ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

Category - ଜହ୍ନ ମାମୁଁ

ଅଣଅଜା

ଜୟସିଂହ ରାଜାଙ୍କ ସୈନ୍ୟ ବାହିନୀର ଏକ ନାମକରା ସୈନ୍ୟ ଥିଲେ । ମଧ୍ୟବୟସରେ ସେ ସୈନ୍ୟବାହିନୀରୁ ଛୁଟି ପାଇ ଘରେ ବସି ରାଜାଙ୍କଠାରୁ ମାସିକ ଖର୍ଚ୍ଚ ପାଇ ଅତି ଆନନ୍ଦରେ ଚଳୁଥାଆନ୍ତି । ଦିନେ ସେ କିଛି କାର୍ଯ୍ୟବଶତଃ ରାଜଧାନୀକୁ ଯାଇଥିଲେ । ସେଠାରେ ଗୋଟିଏ ଚିତ୍ର ଦୋକାନରେ ସେ ଜଣେ ବୀର ସୈନିକଙ୍କର ତୈଳଚିତ୍ର ଦେଖିଲେ । ସେ ବଡ ଆନନ୍ଦରେ ସେହି ଚିତ୍ରଟିକୁ ନିରେଖି...

Read More

ଯାଦୁ ମହଲ

(ରାଜକୁମାରୀଙ୍କୁ ସାରସ ସରୋବର ସ୍ଥିତ ମହଲରୁ ଯାଦୁମହଲକୁ ଅଣାଗଲା । ସେଠାରେ ତାଙ୍କର ସମସ୍ତ ପ୍ରକାରର ଆବଶ୍ୟକତା ପୂର୍ଣ୍ଣ କରାଯାଉଥାଏ । କିନ୍ତୁ କଥା କହିବା ସେଠାରେ ମନା, ଏପରିକି ନିଜ ପରିଚାରିକା ମାନଙ୍କ ସହିତ ବି ନୁହେଁ । ଥରେ ଥରେ ତାଙ୍କୁ ଏପରି ସଙ୍କେତ ମିଳେ ଯେ ତାଙ୍କୁ ସେଠାରେ ସେହିପରିହିଁ ରହିବାକୁ ହେବ ।) ରାଜକୁମାରୀ କ୍ଳାନ୍ତ ହୋଇ ପଡିଥିଲେ ।...

Read More

ଦୂର ପର୍ବତ ସୁନ୍ଦର

ଲଛମନ ନାମରେ ଗୋଟିଏ ବ୍ୟବସାୟୀ ଥିଲେ । ତାଙ୍କୁ କିଏ ବୁଝାଇ ଦେଲା ଯେ ଭାରତର ପୂର୍ବରେ ଥିବା ଦ୍ୱୀପପୁଞ୍ଜରେ ବ୍ୟବସାୟ ବାଣିଜ୍ୟ କଲେ ଯଥେଷ୍ଟ ପଇସା ହେବ । ଗ୍ରାମରେ କେତେଲୋକ ବା ହୀରାମୋତି କିଣିବେ । କିନ୍ତୁ ତାଙ୍କର ପତ୍ନୀ ଓ ପିତାମାତା କହିଲେ କି ଦୂର ପର୍ବତ ସୁନ୍ଦର ପରି ଦୂରରେ ଥିବା ଦେଶ ବିଷୟରେ ଯାହା ଶୁଣାଯାଏ ସେସବୁ ସୁନ୍ଦର । ଏତେ ଦୂରକୁ ଯାଇ, ନାନା...

Read More

ସତ୍ୟପାଳ ଓ ଦୁଇଶତ୍ରୁ

ନିଶା ଗରଜୁ ଥାଏ । ତୁହାକୁ ତୁହାକୁ ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ବଣବୁଦା ଭିତରୁ ସାଇଁସାଇଁ ପବନର ଶବ୍ଦ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନ ଶ୍ୱାପଦଙ୍କ ରଡି ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଘନଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେହେଲେବି ବିଚଳିତ ନହୋଇ ପୁନର୍ବାର ସେ...

Read More

ଶୁଭେଚ୍ଛା

ରୁଦ୍ରପୁରରେ ଗୁରୁଦାସ ନାମକ ଜଣେ ଧନୀ ଥିଲେ । ତାଙ୍କୁ କିଏ କିଛି ପଚାରିଲେ, ସିଏ ଏପରି କଥା ତାଙ୍କୁ ବତେଇ ଦିଅନ୍ତି ଯେ ଫଳ ସର୍ବଦା ଖରାପ ହୁଏ ।                 ଥରେ ତାଙ୍କର ପଡୋଶୀ ଜଗନ୍ନାଥ କୌଣସି ରୋଗରେ ଶଯ୍ୟାଶାୟୀ ହୋଇ ପଡିଲେ । ବୈଦ୍ୟ ଆସି ରୋଗ ପରୀକ୍ଷା କରି କହିଲେ, “କୃଷ୍ଣତୁଳସୀର ରସରେ ଏ ରୋଗର ଚିକିତ୍ସା ହୁଏ । କେବଳ ଗୁରୁଦାସ ବାଡିରେହିଁ ଏହି...

Read More

ଅଫିମିଆର ସାକ୍ଷ୍ୟଦାନ

ଜଣେ ବ୍ୟବସାୟୀ କୌଣସି ଏକ କାମ ପାଇଁ ଘୋଡାରେ ବସି ଅନ୍ୟ ସହରକୁ ଯାଉଥିଲେ । ବାଟରେ ଗୋଟିଏ ଗ୍ରାମ ନିକଟରେ ସଂଧ୍ୟା ହୋଇଯିବାରୁ ସେ ସେହିଠାରେ ରାତି ବିତାଇବାକୁ ମନସ୍ଥ କଲେ । ସେ ଘୋଡାରୁ ଓହ୍ଲାଇବା ମାତ୍ରେ ଦେଖିଲେ ଜଣେ ବ୍ୟକ୍ତି ଗଣଗଣିଆ କଣ୍ଠରେ କହୁଛି, “ବାବୁ, ମୁଁ ଅଫିମ ଖାଏ, ଦୁଇଦିନ ହେବ କିଛି ଖାଇ ନାହିଁ । କିଛି ପଇସା ଦିଅନ୍ତୁ ମୋ ଆତ୍ମା ଶାନ୍ତ ହୋଇଯିବ...

Read More

ବୀର ହନୁମାନ

କୈଳାସ ଶିଖର ଓ କାଂଚନ ଶିଖରରେ ପହଁଚି ହନୁମାନ ଔଷଧ ଗଛ ଗୁଡିକ ଖୋଜିବାରେ ଲାଗିଲେ । କିନ୍ତୁ ସବୁ ଗଛ ତ ପ୍ରାୟ ସମାନ ଦିଶୁଛି । ସେ ବିରକ୍ତ ହୋଇ ସମଗ୍ର ପର୍ବତଟିକୁ ଉପାଡି ଧରି ଆକାଶରେ ଉଡିଉଡି ଫେରିଲେ । ଦୂରରୁ ଏତେବଡ ପାହାଡ ଧରି ଉଡିଆସୁଥିବା ହନୁମାନଙ୍କୁ ଦେଖି ବାନର ସୈନ୍ୟମାନେ ସିଂହନାଦ କଲେ । ହନୁମାନ ଆକାଶରୁ ତଳକୁ ଓହ୍ଲାଇଲେ, ଗୁରୁଜନ ମାନଙ୍କୁ ପ୍ରଣାମ...

Read More

ବିଚିତ୍ର ଅନୁଭୂତି

ଉଦୟଭାନୁ ନାମକ ଏକ ବ୍ୟବସାୟୀ ବଜ୍ରନାଭ ଗ୍ରାମରେ ରହୁଥିଲେ । ତାଙ୍କର ଯୁବକ ବୟସ, ଏହି ସମୟରେ ପିତାଙ୍କର ଦେହାନ୍ତ ହୋଇ ଯିବାରୁ ଘରର ଓ ବ୍ୟବସାୟର ସମସ୍ତ ଦାଇତ୍ତ୍ଵ ତାଙ୍କ ଉପରେ ପଡିଲା ।                 ଏବେ ତାଙ୍କ ସମ୍ମୁଖରେ ଏକ ସମସ୍ୟା । ବଡ ଭଉଣୀଙ୍କ ନଣନ୍ଦର ବାହାଘର । ଏଣେ ସ୍ତ୍ରୀ ଆସନ୍ନପ୍ରସବା । ପୁଣି ବ୍ୟବସାୟର ବ୍ୟସ୍ତତା ମଧ୍ୟ ରହିଛି । ତେଣୁ...

Read More

ବଚନର ମୂଲ୍ୟ

ପୁରୁଣା ଦିନର କଥା – ତୁର୍କୀରେ ହମିଦ୍ ନାମକ ଏକ ବ୍ୟବସାୟୀ ରହୁଥିଲେ । ତାଙ୍କ ପାଖରେ ଏକ ଦାମୀ ଘୋଡା ଥିଲା । ନିଜେ ବୁଢା ହେବାରୁ ସେ ସେହି ଘୋଡାଟିକୁ ତିନିଶହ ଦିନାରରେ ବିକ୍ରି କରିବାକୁ ଚାହିଁଲେ । କିନ୍ତୁ ଏତେ ଦାମ୍ରେ କେହି କିଣିବାକୁ ରାଜି ହେଲେ ନାହିଁ ।                 ଦିନେ ଅଜିଜ୍ ନାମକ ଜଣେ ଯୁବକ ଆସି ତାଙ୍କୁ କହିଲା, “ମହାଶୟ, ଏକ ଖାନ୍ଦାନ୍...

Read More

କାହାର ଯୁକ୍ତି ଅଧିକ?

ପୁରାକାଳର କଥା । ଜଣେ ରାଜା ଥିଲେ ଯେ ସେ ଯାହା ମନ ତାହା କରୁଥିଲେ । କିନ୍ତୁ ସେ ସର୍ବଦା ବାହାଦୁରୀ ଦେଖାଇ କହୁଥାନ୍ତି କି ସେ କେବେବି ଅଯୌକ୍ତିକ କାମ କରନ୍ତି ନାହିଁ ।                 ଥରେ ସେ ଅସୁସ୍ଥ ହେଲେ । ବହୁତ ଦିନ ଧରି ସେ ଆରୋଗ୍ୟ ଲାଭ ନ କରିବାରୁ ସେ ଏହା ଘୋଷଣା କଲେ ଯେ, “ଯିଏ ମୋତେ ଭଲ କରିଦେବ, ସେ ମୋ ରାଜ୍ୟରୁ ଗୋଟିଏ ଅଂଶ ପାଇବ । କିନ୍ତୁ ଯିଏ...

Read More

ଭାଗ୍ୟର ବିଡମ୍ବନା

ବୀରପୁର ଗାଁରେ ଭୈରବ ନାମକ ଟୋକା ଥିଲା । ସେ ଗରୀବ ଥିଲା; କିନ୍ତୁ ତା’ଠାରୁ ଦୁଃଖର କଥା ହେଲା, ବିଚରା ପିଲାବେଳେ ଥରେ ଗୋଟାଏ ରୋଗରେ ପଡି କଥା କହିବା ଶକ୍ତି ହରାଇଥିଲା ।                 ଜୀବିକା ନିର୍ବାହ ଦିଗରେ ତା’ର ଅବଶ୍ୟ ବିଶେଷ ସେମିତି କିଛି ଅସୁବିଧା ନଥିଲା । ତା’ର ପଲେ ମେଣ୍ଢା ଥିଲେ । ଗାଁଠାରୁ ଏକ କୋଶ ଦୂରରେ ଗୋଟିଏ ବଣ ଥିଲା । ବଣ ଓ ଗାଁ ମଝିରେ...

Read More

ଦୁଇ ପକ୍ଷ

ରାମପୁର ଗାଁର ଜୟଦାସର ଗୋଟିଏ ବୋଲି ଝିଅ । ତା’ର ନାମ ସୁକୁମାରୀ । ସେ ଝିଅଟି ସତରେ ସୁକୁମାରୀ । ମାଛିକୁ ମ ସୁଧା ବି ସେ କହେନାହିଁ । ତା’ର ସ୍ୱଭାବ ଅତି ଧୀର ।                 ଜୟଦାସ ତା’ ପାଇଁ ବର ଖୋଜୁଥାନ୍ତି । ସୁକୁମାରୀର ଭାରି ଇଚ୍ଛା ସେ ଚମ୍ପେଇ ଗାଁର ସୁବ୍ରତକୁ ବିଭା ହେବ ବୋଲି । ଚମ୍ପେଇରେ ସୁକୁମାରୀର ମାମୁଁ ଘର । ଠିକ୍ ତା’ ମାମୁଁ ଘର ପାଖରେ...

Read More

କନକ ଉପତ୍ୟକାର କାହାଣୀ

(ଆପାତତଃ ରାଜୁ ଆସି ଏପରି ଏକ ରାଜ୍ୟରେ ପହଁଚିଛି, ଯେଉଁଠି ଲୋକେ ସର୍ବଦା ସନ୍ତୁଷ୍ଟ । କାହାରି ମନରେ କିଛି ପାଇବା ପାଇଁ ଆଶା ନାହିଁ; ତେଣୁ ହତାଶା ବି ନାହିଁ । ରାଜକୁମାରୀ ଯେପରି ଗୀତ ଗାଇ ପାରିବେ ସେହି ବର ଆଣିଦେବାର ପ୍ରତିଶୃତି ଦେଇ ରାଜୁ ତାଙ୍କ ସାହାଯ୍ୟରେ ତା’ର ଲକ୍ଷ୍ୟ ସ୍ଥଳରେ ପହଁଚିବାକୁ ବହୁତ ଉଦ୍ୟମ କଲା । ତା’ପରେ…) ହରିଣଟିଏ ଦୌଡିଯାଉଥିବାର...

Read More

ଅଦ୍ଭୁତ ମୁକୁଟ

ନିଶା ଗରଜୁଥାଏ । ସାଇଁ ସାଇଁ ଶୀତଳ ପବନ ସାଙ୍ଗକୁ ତୁହାକୁ ତୁହା ବର୍ଷା ମଧ୍ୟ ହେଉଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ ।                 କିନ୍ତୁ ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ...

Read More

ଶେଷ ମୁହୂର୍ତ୍ତର ସାଥି

ଅନେକ ଦିନ ତଳର କଥା । ଚୀନ୍ର ଗୋଟିଏ ଗାଁରେ ପାବମ୍ ନାମକ ଜଣେ ଗରୀବ ଯୁବକ ଥାଏ । ସେ ତା’ ନିଜ ଚେଷ୍ଟାରେ ଅନେକ ପାଠ ପଢିଥାଏ, କିନ୍ତୁ ଜଣେ ଗରୀବ ଗାଉଁଲି ଯେତେ ପାଠ ପଢିଲେ ବା ତାକୁ କିଏ ଆଦର କରିବ? ତା’ କଥା କିଏ ବା କିପରି ଜାଣିବ?                 ଦିନେ ସେ ଶୁଣିଲା କି ରାଜଧାନୀରେ ରାଜସରକାରରେ ଗୋଟିଏ ବଡ ପଦ ଖାଲି ପଡିଛି । ଯିଏ ଗୋଟିଏ ପରୀକ୍ଷାରେ...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ