ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଠେକୁଆ ଏବଂ ଚୁଟିଆ ମୂଷା

ଅନେକ ଦିନ ତଳର କଥା । ଜଙ୍ଗଲର ଏକ ବୃକ୍ଷରେ ମୁଁ ବସା ବାନ୍ଧି ରହୁଥାଏ । ସେହି ବୃକ୍ଷର ଏକ କୋରଡରେ “କପିଞ୍ଜଳ” ନାମକ ଏକ ଚୁଟିଆ ମୂଷା ବାସ କରୁଥାଏ । କିଛିଦିନ ପରେ ଆମ୍ଭ ଦୁଇ ଜଣଙ୍କ ମଧ୍ୟରେ ବନ୍ଧୁତା ହୋଇଗଲା । ପ୍ରତିଦିନ ସନ୍ଧ୍ୟା ହେଲେ ଆମେ ବସାକୁ ଫେରୁ । ଧର୍ମ ଆଲୋଚନା ଏବଂ ହସ ଖୁସିରେ ଆମର ସମୟ ଅତିବାହିତ ହୋଇଯାଉଥିଲା । ଦିନେ କପିଞ୍ଜଳର ଅନ୍ୟ କେତେକ ମୂଷାମାନଙ୍କ ସହିତ ଖାଦ୍ୟ ସଂଗ୍ରହ କରିବାକୁ ଯାଇ, ଆଉ ଫେରିଲା ନାହିଁ । କପିଞ୍ଜଳ ନ ଫେରିବାର ଦେଖି ମୋତେ ବହୁତ ବ୍ୟସ୍ତ ଲାଗିଲା । ନାନାପ୍ରକାର ଦୁଃଶ୍ଚିନ୍ତା ମୋତେ ଗ୍ରାସ କଲା । ଶେଷରେ ମୁଁ ଭାବିଲି ଯଦି କପିଞ୍ଜଳ ଜୀବିତ ଥିବେ । ତା’ହେଲେ ସେ ନିଶ୍ଚୟ ଫେରିଆସିବେ । ସେ ମୋତେ ଛାଡି କଦାପି ବଂଚିପାରିବେ ନାହିଁ । କିନ୍ତୁ ତହିଁ ଆରଦିନ ମଧ୍ୟ କପିଞ୍ଜଳ ଫେରିଲେ ନାହିଁ । କିଛିଦିନ ଅତିକ୍ରାନ୍ତ ହୋଇଗଲା । କପିଞ୍ଜଳ ଫେରିଲେ ନାହିଁ ।

       କିଛିଦିନ ପରେ ‘ଶୀଘ୍ରଗ’ ନାମକ ଏକ ଠେକୁଆ କେଉଁ ଆଡୁ ଆସି ସେହି କୋରଡରେ ବସା ବାନ୍ଧି ବାସ କଲା । ସେତେବେଳକୁ ମୁଁ କପିଞ୍ଜଳଙ୍କୁ ଯେ କେବେ ଦେଖିପାରିବି, ସେ ଆଶା ଛାଡି ଦେଇଥାଏ । ଠେକୁଆଟି ଆସି ସେଠାରେ ରହିବାରୁ ମୁଁ ମଧ୍ୟ ସେଥିରେ ପ୍ରତିବାଦ କଲିନାହିଁ । କିଛିଦିନ ପରେ କପିଞ୍ଜଳ ପାଚିଲା ଧାନ ଖାଇ, ବେଶ୍ ମୋଟା ସୋଟା ହୋଇ ନିଜ ବସାକୁ ଫେରି ଆସିଲେ । କିନ୍ତୁ ବସାରେ ଶୀଘ୍ରଗକୁ ଦେଖି ରାଗିଗଲେ ଏବଂ ତା’ ସହିତ ଝଗଡା ଆରମ୍ଭ କରିଦେଲେ । ଦୁହେଁ ନାନା ପ୍ରକାର ଧର୍ମ ଶାସ୍ତ୍ରରେ ଥିବା ନୀତିବାକ୍ୟ ଗୁଡିକର ଉଦାହରଣ ଦେଉଥାଆନ୍ତି । କେହି ଯୁକ୍ତିରୁ ଓହରୁ ନଥାଆନ୍ତି । ଶେଷରେ ଦୁହେଁ ସ୍ଥିରକଲେ ଜଣେ ପଣ୍ଡିତଙ୍କ ନିକଟକୁ ଯିବେ ଏବଂ ସେ ଯାହା କହିବେ ତାହାକୁ ସେମାନେ ଗ୍ରହଣ କରିବେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ