ପ୍ରାୟ ପଚାଶ ବର୍ଷ ତଳର ଗୋଟିଏ କଥା । ମଙ୍ଗଳପୁର ଗାଁରେ ଜଣେ ଜମିଦାର ଥିଲେ । ତାଙ୍କ ନାମ ବିଷ୍ଣୁ ଗୁପ୍ତ ଥିଲା । ତାଙ୍କ ଜମିଦାରି ସେପରି ବିଶେଷ ବଡ ନଥିଲା, ତେବେ ଜମିଦାରି ସାଙ୍ଗକୁ ତାଙ୍କର କିଛି ବ୍ୟବସାୟ ମଧ୍ୟ ଥିଲା । ମଙ୍ଗଳପୁର ଗାଁରେ ଜଣେ ବିଶିଷ୍ଟ ବୈଦ୍ୟ ଥିଲେ । ବିଷ୍ଣୁ ଗୁପ୍ତଙ୍କର ଦେହ ପା ଖରାପ ହେଲେ ସେ ଦେଖୁଥିଲେ । ବୈଦ୍ୟଙ୍କର...
Category - ଜହ୍ନ ମାମୁଁ
ବହୁ-ବହୁ କାଳ ତଳେ ଏକ ରାଜ୍ୟ ଥିଲା । ତା’ର ନାମ କନକ ଉପତ୍ୟକା । ତାକୁ ପ୍ରସ୍ତ ପ୍ରସ୍ତ ଉଚ୍ଚରୁ ଉଚ୍ଚତର ପର୍ବତ ବେଢି ରହିଥିଲା । ଘନ ଅରଣ୍ୟ ପର୍ବତମାଳାକୁ ଆବୋରି ରହିଥିଲା । ଉଚ୍ଚତମ ପର୍ବତ ଶିଖରରେ ଥିବା ଗଛଲତାମାନେ ସତେ ଅବା ମେଘମାଳାଙ୍କ ବୁକୁରେ ଗେହ୍ଲା ଶିଶୁଙ୍କ ଭଳି ମୁଣ୍ଡ ଗୁଞ୍ଜି ନିଦରେ ଶୋଇ ରହୁଥିଲେ! ମେଘମାନେ ସତରେ ସେ ଉପତ୍ୟକାକୁ ଭଲ ପାଉଥିଲେ ।...
ନିଶା ଗରଜୁଥାଏ । ଏଣେ ତୁହାକୁ ତୁହା ବର୍ଷା ବି ହେଉଥାଏ । ତେଣେ ସାଇଁ ସାଇଁ ଶୀତଳ ପବନରେ ଗଛଲତା ସବୁ ଥରି ଉଠୁଥାନ୍ତି । ଶ୍ୱାନଶ୍ୱାପଦଙ୍କ ରଡି ଓ ବଜ୍ରଧ୍ୱନି ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ବିଚଳିତ ବୋଧ ନକରି ପୂନର୍ବାର...
କୋଶଳ ଦେଶର ରାଜା ଶୈଳପ୍ରତାପ ଦିନେ ତାଙ୍କ ବିଦୂଷକ କିଶୋର ଉପରେ ରାଗିଗଲେ । କାରଣ ରାଜା ଯାହା କହନ୍ତି, କିଶୋର ତା’ର ବିପରୀତ କଥା କହେ । ରାଜା ଆଦେଶ ଦେଲେ “ତମେ ମୋ ଦରବାର ଛାଡି ଏହିକ୍ଷଣି ବାହାରି ଯାଅ! ତୁମେ ତୁମ ମୁହଁ ମୋତେ ଆଉ ମୋଟେ ଦେଖାଇବ ନାହିଁ ।” ଏହାପରେ ବିଦୂଷକ “ଯେ ଆଜ୍ଞା!” କହି ଅଭିବାଦନ କରି ସଙ୍ଗେ ସଙ୍ଗେ ସେଠାରୁ ବାହାରିଗଲା...
ମହୀପାଳ ସେତେବେଳେ ମଳୟଗିରି ରାଜ୍ୟ ଉପରେ ଶାସନ କରୁଥିଲେ । ଦିନେ ସେ ତାଙ୍କ ଦରବାରରେ ବସିଛନ୍ତି, ଜଣେ କୁବ୍ଜା ବୁଢା ଗୋଟାଏ ସିଢି ଧରି ତାଙ୍କ ଆଗରେ ପହଁଚିଲା ଓ କହିଲା, “ମହାରାଜ! ଏ ସିଢିର ବିଶେଷ ଗୁଣ ଅଛି । ଡାକୁ ମାନସିଂହ ଏହାକୁ ମୋଠୁଁ ଛଡାଇ ନେବାକୁ ବସିଛି । ଆପଣ ଏହାକୁ ରକ୍ଷା କରନ୍ତୁ ।” ଅବଶ୍ୟ ଡାକୁ ମାନସିଂହ ବିରୁଦ୍ଧରେ ସେତେବେଳକୁ...
ଯମୁନା ତଟରେ ଗୋପପୁର ନାମରେ ଗ୍ରାମଟିଏ ଥିଲା, ଏହା ପ୍ରାକୃତିକ ସମ୍ପଦରେ ସମୃଦ୍ଧିଶାଳୀ ଥିଲା । ଗୋପପୁରର ଅଧିକାଂଶ ବାସିନ୍ଦା ଗୋପାଳ ଥିଲେ । ଗୋପାଳନ ସେମାନଙ୍କର ଜୀବିକା ନିର୍ବାହର ପନ୍ଥା ଥିଲା । ନନ୍ଦ ସେମାନଙ୍କର ରାଜା ଥିଲେ । ରୋହିଣୀ ଓ ଯଶୋଦାଙ୍କ କୋଳରେ ରାମ ଓ କୃଷ୍ଣ ଚନ୍ଦ୍ରକଳା ପରି ବଢିବାକୁ ଲାଗିଲେ । କୃଷ୍ଣଙ୍କର ବୟସ ମାତ୍ର କେତେ ଦିନ । ମାସଟିଏ ବି...
ଯାମୁନଗରର ରାଜା ହରିକାନ୍ତ ଭୋଗବିଳାସରେ ଥାଇ ଅତି ନିଶ୍ଚିନ୍ତ ମନରେ ଶାସନ କାର୍ଯ୍ୟ ଚଲାଉଥା’ନ୍ତି । କାରଣ ଏକେ ତ ତାଙ୍କର ଶତୃଭୟ ପ୍ରାୟ ନଥିଲା; ଦ୍ୱିତୀୟରେ ମନ୍ତ୍ରୀମାନେ ଅତ୍ୟନ୍ତ ବିଶ୍ୱସ୍ତ ଓ କାର୍ଯ୍ୟଦକ୍ଷ । କିଛିଦିନ ପରେ ଦେଖାଗଲା କ୍ରମଶଃ ରାଜା ଅଧିକରୁ ଅଧିକ ମୋଟା ହେବାକୁ ଲାଗିଲେ । ଶେଷରେ ସେ ଏତେ ମୋଟା ହେଲେ ଯେ ଗୋଟିଏ ସ୍ଥାନରୁ...
ଅନେକ ଦିନ ପୂର୍ବେ ତୁର୍କୀ ସହରରେ ବାବର ନାମକ ଜଣେ ଗରୀବ ଲୋକ ଥାଏ । କିନ୍ତୁ ତା’ର ମନ ନାନା ଉଚ୍ଚ ଆକାଂକ୍ଷାରେ ପୂର୍ଣ୍ଣ ଥାଏ । ସେସବୁ ବେଳେ ବେଳେ ସେ ସ୍ୱପ୍ନରେ ଦେଖେ । ଦିନେ ବାବର ଗୋଟିଏ ଭୋଜନାଳୟର ଏକ କୋଣରେ ଥିବା ଚୌକି ଉପରେ ବସି ନାନା କଥା ଭାବୁଥାଏ । ସହରର ବଡ ବଡ ଧନୀମାନଙ୍କ ପାଇଁ ସ୍ନାନାଗାର ଥାଏ । ସେଠାରେ ସେବକମାନେ ମାଲିସ୍ କରି...
ଜଗୁଦାସ ରାମପୁର ଗ୍ରାମର ଜଣେ ଧନୀ ଚାଷୀ ଥିଲେ । ଚାଷ ଛଡା ତାଙ୍କର ଦୋକାନଟିଏ ଥାଏ ସେଥିରୁ ମଧ୍ୟ ବହୁତ ଟଙ୍କା ରୋଜଗାର ହୁଏ । କିନ୍ତୁ ସେ ଟିକିଏ ଲୋଭୀ ପ୍ରକୃତିର ବ୍ୟକ୍ତି ଥିଲେ । ଧାନ ଅମଳ ସମୟରେ ସେ ପତ୍ନୀକୁ ଦୋକାନ ଜଗାଇ ଦେଇ ନିଜେ ଜମିପାଖରେ ଥାଏ । ଧାନ ଅମଳ ପରେ ସବୁ ଚାଷୀମାନେ ଗରୀବ ଲୋକଙ୍କୁ କିଛି ନା କିଛି ଦାନ ଦେଇଥାନ୍ତି । ତେବେ...
ପ୍ରତ୍ୟେକ ମଣିଷର ସାଧାରଣ ଜୀବନ କଟାଇବା ପାଇଁ ଯଥେଷ୍ଟ ବୁଦ୍ଧି ଅଛି । କିନ୍ତୁ କୁଶଳ ବୁଦ୍ଧି ଅନ୍ୟ ଏକ ବିଭାଗ ଯାହାକି ଖୁବ୍ କମ୍ ବ୍ୟକ୍ତିଙ୍କର ଥାଏ । ଏହି କୁଶଳ ବୁଦ୍ଧି ସାହାଯ୍ୟରେ ମଣିଷ ଅଳ୍ପ ସମୟରେ, ଅଳ୍ପ ପରିଶ୍ରମରେ ଓ ଅନାୟାସରେ ଅନେକ କିଛି ହାସଲ କରିପାରେ । ସେହିପରି ଜଣେ ବ୍ୟକ୍ତି ହେଲେ ରାଜପୁର ଗ୍ରାମର ରାମପ୍ରସାଦ । ସେ ବିବେକ୍ବାନ୍, ସ୍ଥିରବୁଦ୍ଧି...
ରାମପୁର ଗ୍ରାମରେ ନରେଶ ନାମକ ଜଣେ ଧନୀ ଓ ଭାଗ୍ୟଶାଳୀ ବ୍ୟକ୍ତି ଥିଲେ । ତାଙ୍କର ରାଜମହଲ ପରି ବିରାଟ ପ୍ରାସାଦ, ଅସୁମାରୀ ଚାକରବାକର, ବିପୁଳ ଐଶ୍ୱର୍ଯ୍ୟ, ଜମିବାଡିର ସଂଖ୍ୟା ନାହିଁ । ବ୍ୟବସାୟରେ ସର୍ବଦା ସେ ଲାଭବାନ୍ ହୁଅନ୍ତି । ଗୋପାଳ ନାମକ ଜଣେ ବ୍ୟକ୍ତି ସେହି ଗ୍ରାମରେ ରହିବାକୁ ଆସିଲେ । ଧନୀ ନହେଲେ ମଧ୍ୟ ତାଙ୍କ ଉପରେ ସରସ୍ୱତୀଙ୍କ କୃପା ଦୃଷ୍ଟି ଥିଲା ।...
(ରୂପଧର ଜୀବିତ ଅଛନ୍ତି କି ନାହିଁ ସେ ବିଷୟ ନିର୍ଣ୍ଣୟ ହୋଇ ପାରିଲା ନାହିଁ । ଅନେକ ରାଜକୁମାର କହିଲେ କି ସେ ମରିଯାଇଛନ୍ତି । ତେଣୁ ସେମାନେ ଆସି ତାଙ୍କ ଘରେ ଆସ୍ଥାନ ଜମାଇ ବସିଗଲେ; ପ୍ରତ୍ୟେକଙ୍କର ଇଚ୍ଛା ହେଲା ତାଙ୍କ ପତ୍ନୀଙ୍କୁ ବିବାହ କରିବା । ତେଣୁ ସେମାନେ ବାରମ୍ବାର ପ୍ରଶ୍ନ ପଚାରିଥା’ନ୍ତି କି କାହାକୁ ସେ ବିଭା ହେବେ ଶୀଘ୍ର ପସନ୍ଦ କରି କହନ୍ତୁ ।...
ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସହିତ ଅସରାଏ ଲେଖାଏଁ ଝିପିଝିପି ବର୍ଷା ବି ହୋଇଯାଉଥାଏ । ଗଛଲତା ଗହନରୁ ସାଏଁ ସାଏଁ ଶବ୍ଦ ସବୁ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନ ଶ୍ୱାପଦଙ୍କ ରଡି ମଝିରେ ଅଶରିରୀମାନଙ୍କ ଅଟ୍ଟହାସ୍ୟ ମଧ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଝଟକି ଉଠୁଥାଏ । କିନ୍ତୁ ରାଜା ବିକ୍ରମାର୍କ ଏଥିରେ...
ସୀତାପୁରରେ ସୀତାରାମଙ୍କର ବିଶ୍ୱାସ ଯେ କୌଣସି ଯୁକ୍ତିତର୍କ, ଇତ୍ୟାଦିରେ ସେ ସମସ୍ତଙ୍କୁ ହରାଇ ଦେଇ ପାରିବେ, କିନ୍ତୁ ଗ୍ରାମବାସୀଙ୍କର ବିଶ୍ୱାସ ଯେ ସେହି ଗ୍ରାମର ରାଜାରାମ ଜିଦ୍ଖୋର୍ ହେଲେ ମଧ୍ୟ ଯୁକ୍ତିତର୍କରେ ଯାହାକୁ ହେଲେ ବି ସେ ହରାଇ ଦେଇ ପାରିବ । ଦିନେ ସୀତାରାମ ଓ ରାଜାରାମ କ୍ଷେତ ବାଡି ଦେଖିବାକୁ ଯାଇ ପରସ୍ପରକୁ ଭେଟିଲେ । କୌଣସି...
ସୁରଦାସ ବହୁତ ବଡ ଦାନୀ ଥିଲେ । ଗଙ୍ଗା ନଦୀର ଉପତ୍ୟକାରେ ଥିବା ତାଙ୍କର ଜମି ବଡ ସରସ । ଦୂର ଗ୍ରାମରୁ ଲୋକେ ତାଙ୍କର ଜମିସବୁ ଚାଷ କରିବାକୁ ଆସନ୍ତି । ସେମାନଙ୍କର ଅଧିକ ଆକର୍ଷଣ କାମ ଓ ମଜୁରୀ ଅପେକ୍ଷା ସୁରଦାସଙ୍କ ଅନ୍ନଦାନ ପ୍ରତି ଥାଏ । କାହିଁକିନା ସୁରଦାସ ଗରୀବ, ଦୁଃଖୀ ଶ୍ରମିକ ମାନଙ୍କୁ ଅନ୍ନଦାନ ଦିଅନ୍ତି । ସେ ଶ୍ରମିକମାନଙ୍କୁ କହନ୍ତି...