ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

Category - ଜହ୍ନ ମାମୁଁ

ପାଞ୍ଚ ପ୍ରଶ୍ନ

ଦ୍ୱିତୀୟ ଦିନ ଯେତେବେଳେ ଧୀରସିଂହ ରାଜକୁମାରୀ ସୁଲୋଚନାଙ୍କୁ ଭେଟିବାକୁ ଆସିଲେ, ସେତେବେଳେ ରାଜକୁମାରୀ ତାଙ୍କୁ ସ୍ୱାଗତ କରି କହିଲେ, “ରାଜକୁମାର, ଏ ରାଜ୍ୟର ପଶ୍ଚିମ ପ୍ରାନ୍ତରେ ଯେଉଁ ଅରଣ୍ୟ ରହିଛି, ତାହା ଭିତର ଦେଇ ନଈଟିଏ ବହିଯାଇଛି । ଯିଏ ବଣ ଭିତରକୁ ଯାଏ, ସିଏ କେବଳ ସେ ନଈହିଁ ଦେଖି ପାରେ । ବଡ ବିସ୍ମୟର କଥା ଯେ ଗତ ଦୁଇବର୍ଷ ହେବ ସେ ନଈର ଜଳ ଲାଲ୍...

Read More

ମହା ପଣ୍ଡିତ

ନିଶା ଗରଜୁଥାଏ । ତା’ସହିତ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ବାରମ୍ବାର ବର୍ଷା ବି ହେଉଥାଏ । ଗଛଲତାମାନେ ପ୍ରବଳ ଭାବରେ ଦୋହଲୁଥାନ୍ତି । ବଜ୍ରଧ୍ୱନି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ମଧ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଝଲସି ଉଠୁଥାଏ ।                 କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ...

Read More

ଭାଗ ବଣ୍ଟା

ବଦ୍ରିପୁର ଗାଁର ଲକ୍ଷ୍ମଣ ପ୍ରଧାନ ଜଣେ ଥିଲାବାଲା ଲୋକ ଥିଲେ । ସେ ତାଙ୍କ ମୃତ୍ୟୁ ସମୟ ନିକଟ ହୋଇ ଆସୁଥିବାର ଜାଣି ଦୁଇ ପୁଅ ରମେଶ ଓ ହରିହରକୁ ପାଖକୁ ଡାକି କହିଲେ, “ମୋ ଅନ୍ତେ ତମେ ଦୁହେଁ ମୋ ସମ୍ପତ୍ତିକୁ ଠିକ୍ ସମାନ ଭାବରେ ବାଣ୍ଟିନେବ!”                 ଦୁଇଭାଇ ଆପତ୍ତି କରି କହିଲେ “ବାପା, ଆପଣ ସେଭଳି କଥା କାହିଁକି କହୁଛନ୍ତି? ଆପଣ ତ ଅଛନ୍ତି ।...

Read More

ମହାରାଜାଙ୍କ କଳା

ଭ୍ରମରପୁର ରାଜ୍ୟର ରାଜା ବିଚିତ୍ରସେନ ପ୍ରାସାଦ ବାରାନ୍ଦାରେ ଠିଆ ହୋଇ ପଶ୍ଚିମ ଦିଗ୍ବଳୟ ଆଡେ ଅନାଇଥିଲେ । ସୂର୍ଯ୍ୟ ଅସ୍ତ ଯାଉଥିଲେ । ମେଘ ସବୁ ସୁନାର ପାହାଡ ଭଳି ଦିଶୁଥିଲେ । ରାଜା ମୁଗ୍ଧ ହେଲେ । ସେହି ସୁନ୍ଦର ସୂର୍ଯ୍ୟାସ୍ତର ଦୃଶ୍ୟ ଅଳ୍ପ ସମୟ ପରେ ଲିଭିଯିବ, ଏହା ଭାବି ତାଙ୍କ ମନରେ ଭୀଷଣ ମାତ୍ରାରେ ଦୁଃଖ ହେଲା । ସେ ନିଜର ପ୍ରଧାନ ପରିଚାରକଙ୍କୁ ଡକାଇ...

Read More

କୃଷ୍ଟାବତାର

ନାରଦ ଶ୍ରୀକୃଷ୍ଣଙ୍କୁ ରୁକ୍ମିଣୀଙ୍କ ବିଷୟରେ ସମସ୍ତ ସମ୍ବାଦ ଦେବା ପରେ ଶ୍ରୀକୃଷ୍ଣ କୁଣ୍ଡୀନ ନଗରୀକୁ ଯିବା ପାଇଁ ପ୍ରସ୍ତୁତ ହେଲେ । ସେ ତାଙ୍କର ଭାଇ ବଳରାମ, ସେନାପତି ସାତ୍ୟକି ଓ ଅନ୍ୟାନ୍ୟ ଯାଦବବୀର ମାନଙ୍କୁ ଡକାଇ କହିଲେ, “ଆପଣମାନେ ଶୁଣିଲେ ତ ନାରଦ ଯାହା କହିଗଲେ? ଯେ କୌଣସି ମତେ ଆମେମାନେ ସେଠାକୁ ଯାଇ ରୁକ୍ମିଣୀକୁ ଉଦ୍ଧାର କରିବା । ଜଣେ ନିଃସହାୟ...

Read More

ଯଥାର୍ଥ ଚିକିତ୍ସା

ରାମନଗରରେ ଶିବୁ ନାମକ ଯୁବକଟିଏ ଥାଏ । ତା’ର ସାରା ଦୁନିଆରେ ଏକମାତ୍ର ନିଜଲୋକ ବୋଲି ବିଧବା ମା’ଟିଏ ଥାଏ । ଦିନେ ରୋଗୀ ମା’କୁ ନେଇ ଶିବୁ ବୈଦ୍ୟଙ୍କ ଘରକୁ ଗଲା । ଦେଖିଲା ଆଗରୁ ବହୁତ ଲୋକ ସେ ବୈଦ୍ୟଙ୍କ ଅପେକ୍ଷାରେ ଥା’ନ୍ତି । ଶିବୁ ମା’କୁ କହିଲା, “ମା’ ଏବେ ଏତେ ଲୋକଙ୍କ ଚିକିତ୍ସା ଶେଷ ହେବାକୁ ବହୁତ ସମୟ ଲାଗିବ । ତୁମର ପାଳି ପଡିବା ଭିତରେ ମୁଁ ଏଇ ଟିକିଏ...

Read More

ଭାଗ୍ୟ

ଗୋଟିଏ ଗାଁରେ ଦୁଇଟି ବୁଢା ଥା’ନ୍ତି । ଜଣେ ସ୍ୱଭାବରେ ଉତ୍ତମ, ଆଉ ଅନ୍ୟଟି ସ୍ୱଭାବରେ ଦୁଷ୍ଟ । ଥରେ ନୂଆବର୍ଷର ପ୍ରଥମ ଦିନରେ ସେ ଦୁହେଁ ପରସ୍ପରକୁ ଭେଟିଲେ ।                 ଉତ୍ତମ ବ୍ୟକ୍ତି କହିଲା, “ଗତ ରାତ୍ରିରେ ମୁଁ ଏକ ଆଶ୍ଚର୍ଯ୍ୟ ସ୍ୱପ୍ନ ଦେଖିଲି । ଆକାଶରୁହିଁ ମୋ ପାଇଁ ଧନ ସବୁ ତଳକୁ ଆସୁଛି ।”                 ଦୁଷ୍ଟ କହିଲା “ଆରେ ଏହା ବଡ ମଜା...

Read More

ଚାକରର ଯୁକ୍ତି

ଗୋଟିଏ ଗ୍ରାମରେ ଧ୍ରୁବ ନାମକ ଜଣେ ବ୍ୟକ୍ତି ଥାଏ । ତା’ର ନିଜର ବୋଲି ଏ ଦୁନିଆରେ ଆଉ କେହିବି ନଥାନ୍ତି; ବିବାହ ମଧ୍ୟ ସେ କରି ନଥାଏ ସେଥିପାଇଁ ଘର ଚଳାଇବା ପାଇଁ ଚାକରଟିଏ ସେ ରଖିଥାଏ । ସେ ଘରକାମ ଓ ରନ୍ଧାବଢା ସବୁ କରେ । ତା’ର ନାମ ଭୋଳା ।                 ଦିନେ ଧ୍ରୁବ ରାସ୍ତାରେ ଯାଉଛି । ଜଣେ ପରିଚିତ ବ୍ୟକ୍ତି ତାକୁ ଡାକି କହିଲେ, “ଆରେ ଧ୍ରୁବ, ବହୁଦିନ...

Read More

ପ୍ରତ୍ୟକ୍ଷ ଶିକ୍ଷା

ରମାକାନ୍ତ ଜଣେ ଛୋଟ ବ୍ୟବସାୟୀ ଥିଲା । ତା’ ଗ୍ରାମରୁ ସହର ଚାରିକୋଶ ଦୂର । ସେ ସହରରୁ ନାନା ପ୍ରକାର ଜିନିଷ କିଣିଆଣି ବେଶି ଦାମ୍ରେ ସେସବୁକୁ ନିଜ ଗ୍ରାମରେ ବିକେ ।                 ଦିନେ ସେ ଟଙ୍କା ପଇସା ଧରି ଘରୁ ବାହାରୁ ବାହାରୁ ଟିକିଏ ଡେରି ହୋଇଗଲା । ତେଣୁ ସବୁ ଭଡାଗାଡିମାନେ ଆଗରୁ ଚାଲିଯାଇଥା’ନ୍ତି । ମହା ହଇରାଣରେ ପଡି ସେ ଭାବିଲା, “ଯଦି ମୁଁ ଆଜି...

Read More

ବନ୍ଧ୍ୟା

ହରିପୁର ଗ୍ରାମରେ ରାମ ଓ ଜାନକୀ ନାମକ ସ୍ୱାମୀ ସ୍ତ୍ରୀ ରହୁଥା’ନ୍ତି । ତାଙ୍କର ଗୋଟିଏ ବୋଲି ପୁଅ ଥାଏ, ତା’ର ନାମ ମାଧବ । ଜାନକୀର ଭଉଣୀ, ଝିଅଟିଏ ଜନ୍ମ କରି ମରିଗଲା । ଜାନକୀ ସେ ଛୁଆକୁ ନିଜ ଘରକୁ ଆଣି ତା’ର ପାଳନ ପୋଷଣ କଲା । ସେ ଝିଅଟିର ନାମ ମଲ୍ଲିକା ରଖାଗଲା ।                 ମଲ୍ଲିକା ତା’ବାଳୁତ କାଳରୁ ମାତୃହୀନା ବୋଲି ରାମ ଓ ଜାନକୀ ଦୁହେଁ ତାକୁ...

Read More

ଚିକିତ୍ସା

ରୁଦ୍ରାଚାରୀ ନାମକ ଏକ ବୈଦ୍ୟ ଥିଲେ । ତାଙ୍କ ପାଖରେ ଶରଭ ଶିଷ୍ୟ ରୂପରେ କାମ କରୁଥିଲେ । ରୁଦ୍ରାଚାରୀ ଯାହା ଶିଖାନ୍ତି ସେ ସବୁ ଲେଖି ପକାନ୍ତି । କାଳେ ତାଙ୍କର ମନେ ନ ରହିବ ।                 ଦିନେ ରୁଦ୍ରାଚାରୀ ତାଙ୍କୁ କହିଲେ, “ବତ୍ସ, ତୁମେ ଭାବନାହିଁ ଯେ ସବୁ ରୋଗ ପାଇଁ ଔଷଧ ଅଛି । ଚିକିତ୍ସା ବିଭିନ୍ନ ପ୍ରକାରରେ କରାଯାଇ ପାରେ । ଯେମିତି ହିକ୍କା ରୋଗ...

Read More

ଅପୂର୍ବଙ୍କ ପରାକ୍ରମ

(ଅପୂର୍ବର ଆବିର୍ଭାବ ପବିତ୍ର ଯଜ୍ଞକୁଣ୍ଡରୁ ହୋଇଥିଲା । ପୂର୍ବପରି ତା’ର ଶରୀର ଗଠନ ଛୋଟପିଲା ପରି ହେଲେ ମଧ୍ୟ ସେ ମନ ଓ ବୟସରେ ଯୁବାବସ୍ଥା ପ୍ରାପ୍ତ ହେଲାଣି । ଜଣେ ରାଜାଙ୍କ ପଛରେ ମୁଖ୍ୟମନ୍ତ୍ରୀ ଓ ତାନ୍ତ୍ରିକ ଜଣେ ଡାହାଣୀର ସାହାଯ୍ୟ ନେଇ କିପରି ଏକ ଭୟଙ୍କର ଷଡଯନ୍ତ୍ରରେ ଲିପ୍ତ ରହିଛନ୍ତି, ସେକଥା ସେ ଜାଣିପାରିଲା । ସେମାନେ ରାଜକୁମାରୀଙ୍କୁ ତାଙ୍କର ଅମୂଲ୍ୟ...

Read More

ପାପ

ନିଶା ଗରଜୁଥାଏ, ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ଭିତରୁ ସାଇଁ ସାଇଁ ପବନ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ମଧ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅ ମଧ୍ୟରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ ।                 କିନ୍ତୁ ରାଜା ବିକ୍ରମାର୍କ ତିଳେ...

Read More

ଆନ୍ତର ସୌନ୍ଦର୍ଯ୍ୟ

ଧର୍ମପୁର ଗ୍ରାମରେ ଦୁଇ ମିତ୍ର ଥିଲେ । ସେମାନେ ହେଲେ କେଶବ ଓ ରାଜୀବ । ପରେ ଜୀବିକା ଅର୍ଜନ ସକାଶେ ସେ ଦୁହେଁ ଦୁଇଟି ଭିନ୍ନ ଗ୍ରାମରେ ରହି ବ୍ୟବସାୟ କଲେ ମଧ୍ୟ ସେମାନଙ୍କର ମିତ୍ରତା ଅତୁଟ ଥିଲା ।                 କିଛିଦିନ ମଧ୍ୟରେ ସେ ଦୁଇଜଣଙ୍କର ବ୍ୟବସାୟ ବହୁତ ଉନ୍ନତି କଲା । ସେମାନେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କଲେ । କେଶବର ପୁଅ ବିଦ୍ୟାଧର ଓ ରାଜୀବର...

Read More

କୁତର୍କର ଲାଭ

ରାଜା ବିକ୍ରମସେନଙ୍କ ମହାମନ୍ତ୍ରୀ ଚତୁରସେନ ଥିଲେ । ରାଜ୍ୟର ସମସ୍ତ କାର୍ଯ୍ୟ ପାଇଁ ସେ ସଦା ସର୍ବଦା ତାଙ୍କ ସହିତ ଆଲୋଚନା କରନ୍ତି, ତାଙ୍କର ପରାମର୍ଶ ବି ସେ ଗ୍ରହଣ କରନ୍ତି । ଏଣେ ଚତୁରସେନଙ୍କ ପାଖରେ ଦଶଜଣ ମନ୍ତ୍ରୀ ରାଜ୍ୟର ଭଲମନ୍ଦ ଉପରେ ଆଲୋଚନା କରନ୍ତି । ତେଣୁ ରାଜାଙ୍କୁ କୌଣସି ପ୍ରସ୍ତାବ ଦେବା ପୂର୍ବରୁ ମହାମନ୍ତ୍ରୀ ଅନ୍ୟ ମନ୍ତ୍ରୀଙ୍କ ସହ ଆଲୋଚନା କରି...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ