ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

କାହାଣୀରେ ଅବୋଲକରା

ପୂର୍ବ କାଳରୁ ଏଯାବତ୍ ବତ୍ରିଶ ସିଂହାସନ ଠାରୁ ଆରମ୍ଭ କରି ଯେତେ ଗୁଡିଏ କାହାଣୀ ଇଣ୍ଡିଆର ଅନେକ ଭାଷାରେ ପ୍ରକାଶ ପାଇଛି ସେଥି ମଧ୍ୟରୁ ଅବୋଲକରା କାହାଣୀ ହେଉଛି ଅନ୍ୟତମ । ସେ କାଳର ଲୋକ ମାନଙ୍କର ରୁଚି ତଥା ଚାଲି ଚଳନକୁ ଅନୁଶୀଳନ କରି ଅବୋଲକରା କାହାଣୀ ପରି ଅନେକ ପୁସ୍ତକ ରଚନା କରା ଯାଇଛି । ଯେଉଁ ଥିରେ କି ସାମାଜିକ, ଐତିହାସିକ, ପୌରାଣିକ ଆଦି କଥା ବସ୍ତୁ ଭରପୁର କରା ଯାଇଛି । ଆଉ ମଧ୍ୟ ଏହି କାହାଣୀ ମାଧ୍ୟମରେ ପାଠକ ମାନଙ୍କୁ ଯୋଗାଇ ଦିଆ ଯାଇଛି ସାହିତ୍ୟ, ବ୍ୟାକରଣ, ବେଦ, ଉପନିଷଦ, ପୁରାଣର ପାଠ୍ୟବସ୍ତୁ ।

                ପୂର୍ବେ ମଧ୍ୟ ଏପରି ଅନେକ ପାଠକ ଗୋଷ୍ଠୀ ଥିଲେ ସେମାନେ ପୁରାଣ ଆଦି ପୁସ୍ତକକୁ ଦେବ ସ୍ଥାନୀୟ ଦେବତା ତୁଲ୍ୟ ନାଲି ବସ୍ତ୍ରରେ ମଣ୍ଡିତ କରାଇ କାଠର ଚୌକି ଉପରେ ପୂଜା କରି ସାଇତି ରଖୁ ଥିଲେ । ଦିବସର ସମସ୍ତ କାର୍ଯ୍ୟରୁ ନିସ୍ତାର ପାଇବା ପରେ ତାହା ସମସ୍ତ ପାଠ କରି ନିଜ ମନ ମଧ୍ୟରେ ଧାର୍ମିକ ଭାବ ଜାଗ୍ରତ କରାଉ ଥିଲେ । ଆଉ ମଧ୍ୟ ପଂଚତନ୍ତ୍ରାଦି କାହାଣୀ ପରି ଅନେକ କାହାଣୀ ଅଛି ଯେଉଁ ସବୁ କାହାଣୀ ପାଠ କରି ଇଣ୍ଡିଆର ଧର୍ମ ପରାୟଣ ଲୋକମାନେ ନାନା କଥାର ନ୍ୟାୟ ଅନ୍ୟାୟ ମଧ୍ୟ ବାଛି ପାରୁ ଥିଲେ ।

                ବର୍ତ୍ତମାନର ମନୁଷ୍ୟ ନିଜେ ଜାଣି ଅଜଣା ପରି ଏକ କାଳ ଚକ୍ରରେ ପେଷି ହେବାରେ ଲାଗିଛି, ଯେଉଁଥିରେ କି ଉପରୋକ୍ତ ପୁରାଣ କାହାଣୀ ଆଦି ପାଠ କରିବା ନିମନ୍ତେ ସେ ସମୟ ପାଉ ନାହିଁ । ତେଣୁ ଅଳ୍ପ ସମୟ ମଧ୍ୟରେ ଏକ ବିରାଟ ଗ୍ରନ୍ଥର ବିଷୟକୁ ପାଠ କରି ତା’ର ସାରମର୍ମକୁ ଗ୍ରହଣ କରିବା ମନୁଷ୍ୟ ପକ୍ଷେ ଅସମ୍ଭବ ହୋଇ ପଡୁ ଥିବାରୁ ପାଂଚ ଖଣ୍ଡ ଅବୋଲକରା କାହାଣୀର ସାରାଂଶ ବିଷୟବସ୍ତୁକୁ ନେଇ ଖଣ୍ଡିକିଆ ଅବୋଲକରା କାହାଣୀର ସାରାଂଶ ଦିଆଗଲା ।

ପ୍ରାଚୀନ କାଳରେ ଗୋପାଳଭାଣ୍ଡ, ଯଦୁମଣୀ, କାଳିଦାସଙ୍କ ଭଳି ରାଜ ଦରବାର ମାନଙ୍କରେ ରାଜକିୟ ଉପଦେଷ୍ଟା ମାନଙ୍କର ବହୁ ଆବଶ୍ୟକତା ଥିଲା । ଉକ୍ତ ଉପଦେଷ୍ଟା ମାନଙ୍କ ପରି ଅବୋଲକରା କାହାଣୀରେ ମଧ୍ୟ ଜଣେ ପ୍ରସିଦ୍ଧ ଉପଦେଷ୍ଟା ଥିଲେ । ଏହି ଉପଦେଷ୍ଟାଯେ ଜଣେ ନିପୁଣ ଜ୍ଞାନ ଅର୍ଜନ କରି ଥିଲେ ତାହା ନୁହେଁ, ଚତୁର ବ୍ୟଙ୍ଗକାର ବହୁ ପୁରାଣ, ଇତିହାସ, ସାହିତ୍ୟ, ବ୍ୟାକରଣ, ବେଦ, ବେଦାନ୍ତରେ ମଧ୍ୟ ଗଭୀର ଜ୍ଞାନ ଅର୍ଜନ କରି ଥିଲେ ।

ଦିନକର କଥା ଉପଦେଷ୍ଟାଙ୍କର ଇଚ୍ଛା ହେଲା ଯେ ବର୍ଦ୍ଧିତ ବୟସରେ ନିହାତି କିଛି ତୀର୍ଥ ଭ୍ରମଣ କରିବାର କଥା, ସେଥି ଲାଗି ସେ ତୀର୍ଥ ଭ୍ରମଣ ନିମନ୍ତେ ପ୍ରସ୍ତୁତ ହୋଇ ଯିବା ପରେ ତାଙ୍କର ମନେ ପଡି ଗଲା ଯେ ସାଥିରେ ଜଣେ ଶିଷ୍ୟଙ୍କୁ ନନେଲେ ତାଙ୍କର ସେବାଦି କାର୍ଯ୍ୟ କରିବାକୁ କାହାରଯେ ଅନୁସରଣ କରିବେ ସେଥି ଲାଗି ଶିଷ୍ୟ ଗୋଟିଏ ଲୋଡିବାକୁ ବାଧ୍ୟ ହୋଇଥିଲେ । ସେଥି ଲାଗି ସେ ଖୋଜି ଥିଲେ ଜଣେ ଶିଷ୍ୟ । ଏହା ପରେ ଉପଦେଷ୍ଟା ଏହି ପରି ଶିଷ୍ୟଟିଏ ଯୋଗାଡ କରିବାକୁ ଯାଇ ଯେଉଁ ଶିଷ୍ୟଟିକୁ ଯୋଗାଡ କଲେ ସେ କର୍ମରେ ବାରିକ ଥିଲା । ନାମଟି ତା’ର ଥିଲା ମକରା ।

ମକରା ଥିଲା ବେଶ୍ ଚାଲାଖ୍ ଚତୁର ପିଲା । ଆଉ ମଧ୍ୟ ଉପଦେଷ୍ଟାଙ୍କର ହିସାବରେ ସେ ହେବ ତାଙ୍କ ନାତି ।

ଯାହା ହେଉ, ଉପଦେଷ୍ଟାଙ୍କର ଶିଷ୍ୟ ଯୋଗାଯୋଗ ଠିକ୍ ହେଲା । ସେହି ନାତି ମକରାକୁ ସାଥିରେ ଧରି ତୀର୍ଥ ଭ୍ରମଣରେ ବାହାରି ଯିବାକୁ ସ୍ଥିର କରି ମକରାକୁ ଘର ଡକାଇ ପଠାଇଲେ । ମକରା ମଧ୍ୟ ଅଜାଙ୍କ ସାଥିରେ ତୀର୍ଥ ଭ୍ରମଣରେ ଯିବାକୁ ଖୁବ୍ ଖୁସି ହୋଇ ବିଳମ୍ବ ନକରି ଉପଦେଷ୍ଟାଙ୍କ ପାଖରେ ଆସି ଉପସ୍ଥିତ ହୋଇ ଗଲା । ଉପଦେଷ୍ଟା ମକରାକୁ ଦେଖିବା ମାତ୍ରେ ଖୁବ୍ ଖୁସି ହୋଇ ମଧୁର ହସଟିଏ ହସି ଦେଲେ ଆଉ ପଚାରିଲେ ଆସି ଗଲୁନା ନାତି । ମୋ ସାଥିରେ ତୀର୍ଥ ଭ୍ରମଣରେ ଯିବୁକି ।

ମକରା କହିଲା – ଖାଲି ତୀର୍ଥ ନୁହେଁ, ତୀର୍ଥ କରି ଯିବାକୁ ହେଲେ ତୁମ ଭଳି ଜଣେ ଚତୁର ବ୍ୟଙ୍ଗକାର ଉପଦେଷ୍ଟା ନିହାତି ଦରକାର । ଅଜା ନାତି ସାଙ୍ଗ ହୋଇ ଗଲେ ସିନା ତୀର୍ଥ ଭ୍ରମଣରୁ ମଜା ଉଠାଇବା ।

ଉପଦେଷ୍ଟା କହିଲେ ପଥ ମଧ୍ୟରେ ମୁଁ ତୋତେ ଯାହା ଯାହା କରିବାକୁ କହିବି, ତୁ ମଧ୍ୟ ତାହା ସବୁ ଶିଷ୍ୟ ପରି ତୁଲାଇ ପାରିବୁ ତ?

ମକରା କହିଲା – କାହିଁକି ତୁଲାଇ ପାରିବି ନାହିଁ । ମୁଁ ସମସ୍ତ କାର୍ଯ୍ୟ ଆପଣଙ୍କ ପାଇଁ ସୁରୁଖୁରୁରେ କରିବି, ଆପଣଙ୍କର ସେବା କରିବି, ଆପଣଙ୍କର ସେବା କଲେ ତ ମୁଁ କୃତାର୍ଥ ହୋଇଯିବି । ଯିବି, ନିଶ୍ଚୟ ଯିବି । ଚତୁର ବ୍ୟଙ୍ଗକାର କହିଲେ ଚଲା ପଥରେ ଯେତେବେଳେ ଯାହା କହିବି ମାନିବୁତ ମକରା । ଯିବା ପଥରେ ମୋର ବୋଲକରା ହେବୁ । ପଥ ମଧ୍ୟରେ ଯେପରି ମୋତେ ହଇରାଣ ନକରୁ ।

ମକରା ଉପଦେଷ୍ଟାଙ୍କର ଗୋଡ ଧରି ପକାଇ କହିଲା ମୋତେ ସାଙ୍ଗରେ ନିଅନ୍ତୁ ଦେଖିବେ ନାହିଁ ମକରାର କରାମତି, ହେଲେ….  ଚତୁର ବ୍ୟଙ୍ଗକାର ପଚାରିଲେ – ହେଲେ ପୁଣି କ’ଣ କିରେ ମକରା?

ଆପଣଙ୍କ ସାଙ୍ଗରେ ଗଲେ ମୁଁ ତ କେତେ ସବୁ ମହତ ଜାଗାକୁ ଯିବି, ତୀର୍ଥ କରିବି, ନୂଆ ନୂଆ ଜାଗା ସବୁ ବୁଲି ଦେଖିବି, ଆପଣଙ୍କର ସମସ୍ତ କଥାକୁ ମାନି ବୋଲକରା ହେବି । ହେଲେ ମୁଁ ଯେତେବେଳେ ଯେଉଁ ଠାରେ ଯାହା ଦେଖିବି ବୁଝି ନପାରିଲେ ମୋତେ ବୁଝାଇ ଦେବ ତ? ଯଦି ବୁଝାଇ ନ ପାରିବ, ଜାଣ ପାନରୁ ଚୂନ ଛାଡିଲା । ସେହି ଠାରୁ ମୋର ତୀର୍ଥ ଯିବା ବନ୍ଦ । ସେଇଠୁ ଫେରି ଆସିବି ଆଉ ତୁମର ବୋଲକରା ହୋଇ ରହିବି ନାହିଁ । ତେଣିକି ମୋତେ ଅବୋଲକରା କୁହ ବା ଯାହା କହୁଛ କୁହ ।


ଗପ ସାରଣୀ

ତାଲିକାଭୁକ୍ତ ଗପ