ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

କରଜ ଆଦାୟ

ବୀରବାବୁ ଓ ମଥୁରୀବାବୁ ଦୁହେଁ ଗାଁମୁଣ୍ଡ ବରଗଛ ତଳେ ଥିବା ବେଦୀ ଉପରେ ବସି ଗଳ୍ପ କରୁଥିଲେ । ଗଗନ ସେଠାକୁ ଧଇଁ ସଇଁ ହୋଇ ଦୌଡି ଆସି ପହଁଚି ମଥୁରୀ ବାବୁଙ୍କୁ କହିଲା, “ବାବୁ, ଦୟାକରି ମୋତେ ଚାରିମାସ ପାଇଁ ଶହେଟଙ୍କା କରଜ ଦିଅନ୍ତୁ । ମୁଁ ସୁଧମୂଳ ମିଶାଇ ଶୁଝିଦେବି । ବଡ ବିପଦରେ ପଡିଛି ।”

                “ତୁମକୁ ଦେବାରେ ମୋର କୌଣସି ଆପତ୍ତି ନାହିଁ । କିନ୍ତୁ ଗ୍ରାମର କେହି ଭଦ୍ର ବ୍ୟକ୍ତି ଟିକିଏ ସୁପାରିଶ୍ କଲେ, ମୁଁ ଏହିକ୍ଷଣି ତୁମ ହାତରେ ଟଙ୍କା ଧରାଇ ଦେବି ।” ମଥୁରୀବାବୁ ଏହା କହିଲେ ଓ ବୀରବାବୁଙ୍କ ଆଡେ ସେ ଅନାଇଲେ ।

                ବୀରବାବୁ ତୁରନ୍ତ କହି ପକାଇଲେ, “ହୁଏତ ଦିନେ ଦୁଇଦିନ ଡେରି ହେବ, କିନ୍ତୁ ଗଗନର କଥା କେବେବି ମଧ୍ୟ ମିଥ୍ୟା ହୁଏ ନାହିଁ । ସେ ଅଟଳ ।”

                ମଥୁରୀବାବୁ ତତ୍କ୍ଷଣାତ୍ ଶହେଟଙ୍କା କାଢି ଦେଇ ପକାଇଲେ । ପରଦିନ ରାସ୍ତାରେ ବୀରବାବୁ ଓ ମଥୁରୀବାବୁଙ୍କର ଦେଖା ହେବା ମାତ୍ରେ ବୀରବାବୁ କହିଲେ, “ଭାଇ, ଗଗନ ବିଷୟରେ ଟିକେ ସାବଧାନ ରହିବ; ଟଙ୍କା ଆଦାୟ କରିବାକୁ ଦୌଡି ଦୌଡି ତୁମର ଚପଲ ପଛେ ଛିଡିଯିବ, କିନ୍ତୁ ସେ ତା’କଥାରେ ଅଟଳ ।” ମଥୁରୀବାବୁ କହିଲେ “କିନ୍ତୁ ତୁମେ ତ କାଲି ତାକୁ ସୁପାରିଶ କରି କହିବାରୁ ମୁଁ ଟଙ୍କା ଦେଲି; ପୁଣି ଆଜି ଏପରି କଥା କ’ଣ କହୁଛ?”

                “ମୁଁ ସେପରି ନ କହିଥିଲେ ମୋର ଟଙ୍କାଟି କେମିତି ପାଇଥାନ୍ତି? ଟଙ୍କା କୋଡିଏ ନେଇ ମୋତେ ସେ ତିନିବର୍ଷ ଦୌଡାଉଛି । ତୁମଠୁ କାଲି ଟଙ୍କା ନେବା ପରେ ମୁଁ ତାକୁ ଯାଇ ଧରିଲି ଓ ମୋ କୋଡିଏଟି ଟଙ୍କା ସହଜରେ ଆଦାୟ କରି ପାରିଲି । ନଦେବାର ତା’ ପାଖରେ କିଛି ତ ଆଉ ଉପାୟ ନଥିଲା ।” ଏହା କହି ମଥୁରୀବାବୁଙ୍କୁ ନ ଚାହିଁ ସେ ଆଗକୁ ଚାଲିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ