ଗୋଟିଏ ରାଜ୍ୟରେ ଜଣେ ରାଜା ଥିଲେ । ଗୋଟିଏ ଉକୁଣୀ କେଉଁଠାରୁ ଆସି ରାଜାଙ୍କ ଶେଯରେ ଲୁଚି ରହିଲା । ଦିନେ ଖଟର ବିଛଣା ଝାଡିବାବେଳେ ଟିଟିଉ ନାମରେ ଗୋଟିଏ ଛାରପୋକ କେଉଁଠାରୁ ଉଡିଆସି ସେହି ବିଛଣାରେ ଲୁଚିଗଲା । ଛାରପୋକ ଓ ଉକୁଣୀକୁ କେହି ଦେଖି ପାରିଲେ ନାହିଁ । ହେଲେ ଛାରପୋକ ଉକୁଣୀ ଆଖିରେ ପଡିଗଲା । ବିଛଣା ବିଛା ହେବା ପରେ ଉକୁଣୀ ଆସି ଛାରପୋକକୁ କହିଲା, “କିରେ, ତୁ କାହିଁକି ଆସି ମୋ ଘରେ ପଶିଗଲୁ? ଏ ଜାଗା ଛାଡି ଶୀଘ୍ର ଚାଲିଯାଅ?
ଛାରପୋକ ଦୁଇହାତ ଯୋଡି କହିଲା, “ମିତ୍ର ! ତୁମେ ଏମିତି ରାଗିଲେ ମୁଁ କାହାର ହେବି କହିଲ? ମୁଁ କେତେଆଡୁ କେତେ ପ୍ରକାର ରକ୍ତ ଖାଇ ସେସବୁର ସୁଆଦ ଜାଣିଛି; କିନ୍ତୁ ଶପଥ କରି କହୁଛି, ମୁଁ କେବେ ରାଜା ରକ୍ତ ଖାଇନି । ସେହି ସୁଆଦଟିକିଏ ଚାଖିବି ବୋଲି ଏଠାକୁ ପଳାଇ ଆସିଛି । ଏଠାରେ କିଛିଦିନ ରହିବାପାଇଁ ମୋତେ ଟିକିଏ ଅନୁମତି ଦିଅ । ଏମିତି ଖରାପ ବ୍ୟବହାର କରନା ।”