ସୁଧାକର ରାଜଦରବାରରେ କାମ କରୁଥାଏ । ଛୁଟି ପାଇଲେ ସେ ତା’ ଗାଁକୁ ଆସୁଥାଏ । ଗାଁକୁ ଆସିଲେ ସେ ସହରରେ ତା’ ପଦମର୍ଯ୍ୟାଦା କଥା ଭୁଲି ଗାଁ ଲୋକଙ୍କ ସହ ଗାଁ ମାଟିର ଜଣେ ସନ୍ତାନ ହିସାବରେହିଁ ବ୍ୟବହାର କରୁଥାଏ । ସୁଧାକର ସେଥର ଗାଁକୁ ଆସି ବୁଢା ରତନ ଦାସଙ୍କୁ ପଚାରିଲା “କିହୋ ଜେଜେ, ତମ ମୁହଁ ଏମିତି କାହିଁକି ବିରସ ଲାଗୁଛି?” ରତନ ଦାସ ତାକୁ...
Category - ଜହ୍ନ ମାମୁଁ
ବିକଦ୍ରଠାରୁ ସବୁ ଖବର ଶୁଣି ଶ୍ରୀକୃଷ୍ଣ କହିଲେ, ଏପରି ଅବସ୍ଥାରେ ମୁଁ ଏବଂ ଭାଇ ବଳରାମ ଏ ସ୍ଥାନ ଛାଡି ଚାଲିଯିବା ଭଲ । କାରଣ ଆମରି ପାଇଁ ଏଠାରେ କେବଳ ଯୁଦ୍ଧ ଚାଲୁ ରହିବ ଓ ହଜାର ହଜାର ନିରୀହ ପ୍ରାଣୀ ଅକାରଣରେ ସେମାନଙ୍କ ଜୀବନ ଦେବେ । ପ୍ରଜାମାନଙ୍କର ଏପରି କ୍ଷତି ଆମେ କେବେବି ଚାହୁଁନାହୁଁ । ତେଣୁ ଆମେ ଦୁର୍ଗ ବାହାରକୁ ଯାଇ ଦକ୍ଷିଣ ଦିଗକୁହିଁ ଚାଲିଯିବୁ ।...
ବିକ୍ରମପୁରର ରାଜା ବିନୋଦ ବର୍ମା ସାହିତ୍ୟ ଓ ଶାସ୍ତ୍ର ସମ୍ବନ୍ଧୀୟ ଚର୍ଚ୍ଚା କରିବାରେ ଖୁବ୍ ଆଗ୍ରହୀ ଥିଲେ । ନୀରସ ରାଜକାର୍ଯ୍ୟ ମନ୍ତ୍ରୀ ଓ ସେନାପତିଙ୍କୁ ଅର୍ପଣ କରି ସେ ସର୍ବଦା ସାହିତ୍ୟ, ସଙ୍ଗୀତ ଓ ନାନା ଶାସ୍ତ୍ରର ଆଲୋଚନା ସଭା କରି ସମୟ ବିତାଉ ଥା’ନ୍ତି । ଭଲ ଭଲ ପଣ୍ଡିତ, ଲେଖକ ଓ ସଙ୍ଗୀତଜ୍ଞ ମାନଙ୍କୁ ମଧ୍ୟ ସେ ପୁରସ୍କାର ଦେଉଥା’ନ୍ତି । ରାଜକାର୍ଯ୍ୟ...
ଗୋଟିଏ ଗ୍ରାମରେ ଦୁଇଜଣ ସ୍ତ୍ରୀ ଥା’ନ୍ତି । ତନ୍ମଧ୍ୟରୁ ଜଣେ ଧନୀ ଓ କଞ୍ଜୁସ୍ । ଆଉ ଜଣେ ଭାରି ଗରୀବ ଥିଲେ ମଧ୍ୟ ସେ ଅତ୍ୟନ୍ତ ଦୟାଳୁ ଥିଲା । ତା’ର ହୃଦୟ ନବନୀତ କୋମଳ ଥିଲା, ଗରୀବ ବା ଅସହାୟ ଲୋକଙ୍କର ଯେତିକି ପାରେ ସେ ସହାୟତା କରେ । ତା’ ଦୁଆର ମୁହଁରୁ ଦୁଃଖିରଙ୍କି କେବେବି ଖାଲି ହାତରେ ଫେରନ୍ତି ନାହିଁ । ଦୁଇଜଣ ପରସ୍ପରର ପଡୋଶୀ । ଧନୀ...
ରାଜା ନରେନ୍ଦ୍ର ସିଂହ ଏପରି ଜଣେ କର୍ମଚାରୀ ନିଯୁକ୍ତ କରିବାକୁ ଚାହୁଁଥିଲେ, ଯିଏ କି ନିର୍ଲୋଭୀ ହୋଇଥିବ । ସେ କର୍ମଚାରୀ ତାଙ୍କ ରାଜ୍ୟ ସୀମାନ୍ତରେ ରହିବ ଏବଂ ସେଠାକାର ଆଦିବାସୀ ପ୍ରଜାଙ୍କଠାରୁ କର ଅସୁଲ୍ କରିବ । କଥା କ’ଣ କି, ସେ ସରଳ ପ୍ରଜାଙ୍କଠୁଁ ନିୟମଠୁଁ ବେଶି କର ସଂଗ୍ରହ କରି ଆତ୍ମସାତ୍ କରିବାର ଲୋଭୀ କର୍ମଚାରୀମାନଙ୍କୁ ଆଉ ସମ୍ବରଣ କରିପାରୁ ନଥିଲେ ।...
ଜୟ ଗୋପାଳପୁର ଗାଁରେ ରହୁଥିଲା । ତା’ ସ୍ତ୍ରୀର ନାମ ଲକ୍ଷ୍ମୀ । ଜୟ ନିଜେ କେତେଦୂର ବୁଦ୍ଧିମାନ ସେକଥା ଅଲଗା । କିନ୍ତୁ ତା’ର ଭାରି ଇଚ୍ଛାଥିଲା, ତା’ ସ୍ତ୍ରୀ ବୁଦ୍ଧିମତି ହେବ । ଦୈବକୁ ଲକ୍ଷ୍ମୀ ଅତିଶୟ ସରଳ ଝିଅ । ଯିଏ ଯାହା କହିଲେ ସିଏ ତାକୁ ସଙ୍ଗେସଙ୍ଗେ ବିଶ୍ୱାସ କରିଯାଏ । ସମସ୍ତଙ୍କୁ ଦୟା କରେ । ତା’ର ଏ ମତିଗତିରେ ଜୟ ଭୀଷଣ ଚିଡିବାକୁ ଲାଗିଲା । ଏମିତି...
ପୁରା କାଳରେ ଗୋଟିଏ ବଣ ପାଖରେ ଜଣେ ଶିକାରୀ ରହୁଥାଏ । ସେ ସବୁଦିନ ବଣରେ ବୁଲି ବୁଲି ହରିଣ ଶିକାର କରେ । ସାଧାରଣତଃ ତା’ ତୀର ଅବ୍ୟର୍ଥ । ସେ କେବେହେଲେ ଖାଲି ହାତରେ ଘରକୁ ଫେରିବାର ଗାଁ ଲୋକେ ଜାଣି ନଥିଲେ । ସବୁଦିନ ସେ ହରିଣ ମାରୁଥିବାରୁ ଲୋକେ ତାକୁ ନିଜ ନିଜ ଭିତରେ “ନିର୍ଦ୍ଦୟ” ବୋଲି ଡାକୁଥିଲେ । ଦିନେ ଶିକାରୀ ଅନେକ ସମୟ ଧରି ବଣରେ ବୁଲାବୁଲି କଲା;...
ମୂଢ ରାଜାକୁ ପ୍ରତାରିତ କରି ନିଜକୁ ଯାଦୁକର ବୋଲି ପରିଚୟ ଦେଉଥିବା ଜଣେ ଚତୁର ବ୍ୟକ୍ତି ରାଜାକୁ ଗୁମ୍ଫା ଭିତରେ ବନ୍ଦୀ କରି ନିଜେ ରାଜ-ପୋଷାକ ପିନ୍ଧି ବାହାରିଲା । ତେଣେ, ବହୁଦୂରରେ ତପସ୍ୱୀଙ୍କ ସହ ରାଜୁ ଯାଇ ଏକ ଅଜଣା ନୂତନ ମୂଲକରେ ପହଁଚିଥାଏ । ତା’ପରେ… ରାଜୁ ନିମ୍ନ ଦେଶର ଏକ ଗିରିସଙ୍କଟ ଭିତରକୁ ଅନାଇ ଦେଖିଲା, “ଗୋଟାଏ ଭୀଷଣାକୃତି ମଣିଷ ତା’ ଆଗରେ...
ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପି ଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ଗଛଲତାମାନେ ସତେ ଅବା ଚପା କଣ୍ଠରେ ନିଜ ନିଜ ଭିତରେ କୌଣସି ଭାବର ଆଦାନ ପ୍ରଦାନ କରୁଥା’ନ୍ତି । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ...
ଦେବଗିରିରେ ଜଣେ ଗୃହସ୍ଥଙ୍କର ଦୁଇପୁତ୍ର ଥିଲେ । ବଡ ପୁଅ ବାପାଙ୍କ ନିର୍ଦ୍ଧେଶରେ ଜମିବାଡି ଦେଖାଶୁଣା କରିବାରେ ଖୁବ୍ ମନ ଦେଇଥାଏ । କିନ୍ତୁ ସାନ ଭାଇ ସୋମଦେବର ପାଠ ପଢିବାକୁ ତୀବ୍ର ଇଚ୍ଛା । ବାପା ଓ ବଡ ଭାଇ କହିଲେ କି ସେ ପାଠ ପଢୁ, କିନ୍ତୁ ଦେବଗିରିରେ ରହି ପଢୁ । କିନ୍ତୁ ସୋମଦେବର ଏକା ଜିଦି ସେ ଭୁବନେଶ୍ୱରରେ ଥିବା ବିଖ୍ୟାତ ପଣ୍ଡିତ ପଦ୍ମନାଭ ମିଶ୍ରଙ୍କ...
କଂସ ବଧ ସମ୍ବାଦ ପାଇ ତା’ର ରାଣୀମାନେ କାନ୍ଦି କାନ୍ଦି ସେଠାରେ ଆସି ପହଁଚିଲେ । କଂସର ଶବ ଉପରେ ମୁଣ୍ଡ କୋଡି କୋଡି ସେମାନେ କାନ୍ଦିଲେ, ସେମାନେ ତ ଏହା କେବେବି କଳ୍ପନା ସୁଦ୍ଧା କରି ନଥିଲେ ଯେ ମହା ପରାକ୍ରମୀ କଂସକୁ ବି ପୁଣି କେହି ମାରିପାରେ । ମୃତ୍ୟୁ ହେଲା, ପୁଣି ଏତେ ସହଜରେ, ସାମାନ୍ୟ ଜଣେ ବାଳକ ହାତରେ! କଂସର ମା’ ମଧ୍ୟ ତାଙ୍କ ବୋହୁମାନଙ୍କର ସଦ୍ୟବୈଧବ୍ୟ...
କୌଣସି ଗୋଟିଏ ଗ୍ରାମରେ ବିକାଶ ନାମକ ଏକ ଧନୀ ଯୁବକ ଥାଏ । ତା’ର ଲଳିତକଳା ପ୍ରତି କିଛିଟା ଆକର୍ଷଣ ଥାଏ । ସେ ନିଜେ ଗୀତ ରଚନା କରୁଥାଏ ଓ ବେଳେ ବେଳେ ଗୀତ ମଧ୍ୟ ଗାଉଥାଏ । ବିକାଶ ତା’ର କବିତା ଓ ଗୀତ ଯୋଗୁଁ ଖୁବ୍ ଲୋକପ୍ରିୟ ହୋଇଥାଏ । କିଛିଦିନ ପରେ ପଦ୍ମା ନାମକ ଏକ ସୁନ୍ଦରୀ ଝିଅକୁ ସେ ବିବାହ କଲା । ଦୁହେଁ ଆନନ୍ଦରେ ଥା’ନ୍ତି । କିନ୍ତୁ...
ବହୁଦିନ ପୂର୍ବର କଥା । ଚୀନ୍ରେ ଦୁଇଭାଇ ଥା’ନ୍ତି । ବଡ ବହୁତ କ୍ରୁର ସ୍ୱଭାବର, ମାତ୍ର ଛୋଟ ଭାଇ ଖୁବ୍ ବୁଦ୍ଧିମାନ ଓ ପରୋପକାରୀ । ସେମାନଙ୍କର ପିତାଙ୍କର ସ୍ୱର୍ଗବାସ ପରେ ବଡ ଭାଇ ଲିଆଙ୍ଗ୍ ସବୁ ସମ୍ପତ୍ତି ସାନ ଭାଇ ଚିଆଙ୍ଗ୍ଠାରୁ ନେଇଗଲା ଓ ସୁଧରେ ସବୁ ଟଙ୍କା ଲଗାଇ ଆନନ୍ଦରେ ଥାଏ । ସାନକୁ ସେ କିଛିବି ହେଲେ ସମ୍ପତ୍ତି ଦେଇ ନଥାଏ । ତଥାପି...