ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବଡ କିଏ?

ଧର୍ମପୁରୀର ଜମିଦାର ରାଜଶେଖର ଦିନେ ତାଙ୍କ ଦେବାନ୍ଙ୍କୁ କହିଲେ, “ଗ୍ରାମ ଗୁଡିକ ଦେଖିବାକୁ ଯାଅ; ଯେଉଁଠାରେ କର ଅସୁଲ କରିବାର ଅଛି କର, କିନ୍ତୁ ସେଠିକା ଲୋକମାନଙ୍କର ଆପତ୍ତି ଅଭିଯୋଗ କ’ଣ ସେସବୁ ମନଦେଇ ଶୁଣିବ; ପୁଣି ସେମାନେ କିପରି ଅଛନ୍ତି ତାହା ମଧ୍ୟ ବୁଝିବ ।”

                ଦେବାନ୍ ଦୁଇଜଣ ଚାକରଙ୍କୁ ନେଇ ଗ୍ରାମ ଦେଖିବାକୁ ଗଲେ, କରସବୁ ଆଣିଲେ ଏବଂ ତା’ସହିତ ପ୍ରଜାମାନଙ୍କର ଭଲମନ୍ଦ ସବୁ ମଧ୍ୟ ବୁଝିଆସିଲେ । ସମସ୍ତ ଗ୍ରାମର ଲୋକ ପ୍ରାୟ ଭଲରେ ଅଛନ୍ତି । କେବଳ ମାୟାମୟୀ ଗ୍ରାମଟି ଯେପରି ସମସ୍ତ ଗ୍ରାମ ମଧ୍ୟରେ ଏକ ବ୍ୟତିକ୍ରମ । ସେଠାରେ ଯାତାୟତରେ କୌଣସି ବିଶେଷ ସୁବିଧା ନାହିଁ । ପୁଣି ସେଠିକା ଲୋକମାନେ ମଧ୍ୟ ଭୋଲାଭୋଲା । ସେମାନେ କର ଦେବାକୁ ପଡିବ ବୋଲି ବୋଧେ ବହୁ ଦିନରୁ ଭୁଲି ଯାଇଛନ୍ତି । ଦେବାନ୍ବାବୁ ଧର୍ମପୁରୀ ଫେରିବା ପରେ ଜମିଦାରଙ୍କୁ ନିଜର ଅଭିଜ୍ଞତା ସମ୍ପର୍କରେ ପୂର୍ଣ୍ଣବିବରଣୀ ଦେବାକୁ ଯାଇ କହିଲେ, “ମାଲିକ, ଆମର ସମସ୍ତ ଗ୍ରାମର ଗ୍ରାମବାସୀମାନେ ସମସ୍ତେ ବେଶ୍ ଭଲ ଅଛନ୍ତି । କିନ୍ତୁ ମାୟାମୟୀ ନାମକ ଗୋଟିଏ ମାତ୍ର ଗ୍ରାମ ଏକବାରେ ଅନୁନ୍ନତ ଅବସ୍ଥାରେ ପଡିଛି, ଏବଂ ସେଠାକାର ବାସିନ୍ଦା ସବୁ ଭୋଲାଭୋଲା ମୋର କାହିଁ ମନେହୁଏ ଏଭଳି ଗ୍ରାମ ଓ ଏଭଳି ଲୋକ ଆଉ କେଉଁଠିବି ନାହାଁନ୍ତି ।”

                ସେତେବେଳେ ଜମିଦାରଙ୍କ ପାଖରେ ସ୍ୱାମୀ ତର୍କାନନ୍ଦ ସରସ୍ୱତୀ ମଧ୍ୟ ଉପସ୍ଥିତ ଥିଲେ । ସେ ସମଗ୍ର ଦେଶରେ ତର୍କଶାସ୍ତ୍ର ଉପରେ ବକ୍ତୃତା ଦେଇଛନ୍ତି । ଦେବାନଙ୍କ କଥାଶୁଣି ସେ ଅଳ୍ପ ହସି କହିଲେ ।

“ସେଠାରେ ଥିବା ମନୁଷ୍ୟଙ୍କର ଭୋଲାପଣର ମୁଖ୍ୟ କାରଣ ହେଉଛି ସେମାନଙ୍କ ମନରେ ତର୍କ ବିଷୟରେ କିଛିବି ଜ୍ଞାନ ନାହିଁ । ଏହା ଏକପ୍ରକାରର ରୋଗ । ଏପରି ଲୋକମାନଙ୍କ ମଧ୍ୟରେ ତାର୍କିକ ପଦ୍ଧତି ବିଷୟରେ ଜ୍ଞାନ ଦେବାକୁ ହେବ ।”

ସ୍ୱାମୀଙ୍କ କଥା ଶୁଣି ଜମିଦାର ସନ୍ଦେହପୂର୍ଣ୍ଣ କଣ୍ଠରେ ପଚାରିଲେ, “ତାହା କ’ଣ ସମ୍ଭବ?”


ଗପ ସାରଣୀ

ତାଲିକାଭୁକ୍ତ ଗପ