ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଭୀମସେନ ଜାତକ

ଅନେକ ଦିନ ତଳେ ବୋଧିସତ୍ୱ ଜଣେ ସୁଦ୍ରର ପୁଅ ହୋଇ ଜନ୍ମହୋଇଥିଲେ । ସେତେବେଳେ ସେ ସେହି ରାଜ୍ୟରେ ଜଣେ ବଡ ବିଦ୍ବାନ ଥିଲେ । ବୋଧିସତ୍ୱ ତାଙ୍କର ଶିଷ୍ୟ ଥିଲେ । ସେ ଗୁରୁଙ୍କ ପାଖରେ ରହି ନାନା ଜ୍ଞାନ ଆହରଣ କଲେ । ସେ ଅସ୍ତ୍ରଶସ୍ତ୍ରର ମଧ୍ୟ ଶିକ୍ଷାପାଇଲେ । ଧନୁଶର ଚଳାଇବାରେ ସେ ବଡ ଧୁରନ୍ଧର ଥିଲେ ।

       ଏତେ ଗୁଣ ଥିଲେ କ’ଣ ହବ – ସେ ଦେଖିବାକୁ ବଡ ଅସୁନ୍ଦର ଥିଲେ । ବୋଧିସତ୍ୱ ଥିଲେ ବାମନ । ତାଙ୍କ ଦେହଟା ବଙ୍କା ଥିଲା । କିନ୍ତୁ ସେ ଭାରି ସାହସୀ ଥିଲେ । ତଥାପି ବୋଧିସତ୍ୱ ନିଜକୁ ବୀର ବୋଲି କହିବାକୁ ଲାଜକରୁଥିଲେ ।

       ପାଠପଢା ସରିବା ପରେ ବୋଧିସତ୍ୱ ଗୁରୁଙ୍କ ଘରୁ ଚାଲିଆସିଲେ । ସଂସାର ବିଷୟରେ ଜାଣିବାପାଇଁ ତାଙ୍କର ମନହେଲା । ସେ ଦେଶର ଚାରିଆଡେ ବୁଲିଲେ । ସେ ମନରେ ଭାବିଲେ – ଏଣିକି ରୋଜଗାର ପାଇଁ କିଛି ବାଟ ଧରିବା ଉଚିତ୍ । ମୋର ଯାହା ରୂପ, ସେଥିରେ ମୋତେ କିଏ ବା ଚାକିରୀ ଦେବ? ତେଣୁ ମୁଁ ଜଣେ ସୁନ୍ଦର ଚେହେରାର ଲୋକ ଖୋଜି ତା’ର ଆଶ୍ରା ନେବି । ମୋର ତ ଯୋଗ୍ୟତା ଅଛି । ତା’ ବଳରେ ମୁଁ ସେଇ ଲୋକର ଓ ମୋ ନିଜର ମଙ୍ଗଳ କରିପାରିବି ।

       ଜଣେ ସୁନ୍ଦର ଚେହେରାର ଲୋକ ଖୋଜିବା ପାଇଁ ସେ ବାହାରିଲେ । ଏକ ଗାଁରେ ଗୋଟିଏ ତନ୍ତୀ ସାଙ୍ଗରେ ତାଙ୍କର ଦେଖାହେଲା । ତନ୍ତୀଟି ଦେଖିବାକୁ ଗୋରା । ତାର ଛାତି ବେଶ୍ ଚଉଡା । ଦେହର ଗଠନ ବି ବେଶ୍ ସୁନ୍ଦର । ବୋଧିସତ୍ୱ ତନ୍ତୀକୁ ପଚାରିଲେ – “ତୁମେ କିଏ? କି କାମ କର?”


ଗପ ସାରଣୀ

ତାଲିକାଭୁକ୍ତ ଗପ