ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଚତୁରୀ ରମଣୀ

  ପ୍ରଥମ ପ୍ରହରେ ମୌନାବତୀ କଥା କହି ମୌନ ହେଲା । ରାଜା ବିକ୍ରମାଦିତ୍ୟ ବେତାଳଙ୍କୁ ଡାକି ନିରୋଳାରେ କହିଲେ – ମୁଁ ଯାହା ପ୍ରଶ୍ନ କରିବି ତୁମ୍ଭେ ଓଲଟା ଉତ୍ତର ଦେବ । ବର୍ତ୍ତମାନ ତୁମ୍ଭେ ଘଟ ମଧ୍ୟରେ ରୁହ । ରାଜା ଦାସୀମାନଙ୍କୁ ଡାକି ଘଟକୁ ପ୍ରଶ୍ନ କଲେ । ରାଜା ବିକ୍ରମାଦିତ୍ୟ ଘଟକୁ କହିଲେ ତୁମ୍ଭର ଜେମା ମୌନ ଅଛନ୍ତି । ମୁଁ ଯାହା ପଚାରିବି ବିଚାର କରି ତା’ର ଉତ୍ତର ଦେବ ।

        ଜଣେ ଧନିକ ବୈଶ୍ୟର ପାଂଚଗୋଟି ପୁତ୍ରଥିଲେ ସାନ ବୋହୂ ନିତି ଲୁଚି ଛପି କରି ପର ପୁରୁଷରେ ପ୍ରୀତିକରେ । ଦିନେ ତା’ର ସ୍ୱାମୀ ଘର କିଳିଦେଇ ଗଲା । ପରେ ସେ ଯାଇ ଜାର ପୁରୁଷ ସଙ୍ଗରେ ପ୍ରୀତି କଲା । ଘର କବାଟ କିଳାଦେଖି କବାଟ ଖୋଲିବାକୁ ଡାକିଲା । ତା’ର ସ୍ୱାମୀ କେବେ ଦ୍ୱାର ଖୋଲିଲା ନାହିଁ । ସେ ଚତୁରୀ ରମଣୀ ପୋଖରୀ କୂଳକୁ ଯାଇ ଜଳକୁ ଢେଲା ଫୋପାଡିଲା । ଜଳରେ ବୁଡି ମଲା ଭାବି ତା’ର ପୁରୁଷ କବାଟ ଖୋଲି ଧାଇଁଲା । ଦ୍ୱାରଖୋଲା ଦେଖି ସେ ଚତୁରୀ ନାରୀ ଘର ଭିତରକୁ ପଶିଗଲା । ତା’ ସ୍ୱାମୀ ସେ ନାରୀକୁ ପୋଖରୀ କୂଳରେ ନପାଇ ଘରକୁ ଫେରିଲା । ଗୃହକୁ ଫେରି ଦେଖିଲା ତା’ର ସ୍ତ୍ରୀ ନାହିଁ । ସ୍ୱାମୀ ତା’ର ସ୍ତ୍ରୀକୁ କହିଲା ତୁମ୍ଭେ ଏତେ ଲମ୍ପଟୀ । କେଉଁ ସ୍ୱାମୀ ସଙ୍ଗରେ ଯାଇ ପ୍ରତୀ କରୁଛ ।  ଦୁହେଁ କଳି ଲାଗିଯିବାରୁ ପଡିଶା ଲୋକେ ଆସିଲେ । ତା’ର ସ୍ତ୍ରୀକୁ କିଛି ନକହି ସେ ପୁରୁଷକୁ ନିନ୍ଦା କଲେ । ଘଟଣାରୁ ପ୍ରକୃତରେ କିଏ ଚତୁର ପୁରୁଷ କି ନାରୀ । ଘଟସ୍ଥିତ ବେତାଳ କହିଲା ପୁରୁଷ ଅଧିକ ଚତୁର ତେଣୁ ଦ୍ୱାର କିଳିଯାଏ । ଏ ଅନ୍ୟାୟ କଥା ମୌନାବତୀ ସହ୍ୟକରି ନପାରି କହିଲା ନାରୀ ଅଧିକ ଚତୁରୀ । ଦାସୀମାନେ ଥିଲେ ଦ୍ୱିତୀୟ ପ୍ରହରେ ମୌନାବତୀ କଥା ଶୁଣିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ