ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବର ନିର୍ବାଚନ

ଦେବଦତ ଜଣେ ଧନୀବ୍ୟକ୍ତି; ତାଙ୍କର ଚନ୍ଦ୍ରକଳା ନାମରେ ଗୋଟିଏ ବୋଲି ଝିଅ ଥାଏ । ସେ ଝିଅଟି ଖୁବ୍ ସୁନ୍ଦରୀ ଓ ଗୁଣବତୀ । ତା’ପାଇଁ ବରପାତ୍ର ଖୋଜିବାକୁ ସେ ଗଲେ ।

                ପରେ ଫେରିଆସି ସେ ଝିଅକୁ କହିଲେ, “ଦେଖ ଝିଅ ଚନ୍ଦ୍ରପୁର ଗ୍ରାମର ପିଲାଟି ଦେଖିବାକୁ ବହୁତ ଭଲ, ତା’ର ଗୁଣ ମଧ୍ୟ ବହୁତ ଭଲ । କିନ୍ତୁ ତା’ର ବନ୍ଧୁବାନ୍ଧବମାନେ କେହି ସେମିତି ଭଲ ଲୋକ ନୁହଁନ୍ତି । ଅବଶ୍ୟ ତା’ର ସାଙ୍ଗମାନେ ଖୁବ୍ ଭଲପିଲା । ଦ୍ୱିତୀୟ ରାମପୁରର ପିଲାଟି ଦେଖିବାକୁ ଅତ୍ୟନ୍ତ ସୁନ୍ଦର ଓ ତା’ର ଗୁଣ ମଧ୍ୟ ଅତିବ ଭଲ । ତା’ର ସବୁ ବନ୍ଧୁବାନ୍ଧବମାନେ ଧନୀ ଓ ନାମକରା ପରିବାର । ତେବେ ତା’ ସାଙ୍ଗପିଲା ଗୁଡିକ ସବୁ ବାଜେ ମନେ ହେଲା । ସେମାନେ ଅତ୍ୟନ୍ତ ଉଚ୍ଛୃଙ୍ଖଳ । ଏବେ ତୁ କହ କେଉଁଠାରେ ପ୍ରସ୍ତାବ ପକାଇବା ।”

                ଚନ୍ଦ୍ରକଳା ଉତ୍ତର ଦେଲା “ବାବା, ଆପଣ ଚନ୍ଦ୍ରପୁରରେହିଁ ସମ୍ବନ୍ଧ ପକାନ୍ତୁ ।”

                ଦେବଦତ ପଚାରିଲେ “ଠିକ୍ ଅଛି । ତେବେ ତୁ ଏପରି କାହିଁକି କହିଲୁ?”

                ଚନ୍ଦ୍ରକଳା ହସି ହସି କହିଲା “ବାବା, ବନ୍ଧୁବାନ୍ଧବ ସବୁ ତ ନିଜର ଜନ୍ମ ଓ ପରିବାର ଯୋଗୁଁ ମିଳିଥାଏ । କିନ୍ତୁ ସାଙ୍ଗସାଥୀ କେବଳ ନିଜ ପସନ୍ଦ ଯୋଗୁହିଁ ମିଳନ୍ତି । ମିତ୍ରମଣ୍ଡଳୀଙ୍କ ସ୍ୱଭାବରୁ ମଣିଷର ରୁଚି ଓ ବ୍ୟକ୍ତିତ୍ୱ ସଠିକ୍ ରୂପେ ଜାଣିହୁଏ, କେଉଁ ପ୍ରକାର ଲୋକଙ୍କ ସହିତ ସାଥୀ ହେଲେ ସେ ଆନନ୍ଦ ପାଏ ତାହା ନିର୍ଭର କରେ ସେ କେଉଁ ପ୍ରକାରର ଲୋକ । ମୁଁ ସେଇଥିପାଇଁ ଚନ୍ଦ୍ରପୁର କଥା କହିଲି ।”


ଗପ ସାରଣୀ

ତାଲିକାଭୁକ୍ତ ଗପ