ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

Category - ଜହ୍ନ ମାମୁଁ

କୃଷ୍ଣାବତାର

ମିଥିଳାରେ ବାସ କରୁଥିବା ଯଶୋଦାଙ୍କ ଭାଇ କୁମ୍ଭକଙ୍କ ଗୋଶାଳାରେ ରାକ୍ଷସ କାଳନେମୀର ସାତ ସନ୍ତାନ ଷଣ୍ଢ ରୂପେ ଜନ୍ମ ଗ୍ରହଣ କରି ତାଙ୍କ ରାଜ୍ୟରେ ଭୀଷଣ ଉପଦ୍ରବ କରୁଥାନ୍ତି । କୁମ୍ଭକ ଯେତେ ଚେଷ୍ଟା କଲେ ମଧ୍ୟ ସେମାନଙ୍କୁ ଆଦୌ ସମ୍ଭାଳିପାରୁ ନଥାନ୍ତି । ପ୍ରଜାମାନଙ୍କର ପନିପରିବା ନଷ୍ଟ କରିବା ସଙ୍ଗେ ସଙ୍ଗେ ସେ ଷଣ୍ଢମାନେ ଯାହାକୁ ସେମାନଙ୍କ ଆଗରେ ଦେଖୁଥାନ୍ତି...

Read More

ଅଭିନବ ରାଜମୁକୁଟ

ଚୀନ୍ ଦେଶର ଏକ ରାଜ୍ୟର ରାଜାମାନେ ବହୁ ପୁରୁଷ ଧରି ଗୋଟାଏ ଅଦ୍ଭୁତ ଟୋପି ପିନ୍ଧୁଥିଲେ । ସେ ଟୋପି ଗୋଟାଏ ଶିଆଳ ଛାଲରେ ତିଆରି । କାହିଁକି? ତା’ର କାରଣ ଜାଣିବାକୁ ହେଲେ ପୁରା କାହାଣୀଟିଏ ଶୁଣିବାକୁ ହେବ:                 ବହୁ ପ୍ରାଚୀନ କାଳର କଥା । ଚୀନ୍ ଦେଶର ଗୋଟାଏ ଗାଁରେ ଅଟାଙ୍ଗ ନାମକ ଗରିବ ଯୁବକଟିଏ ବାସ କରୁଥାଏ । କୁଡିଆଟି ଛଡା ତା’ର ନାମକୁ ମାତ୍ର...

Read More

ମାଟି ଓ ଆଖୁ

ବିନୟଭୂଷଣ କବି ଥିଲେ । ସେ ଦିନେ ରଘୁ ପ୍ରଧାନର ତେଜରାତି ଦୋକାନ ଆଗଦେଇ ଯାଉଛନ୍ତି, ଠିକ୍ ସେତିକିବେଳେ ପ୍ରଧାନେ ଗାଁ ଅବଧାନଙ୍କୁ କହୁଥିବାର ସେ ଶୁଣିଲେ, “ଅବଧାନେ, ମୁଁ ମୋ ସାରା ଜୀବନ କିଣାବିକାହିଁ କରି ଚାଲିଛି!”                 ବାସ୍! ଘରକୁ ଯାଇ କବି ବିନୟଭୁଷଣ ଗୋଟିଏ କବିତା ଲେଖିଲେ । ତା’ର ପ୍ରଥମ ପାଦ:                 ଜୀବନ ବିତିଲା କେତେ ଯେ...

Read More

ଦିବ୍ୟଦୃଷ୍ଟି

ସୁବଳ ପ୍ରତାପଗଡର ରାଜାଙ୍କର ପୋଷାକପତ୍ର କଚାକଚି କରୁଥାଏ । ଥରେ ଥରେ ରାତିରେ ସେ ସଫା କରିବା ପାଇଁ ଆଣିଥିବା ରାଜକୀୟ ପୋଷାକ ପିନ୍ଧି ରାଜପଥରେ ଏକାକୀ ବୁଲାବୁଲି କରି ଆନନ୍ଦ ପାଏ । ହଠାତ୍ କେବେ କେହି ତାକୁ ଦେଖି ପକାଇଲେ ତା’ ପୋଷାକ ଯୋଗୁଁ ତାକୁ ନମସ୍କାର କରି ପକାନ୍ତି । ଏଣୁ ସେ ତା’ ମନେ ମନେ ବଡ ଗର୍ବ ବୋଧ କରେ ।                 ଦିନେ ରାତିରେ ସେମିତି...

Read More

ବଳ ଓ ତେଜ

ଗୋବିନ୍ଦପୁରର ଜମିଦାର ଥରେ ତାଙ୍କ ଗୁମାସ୍ତାଙ୍କ ସହ କୌଣସି ଏକ ଦୂର ଗ୍ରାମରୁ ଫେରୁଥାନ୍ତି । ବାଟରେ ଗୋଟିଏ ଆମ୍ବ ବଗିଚା ପଡିଲା । ସେ ବାଟରେ ସେ ଜମିଦାର ତ ପୂର୍ବରୁ କେବେବି ଆସି ନଥିଲେ । ବଗିଚା ଆଡେ ଅନାଇ ସେ ମୁଗ୍ଧ ହୋଇ ଦଣ୍ଡେ ଠିଆ ହୋଇଗଲେ । ସବୁ ଗଛରେ ଆମ୍ବ ଫଳିଥାଏ । ସେସବୁର ପରିମାଣ ପ୍ରଚୁର । ଏସବୁ ଦେଖି ଜମିଦାର କହିଲେ, “ବାଃ, କେଡେ ଚମତ୍କାର ଆମ୍ବ...

Read More

ନାମ ବିକ୍ରି

ବିଜୟପୁରରେ ଜଣେ ବ୍ୟକ୍ତି ବସି ପାଟି କରୁଥାଏ । “ନାମ ବିକ୍ରି କରିବି । ମହାଶୟମାନେ କିଣି ନିଅନ୍ତୁ । ଏହା ବହୁମୂଲ୍ୟବାନ୍ ନାମ ।” ଏପରି ଚିତ୍କାର କରି ସେ ଲୋକମାନଙ୍କୁ ନିଜପ୍ରତି ଆକୃଷ୍ଟ କରିବାକୁ ଚେଷ୍ଟା କରୁଥାଏ ।                 ସେ ଲୋକଟିର ନାମ ପ୍ରତାପ । ଘରେ ତା’ର ଶଯ୍ୟାଶାୟୀ ସ୍ତ୍ରୀ, ଓ ବିବାହଯୋଗ୍ୟା ଝିଅଟିଏ । ଏଣୁ ଧନ ତା’ର ନିହାତି ଦରକାର ।...

Read More

ବିଶ୍ୱସ୍ତ ଭୃତ୍ୟ

ରାମଚନ୍ଦ୍ର ଜଣେ ବଡ ଚାଷୀ ଥିଲେ । ତାଙ୍କର ଗୋରୁଗାଈ ଚରାଇବାକୁ ଜଣେ ଲୋକ ଦରକାର ହେଲା । ଏହି ଖବର ଶୁଣି ଜଣେ ଯୁବକ ତାଙ୍କ ପାଖକୁ ଆସି କାମ ବିଷୟରେ ପଚାରିଲା ।                 ରାମଚନ୍ଦ୍ର କହିଲେ “ତୁମେ ଯଦି ବିଶ୍ୱାସୀ ହେବ ଓ ଭଲ ପରିଶ୍ରମ କରିବ, ତେବେ ମୁଁ ତୁମକୁ ରଖିନେବି; କାରଣ ତୁମ ଆଗରୁ ଥିବା ପିଲାଟି ମୋ ସହିତ ସେ ବଡ ବିଶ୍ୱାସଘାତକତା କଲା ।...

Read More

ବିଚିତ୍ର ପୁଷ୍ପ

(ରାକ୍ଷସ ଜନ୍ତୁକୁ ଖୋଜିବାକୁ ଯାଇ ଦଳନାୟକ ନାଗସିଂହ ସମୁଦ୍ରରେ ଉତୁଙ୍ଗଙ୍କୁ ଠେଲି ପକାଇ ଦେଲା । ଉତୁଙ୍ଗ କିନ୍ତୁ ଅକ୍ଷତ ଅବସ୍ଥାରେ ଫେରି ଆସି ରାଜାଙ୍କୁ ସେହି ସମାଚାର ଶୁଣାଇଲେ; ରାଜା ସେନାପତି ଓ ସୈନ୍ୟଦଳ ନେଇ ସମୁଦ୍ରତଟରେ ପହଁଚିଲେ; ରାକ୍ଷସଜନ୍ତୁ ନାଗସିଂହର ନୌକା ପଛରେ ଆସୁଥାଏ । ରାଜା ଓ ଉତୁଙ୍ଗଙ୍କ ଆଦେଶ ଅନୁସାରେ ସୈନ୍ୟମାନେ ରାକ୍ଷସଜନ୍ତୁ ଉପରକୁ...

Read More

ଆତ୍ମାଭିମାନ

ଏକଦା ନିଶା ଗରଜୁଥାଏ । ସେତେବେଳେ ତ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ବଜ୍ରଧ୍ୱନି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀମାନଙ୍କର ଅଟ୍ଟହାସ୍ୟ ବି ଶୁଭୁଥାଏ । ତତ୍ସହିତ ଘନଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଝଟକି ଉଠୁଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ଦ୍ୱିଧା ପ୍ରକାଶ ନକରି, ବୃକ୍ଷାରୋହଣ...

Read More

କାଶୀ ପଣ୍ଡିତ

ଅନନ୍ତ ନାମକ ଜଣେ ପଣ୍ଡିତ ଥା’ନ୍ତି । ସେ ତାଙ୍କ ପିଲାଟିଦିନରୁ ଘରୁ ଲୁଚି କାଶୀ ପଳାଇଥିଲେ । ସେଠାରେ କୌଣସି ପଣ୍ଡିତଙ୍କ ଦୟାରୁ କିଛି ଶାସ୍ତ୍ର ଅଧ୍ୟୟନ କରି ବହୁବର୍ଷ ପରେ ସେ ତାଙ୍କ ଗ୍ରାମକୁ ଫେରିଲେ । ତେଣୁ ଲୋକେ ତାଙ୍କୁ କାଶୀପଣ୍ଡିତ ବୋଲି କହୁଥା’ନ୍ତି । ତାଙ୍କର ଅଭ୍ୟାସ ଅନ୍ୟାନ୍ୟ ପଣ୍ଡିତଙ୍କୁ ସମାଲୋଚନା କରି ନିଜପାଇଁ ଗର୍ବ କରିବା ।                ...

Read More

ନିରର୍ଥକ ଉପାୟ

ସଦାନନ୍ଦ ଅନେକ ପ୍ରକାର ବିଦ୍ୟା ଶିଖିଲା । କିନ୍ତୁ କେଉଁଥିରେ ହେଲେ ବି ସେ ପ୍ରବୀଣ ହୋଇ ପାରିଲା ନାହିଁ । ତେଣୁ ତା’ ବାପମା’ଙ୍କର ଥିବା ଜମିରେ ଚାଷ କରି ସେ ନିଜ ଜୀବିକାର୍ଜ୍ଜନ କଲା ।                 ଥରେ ସଦାନନ୍ଦର ଗୁରୁ ତାକୁ ଦେଖିବାକୁ ଆସିଲେ । ସଦାନନ୍ଦ ଚାଷକାମ କରୁଥିବାର ଦେଖି ସେ ଭାରି ଖୁସି ହେଲେ । କିନ୍ତୁ ସଦାନନ୍ଦ ଅସନ୍ତୋଷ ପ୍ରକାଶ କରି କହିଲା...

Read More

ନିଷ୍କର୍ମା ମନ ଭୂତର ଘର

କମଳ ଦ୍ୱିପ୍ରହରର ଭୋଜନ ପରେ ଆରାମ୍ରେ ପିଣ୍ଡାରେ ଶୋଇ ଏଣୁତେଣୁ ଭାବୁଥାଏ । ମନ ଏମିତି ଏକ ଜିନିଷ ତାକୁ ଖାଲି ଛାଡିଦେଲେ, ଭୂତମାନେ ତା’ଉପରେ ସବାର ହୋଇଯାନ୍ତି । ଯେତେସବୁ ବାଜେ ଚିନ୍ତା ମନକୁ ଆସେ । ଏପରି ସମୟରେ ଜଣେ ପଥିକ ଆସି ତାକୁ ପଚାରିଲା, “ଆଜ୍ଞା, ଏଇଟା କମଳର ଘର ତ?” ମନେ ହେଉଥିଲା ସେ ଯେମିତି ବହୁଦୂରରୁ ଆସିଛି ।”                 ସେତେବେଳେ ତ କମଳର...

Read More

ବୀର ହନୁମାନ

କୌରବମାନଙ୍କ ସହିତ ଦ୍ୟୁତକ୍ରୀଡାରେ ହାରିଯାଇ ପଂଚୁପାଣ୍ଡବ ଓ ଦ୍ରୌପଦୀ ବନବାସ କରିବାକୁ ଗଲେ । ଦିନେ ହିମାଳୟ ନିକଟରେ ଭୀମ ଓ ଦ୍ରୌପଦୀ ବନବିହାର କରିବାବେଳେ ଏକ ଅପୂର୍ବ ପଦ୍ମ କେଉଁଠୁ ଉଡି ଆସି ସେଠାରେ ପଡିଲା । ସେଇଟି ଦେଖି ଦ୍ରୌପଦୀ ବଡ ମୁଗ୍ଧ ହେଲେ । ସେହି ପଦ୍ମର ମଧୁର ସୁଗନ୍ଧରେ ସମଗ୍ରପ୍ରଦେଶ ଚହଟି ଉଠୁଥିଲା ।                 ଏହି ଅପୂର୍ବ ପଦ୍ମ...

Read More

ନୂଆ ଜୁଆଇଁ

ବିବାହ ପରେ ଗଗନ ତିନିମାସ ମଧ୍ୟରେ ବାରମ୍ବାର ଶ୍ୱଶୁର ଘରକୁ ଯିବା ଆସିବା କରୁଥାଏ । କାରଣ ସେ ତ ତା’ ପିଲାଟିଦିନରୁ ଟିକିଏ ପେଟୁ ଓ ଭଲମନ୍ଦ ଖାଇବାକୁ ସେ ଭାରି ଭଲ ପାଏ । ଶାଶୁ ତ ଭଲ ରାନ୍ଧି ପାରନ୍ତି । ସେଇ ଲାଳସାରେ ମାସକୁ ସେ ଅନ୍ତତଃ ତିନି ଚାରିଥର କୌଣସି ନା କୌଣସି ଉତ୍ସବର ବାହାନା କରି ଶ୍ୱଶୁର ଘରକୁ ଖାସେ ଧାଉଁଥାଏ । ସାଙ୍ଗରେ ତ ତା’ ସ୍ତ୍ରୀ କୁସୁମ...

Read More

ମହାଭାଗ୍ୟ

ଗୋଟିଏ ଗ୍ରାମରେ ଶ୍ରୀପତି ନାମକ ଜଣେ ଗାଈରଖୁଆଳ ଯୁବକ ଥିଲା । ତା’ର ସ୍ୱାସ୍ଥ୍ୟ ଭଲ, ତତ୍ସହିତ ତା’ର ମନବଳ ମଧ୍ୟ ବହୁତ । ତେଣୁ ସେ ଚାହୁଁଥାଏ ଯେ ଦେଶଭ୍ରମଣ କରନ୍ତା ଓ ଯୁଦ୍ଧ ବି କରନ୍ତା । ଏହିପରି ଦିନେ ଭାବୁ ଭାବୁ ସେ ଗୋଟିଏ ଗଛ ମୂଳରେ ଯାଇ ଶୋଇ ପଡିଲା ଓ ଏକ ବିଚିତ୍ର ସ୍ୱପ୍ନ ଦେଖିଲା ।                 ସ୍ୱପ୍ନରେ ସେ ଦେଖିଲା ଯେ ସେ ପାହାଡ ଉପରେ ଚଢିଚଢି...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ