ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ସୋମ ଶର୍ମାଙ୍କ କାହାଣୀ

ଗୋଟିଏ ଗ୍ରାମରେ ‘ସ୍ୱଭାବ କୃପଣ’ ନାମକ ଏକ ବ୍ରାହ୍ମଣ ବାସ କରୁଥାଏ । ସେ ପ୍ରତିଦିନ ଭିକ୍ଷା କରି ଜୀବିକା ନିର୍ବାହ କରେ । ଯେଉଁଦିନ ଭିକ୍ଷାରେ ସେ ଛତୁଆ ପାଏ ସେହି ଛତୁଆରୁ ଅଳ୍ପ କିଛି ଖାଇବା ପରେ ଯାହା ବଳେ ତାକୁ ଏକ ପାତ୍ରରେ ପୂରାଇ ଘୋଡାଇ ଶିକାରେ ଟଙ୍ଗାଇ ଦିଏ । ଶୋଇବା ସମୟରେ ସେହି ଛତୁଆକୁ ଚାହିଁ ନାନାଦି କଥା ଚିନ୍ତା କରେ । ଏହିପରି କିଛିଦିନ ଛତୁଆ ରଖିବା ପରେ ଛତୁଆ ପାତ୍ରଟି ପୂର୍ଣ୍ଣ ହୋଇଗଲା । ସେଦିନ ବ୍ରାହ୍ମଣ ଶୋଇରହି ଛତୁଆକୁ ଚାହିଁ ଭାବିଲେ, “ଏ ରାଜ୍ୟରେ ଯଦି ହଠାତ୍ ଦୁର୍ଭିକ୍ଷ ପଡିବ, ତା’ହେଲେ ମୋ ପାଖରେ ଥିବା ଏହି ଛତୁଆକୁ ବିକ୍ରୀ କରି ଶହ ଶହ ଟଙ୍କା ପାଇ ପାରିବି । ସେହି ଟଙ୍କାରେ ମୁଁ ଏକ ଛେଳି କିଣିପାରିବି । ଛେଳିଟି ପ୍ରତି ଛ’ ମାସରେ ଛୁଆ ଦେଲେ, ମୋର ଛେଳି ସଂଖ୍ୟା ବଢିଯିବ । କ୍ରମେ ସେମାନଙ୍କୁ ବିକି ଯେଉଁ ଅର୍ଥ ମିଳିବ ସେଥିରେ ଏକ ଗାଈ କିଣିବି । କିଛିଦିନ ପରେ ଗାଈ ସଂଖ୍ୟା ମଧ୍ୟ ବଢିବ । ଏହାପରେ ଗାଈମାନଙ୍କୁ ବିକ୍ରୀ କରି କିଛି ମଈଁଷି ରଖିବି । କିଛି ଦିନପରେ ମଇଁଷି ବିକ୍ରୀ କରି ଘୋଡା ପାଳିବି । ଶେଷରେ ଘୋଡା ମାନଙ୍କୁ ଚଢାଦରରେ ବିକ୍ରୀ କରି ସୁନା କିଣିବି । ଶେଷରେ ମୁଁ ଏକ ଧନୀ ବ୍ୟକ୍ତିରେ ପରିଣତି ହୋଇଯିବି ।”


ଗପ ସାରଣୀ

ତାଲିକାଭୁକ୍ତ ଗପ