ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

Category - ଜହ୍ନ ମାମୁଁ

ବହ୍ନି ଦ୍ୱୀପ

ଧବଳଗିରି ରାଜ୍ୟ ନର୍ମଦା ନଦୀ ତୀରରେ ଅବସ୍ଥିତ ଥିଲା । ସେ ଅନେକ ପୁରା କାଳର କଥା । ସେତେବେଳେ ରାଜା ତାରକେଶ୍ୱର ସେ ରାଜ୍ୟ ଶାସନ କରୁଥିଲେ । ତାଙ୍କର ଦୁଇ ପୁଅ ଥିଲେ, ସେମାନେ ହେଲେ – ଶୂରସେନ ଓ ଚିତ୍ରସେନ । ବଡ ଶୂରସେନଙ୍କ ବୟସ ପଚିଶ; ମାତ୍ର ସାନ ଚିତ୍ରସେନଙ୍କ ବୟସ ଅଠର ।                 ଦିନେ ସକାଳେ ସେ ଦୁଇ ରାଜପୁତ୍ର ବଣ ଭିତରକୁ ଶୀକାର ପାଇଁ...

Read More

ଅସନ୍ତୋଷର ରହସ୍ୟ

ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ମଧ୍ୟେ ମଧ୍ୟେ ବର୍ଷା ବି ପିଟୁଥାଏ । ବଜ୍ରଧ୍ୱନି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ଶୁଭୁଥାଏ ଅଶରୀରୀମାନଙ୍କ ଅଟ୍ଟହାସ୍ୟ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ ।                 ତଥାପି ତିଳେମାତ୍ର ଦ୍ୱିଧା ନକରି ରାଜା ବିକ୍ରମାର୍କ ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ...

Read More

ଚାରି ପ୍ରଶ୍ନ

ଭୁବନଗିରିର ରାଜା ତାଙ୍କ ଉପଦେଷ୍ଟା ମଣ୍ଡଳିରେ ଜଣେ ନୂତନ ସଦସ୍ୟ ଗ୍ରହଣ କରିବାକୁ ସ୍ଥିର କଲେ । ଏଭଳି ସଦସ୍ୟ ବୋଇଲେ ମନ୍ତ୍ରୀ । ସେ ନିଜ ଅମାତ୍ୟ ବର୍ଗଙ୍କ ଭିତରୁ କାହାକୁ ନ ନେଇ ଜନସାଧାରଣଙ୍କ ଭିତରୁ ଜଣକୁ ବାଛିବାକୁ ମନସ୍ଥ କଲେ ।                 “ଆମ ରାଜ୍ୟର ଅନେକ ଯୁବକ ବାରାଣସୀ ଓ ପୁରୀ ଇତ୍ୟାଦି ସ୍ଥାନକୁ ଯାଇ ଶିକ୍ଷା ଓ ଜ୍ଞାନର ବିକାଶ କରୁଛନ୍ତି ।...

Read More

“ଅତିଥି”

ପ୍ରାୟ ହଜାରେ ବର୍ଷ ତଳର କଥା । ଚୀନର ଏକ ଛୋଟ ରାଜ୍ୟର ରାଜଧାନୀରେ ଗୋଟାଏ ଚୋର ଭାରି ଉପଦ୍ରବ କରୁଥାଏ । ସେ ଚୋର ଏଡେ କୌଶଳୀ ଯେ ତାକୁ କେହି ଧରି ପାରିବା ତ ଦୂରର କଥା, କେହି କେବେ ବି ଦେଖିପାରୁ ନଥାନ୍ତି ।                 ସେ ସହରର ଥିଲାବାଲା ଲୋକେ ଯାଇ ବାରମ୍ବାର ସେ ରାଜ୍ୟର ରାଜାଙ୍କ ପାଖରେ ଆପତ୍ତି ଅଭିଯୋଗ କଲେ । ସେ ଚୋରର ବିଶେଷତ୍ୱ ହେଲା, ସିଏ ଯେଉଁ...

Read More

ଶିବଲୀଳା

ମା’ଙ୍କ କଥା ଶୁଣି ସିଦ୍ଧରାମ ଖୁବ୍ ଖୁସି ହୋଇଗଲା । ସେ ଉତ୍ସାହିତ ହୋଇ କହିଲା, “ମା, ଦୀପାବଳୀ ତ ଆଉ କିଛିଦିନ ପରେ ପଡିବ । ମୁଁ ଯାଇ ମୋର ଅପା ଓ ଭିଣୋଇଙ୍କୁ ନେଇ ଆସିବି । ସେମାନଙ୍କୁ ଆଜି ପର୍ଯ୍ୟନ୍ତ କେବେ ମଧ୍ୟ ନିମନ୍ତ୍ରଣ କରାଯାଇ ନାହିଁ ।”                 “ସିଦ୍ଧୁ, ତୋ ବାପାଙ୍କର ମୃତ୍ୟୁ ପରେ ଆମ ଘରେ ଆଉ କିଏ ଅଛି ଯେ ସେମାନଙ୍କୁ ଡାକିବ? ତୁ ତ ସାନ...

Read More

ସର୍ବୋଚ୍ଚ ନ୍ୟାୟାଳୟ

ରାଜା ଶୁଭ୍ରାଂଶୁ ସେତେବେଳେ ଚମ୍ପାବତୀ ରାଜ୍ୟରେ ରାଜୁତି କରୁଥିଲେ । ସେ ପିଲାବେଳେ ଗୋଟିଏ ଗୁରୁକୂଳରେ ପାଠ ପଢିଥିଲେ । ତାଙ୍କ ସ୍ୱଭାବ ଭଲ ଥିଲା ଓ ସେ ନ୍ୟାୟପରାୟଣ ଥିଲେ । ତେବେ ତାଙ୍କର ଗୋଟିଏ ବିଶେଷ ଦୁର୍ବଳତା ଥିଲା । ସେ ତାଙ୍କ ରାଣୀଙ୍କ କଥାକୁ କେବେବି ଏଡାଇଦେଇ ପାରୁ ନଥିଲେ । ସେ ରାଣୀ ରୂପମତୀ ଓ ବୁଦ୍ଧିମତୀ ଥିଲେ ଠିକ୍, କିନ୍ତୁ ତାଙ୍କ ଭିତରେ କୌଣସି...

Read More

ଦାତା ଓ ମିତ୍ର

ବରେନ୍ଦ୍ର ଯଶପୁରର ଜଣେ ବିଖ୍ୟାତ ବ୍ୟବସାୟୀ ଥିଲେ । ଦିନେ ତାଙ୍କର ପିଲାଦିନର ସାଙ୍ଗ ଶେଷାଦ୍ରି ତାଙ୍କୁ ଦେଖା କରିବାକୁ ଆସିଲେ । ସେ କହିଲେ, “ବନ୍ଧୁ, ମୁଁ ମୋ ଜୀବନରେ ବହୁତ ଧୋକ୍କା ଖାଇଛି । ମତେ ସମସ୍ତେ ଠକିଛନ୍ତି । ଏବେ ମୋର ଅବସ୍ଥା ଏତେ ଖରାପ ଯେ ମୋ ପରିବାର ଚଳାଇବାକୁ ମଧ୍ୟ ମୁଁ ଅକ୍ଷମ । ତୁମେ ଯଦି ମୋତେ ଟିକେ ସାହାଯ୍ୟ କରନ୍ତ ତେବେ ମୁଁ ନିଶ୍ଚୟ ଏ...

Read More

ମିତବ୍ୟୟୀ

ଧୀରାଜ ସ୍ୱଭାବତଃ ବଦ୍ଖର୍ଚ୍ଚୀ ଥିଲା । ତା’ ହାତରେ କେବେବି ପଇସାଟିଏ ମଧ୍ୟ ରହେନାହିଁ । ସେ ଦିନେ ଭାବିଲା ଏଥିପାଇଁ କିଛି ଉପାୟ କରିବା ନିହାତି ଜରୁରୀ । ତେଣୁ ସେ ତା’ର ବନ୍ଧୁ ଶ୍ରୀନାଥକୁ ଏକଥା କହିଲା । ଶ୍ରୀନାଥ ତାକୁ ଗୋଟିଏ ଛୋଟ ମୁହଁବୁଜା ଘଡି ଦେଇ କହିଲା, “ତୁ ଏଇଥିରେ ସବୁଦିନେ କିଛି କିଛି ପଇସା ପକା ।”                 ଧୀରାଜ ପଇସା ପକାଉଥାଏ । ଦିନେ...

Read More

ଯେସାକୁ ତେସା

ଆଦିବାସୀ ଗ୍ରାମରେ ସୁଦାମ ନାମକ ଚାଷୀଟିଏ ଥାଏ । ତା’ର ସ୍ତ୍ରୀ ମରିଯାଇଥାଏ । ଲାଟୁ ନାମରେ ତା’ର ପୁଅଟିଏ ଥାଏ । ସେ ପୁଅଟି ଏତେବି ବୁଦ୍ଧିଆ ନୁହେଁ । ପୁଅଟି ବଡ ହୋଇ ବାହା ହେଲା । ବୋହୁଟି କିନ୍ତୁ ଭାରି ବୁଦ୍ଧିଆ, ତା’ ନାମ ହେଲା ଶୀଲା ।                 ଦିନେ ଲାଟୁ ବାଡିରେ ବସି କାଠ କାଟୁଛି, ତିନିଜଣ ଭୟଙ୍କର ମୋଟା ମୋଟା ଲୋକ ଆସି ତାକୁ କହିଲେ, “ଭାଇ...

Read More

ପ୍ରକୃତ ଧନୀ

ସୁଶାନ୍ତ ଓ ସୁମନ ଗୋଟିଏ ଗୁରୁକୂଳରେ ବିଦ୍ୟାଶିକ୍ଷା କରୁଥିଲେ । ଗୁରୁ ସୁଶାନ୍ତକୁ ବ୍ୟବସାୟ କରି ଜୀବିକାର୍ଜନ ପାଇଁ କହିଲେ ଓ ସୁମନକୁ ପାଣ୍ଡିତ୍ୟ ପ୍ରାପ୍ତ କରି ଜୀବିକା ନିର୍ବାହ କରିବାକୁ କହିଲେ ।                 ସୁମନ ନିଜ ଗ୍ରାମକୁ ଯାଇ ସମସ୍ତ ଶାସ୍ତ୍ର ଅଧ୍ୟୟନ କରିବାରେ ମଗ୍ନ ହୋଇଗଲା । ମାତ୍ର ସୁଶାନ୍ତ ସହରକୁ ଯାଇ ବ୍ୟବସାୟ କଲା ଓ ଖୁବ୍ ଅଳ୍ପ ସମୟରେ...

Read More

ଶାଶୁ ବୋହୁ

ଗୋଟିଏ ଗ୍ରାମରେ ଶକୁ ନାମରେ ସ୍ତ୍ରୀଲୋକଟିଏ ଥାଏ । ସେ ବଡ କଞ୍ଜୁସ୍ । ତା’ ବିଷୟରେ ଲୋକେ କଞ୍ଜୁସ୍ ବୋଲି କହିଲେ ସେ ସେମାନଙ୍କ କଥା ମୋଟେ ମାନେନାହିଁ; ଓଲଟି କୁହେଯେ ସେ ମିତବ୍ୟୟି । ଶକୁ ବହୁଦିନୁ ବିଧବା । ତା’ର ଗୋଟିଏ ବୋଲି ପୁଅ ଶ୍ୟାମକୁ ପାଳି ପୋଷି ସେ ବଡ କଲା । ଏବେ ସୁନ୍ଦରୀ ସୁଲକ୍ଷଣୀ ବୋହୁଟିଏ ପାଇଁ ସେ ଚାରିଆଡେ ତା’ଆଖି ବୁଲାଇଲା । ଶକୁର ବହୁତ ଧନ...

Read More

ଭୂବନ ସୁନ୍ଦରୀ

(ଗ୍ରୀକ୍ମାନେ ଟ୍ରୋୟ ନଗରୀକୁ ଦଶବର୍ଷ ଧରି ଘେରି ରହିଥିଲେ । ଏହି ଦଶବର୍ଷ ମଧ୍ୟରେ ଦୁଇପକ୍ଷର ଅନେକ ଯୋଦ୍ଧା ମରିସାରିଥିଲେ । ଏହାର ମୂଳ କାରଣ ହେଉଛନ୍ତି ଭୂବନସୁନ୍ଦରୀ । ଗ୍ରୀକ୍ ପକ୍ଷର ମୃତ ପ୍ରସିଦ୍ଧ ଯୋଦ୍ଧା ହେଲେ ବଜ୍ରକାୟ ଓ ଭୂଧବ । ଟ୍ରୋଜନ୍ର ମୃତ ପ୍ରସିଦ୍ଧ ଯୋଦ୍ଧା ମାନଙ୍କ ମଧ୍ୟରେ ବୀରସିଂହ ଓ ମୋହନ; ମୋହନଙ୍କ ମୃତ୍ୟୁ ପରେ ଅରିଭୟଙ୍କର ଭୂବନସୁନ୍ଦରୀଙ୍କ...

Read More

ତିନି ତ୍ୟାଗୀ

ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ମଧ୍ୟରୁ ସାଇଁ ସାଇଁ ପବନର ଶବ୍ଦ ଭାସି ଆସୁଥାଏ, ଘଡଘଡି ଓ ଶ୍ୱାନ ଶ୍ୱାପଦଙ୍କ ରଡି ସହିତ ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ମଧ୍ୟ ଶୁଭୁଥାଏ । ଘନଘନ ବିଜୁଳି ଆଲୁଅ ମଧ୍ୟରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ ।                 କିନ୍ତୁ ରାଜା ବିକ୍ରମାର୍କ...

Read More

ମାନସିକ ରୋଗୀ

ହୋଲାପୁରର ଏକ ମାନସିକ ରୋଗଚିକିତ୍ସା କେନ୍ଦ୍ରରେ କେଶବ ତା’ର ଜଣେ ଆତ୍ମୀୟ ଲୋକକୁ ଦେଖିବାକୁ ସେଠାକୁ ଯାଇଥିଲା । ସେଠାରେ ପହଁଚି ସେ ବୁଝିଲା, ତା’କୁ ଆହୁରି ଘଂଟାଏ ଅପେକ୍ଷା କରିବାକୁ ହେବ, ତା’ପରେ ଯାଇ ତାଙ୍କର ଦେଖାମିଳିବ । ବାହାରେ ପଡିଥିବା ଏକ ଖଟିଆ ଉପରେ ସେ ବସି ଅପେକ୍ଷା କଲା । ସେଠାରେ ଆହୁରି ଜଣେ ବ୍ୟକ୍ତି ପୂର୍ବରୁ ବସିଥିଲେ । କଥାବାର୍ତ୍ତା କରୁ କରୁ...

Read More

ଭୂତତାନ୍ତ୍ରିକ

ଭଦ୍ରପୁରର ପ୍ରିତୁ ବଡ ତାନ୍ତ୍ରିକ ଥିଲା । ସମସ୍ତେ କୁହନ୍ତି ତା’ର ନାମ ପଡିଲେ ଭୂତପ୍ରେତ ସେଠାରୁ ଛାଡି ପଳାନ୍ତି । ତା’ର ସ୍ତ୍ରୀ ଅନ୍ନପୂର୍ଣ୍ଣା ଅତି ଭଲ ସ୍ୱଭାବର ସ୍ତ୍ରୀଲୋକ, କିନ୍ତୁ ପ୍ରିତୁର ସ୍ୱଭାବ ସମ୍ପୂର୍ଣ୍ଣ ବିପରୀତ । ଦିନେ ସଂଧ୍ୟା ପରେ ଚାରିଜଣ ଲୋକ ଆସି ତାଙ୍କ ଘରେ ପହଁଚିଲେ । ସେମାନେ ଅନ୍ନପୂର୍ଣ୍ଣାର ଦୂର ସମ୍ପର୍କୀୟ ବନ୍ଧୁବାନ୍ଧବ । ସେମାନେ...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ