ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ହାତୀ ଏବଂ ଘରଚଟିଆ କଥା

       ଗୋଟିଏ ଜଂଗଲରେଏକ ଘର ଚଟିଆ ଦମ୍ପତି ବାସ କରୁଥିଲେ । ସେମାନେ ଏକ ବୃକ୍ଷରେ ବସା ବାନ୍ଧି ଖୁସିରେ ଦିନ କାଟୁଥାଆନ୍ତି । କିଛି ଦିନ ପରେ ମା’ ଘରଚଟିଆଟି ସେହି ବସାରେ ଅଣ୍ଡା ଦେଲା । ଦିନେ ଏକ ଦୁଷ୍ଟ ହାତୀ ସେହି ବୃକ୍ଷ ନିକଟରେ ଆସି ପହଁଚିଲା । ସେ ତା’ର ଶୁଣ୍ଡରେ ଗଛର ଡାଳ ସବୁ ଭାଙ୍ଗି ଖାଇବାକୁ ଲାଗିଲା । ଘରଚଟିଆ ଦଂପତି ବାସ କରୁଥିବା ଡାଳକୁ ମଧ୍ୟ ଭାଙ୍ଗି ଦେଲା । ଏହାଦ୍ୱାରା ତା’ର ଅଣ୍ଡା ଗୁଡିକ ନଷ୍ଟ ହୋଇଗଲା ଓ ବସାଟି ମଧ୍ୟ ଭାଙ୍ଗିଯାଇ ଭୂମି ଉପରେ ପଡିରହିଲା । ଭାଗ୍ୟ ବଶତଃ ଘରଚଟିଆ ଦମ୍ପତି ହାତୀ କବଳରୁ ବଂଚିଗଲେ କିନ୍ତୁ ନିଜ ସନ୍ତାନମାନଙ୍କୁ ବଂଚାଇ ପାରିଲେ ନାହିଁ । ଏହା ଦେଖି ମା ଘରଚଟିଆର ଭୀଷଣ ମନ କଷ୍ଟ ହେଲା । ଦୁଃଖରେ ଗୋଟିଏ ଯାଗାରେ ବସି ଲୁହ ଗଡାଇଲା ।

       ଗୋଟିଏ କାଠହଣା ଚଢେଇ ଦିନେ ସେହି ବାଟଦେଇ ଯାଉ ଯାଉ ଘରଚଟିଆ ଦମ୍ପତି କାନ୍ଦୁଥିବାର ଦେଖିପାରିଲା । ସେ ତାଙ୍କ ପାଖକୁ ଆସି ପଚାରିଲା, ‘ତୁମ୍ଭ ଦୁଇ ଜଣଙ୍କର କ’ଣ ହୋଇଛି? ‘କଣ ପାଇଁ ତୁମେ ମନ ଦୁଃଖରେ ଲୁହ ଗଡାଉଛ? ଯେଉଁମାନେ ବୁଦ୍ଧିମାନ କିମ୍ବା ଚତୁର ବ୍ୟକ୍ତି ସେମାନେ କଦାପି ଅତୀତକୁ ମନେ ପକାଇ ଦୁଃଖ କରନ୍ତି ନାହିଁ । କିନ୍ତୁ ଯିଏ ବୋକା ସେ ହିଁ ସଦାସର୍ବଦା ମନେପକାଇ ନିଜେ ଦୁଃଖ ଯନ୍ତ୍ରଣାରେ କାଳାତିପାତ କରେ । ଏହା ହିଁ ହେଉଛି ଏକ ବୁଦ୍ଧିମାନ ବ୍ୟକ୍ତି ଓ ଏକ ମୂର୍ଖ ବ୍ୟକ୍ତି ମଧ୍ୟରେ ଥିବା ଚରିତ୍ରର ଭିନ୍ନତା ।


ଗପ ସାରଣୀ

ତାଲିକାଭୁକ୍ତ ଗପ