ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବନ୍ଧୁମିଳନ

ଶ୍ରୀପୁର ଗ୍ରାମରେ ନାରାୟଣ ନାମକ ଜଣେ ଧନୀ ଥିଲେ । ଶ୍ରୀଧର ଥିଲେ ତାଙ୍କର ପିଲାବେଳର ସାଙ୍ଗ, ସେ ବାଜପୁର ନାମକ ପାଖ ଗ୍ରାମରେ ରହୁଥିଲେ ।

                ଦିନେ ଶ୍ରୀଧର, ନାରାୟଣଙ୍କୁ ଦେଖା କରିବାକୁ ଶ୍ରୀପୁର ଗଲେ । ବହୁତ ଦିନ ପରେ ଶ୍ରୀପୁର ଆସିଥାଆନ୍ତି, ତାଙ୍କର କିଛି କାମ ମଧ୍ୟ ଥାଏ, ପୁଣି ଏତେଦିନ ପରେ ବନ୍ଧୁ ସହିତ ଦେଖା ।

                ଶ୍ରୀଧର ସେଠାରେ ପହଁଚିବାରୁ ନାରାୟଣ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହେଲେ । ଦେଖିଲେ ତାଙ୍କ ଲୁଗାପଟା ପୁରୁଣା, ଦାମୀ ନୁହେଁ । ତେଣୁ ସେ ମନେ ମନେ ଭାବିନେଲେ କି ଶ୍ରୀଧର ଗରିବ ହୋଇଯିବାରୁ କିଛି ସାହାଯ୍ୟ ନେବାକୁ ଆସିଛି । କଥାବାର୍ତ୍ତାରେ ସେ ନିଜର ବଡପଣିଆ ଦେଖାଇଲେ ।

ଶ୍ରୀଧର ସେସବୁ ଚୁପ୍ ଚାପ୍ ଶୁଣି ଯାଉଥାଆନ୍ତି । ଠିକ୍ ସେତିକିବେଳେ ଜଣେ ଲୋକ ଆସି ନାରାୟଣଙ୍କୁ ଚିଠିଟିଏ ଦେଇଗଲେ । ଚିଠିଟି ପଢି ନାରାୟଣ ଆହୁରି ଗର୍ବରେ କହିଲେ, “ଜାଣ, ଏ ଚିଠିରେ ଜମିଦାର ନିଜେ ରାତିରେ ମୋତେ ଖାଇବାକୁ ଡାକିଛନ୍ତି ।”

ନାରାୟଣଙ୍କ କଥା ଶୁଣି ଶ୍ରୀଧର ହସି ଉଠି କହିଲେ “ଯେତେବେଳେ ତୁମେ ନିଜ ଟଙ୍କା କଥା କହିଲ, ମୁଁ ସେତେବେଳକୁ ଜାଣିଲିଣି ତୁମ ଅବସ୍ଥା କିପରି । ମୋର ପ୍ରକୃତରେ ଜମିଦାରଙ୍କ ସହିତ କାମ ଅଛି । ତାହା ମୁଁ ତୁମକୁ ମଝିରେ ରଖି କରିବି ।” ନାରାୟଣ ଶ୍ରୀଧରଙ୍କ ସେ କଥାକୁ ହସି ଉଡେଇ ଦେଇ କହିଲେ, “ଆରେ ବାଃ, ତୁମର ପୁଣି ଜମିଦାରଙ୍କ ସହିତ କାମ? କି ଆଶ୍ଚର୍ଯ୍ୟ!”

ଶ୍ରୀଧର ଏ କଥାର କୌଣସି ପ୍ରତିବାଦ ନ କରି କହିଲେ “ହଁ ଭାଇ, ତାଙ୍କ ସହିତହିଁ ମୋର କାମ ଅଛି । ତୁମ ଜମିଦାରଙ୍କର କିଛି ଜମି ଆମ ଗ୍ରାମରେ ଅଛି । ସେଗୁଡିକ ସେ ଭାଗରେ ଚାଷ କରିବାକୁ ଚାହାଁନ୍ତି । ତୁମେ କୁହ ସେ ସେସବୁ ମୋତେ ଦେଇ ଦିଅନ୍ତୁ ।”

                ନାରାୟଣ ଏଥିରୁ କିଛି ବୁଝି ନ ପାରି କହିଲେ, “ଗୋଟିଏ କଥା କହିବି? ଖରାପ ଭାବିବ ନାହିଁ, ଆମ ଜମିଦାର ବାହାରର ପୋଷାକ, ଚେହେରା ବେଶି ଦେଖନ୍ତି । ସେ ଯଦି ଜାଣିବେ ତମେ ମୋ ବନ୍ଧୁ ବୋଲି ତେବେ ସେ ମୋତେ ବି ଦୂରରେ ରଖିବେ ।”

                କିନ୍ତୁ ଶ୍ରୀଧର ସେସବୁ କଥାନଶୁଣି ପୁଣି ଅନୁନୟ ବିନୟ କରି କହିଲେ, “ଯାହାହେଉ ଜମିତକ ମୋତେ ଦିଆଇ ଦେବାର ବନ୍ଦୋବସ୍ତ କର ।” କିନ୍ତୁ ନାରାୟଣ କହିଲେ, “ଛାଡ ସେକଥା । ଏବେ ମୋତେ ଭୋଜନ ପାଇଁ ଯିବାକୁ ପଡିବ । ଆଚ୍ଛା ତମେ କାଲିକି ଆସ କଥା ହେବା ।” ଏଥିଉତାରେ ଶ୍ରୀଧର ବାଧ୍ୟ ହୋଇ ସେଠାରୁ ଲେଉଟି ଆସିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ