ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

Category - ଜହ୍ନ ମାମୁଁ

ଦରିଦ୍ର ରାଜା

ଏକଦା ବୁନ୍ଦେଲଖଣ୍ଡ ରାଜ୍ୟକୁ ଠାକୁରବଂଶୀୟ ରାଜା ଶାସନ କରୁଥିଲେ । ରୂପାସିଂହ ହେଲେ ସେହି ବିଖ୍ୟାତ ବଂଶର ଯୁବକଟିଏ । ସେ ଦେଖିବାକୁ ଖୁବ୍ ସୁନ୍ଦର, ସମସ୍ତ ସଦଗୁଣରେ ପରିପୂର୍ଣ୍ଣ । କିନ୍ତୁ ଜନ୍ମରୁ ସେ ଦରିଦ୍ର, ହେଲେ ମନଟି ତାଙ୍କର ଉଚ୍ଚ । ନିଜର ବୋଲି ତା’ର ଏ ପୃଥିବୀରେ କେହିବି ନାହିଁ । କୁରାଢୀଟିଏ ଜାଣ ତାଙ୍କର ସାଥୀ । ସକାଳୁ ଦ୍ୱିପହର ପର୍ଯ୍ୟନ୍ତ ଜଙ୍ଗଲରେ...

Read More

ବୀର ହନୁମାନ

ରାମ ସୁଗ୍ରୀବଙ୍କୁ ସଙ୍ଗରେ ନେଇ କିସ୍କିନ୍ଧ୍ୟାକୁ ଗଲେ । ସେତେବେଳେ ସୁଗ୍ରୀବଙ୍କ ବେକରେ ବଣମଲ୍ଲୀର ହାର ଥିଲା । ସୁଗ୍ରୀବ ଓ ଲକ୍ଷ୍ମଣ ଦୁହେଁ ଆଗେ ଆଗେ ଚାଲୁଥିଲେ । ପଛରେ ରାମ, ହନୁମାନ, ନଳ, ନୀଳ ଇତ୍ୟାଦି ଚାଲୁଥିଲେ । ବାଟରେ ଏକ ଘନ ଅରଣ୍ୟ ଦେଖାଗଲା । ଶ୍ରୀରାମ ସେହି ଅରଣ୍ୟ ବିଷୟରେ ସୁଗ୍ରୀବଙ୍କୁ କିଛି ପଚାରିଲେ । ସୁଗ୍ରୀବ କହିଲେ, “ଏକଦା ଏହି ଅରଣ୍ୟ...

Read More

ସମାଧାନ

ଯଶୋବର୍ମା ବିମଳପୁରୀ ରାଜ୍ୟର ଶାସକ ଥା’ନ୍ତି । ରାଜା ପ୍ରଜାଙ୍କର ମଙ୍ଗଳ ପାଇଁ ସଦା ସର୍ବଦା ଚେଷ୍ଟା କରିଥା’ନ୍ତି । ପ୍ରଜାଙ୍କର କିଛି ସମସ୍ୟା ପଡିଲେ ରାଜା ଆହାରନିଦ୍ରା ଭୁଲି ତାକୁ ସମାଧାନ କରନ୍ତି । ରାଜାଙ୍କ ପାଖଲୋକମାନେ ଓ ମନ୍ତ୍ରୀଗଣ ଯେତେବେଳେ ଏ ବିଷୟରେ ରାଜାଙ୍କୁ କିଛି ପଚାରନ୍ତି, ସେ କହନ୍ତି, “ପ୍ରଜାଙ୍କ ସମସ୍ୟାକୁ ନେଇ ମୁଁ ତ ଶାନ୍ତିରେ ଆହାର...

Read More

ମହାକାବ୍ୟ

ବିଷ୍ଣୁପୁର ଗ୍ରାମରେ ଚତୁର୍ଭୁଜ ନାମରେ ଜଣେ ବ୍ୟକ୍ତି ରହୁଥାନ୍ତି । ସେ ଜଣେ ବୋକା କବି ଥିଲେ । ନିଜକୁ କବି ବୋଲି ଭାବି ସେ ଅନେକ କବିତା ରଚନା କରନ୍ତି, କିନ୍ତୁ ସେଥିମଧ୍ୟରୁ ଗୋଟିଏ ହେଲେ ବି ପଢିବାର ଯୋଗ୍ୟ ନୁହେଁ । ଦିନେ କବିତାଟିଏ ଲେଖୁ ଲେଖୁ କବିତାଟି ଅନେକ ବଡ ହୋଇଗଲା । ଚତୁର୍ଭୁଜ ତାକୁ ବାରବାର ପଢିବା ପରେ ତାଙ୍କ ମନ ଆନନ୍ଦ ହୋଇଗଲା । ସେ ନିଜକୁ...

Read More

ଯେସାକୁ ତେସା

ଗୋଟିଏ ଗ୍ରାମରେ ଫକୀର ନାମକ ଚାଷୀଟିଏ ରହୁଥାଏ, ତା’ ସ୍ତ୍ରୀ ପାଲିଆ ଅତି କଜିଆଖୋରଣୀ ଥିଲା । ସୁବିଧା ପାଇଲେହିଁ ସେ କଳି କରିବ ।                 ଦିନେ ଫକୀର ଓ ପାଲିଆ ପଡୋଶୀ ଗ୍ରାମରୁ ଘରକୁ ଫେରୁଥା’ନ୍ତି । ରାସ୍ତାରେ ଫଳ ଭର୍ତ୍ତି ଆମ୍ବଗଛଟିଏ ଦେଖିଲେ । ପାଲିଆ ସଙ୍ଗେ ସଙ୍ଗେ ସ୍ୱାମୀକୁ ଚାହିଁ କହିଲା, “ଦେଖ, କି ସୁନ୍ଦର ପାଚିଲା ଆମ୍ବ ସବୁ ଝୁଲୁଛି, ଗଛ...

Read More

ଯଥାର୍ଥ ଐଶ୍ୱର୍ଯ୍ୟ

ରାମପୁରରେ ଶଙ୍କର ଜଣେ ଛୋଟ ବ୍ୟବସାୟୀ । ଘରେ ତା’ର ମା’ । ପିଲା ହେବାକୁ ସ୍ତ୍ରୀ ବାପଘର ଯାଇଥିଲା । ଶଙ୍କର ସେଦିନ ଶଶୁର ଘରୁ ଫେରୁଥାଏ; ଦୂରରୁ ଦେଖିଲା ତାଙ୍କ ଘର ସାମ୍ନାରେ ଏକ ଘୋଡାଗାଡି ଲାଗିଛି । ସେଥିରେ ନାନା ରକମର ନାଲିନେଳି କନା ଓ ଜରି ଲାଗିଥାଏ । ତା’ର ମା’ ଅତିଥିଙ୍କୁ ବନ୍ଦେଇ ଦେବାକୁ ଗାଡିପର୍ଯ୍ୟନ୍ତ ଆସିଲେ । ସେହି ଗାଡିରେ ଜଣେ ଧନୀ ମହିଳା...

Read More

ବିଚିତ୍ର ପୁଷ୍ପ

(“ଶତାଦ୍ଦିକା ଫୁଲକୁ ନେଇ ଉତୁଙ୍ଗ ସମୁଦ୍ର ଭିତରକୁ ଗଲେ । ସେଠାରେ ସେ ରାକ୍ଷସ ଜନ୍ତୁକୁ ଦେଖିଲେ । ସେ ଏକ ଉପକୂଳରେ ପହଁଚିଲେ । ଗୋଟାଏ ବଡ ଲହଡି ତାଙ୍କୁ ଓ ତାଙ୍କର ନୌକାକୁ କୂଳର ପଥର ଉପରେ ନେଇ ଫିଙ୍ଗି ଦେଲା । ସେ ସେଠାରେ କ୍ଳାନ୍ତ ହୋଇ ଶୋଇଥିଲେ । ସକାଳେ ପାହାଡି ଜାତିର ଯୁବତୀମାନେ ଶତାଦ୍ଦିକା ଫୁଲ କିଛି ନେଇ ଗଲେ ଓ ତାଙ୍କୁ ଇଶାରା କରି ଗ୍ରାମକୁ ଡାକିନେଲେ...

Read More

ପଶୁଧର୍ମ

ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ସାଇଁ ସାଇଁ ପବନର ଶବ୍ଦ ବଣବୁଦା ମଧ୍ୟରୁ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନ ଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ବି ଶୁଭୁଥାଏ । ଆହୁରି ପୁଣି ଘନଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ ।                 କିନ୍ତୁ ରାଜା ବିକ୍ରମାର୍କ...

Read More

ଘୋର୍ ଅପରାଧ

ଅନ୍ୟ ରାଜ୍ୟରୁ ହୋଲାପୁରୀ ରାଜ୍ୟକୁ ସୁନା ଆଣି ବିକ୍ରି କରିବା, ନିଷେଧ କରାଗଲା । ଯଦି କେହି ସେପରି କରେ ତ ତାକୁ ଦଣ୍ଡ ଦିଆଯିବ ।                 କଳିଙ୍ଗ ରାଜ୍ୟର ଯୁବକଟିଏ ନଗର ଦ୍ୱାରରେ ପ୍ରବେଶ କରିବା ବେଳେ, ନଗର ରକ୍ଷକଙ୍କୁ ପଚାରିଲା, “ମହାଶୟ, ଆସନ୍ତାଥର ମୁଁ ଯେତେବେଳେ ଆସିବି, କିଛି ସୁନା ବିକ୍ରି କରିବାକୁ ନେଇ ଆସିବି କି?”                 ନଗର...

Read More

ପୁଣ୍ୟବାନ୍

ଶିବବାବୁଙ୍କର ଅଚାନକ ଟଙ୍କା ଦରକାର ହେଲା । ସେ ସମସ୍ତିଙ୍କୁ କରଜ ମାଗିଲେ । କିନ୍ତୁ କେଉଁଠି ହେଲେବି ସେ ଟଙ୍କା ପାଇଲେ ନାହିଁ । ତାଙ୍କର ବନ୍ଧୁବାନ୍ଧବରେ ଧନୀ କେଶବବାବୁ ଅତି କୃପଣ ଥିଲେ । ଶେଷକୁ ସେ କହିଲେ, “ଜାଣିଶୁଣି ମୁଁ ତୁମକୁ କିପରି ଦେବି? ଦେଲେ ମଧ୍ୟ ତମେ ଫେରେଇ ପାରିବ କି? ତେଣୁ ମୋ କଥା ମାନ; ଶ୍ରୀପୁରର ଗୁଣାଢ୍ୟ ଅତି ଦୟାଳୁ । ତାଙ୍କ ଦ୍ୱାରରୁ...

Read More

ବାମନର ବିବାହ

ବେଲାପୁର ଗ୍ରାମରେ ଚରିଆ ନାମକ ବାମନଟିଏ ଥାଏ । ଉଚ୍ଚରେ ଅତି ସାନ, ଦେଖିବାକୁ ସେ ମଧ୍ୟ ଏତେ ଭଲ ନୁହେଁ । କିନ୍ତୁ ହାତୀମାନଙ୍କୁ ବଶରେ ରଖିବାର ନାନା ପ୍ରକାର କୌଶଳରେ ସେ ଦକ୍ଷତା ଅର୍ଜନ କରି ଥାଏ । ହାତୀ କିଣିବାର ହେଲେ ରାଜା ତାକୁ ଡାକନ୍ତି ଓ ବହୁତ ଧନ ଦିଅନ୍ତି ।                 ଦିନେ ତା’ର ହାତୀମାନଙ୍କ ସହିତ ନାନା ପ୍ରକାର କୌଶଳ ପ୍ରୟୋଗ କରିବାର ଦେଖି...

Read More

ବୀରହନୁମାନ

ଅଞ୍ଜନା ଦେବୀ, ଆଗତ ଅତିଥିମାନଙ୍କୁ ଭଲ ଭାବରେ ସତ୍କାର କଲେ । ଭୋଜନ ପରେ ଶ୍ରୀରାମଙ୍କ ସହିତ ଅନ୍ୟମାନେ ଅଯୋଧ୍ୟା ଫେରିଗଲେ । ରାସ୍ତାରେ ସୀତା ଯଶୋଧାରାଙ୍କୁ କହିଲେ, “ଦେଖ, ମୁଁ କହିଥିଲି ନା ତୁମ ସ୍ୱାମୀଙ୍କ ଉପରେ କୌଣସି ବିପଦ ପଡି ନ ପାରେ । ହନୁମାନଙ୍କର ଶରଣ ଗଲେ ଜୀବନ ସାର୍ଥକ ହୁଏ ।”                 ଯଶୋଧାରା କୃତଜ୍ଞତା ପ୍ରକଟ କରି କହିଲେ, “ସବୁକିଛି ତ...

Read More

ଅସରନ୍ତି ଧନ

ବିଜୟପୁରୀ ଗ୍ରାମରେ ରାମଦାସ ନାମକ ଜଣେ ଶ୍ରମିକ ଥିଲା । ତା’ର ଉପାର୍ଜନ କମ୍ ଥିଲା ତେଣୁ ବଡ ପରିବାରଟି ଚଳାଇବା ତା’ପକ୍ଷେ ଭୀଷଣ କଷ୍ଟକର ହେଉଥାଏ । ସେ ମଧ୍ୟ ବେଳେବେଳେ ଭୋକ ଉପାସରେ ରହୁଥାଏ । ଶିବଦାସ ହେଉଛି ରାମଦାସର ଏକମାତ୍ର ପୁତ୍ର । ପିଲାଟିଦିନୁ ସେ ତ ତା’ ମାବାପାଙ୍କ ଦୁଃଖକଷ୍ଟ ଦେଖି ଆସିଛି । ତେଣୁ ତା’ମନରେ ଗୋଟିଏ ଇଚ୍ଛା ଥାଏ, ସେ ଭାବେ “ମୁଁ ବଡ ହେଲେ...

Read More

ଗଙ୍ଗାସ୍ନାନର ଫଳ

ଗୋଟିଏ ଗ୍ରାମରେ ଜଣେ ସରଳ ବ୍ରାହ୍ମଣ ରହୁଥିଲା । ସେ ଆଦୌ ପାପ କରେନି । କିନ୍ତୁ ଥରେ ଅଜାଣତରେ ତା ଦ୍ୱାରା ଏକ ପାପ ହେଲା । ଲୋକମାନେ ତାକୁ ପଚାରିଲେ ପାପର ପ୍ରାୟଶ୍ଚିତ କିପରି କରିବ? ତହୁଁ ସେ କହିଲା ଜୀବିତ ରହିଥିବା ପର୍ଯ୍ୟନ୍ତ ଗଙ୍ଗାରେ ସ୍ନାନ କରି ଭଗବାନଙ୍କୁ ଧ୍ୟାନ କଲେ, ମୋ ପାପର ନିଶ୍ଚୟ ପାୟଶ୍ଚିତ ହେବ ।                 ଦିନେ ସେହି ବ୍ରାହ୍ମଣ ଜଣକ...

Read More

ଚିକିତ୍ସା

ଯଦୁପୁର ଗ୍ରାମରେ ଶିବରାଜ ନାମରେ ଜଣେ କୃଷକ ଥାଏ । ତା’ର ପାର୍ବତୀବାଈ ନାମରେ ସ୍ତ୍ରୀ ଓ ଜୟଦେବ ନାମରେ ପୁଅଟିଏ ଥାଏ । ଜୟଦେବକୁ ଭଲଭାବରେ ପଢାଇବା ପାଇଁ ତା’ ବାପାର ବହୁତ ଇଚ୍ଛା ଥାଏ । ପନ୍ଦରବର୍ଷ ବୟସରେ ସେ ଗ୍ରାମର ଶିକ୍ଷା ଶେଷ କରି ସହରକୁ ଉଚ୍ଚଶିକ୍ଷା ପାଇଁ ଗଲା ।                 ପୁଅକୁ ଟଙ୍କା ଯୋଗାଇବାରେ କିଛି କଷ୍ଟ ହେଲା । ତଥାପି ମଧ୍ୟ ସେ...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ