ପରମ ଧାର୍ମିକ ରାଜା ବିକ୍ରମାଦିତ୍ୟ । ସଦାସର୍ବଦା ବିକ୍ରମାଦିତ୍ୟଙ୍କ ଶରୀରରେ ପ୍ରବେଶ କରିବା ନିମିତ୍ତ ଚେଷ୍ଟା କରନ୍ତି ମାତ୍ର ପାରନ୍ତିନି । ନିଜ ମନେ ମନେ ଗ୍ରହରାଜ ବିଚାର କରନ୍ତି କ’ଣ ସତରେ ରାଜାର ଧର୍ମବଳ ନିକଟରେ ମୁଁ ହାର ମାନିବି । ରାଜା ବିକ୍ରମାଦିତ୍ୟଙ୍କର ଏକଥା କିଛି ମନେ ନାହିଁ । ଭୋଜନ ପୂର୍ବରୁ ରାଜା ପାଦଧୌତ କରନ୍ତି । ଦିନେ ପଦଧୌତ କରୁଛନ୍ତି ତାଙ୍କର ଗୋଇଠି ତଳେ ଜଳ ଲାଗିଲା ନାହିଁ । ଗ୍ରହରାଜତ ସୁଯୋଗ ଉଣ୍ଡୁଥିଲେ । ସେହି ପଥଦେଇ ରାଜାଙ୍କର ଶରୀର ମଧ୍ୟରେ ପ୍ରବେଶ କଲେ । ତାଙ୍କର ଶରୀର ମଧ୍ୟରେ ନାନାପ୍ରକାର ରୋଗ ଜାତହେଲା । ରାଜା ନିଜର ସ୍ୱଧର୍ମ କର୍ମ ତ୍ୟାଗକଲେ । ବନ୍ଧୁଜନଙ୍କୁ ପରିତ୍ୟାଗ କଲେ । ପାତ୍ରମନ୍ତ୍ରୀ ଆଦି ପାରିଷଦମାନଙ୍କୁ ବାହାର କରିଦେଲେ । ହିତକଥାକୁ ଅହିତ ମଣିଲେ । ନିଜର ଭଣ୍ଡାରର ଧନରତ୍ନ ପଶା ଖେଳି ଉଡାଇ ଦେଲେ । ରାଜ୍ୟରେ ଦୁର୍ଭିକ୍ଷ ପଡିବାରୁ ପ୍ରଜାମାନେ ମୃତ୍ୟୁବରଣ କଲେ । ରାଣୀ ଭାନୁମତୀ ଏ ଅବସ୍ଥା ଦେଖି ଆପଣାମନରେ ଚିନ୍ତାକଲେ ଗ୍ରହରାଜ ଶନିଶ୍ଚରଙ୍କର କୋପଦୃଷ୍ଟିରୁ ଏପରି ଫଳ ମିଳିଲା । ଭାନୁମତୀ ବିକ୍ରମାଦିତ୍ୟଙ୍କୁ ଅନେକ ବୁଝାଇ କହିଲେ । ନୃପତି ତାଙ୍କ କଥାକୁ କର୍ଣ୍ଣପାତ କଲେନାହିଁ । କିଛିଦିନ ଗତହେଲା । ଶନିଶ୍ଚର ଚିନ୍ତାକଲେ ଗୃହରେ ରହିବାରୁ ଏ ରାଜା ମୋତେ ଚିହ୍ନିପାରୁ ନାହିଁ । ତା’ର ରାଜ୍ୟ ହରଣ କରି ତାକୁ ମୁଁ ବନକୁ ପଠାଇଲେ ତା’ର ଗର୍ବ ଚୂନା ହେବ । ଶନିଶ୍ଚର ମନରେ ଏହିପରି ଚିନ୍ତା କରି ବିକ୍ରମାଦିତ୍ୟଙ୍କୁ ରାଜ୍ୟରୁ ତଡିଦେଲେ । ଯାହା ଦ୍ୱାରକୁ ବିକ୍ରମାଦିତ୍ୟ ଯାଆନ୍ତି ଲୋକେ ତାଙ୍କ ଉପରକୁ ଧୂଳି ପକାନ୍ତି । ଭାଗ୍ୟରେ ଯାହା ଅଛି ସେ ଭୁଞ୍ଜୁଛନ୍ତି । ଭିକ୍ଷାମାଗି ରାଜା ଦୁଇଦିନରେ ଥରେ ଭୋଜନ କରନ୍ତି । ଶନି ଚିନ୍ତାକଲେ ଏହାକୁ ଆହୁରି କଠିନ ଶାସ୍ତି ଦେବି । ଏପରି ଚିନ୍ତା କରି ଅଜଗର ସର୍ପ ରୂପରେ ରାଜାଙ୍କ ପେଟରେ ପ୍ରବେଶ କଲେ । ତାଙ୍କର ପେଟ ବଢିବାକୁ ଲାଗିଲା । ଅଙ୍ଗ ପ୍ରତ୍ୟଙ୍ଗମାନ କ୍ଷୀଣ ହେଲା । ଘୁସୁରି ଘୁସୁରି ବନସ୍ତରେ ବୁଲନ୍ତି । କଂଟାବାଜି ଦେହସାରା ଚିରି ହୋଇଗଲା । ଅନେକ କଷ୍ଟ ପାଇବାରୁ ନୃପତି ଶନିଶ୍ଚରଙ୍କୁ ସ୍ତବକଲେ । ତଥାପି ସେ କ୍ରୁର ଗ୍ରହ ବିକ୍ରମାଦିତ୍ୟକୁ ମାରିଦେବା ନିମିତ୍ତ ଚେଷ୍ଟାକଲେ । ଶନିଶ୍ଚର ନୃପତିଙ୍କୁ ସ୍ୱର୍ଣ୍ଣବତୀ ନଦୀକୁ ଫିଙ୍ଗିଦେଲେ । ଜଳରେ ପଡି ନୃପତି ଭାବିଲେ ଏ ଦଣ୍ଡ ମୁଁ ପାଉଛି ଶନିଙ୍କ କୋପରୁ । ନୃପତି ଭାବିଲେ ଯେବେ ଧର୍ମଥିବ ମୁଁ ନିଶ୍ଚିତ ଉଦ୍ଧାର ପାଇବି । ରାଜା ବିକ୍ରମାଦିତ୍ୟ ମାତା ଧନ ଦେବୀଙ୍କ ସ୍ତବ ପଠନ କରି କହିଲେ ମୋତେ ରକ୍ଷାକର । ତୁମ୍ଭେ ନ ରଖିଲେ ମୁଁ ବିନାଶ ହେଲି । ନ୍ୟାୟ କରି ମୁଁ ଯେବେ ଏ ଦୁଃଖପାଏ ସଂସାରରେ ସତ୍ୟଧର୍ମ କିପରି ରହିବ । ଧନ ଦେବୀଙ୍କୁ ସ୍ତୁତି କରିବା ଦେଖି ଶନିଶ୍ଚର ସପ୍ତବାର ତାଙ୍କୁ ଜଳରେ ବୁଡାଇ ଦେଲେ । ରାଜାଙ୍କର ଜୀବନ କଣ୍ଠାଗ୍ରତ ହେବା ଦେଖି କୂଳରେ ଲଗାଇ ଦେଲେ । ରାଜା ବିକ୍ରମାଦିତ୍ୟଙ୍କ ଉପରେ ଶନିଙ୍କର କୃପାଦୃଷ୍ଟି ପଡିଲା । ନୃପତିଙ୍କର ଦୁଃଖ ଦୂରହେଲା । ସେ ମରାଠାରେ ଯାଇ ପହଁଚିଲେ ।
ଶନି କୋପ ଓ ଧନ ଦେବୀଙ୍କ କୃପା
You may also like
ଗପ ସାରଣୀ
ଲୋକପ୍ରିୟ
ତାଲିକାଭୁକ୍ତ ଗପ
- ରୂପଧରଙ୍କ ଯାତ୍ରା
- ବୁଧିଆ ଶିଆଳ
- ଅସୁସ୍ଥ ବଳଦ ସଂଜୀବକ କାହାଣୀ
- ପରିଶ୍ରମ କରି କିଏ ଛୋଟ ହୋଇଯାଏନାହିଁ
- ବିଶ୍ୱାସ ଘାତକ ବନ୍ଧୁ
- ମାମୁଁ ଘର ଓଳି ପୁଅ ହୋଇଛି
- ଶକରକନ୍ଦ
- ଅକୃତଜ୍ଞକୁ ଶାସ୍ତି
- ସାଧୁ ବାବା
- ମାଛଖିଆ ଭୂତ
- ଦୁଇ ପ୍ରତିବେଶୀ
- ବାଜି ଜିତି ବାହା
- ବୀର ହନୁମାନ
- ସଦୁପଦେଶ
- ଧାନ କ୍ଷେତ
- ଶିକ୍ଷାକୁ କାମରେ ଲଗାଇଲେ ସୁଫଳ ମିଳେ
- ରୂପଧରଙ୍କ ଯାତ୍ରା
- ଅବିଶ୍ୱାସୀ ଉସମାନ ଓ ଚଣ୍ଡାଳ କନ୍ୟା କଳା
- ମହାନୁଭବତା ମଣିଷକୁ ମହାନ୍ କରିଦିଏ
- ବିଶ୍ୱସ୍ତ ଭୃତ୍ୟ
- ଦୁଇଟି ବୃକ୍ଷର କଥା
- ସଂଗେ ସଂଗେ ଧରିଆଣ
- କୁଜାର ଅଦ୍ଭୁତ ଭେଳିକି
- ଅସଲ ନେତାଟି କିଏ
- ବୈଦେହୀ କଥା
- ନିଜେ ଭଲ ହେଲେ ଦୁନିଆ ଭଲ ହେବ
- ଗର୍ବ ଭାଙ୍ଗିଦେଲେ ଜଳପରୀ
- ଅଚିହ୍ନା ଲୋକକୁ ବିଶ୍ୱାସ କରିବ ନାହିଁ
- ତାରାମତୀ କଥା
- ରାମନାଥଙ୍କ ବୁଦ୍ଧି
- ଯେ ପାଂଚେ ପରର ମନ୍ଦ
- ବୀର ହନୁମାନ
- କୁମ୍ଭୀର, ମାଙ୍କଡ କଥା
- ତୋ ବାବା ମୁଁ
- ଅପୂର୍ବଙ୍କ ପରାକ୍ରମ
- ପରୀକ୍ଷା
- ରାଜନୀତି
- କୃଷ୍ଣାବତାର
- ଚୋରୀଧରା
- ଗୁରୁଦକ୍ଷିଣା
- କଡମାଛ ଓ ରାଜକୁମାରୀ
- ସମାଧାନ
- କୁକୁଡାର ନାଲିଚୁଳ
- ବିବେକ ଓ ବଚନ
- ବଳ ପରୀକ୍ଷା
- ବୁଦ୍ଧି ଓ ବିବେକ
- ପରିବର୍ତ୍ତନ
- ବିଚରା ପଣ୍ଡିତ
- ତମାଖୁ ଶରୀର ପାଇଁ କ୍ଷତିକାରକ
- ଦୁଇ ଭୂତୁଣୀ
- କ୍ରୋଧ ମଣିଷର ଶତ୍ରୁ
- ମାଲ୍ୟାଣୀ କଥା
- ସାଙ୍ଗ ସାଙ୍ଗକୁ ସବୁ ବେଳେ ରକ୍ଷା କରେ
- ଆସ ଆମେ ସମସ୍ତେ କଠିନ ପରିଶ୍ରମ କରିବା
- ଦୋଷ କାହାର
- ମୁନିକ ଜାତକ
- ବୀର ହନୁମାନ
- ପ୍ରଜା ଚାହିଁ ରାଜା
- ମହାଭାରତ
- ମେଷପାଳକର ବୁଦ୍ଧି
- ସିଂହ ଏବଂ ଗଧ କଥା
- ବାଲେଶ୍ୱରୀ ପଙ୍ଗାଲୁଣ
- ରାଜାଙ୍କ ପରୀକ୍ଷା
- ବୁଦ୍ଧି ପରୀକ୍ଷା
- ବିଚିତ୍ର ପୁଷ୍ପ
- ପେଟ ଓ ଶରୀର
- କୃଷ୍ଣାବତାର
- ପାପ
- ଅନୁତାପର ନିଆଁ
- ବୁଦ୍ଧି ଓ ସିଦ୍ଧି
- ବୀଣାର ବିବାହ
- ଆୟ ଦେଖି ବ୍ୟୟ କର
- ମୁଖିଆଙ୍କର କୁକାର୍ଯ୍ୟ
- କୃଷ୍ଣାବତାର
- ଚାରି ସଙ୍ଗାତ କଥା
- ଅଫିମିଆର ସାକ୍ଷ୍ୟଦାନ
- ପଶୁପକ୍ଷୀଙ୍କ ଶବ୍ଦ
- ପୁରୁଣା ଅଭ୍ୟାସ
- ଯାହାଙ୍କର ଦରବ ତାଙ୍କୁ ଦେଲେ ସେ ଖୁସି ହେବେ କେମିତି
- ରୂପଧରଙ୍କ ଯାତ୍ରା
- ସାହସୀ ବିକ୍ରମ
- ଜମିଦାର ରାଜା
- ମିତବ୍ୟୟୀ
- ଇଏତ ରାମଦାସ
- ବାରିକ ଓ ଗୋପାଳ
- ବିନା ଲାଭରେ
- ରାଜାଙ୍କର କ୍ରୋଧ
- ରଙ୍ଗୀନ୍ ମୟୂର
- କାହାଣୀରେ ଅବୋଲକରା
- ଯଶ ଲିପ୍ସା
- ପରମାର୍ଥ ବିଦ୍ୟା
- ଚୁଲ୍ଲଧନୁଗ୍ଗହ ଜାତକ
- ଅତି ଲୋଭରେ ତନ୍ତୀ ମରେ
- ଅତିଲୋଭ ମୃତ୍ୟୁର କାରଣ
- ଗୋରା ସାହେବ କଳା ମଣିଷଙ୍କୁ କ୍ଷମା ମାଗିଲେ
- ଚୁଲ୍ଲପଦୁମ ଜାତକ
- ପରର ସ୍ତ୍ରୀ ରାଜକନ୍ୟା
- ସୋମସେନଙ୍କ ଚିତ୍ର
- ଅଯେୟ ଯୋଦ୍ଧା
- ଶିବଲୀଳା
- ଚଢେଇର ପର
- ରତ୍ନ ମଞ୍ଜରୀ କଥା
- ବୈଦ୍ୟଙ୍କ ଖ୍ୟାତି
- ମହାଭାରତ
- ଡରୁଆ ପିଲାଟି ଦୁର୍ଦ୍ଧର୍ଷ ବୀର ପାଲଟିଗଲା
- ରାକ୍ଷସର ଦାନ
- ଜାଦୂର ଥଳି
- ଭାଣ୍ଡର ଲଢେଇ
- ଅଶୋକ ସୁନ୍ଦରୀ
- ବେଙ୍ଗର ଦୁର୍ଦ୍ଦଶା
- ସର୍ପ – ମନ୍ତ୍ର
- ରାଜପଦର ମହତ୍ୱ
- ଅଶୁଭ ମୁଖ
- ଖୋସାମତିଆ
- ଗଙ୍ଗାସ୍ନାନର ଫଳ
- ଅଲୀନଚିତ ଜାତକ
- ଜିତୁ-ମିତୁ
- ବୀର ହନୁମାନ
- ଗଜମୂର୍ଖ
- ଯାଦୁ ସିଢି
- ବିବେକ ଧର୍ମ
- ମହାଭାରତ
- ସୂର୍ଯ୍ୟ ପୂର୍ବ ଦିଗରେ ଉଦୟ ହୁଅନ୍ତି
- ସ୍ତ୍ରୀର ଚାକର
- ବିକ୍ରମାଦିତ୍ୟଙ୍କ ବିବାହ
- ଡେଙ୍ଗା ଗଛର ଗର୍ବ
- ନ୍ୟାୟ ବିଚାରର ସିଂହାସନ
- ଦୁଇଜଣଙ୍କ କଳିରେ ତୃତୀୟର ଲାଭ
- ଭୁଲିଯିବାର ମନ୍ତ୍ର
- ତିନି ପୁରୁଷର ବିତ୍ତ
- ମୌନାବତୀ କଥା
- ଲାବଣ୍ୟବତୀ
- ମହାଭାରତ
- ପ୍ରକୃତ ଧନ
- ପରୀଦ୍ୱୀପ
- ଦର୍ପଣବାଲା ରୂପମ୍
- ପ୍ରକୃତ ପ୍ରତିନିଧି
- ଏକତାର ମନ୍ତ୍ର
- ପରିଶ୍ରମର ଫଳ
- ମନ କିଣିନେଲା ଜନମ ମାଟି
- ସାଧୁଙ୍କ ଯାଦୁ
- ଅହଂକାର ସବୁ ଅନିଷ୍ଟର ମୂଳ
- ମାୟାଚିତ୍ର
- ହୀରା ଫେରସ୍ତ
- ନ୍ୟାୟସୂତ୍ର
- ମହାଭାରତ
- ଶୁଣା କଥାକୁ ବି ବିଶ୍ୱାସ କରାଯାଏ
- ବିପଦର ବାନ୍ଧବୀ ଅପ୍ସରା
- ମାଙ୍କଡ ଓ ଗୁଣ୍ଡୁଚି ମୂଷା
- ଶ୍ରେଷ୍ଠ ଭକ୍ତ ପ୍ରହଲାଦ
- ଚନ୍ଦ୍ରକଳା କଥା
- ଶୁକ ପକ୍ଷୀ ପ୍ରାପ୍ତି
- ସବୁଠୁ ବଡ ମୁଁ
- ସଚ୍ଚା ଶିଳ୍ପୀ
- ଖରପୁତ ଜାତକ
- ବୀର ହନୁମାନ
- ବିଷ୍ଣୁ ପୁରାଣ
- ମୃଗନୟନୀ କଥା
- ଶିବ ପୁରାଣ
- ଠେକୁଆ ଏବଂ ଭୂମିକମ୍ପ
- ଅସଲ କଥା
- ସଭାମଂଚରେ ବସି ଅତିଥି ପିଲାଙ୍କୁ ଅପେକ୍ଷା କଲେ
- ମଣିଷଟା ସିନା ବାଙ୍ଗରା, ହେଲେ ତା’ ଖ୍ୟାତି ବହୁତ ଲମ୍ବା
- ସୁନୟନା କଥା
- ବଦାନ୍ୟ ଜମିଦାର
- ଭାଲୁର ପଣସ ଖିଆ
- ଡାକିନୀ ଝିଅ
- କଥା କହୁଥିବା ଗୁମ୍ଫା
- ଭଲମନ୍ଦ
- ଯେସାକୁ ତେସା
- ଚତୁର ମାଙ୍କଡ
- ଥମ୍ବଲୀନା
- ତ୍ରିଲୋଚନା କଥା
- ରଙ୍ଗଡ!
- ସାହସ
- ହୁସ୍ ହୁସ୍
- ବିଧବା ତା ଧନ ଫେରିପାଇଲା
- ଶିବ ପୁରାଣ
- କପଟୀର ଅନ୍ତ ଖରାପରେ ଶେଷ ହୁଏ
- କାବ୍ୟ ସାଧନା
- ପୁଷ୍ପବତୀ କଥା
- ଆଜ୍ଞାକାରୀ କୁକୁର
- ସାଗର ଓ ନଦୀ କଥା
- ସୁରେଖାର ଠାକୁର
- ଶକ୍ତି-ଯୁକ୍ତି
- ଗଧ ଉପରେ ସିଂହ ଚମଡା
- ରୂପ-ସୁନ୍ଦରୀ କଥା
- ଆମ୍ର ଜାତକ
- ଭଗବାନ ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ
- କିଏ ସମ୍ମାନର ଯୋଗ୍ୟ
- ବିଚରା ପଣ୍ଡିତ
- ଜନତାଙ୍କର ରାୟସାହେବ ପ୍ରେମଚାନ୍ଦ
- ନିର୍ଦ୍ଦୟରୁ ସଦୟ
- ନିଷ୍ପତି ବଦଳ
- ଘଂଟି ବନ୍ଧା ଓଟ କଥା
- ରାକ୍ଷସ ଅଙ୍ଗାରକ
- ଶୁଆ ପକ୍ଷୀର ଚାତୁରୀ
- ଗୁରୁ ରାମାନନ୍ଦଙ୍କ ଉପଦେଶ
- ସାବାସ୍ ଗୌରବ
- ଆଶୀର୍ବାଦ ବି ଅଭିଶାପ