଁ ପ୍ରଥମରୁ କହିଛି ଯେ ଫେରସ୍ତ ନେବି ନାହିଁ । ନିଜର ଭାଗ୍ୟରେ ଯାହା ଥାଏ ତାହାହିଁ ହୁଏ, ମୋର କାହିଁ ସନ୍ଦେହ ହେଉଛି ଯେ ଏହି ଶୁଆଟି କାଲା । ତେଣୁ ଶୁଆଟିକୁ ନେଇ କୌଣସି ଭଲ ବୈଦ୍ୟକୁ ଦେଖାଅ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ