ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

Category - ଜହ୍ନ ମାମୁଁ

ପାର୍ଥକ୍ୟ

ଜଣେ ରାଜାଥିଲେ ତାଙ୍କର ଶାସନ ଆଦର୍ଶ ଶାସନ ଥିଲା; ଦିନେ ସେ ଶିକାର କରିବାକୁ ଜଙ୍ଗଲକୁ ଯାଇଥିଲେ । ଶିକାର କରୁ କରୁ ସେ ନିଜ ଲୋକଙ୍କଠାରୁ ବିଚ୍ଛିନ୍ନ ହୋଇ ବହୁ ଦୂରକୁ ଚାଲିଯାଇଥିଲେ । ସଚେତନ ହୋଇ ସେ ଦେଖିଲେ ସେ ରାସ୍ତା ମଧ୍ୟ ଭୁଲିଯାଇଛନ୍ତି; ସେ କ୍ଷୁଧାତୃଷ୍ଣାରେ ଆତୁର ହୋଇ ବୁଲୁବୁଲୁ ଜଣେ ମୁନିଙ୍କର ଆଶ୍ରମରେ ଯାଇ ପହଁଚିଲେ ।                 ସେ ଦେଖିଲେ...

Read More

ମହାଭାରତ

ରାତି ଅଧବେଳକୁ ଜରାସନ୍ଧ ଅତିଥିମାନଙ୍କ କଥା ମନେ ପକାଇଲେ । ସେ ଯଜ୍ଞଶାଳାକୁ ଆସି ଅର୍ଜୁନ ଓ ଶ୍ରୀକୃଷ୍ଣଙ୍କୁ କହିଲେ, “ମହୋଦୟ, ଆପଣ ନିଜକୁ ଯେଉଁ କୁଳର ବ୍ରାହ୍ମଣ ବୋଲି ପରିଚୟ ଦେଉଛନ୍ତି, ସେମାନେ ତ କାହିଁ ଫୁଲହାର ପକାନ୍ତି ନାହିଁ ବା ଚନ୍ଦନ ଚିତା ଘେନନ୍ତି ନାହିଁ । ଆପଣମାନଙ୍କ ବାହୁରେ ଅସ୍ତ୍ରାଘାତର ଚିହ୍ନ ଅଛି । ପୁଣି ଆପଣମାନେ ମୁଖ୍ୟ ଦ୍ୱାରରେ ନଆସି...

Read More

ମହାବୀର

କୀର୍ତ୍ତିଚନ୍ଦ୍ର ଉତ୍ପଳ ଦେଶର ରାଜା ଥିଲେ । ତାଙ୍କର କନ୍ୟା ରାଜକୁମାରୀ ପଦ୍ମାବତୀ ଅତିଶୟ ସୁନ୍ଦରୀ ଓ ଗୁଣବତୀ ଥିଲେ; ପଦ୍ମାବତୀଙ୍କ ପାଇଁ ଉପଯୁକ୍ତ ବର ଖୋଜା ହେଉଥିବା ସମୟରେ ହିଁ ସେ ହଠାତ୍ ହରଣଚାଳ ହୋଇଗଲେ ।                 ପରିଚାରକମାନେ ସମଗ୍ର ଅନ୍ତପୁର ଖୁବ୍ ଭଲଭାବରେ ଖୋଜିଲେ । ତା’ପରେ ରାଜପୁରୋହିତ ଓ ତାନ୍ତ୍ରିକ ମିଶି କୌଣସି ପ୍ରକାର କ୍ରିୟାକର୍ମ...

Read More

ରାମନାଥଙ୍କ ବୁଦ୍ଧି

ଚଂଚଳପୁରରେ ଗୋଟିଏ ଲୁହାଖଣି ବାହାରିଲା । ତେଣୁ ଦୂରଦୂରାନ୍ତରରୁ ଅନେକ ଲୋକସବୁ ବ୍ୟବସାୟ ସୂତ୍ରରେ ଆସି ସେଠାରେ ବସବାସ କଲେ । ସେମାନଙ୍କ ମଧ୍ୟରେ ରାମନାଥ ଅନ୍ୟତମ ଥିଲେ । ବହୁଲୋକ ଅନ୍ୟ ଆଡୁ ଆସି ବସବାସ କରିବାରୁ ଘର ଭଡାକୁ ମିଳୁ ନଥାଏ ।                 ରାମନାଥ ଚାରିଆଡେ ଘର ଖୋଜି ବୁଲି ବୁଲି, ତାଙ୍କ ଚପଲ ଛିଡିଗଲା । ଶେଷକୁ ସେ ଗୋଟିଏ ଘରର ସନ୍ଧାନ ପାଇଲେ...

Read More

ଧନର ମୂଲ୍ୟ

କରଜ ଦେବା ପ୍ରଶାନ୍ତଙ୍କର ବ୍ୟବସାୟ ଥିଲା । ସେ ଏତେ ମଧୁର ଭାବରେ କଥା କୁହନ୍ତି ଯେ ଲୋକେ, ଅଳ୍ପ ଦରକାର ହେଲେ ମଧ୍ୟ ପ୍ରଶାନ୍ତଙ୍କ ପାଖକୁ ଦୌଡିବେ ।                 ବହୁତ ଲୋକ ଟଙ୍କା କରଜ ନେବାକୁ ଆସନ୍ତି । କ୍ରମେ ସେମାନଙ୍କ ସଂଖ୍ୟା ବଢିଚାଲିଲା । ତେଣୁ ସେଥିପାଇଁ ଗୁମାସ୍ତା ଚାରିଜଣ ରହିଥା’ନ୍ତି, କରଜ ନେଇଥିବା ଲୋକର ନାମଧାମ ଲେଖିବାକୁ ଓ କରଜ ଟଙ୍କା...

Read More

ପୁରସ୍କାର

ବିକାନୀରର ଜମିଦାର ଭୂପତିରାୟ, ନିଜ ଜନ୍ମଦିନ ଉପଲକ୍ଷେ ଏକ କବିତା ପାଠୋତ୍ସବର ଆୟୋଜନ କରାଇଲେ । ପୂର୍ବରୁ ଘୋଷଣା କରାଗଲା କି ଯିଏ ପରମଶିବଙ୍କ ଉପରେ ଏକଶହ କବିତା ଶୁଣାଇବେ ସେ “ସରସ୍ୱତୀ ପୁତ୍ର” ଉପାଧି ପାଇବେ ଓ ଏକହଜାର ସ୍ୱର୍ଣ୍ଣମୁଦ୍ରା ପୁରସ୍କାର ପାଇବେ ।                 ସେହି ପ୍ରତିଯୋଗିତାରେ ରଜନୀଚନ୍ଦ୍ର ନାମକ ପଚିଶବର୍ଷର ଯୁବକ ଓ ନାରାୟଣ ଶର୍ମା ନାମକ...

Read More

କୀର୍ତ୍ତି ସିଂହ

(କୋଶଳ ରାଜା ସୁଷେଣଙ୍କ ବନ୍ଧୁ ହେଲେ ଜୟସେନ । ତାଙ୍କ ଝିଅ ଶକ୍ତିସେନାଙ୍କ ଶକ୍ତି ସାମର୍ଥ୍ୟ ପରୀକ୍ଷା କରିବା ପାଇଁ, ତାଙ୍କ ପାଖରେ ଏହି ସର୍ତ୍ତ ରଖିଲେ ଯେ ଗୁରୁକୁଳରୁ ଫେରୁଥିବା ତାଙ୍କ ପୁଅ କୀର୍ତ୍ତିସିଂହଙ୍କୁ କାଳୀ ମନ୍ଦିରରେ ତିନି ଦିନ ବନ୍ଦୀ କରି ସେ ରଖିବେ । ଶକ୍ତିସେନା ସେଥିରେ ସମ୍ମତ ହେଲେ । କିନ୍ତୁ ଜୟସେନ ଭୁଲ୍ କରୁଥିଲେ । ତା’ପରେ ସେ ତାଙ୍କ ଝିଅକୁ...

Read More

ଦଣ୍ଡବିଧି

ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ଭିତରୁ ସାଇଁ ସାଇଁ ପବନ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନ ଶ୍ୱାପଦଙ୍କ ରଡି ସହିତ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ ।                 କିନ୍ତୁ ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ବିଚଳିତ...

Read More

ଭୁଲାପଣ

ଲକ୍ଷ୍ମଣସେଠ୍ ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନ କରିବାକୁ ଗଲେ । ପାଖ ଗ୍ରାମରେ ଥିବା ତାଙ୍କର ବନ୍ଧୁ ବୀରସେଠଙ୍କ ସହିତ ବାଟରେ ଦେଖା ହେଲା । ସେ କହିଲେ, “ଶୁଣିଲି, ତୁମ ଘରେ ଚୋର ତିନିଥର ଚୋରୀ କରିଛି । କ’ଣ ଏକଥା ସତ?”                 ଲକ୍ଷ୍ମଣସେଠ୍ କହିଲେ “ହଁ ସତ ।”                 ବୀରସେଠ ପଚାରିଲେ “ଚୋର ସିନ୍ଦୁକ ଭାଙ୍ଗିବା ବେଳେ ତମେ ନିଦରୁ ଉଠିପଡିଲ...

Read More

ଦାନୀକର୍ଣ୍ଣ ଭୂମିନାଥ

ବସନ୍ତ ନାମକ ଗ୍ରାମରେ ଭୂମିନାଥ ନାମକ ଜଣେ ଧନୀ ବ୍ୟକ୍ତି ଥିଲେ । ତାଙ୍କୁ ସମସ୍ତେ ଦାନୀକର୍ଣ୍ଣ କହୁଥିଲେ । ସେ ନିଜ ନାମର ମହତ୍ୱ ରଖିବାକୁ ଯାଇ ଦାନ ଦେଇ ଦେଇ ସବୁ ଧନ ଶେଷ କରିଦେଲେ । ସେ କୃଷିବିଦ୍ୟାରେ ପାରଙ୍ଗମ ଥିଲେ । ଅନ୍ୟମାନଙ୍କ ଜମିଚାଷ କରି ବହୁ ଅର୍ଥ ସେ ଲାଭ କଲେ । କିନ୍ତୁ ଦାନ ଦେବାର ଅଭ୍ୟାସ ସେ ଛାଡିଲେ ନାହିଁ । ତଥାପି ଏବେ ନିଜର ପରିସ୍ଥିତି ଓ...

Read More

ରାମପୁରର ରାମ

ରାମପୁରର ରାମର ସୀତାପୁରର ସୀତାରାମ ସହିତ କିଛି କାମଥିଲା । ସକାଳୁ ଚାଲିଚାଲି ଦ୍ୱିପ୍ରହରବେଳକୁ ସେ ଯାଇ ଲକ୍ଷ୍ମଣପୁରରେ ପହଁଚିଲା । ଖରାରେ ଚାଲୁଛି, ପୁଣି ଭୋକରେ ତା’ର ହଂସା ଉଡିଲାଣି, ସେ ରାସ୍ତାରେ ଘରଟିଏ ଦେଖି ପିଣ୍ଡା ଉପରକୁ ଉଠିଯାଇ ବସିପଡି ଥକା ମାରିଲା । ସେ ଘରର ଯୁବକଟିଏ ବାହାରି ଆସିଲେ; ରାମ କହିଲା, “ପୁଅ, ବଡ ଖରାରେ ଚାଲିଚାଲି କ୍ଳାନ୍ତ ହୋଇ ପଡିଛି...

Read More

ମହାଭାରତ

ଋଷିମୁନିଗଣଙ୍କର ନିବାସସ୍ଥଳୀ ନୈମିଷାରଣ୍ୟ ଥିଲା; ମହାମୁନି ଶୌନକ ସେମାନଙ୍କ କୁଳପତି ଥିଲେ । ଥରେ ସେ ବାରବର୍ଷ ପର୍ଯ୍ୟନ୍ତ ଯଜ୍ଞ କଲେ । ଯେତେବେଳେ ମୁନିଋଷିମାନେ ଯଜ୍ଞ କର୍ମରେ ବ୍ୟସ୍ତ ରହୁଥିଲେ ସେତେବେଳେ ରୋମହର୍ଷଣଙ୍କ ପୁତ୍ର ସୂତମୁନି ସେଠାକୁ ଆଗମନ କଲେ । ସୂତମୁନି ସମସ୍ତ ପୁରାଣରେ ପଣ୍ଡିତ ଥିଲେ । ତେଣୁ ଅନେକ ଋଷିମୁନି ତାଙ୍କୁ ପୁରାଣ କଥା ଶୁଣାଇବାକୁ...

Read More

ଘୋରକର ଉଦାରତା

ତ୍ରିରୂପ ଦେଶର ରାଜକୁମାରୀ ଚନ୍ଦ୍ରମତୀ ଅତି ସୁନ୍ଦରୀ ଓ ଗୁଣବତୀ ଥିଲେ । ଥରେ ସେ ବିଚିତ୍ରତାରେ ପୂର୍ଣ୍ଣ ବିରୁପ ଦେଶକୁ ବୁଲିବାକୁ ଗଲେ । ସେଠାରେ ସେ ପହଁଚିବା ମାତ୍ରେ ସେଠାକାର ଯୁବରାଜ ବୀରସେନ ତାଙ୍କୁ ସ୍ୱାଗତ କଲେ ଓ ତାଙ୍କୁ ସାରାଦେଶ ବୁଲାଇ ଦେଖାଇଲେ । କିଛିଦିନ ଏକାଠି ରହିବା ଦ୍ୱାରା ସେ ଦୁହିଁଙ୍କ ମନ ଦୁହିଁଙ୍କ ପ୍ରତି ଆକର୍ଷିତ ହେଲା । କିଛି ଦିନ ପରେ...

Read More

ପରିପୂର୍ଣ୍ଣ ମାନବିକତା

ବିକ୍ରମପୁରର ରାଜାଙ୍କ ଆକସ୍ମିକ ମୃତ୍ୟୁ ହେବା ଯୋଗୁଁ ଅଳ୍ପ ବୟସରେ ରାଜକୁମାରଙ୍କ ରାଜ୍ୟାଭିଷେକ ହେଲା । ସଂସାର ଅନଭିଜ୍ଞ ନୂଆ ରାଜାଙ୍କୁ ରାଜଗୁରୁ କହିଲେ, “ଯିଏ ଶାସକ ହୁଏ, ତା’ର ପ୍ରଥମ ଜାଣିବା ଉଚିତ୍ ଯେ ପ୍ରତ୍ୟେକ ମାନବ ମଧ୍ୟରେ ମାନବିକତା କେତେଦୂର ରହିଛି । ଯେତେବେଳେ ଆବଶ୍ୟକ ହେବ ମୁଁ ତୁମକୁ ଏସବୁ ବିଷୟରେ ଶିକ୍ଷା ଦେବି ।”                 ନୂଆରାଜା...

Read More

ଜଡ ଭରତ

ଏକଦା ଭରତ ନାମରେ ଜଣେ ରାଜା ଥିଲେ । ପରିଣତ ବୟସରେ ସେ ରାଜ୍ୟଭାର ପୁତ୍ରମାନଙ୍କୁ ଦେଇ ତପସ୍ୟା ନିମନ୍ତେ ବଣକୁ ଚାଲିଗଲେ ।                 ଦିନେ ସେ ନଈରେ ସ୍ନାନ କରୁଛନ୍ତି, ହଠାତ୍ ଦେଖିଲେ ଗୋଟିଏ ମା ହରିଣ ତା’ ଶାବକକୁ ଛାଡି ମରିଗଲା । ଏହାପରେ ଭରତ ସେ ଛୁଆ ହରିଣକୁ ନିଜ କୁଡିଆକୁ ନେଇଯାଇ ପାଳିଲେ । କ୍ରମେ ସେ ହରିଣ ଛୁଆ ତାଙ୍କୁ ଏମିତି ମାୟାଡୋରିରେ...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ