ରତ୍ନଗିରି ଓ ହେମଗିରି ନାମକ ଦୁଇଟି ପଡୋଶୀ ରାଜ୍ୟ ମଧ୍ୟରେ ସୀମା ନିର୍ଦ୍ଧାରଣ ସକାଶେ ଟିକିଏ ମନୋମାଳିନ୍ୟ ଦେଖା ଦେଇଥାଏ । ଯଦିଓ ରତ୍ନଗିରିର ରାଜା ଧନଞ୍ଜୟ ଶକ୍ତିଶାଳୀ ଥିଲେ ତଥାପି ସୀମା ସଂକ୍ରାନ୍ତରେ ହଠାତ୍ ହେମଗିରିକୁ ଆକ୍ରମଣ କରିଲେ ହୁଏତ ଅନ୍ୟ ରାଜାମାନେ ତାକୁ ସାହାଯ୍ୟ କରିବେ, ଏଇ ସବୁ ଭାବିଚିନ୍ତି ସେ ଗୋଟିଏ ଦୂତ ହାତରେ ହେମଗିରିର ରାଜା ହିରଣ୍ମୟଙ୍କ...
Category - ଜହ୍ନ ମାମୁଁ
ବୈଶାଳୀ ନଗରୀରେ ଶିବାନନ୍ଦ ନାମକ ଜଣେ ପଣ୍ଡିତ ଥିଲେ । ଥରେ ଗୋଟିଏ ଅଧ୍ୟକ୍ଷ ତାଙ୍କୁ ଭାଷଣ ଦେବା ସକାଶେ ନିମନ୍ତ୍ରଣ କଲେ । ଗୁରୁକୁଳର ଛାତ୍ରମାନଙ୍କୁ ଗୋଟାଏ ଦାର୍ଶନିକ ବିଷୟରେ ଘଣ୍ଟାଏ ବୁଝାଇ ପଣ୍ଡିତ କହିଲେ, “ମୁଁ ଯାହା କହିଲି, ତାର ସାରାଂଶ ଲେଖିଲ ଦେଖିବା!” ସବୁ ଛାତ୍ର ଅଧଘଣ୍ଟାଏ ଭିତରେ ନିଜ ନିଜ ଲେଖା ପଣ୍ଡିତଙ୍କୁ ଦେଲେ । ଦେଖିବା ବେଳକୁ ଖଣ୍ଡିଏ କାଗଜରେ...
ଅରୁଣଗିରିର ରାଜା ପ୍ରତାପସେନ ହଠାତ୍ ଅସୁସ୍ଥ ହୋଇ ପଡିଲେ । ରାଜକାର୍ଯ୍ୟରେ ବାଧା ହେଲା । ରାଜା ଯୁବରାଜ କୀର୍ତିସେନ୍ଙ୍କୁ ଦାଇତ୍ତ୍ଵ ତୁଲାଇବାକୁ ନିର୍ଦ୍ଧେଶ ଦେଲେ । ପ୍ରାୟ ଛଅମାସ ପରେ ରାଜା ଯେତେବେଳେ ପୁଣି କାର୍ଯ୍ୟଭାର ଗ୍ରହଣ କଲେ, ଦେଖିଲେ ତାଙ୍କ ଅସୁସ୍ଥତା ବେଳେ ରାଜକାର୍ଯ୍ୟରେ ମୋଟେ କିଛି ବ୍ୟାଘାତ ଘଟିନାହିଁ । ସବୁ ସୁରୁଖୁରୁରେ...
ବାରାଣସୀର ରାଜା ବ୍ରହ୍ମଦତଙ୍କର ପୁଅ ପିଲାବେଳରୁହିଁ ଅତ୍ୟନ୍ତ ଦୁଷ୍ଟ ହେବାର ଦେଖାଗଲା । ଯେତେବେଳେ ତା’ ବୟସ କୋଡିଏ, ସେତେବେଳେ ତାକୁ ନେଇ ରାଜା ବଡ ଚିନ୍ତାରେ ପଡିଲେ । ଦଳେ କୁସଙ୍ଗ ମେଳରେ ପଡି ରାଜପୁତ୍ର ସର୍ବଦା ନିରୀହ ଲୋକଙ୍କୁ ହଇରାଣ କରୁଥାନ୍ତି । ଦୂର ଦେଶର ତୀର୍ଥଯାତ୍ରୀମାନଙ୍କ ଉପରେ ଚଢଉ କରି ସେମାନଙ୍କ ସର୍ବସ୍ୱ ସେ ଲୁଣ୍ଠନ କରୁଥାନ୍ତି । ଯେତେବେଳେ...
ଓମାର୍ ଗୋଟିଏ ଛୋଟ ସହରରେ ରହୁଥିଲା । ସେ ଯେତିକି ଧୂର୍ତ୍ତ, କଥାବାର୍ତ୍ତାରେ ବି ସେ ସେତିକି ଭଦ୍ର । ଖାଲି ସେତିକି ନୁହେଁ, ତା’ ସହିତ ଯିଏ ଯେତେବେଳେ ସମ୍ପର୍କରେ ଆସିଛି, ସେ ନିଶ୍ଚୟ ଠକି ଯାଇଛି । ଅତଏବ ସେ ସହରରେ ଓମାର ପ୍ରତି ସମସ୍ତେ ସତର୍କ ହୋଇ ଚଳୁଥିଲେ । ବାଗ୍ଦାଦ୍ରୁ ମୁସ୍ତାଫା ନାମକ ଜଣେ ଯୁବକ ବ୍ୟବସାୟୀ ମଧ୍ୟେ...
ନିରଞ୍ଜନର ସ୍ତ୍ରୀ ପ୍ରଭାର ଦେହ ସବୁବେଳେ ଖାଲି ଅସୁସ୍ଥ ରହୁଥାଏ । ସେ ଧିରେ ଧିରେ ଦୁର୍ବଳ ହୋଇଗଲା ଓ ଶେଷକୁ ସେ ଶଯ୍ୟାଶାୟୀ ମଧ୍ୟ ହୋଇଗଲା । ନିରଞ୍ଜନ ଅନେକ ବୈଦ୍ୟ ଡାକ୍ତର ଦେଖାଇଲା; କିନ୍ତୁ କେଉଁଥିରେ କିଛି ହେଲେ ହେଲାନାହିଁ । ସେ ନିରାଶ ହୋଇଥାଏ । ପାଖ ଗାଁରେ ଜଣେ ବଡ ଜ୍ୟୋତିଷ ଥା’ନ୍ତି । ଯିଏ କିଛି ଦକ୍ଷିଣା ଓ ପୂଜା ପ୍ରସାଦ ନେଇ ଯାଏ, ତାକୁ ଜ୍ୟୋତିଷ...
ବିଷ୍ଣୁ ତ ଶ୍ରୀମତୀଙ୍କୁ ନେଇ ବୈକୁଣ୍ଠ ଚାଲିଗଲେ । ନାରଦ ବା ପର୍ବତ ଋଷି ବୁଝିପାରିଲେ ନାହିଁ ଘଟଣାଟା କାହିଁକି ଏପରି ଘଟିଲା । ଦୁହେଁ ଯେତେବେଳେ ଉପଲବ୍ଧି କଲେ ଯେ ପରସ୍ପର ପ୍ରତି ଈର୍ଷ୍ୟା ଭାବ ଯୋଗୁଁ ଦୁହିଁଙ୍କର ମୁଖ ବିକୃତ ରୂପ ଧାରଣ କରିଛି, ସେମାନେ ଲଜ୍ଜାରେ ଓ କ୍ରୋଧରେ ହତଜ୍ଞାନ ହୋଇଗଲେ । ଦୁହେଁ ଯାଇ ବୈକୁଣ୍ଠରେ ପହଁଚିଲେ ଓ...
ଗୋଟିଏ ଗ୍ରାମରେ ବିଜୟ ନାମରେ ଏକ ଲମ୍ବାଚୌଡା ଓ ଭଲ ସ୍ୱାସ୍ଥ୍ୟ ଥିବା ଯୁବକ ଥିଲା । ଯେତେଦିନ ମା’ ବାପା ଜୀବିତ ଥିଲେ ତା’ର କୌଣସି ଚିନ୍ତା ନଥିଲା । ସେମାନେ ହଠାତ୍ ମରିଯିବା ପରେ ସେ ଉପଲବ୍ଧି କଲା ଯେ ଧନ ଅର୍ଜ୍ଜନ କରିବା ଏକ ବଡ ସମସ୍ୟା । କ୍ରମେ ଘରେ ଥିବା ଧନ ସରୁଥାଏ । ବିଜୟ ସବୁ ପ୍ରକାର ବେପାର କଲା କିନ୍ତୁ ସେ ପାରିଲା ନାହିଁ । ଅବଶେଷରେ ଗ୍ରାମ...
ଗୋଟିଏ ଚଟିଘରେ କୋଠରୀଟିଏ ଭଡାନେଇ ଦୁଇଜଣ ରହିଥାନ୍ତି । ଜଣେ ଚୁଡି-ବିକ୍ରେତା । ଅନ୍ୟ ଜଣକର ବ୍ୟବସାୟ ହେଲା ଲୋକଙ୍କୁ ସୁଧରେ ଟଙ୍କା କରଜ ଦେବା । ଦିନେ ଚୁଡି-ବେପାରୀ କହିଲା, “ଚାଲ, ଆମେ ଦୁହେଁ କିଛି କିଛି ପଇସା ଦେଇ ହଳେ ଯୋତା କିଣିବା । ମୋର ଯେତେବେଳେ ବାହାରକୁ ଯିବାର ହେବ, ମୁଁ ସେ ହଳକ ପିନ୍ଧିଯିବି; ତମର ଦରକାର ବେଳେ ତମେ ପିନ୍ଧି ଯିବ...
ଅନେକ ଦିନ ତଳର କଥା । ରତ୍ନଗିରି ଗାଁରେ ପ୍ରତାପ ରାୟ ନାମକ ଜଣେ ବିଶିଷ୍ଟ ବଣିକ ଥିଲେ । ତାଙ୍କର ଗୋଟିଏ ବୋଲି ପୁଅ । ନାମ ତା’ର ପ୍ରଭାକର । ପ୍ରତାପବାବୁ ଜାଣୁଥିଲେ, ପ୍ରଭାକର ଖୁବ୍ ବୁଦ୍ଧିମାନ ଓ ଭଲ ପିଲା । କିନ୍ତୁ ପାଠପଢା ଶେଷ ହେବା ପରେ ବେପାର ବଣିଜରେ ସେ ଯେତେ ମନଦେବ ବୋଲି ପ୍ରତାପବାବୁ ଆଶା କରୁଥିଲେ, ସେ ସେତେ ମନ ଦେଲା ନାହିଁ । ବାପାଙ୍କ ଖାତିର୍ରେ ସେ...
ପର୍ବତମାଳାର ପାଦଦେଶରେ ଅବସ୍ଥିତ ଶାନ୍ତିପୁର ନଗରୀର ନାମ ଯେପରି, ସେଠାକାର ବାତାବରଣ ମଧ୍ୟ ଠିକ୍ ସେହିପରି–ଶାନ୍ତିମୟ । ପ୍ରାୟ ଶହେବର୍ଷ ଧରି ଏହା ସୁମେଧ ରାଜ୍ୟର ରାଜଧାନୀ ହୋଇ ରହିଥିଲା । ଅତୀତର ରାଜାମାନେ ଯେପରି ଉଦ୍ୟାନ, ଜଳାଶୟ, ମନ୍ଦିର, ଅତିଥିଭବନ ଇତ୍ୟାଦି ନିର୍ମାଣ କରି ଶାନ୍ତିପୁରର ମହତ୍ତ୍ୱ ବଢାଇଥିଲେ, ବର୍ତ୍ତମାନର ରାଜା ଶାନ୍ତିଦେବ ମଧ୍ୟ ଠିକ୍...
ନିଶା ଗରଜୁଥାଏ । ତେଣେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପି ଝିପି ବର୍ଷା ମଧ୍ୟ ହେଉଥାଏ । ଗଛଲତା ଭିତରୁ ସାଇଁ ସାଇଁ ଶବ୍ଦ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ବିଚଳିତ ବୋଧ...
ବିଶାଳ ବିଜୟପୁର ରାଜ୍ୟକୁ ଲାଗି ସୌବୀର ନାମକ ଏକ ଛୋଟିଆ ରାଜ୍ୟଟିଏ ଥାଏ । ସୌବୀର ରାଜ୍ୟର ଲୋକେ ଖୁବ୍ ସୁଖରେ ଥାନ୍ତି । କାରଣ ସେ ରାଜ୍ୟର ସ୍ଥିତି ଏପରି ଯେ, ଆଖପାଖର ଭିନ୍ନ ଭିନ୍ନ ରାଜ୍ୟ ସହିତ ସୌବୀରର ଲୋକେ ସୁରୁଖୁରୁରେ ବେପାର କରି ପାରୁଥିଲେ । ପୁଣି ଅନ୍ୟ ରାଜ୍ୟର ବଣିକମାନଙ୍କୁ ସୌବୀର ରାଜ୍ୟ ଦେଇ ଭିନ୍ନ ଭିନ୍ନ ରାଜ୍ୟକୁ ଯିବାକୁ ପଡୁଥିଲା । ତେଣୁ ସୌବୀର...
ଅନେକ ଦିନ ତଳର କଥା । ସାଗର ପାଟଣା ନାମକ ଗାଁରେ ଜଣେ ସାଧୁ ପ୍ରକୃତିର ଲୋକ ଥିଲେ । ତାଙ୍କ ନାମ ଜୟଦେବ ଆଚାର୍ଯ୍ୟ । ଲୋକେ ତାଙ୍କୁ ଆଚାର୍ଯ୍ୟ ମହାଶୟ ବୋଲି ଡାକୁଥିଲେ । ଆଚାର୍ଯ୍ୟଙ୍କର ଗୋଟିଏ ବିଶେଷ ଗୁଣ ଥିଲା । କେହି ତାଙ୍କୁ ସୂର୍ଯ୍ୟୋଦୟ କିମ୍ବା ସୂର୍ଯ୍ୟାସ୍ତ ବେଳେ କିଛି ପ୍ରଶ୍ନ ପଚାରିଦେଲେ ସେ ତାଙ୍କ ପୂଜା କକ୍ଷକୁ ଯାଇ କିଛି ସମୟ ନିରବରେ ବସି ସେ...