ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବିଚାରବାନ ଚୋର

ଗୋଟିଏ ରାଜ୍ୟର ରାଜାପୁଅ ସହିତ ସେହି ରାଜ୍ୟର ମନ୍ତ୍ରୀପୁଅ ଓ ସାଧବପୁଅ ସାଙ୍ଗ ହେଉଥିଲେ । ତିନି ଜଣଙ୍କର ଘନିଷ୍ଠ ବନ୍ଧୁତା ଥିଲା । ତିନି ଜଣଙ୍କର ପ୍ରକୃତି ସମାନ ଥିବାରୁ ସେମାନେ ସାଙ୍ଗ ହୋଇଥିଲେ । ତିନିଜଣଯାକ ବହିରେ ଡୋରି ବାନ୍ଧି ଦେଇ ଖେଳ ତମାସାରେ ମାତିଥିଲେ । ଜଣେ ରାଜାପୁଅ ପାଠ ନ ପଢି ଖେଳ ତମାସାରେ ସମୟ ନଷ୍ଟ କରୁଥିବାରୁ ରାଜା ପୁଅ ଉପରେ ବିରକ୍ତ ହୋଇ ବହୁତ ଗାଳି ଗୁଲଜ କଲେ । କହିଲେ, “ ମୁଁ ତୋ ପରି କୁଳାଙ୍ଗାର ପୁଅ ଚାହେଁନା । ” ରାଜାପୁଅ ତା’ ସାଙ୍ଗମାନଙ୍କୁ ଏ ବିଷୟରେ କହିଦେଲା । ମନ୍ତ୍ରୀପୁଅ ଓ ସାଧବପୁଅ କହିଲେ, “ ରାମ ବୋଲେ ସୁଗ୍ରିବେ କ୍ଳେଶଭାଷା, ବେନିଜନେ ପଡିଛି ଏକାଦଶା । ଆମ ଦୁହିଁଙ୍କ ଅବସ୍ଥା ମଧ୍ୟ ତୋ ଭଳି । ଆମେ ପ୍ରତିଦିନ ବାପାଙ୍କଠାରୁ ଗାଳି ଖାଉଛୁ । ” ତିନିସାଙ୍ଗଯାକ ସ୍ଥିର କଲେ, ଆଉ ଏପରି ଅପମାନ ସହିବେ ନାହିଁ । ଘରଛାଡି ଦୂରକୁ ଚାଲିଯିବେ ।

       ହାତରେ ଧନ ନ ଥିଲେ ଯିବେ କେମିତି? କି ଉପାୟରେ ଧନ ମିଳିବ, ତିନିସାଙ୍ଗଯାକ ବସି ବିଚାର କଲେ । ସାଧବପୁଅ କହିଲା, “ ମୁଁ ଶୁଣିଛି ନଈ ସେପଟେ ଯେଉଁ ପର୍ବତଟା ଦିଶୁଛି, ତା’ ଉପରେ ପ୍ରଚୁର ମଣିମୁକ୍ତା ରହିଛି । ଆମେ ଯଦି ତା’ ଉପରକୁ ଯାଇପାରନ୍ତେ, ଆମର ଧନର ଅଭାବ ରହନ୍ତା ନାହିଁ । ”


ଗପ ସାରଣୀ

ତାଲିକାଭୁକ୍ତ ଗପ