ଦେଶର ନାମ ବୈଜୟନ୍ତୀ ନଗର, ସେହି ନଗରରେ ଉଦିତ ସେନ ନାମରେ ଜଣେ ଜମିଦାର ଥିଲେ, ସେ ଏତେ ଧନୀ ଯେ ଲୋକେ ତାଙ୍କୁ ସାହୁକାର ନାମରେ ପରିଚିତ କରାନ୍ତି ।
ସେ ଉଦିତ ସେନଙ୍କର ସୁନ୍ଦରୀ ସ୍ତ୍ରୀଟିଏ ଥିଲା । ସେ ସ୍ତ୍ରୀଙ୍କର ନାମ ରମ୍ଭା । ସ୍ୱର୍ଗର ରମ୍ଭା ମେନକାଙ୍କ ପରି ସାହୁକାରଙ୍କର ସ୍ତ୍ରୀ ରମ୍ଭା ଏତେ ସୁନ୍ଦରୀ ଥିଲା ଯେ ପଥ ଚଲା ଲୋକଙ୍କର ସେ ଆଖିରେ ପଡି ଗଲେ ସେ ଲୋକ ଘଂଟାଏ କାଳ ରମ୍ଭାଙ୍କୁ ଦେଖିବାକୁ ଇଚ୍ଛା କରି ପଥରେ ଅଟକି ଯାଆନ୍ତି ।
ଦିନକର କଥା ସେହି ରାଜ୍ୟର କେତେକ ଲୋକ ତୀର୍ଥ କରିବା ନିମନ୍ତେ କାଶୀ ବନାରସ ବାହାରିଲେ । ସେମାନଙ୍କ ସଙ୍ଗରେ ସାହୁକାରଙ୍କ ସହିତ ତାଙ୍କ ସ୍ତ୍ରୀ ରମ୍ଭା ମଧ୍ୟ ବାହାରିଲେ । ତୀର୍ଥ ସ୍ଥାନରେ ପହଁଚିବା ଲାଗି ଅନେକ ଦିନର ରାସ୍ତା । ସେମାନେ ଯାଉ ଯାଉ ରାସ୍ତା ଥକି ପଡି ଏକ ଯାଗାରେ ସେମାନେ ସମସ୍ତେ ରହଣି କଲେ । ସେମାନେ ଯେଉଁଠାରେ ରହିଲେ ସେଠାରୁ ଖୁବ୍ ଦୂରରେ ଗୋଟିଏ ସୁନ୍ଦର ପୁଷ୍କରିଣୀ ଥିଲା । ସେହି ପୁଷ୍କରିଣୀ ନିକଟରେ ଜଣେ ସନ୍ନ୍ୟାସୀ ମଠ କରି ରହୁ ଥିଲେ ।
ସାହୁକାରଙ୍କ ସ୍ତ୍ରୀ ରମ୍ଭା ସ୍ନାନ କରିବା ନିମନ୍ତେ ସେହି ପୁଷ୍କରିଣୀକୁ ଯାଇ ସନ୍ନ୍ୟାସୀଙ୍କ ଉପରେ ତାଙ୍କର ଦୃଷ୍ଟି ପଡି ଗଲା । ସନ୍ନ୍ୟାସୀ ଜଣଙ୍କ ଯୁବକ ଥିଲେ, ଆଉ ମଧ୍ୟ ଖୁବ୍ ସୁନ୍ଦର ଥିଲେ । ସେପରି ଜଣେ ସନ୍ନ୍ୟାସୀଙ୍କୁ ଦେଖି ସାହୁକାରଙ୍କର ପତ୍ନୀ ତାଙ୍କ ରୁପରେ ମୋହିତ ହୋଇ ପଡିଲେ ।