ଶଭରୀ ଜମିଦାରଙ୍କ କାମରେ ଯାଉଥିଲା । ହଠାତ୍ ମେଘ ବର୍ଷିବାକୁ ଆରମ୍ଭ କଲା ଓ ସଂଧ୍ୟା ମଧ୍ୟ ହେବାକୁ ଗଲା । ସେ ଭାବିଲା ବରଂ ଯେଉଁଠି ହେଉ ପଛେ ରହିଯିବା ତା’ପାଇଁ ଭଲ । ବିଜୁଳି ଆଲୁଅରେ ସେ ଦେଖିଲା, ଅଦୂରରେ କେତୋଟି ଖପରୁଲି ଘର । ଏଣୁ ସେ ଶୀଘ୍ର ଯାଇ ସେଠାରେ ପହଁଚି କବାଟ ବାଡେଇଲା । ସଙ୍ଗେସଙ୍ଗେ ଜଣେ ବୁଢା ଛୋଟ ଲଣ୍ଠନଟିଏ ଧରି ଆସି କବାଟ ଫିଟାଇଲା । ତା’ର...
Category - ଜହ୍ନ ମାମୁଁ
ମାଣିକପୁରୀରେ ଯେଉଁ ବସନ୍ତୋତ୍ସବ ସମ୍ପନ୍ନ ହେଲା, ସେଥିରେ ଉତୁଙ୍ଗ ନାମକ ପାହାଡି ଜାତିର ଜଣେ ଯୁବକ ଭାଗ ନେଇଥିଲା । ସେ ରାଜକୁମାରୀ ପ୍ରିୟମ୍ବଦାଙ୍କୁ ଉପହାର ସ୍ୱରୂପ ଏକ ଫୁଲତୋଡା ଦେଲା । ରାଜକୁମାରୀଙ୍କ ଇଚ୍ଛା ଅନୁସାରେ ରାଜା ପ୍ରତାପବର୍ମା ସେହି ଫୁଲର ଗଛ ଆଣିବାକୁ ସୈନିକମାନଙ୍କୁ ପଠାଇଲେ । କିନ୍ତୁ ସେମାନେ ଅଧିକ କିଛି ଫୁଲ ଧରି ସେଠାରୁ ଫେରି ଆସିଲେ ।...
ନିଶା ଗରଜୁଥାଏ । ସେହି ସମୟରେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ଆଖ ପାଖର ବଣବୁଦା ଭିତରୁ ସାଇଁ ସାଇଁ ପବନର ଶବ୍ଦ ବି ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନ ଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀ ମାନଙ୍କର ଅଟ୍ଟହାସ୍ୟ ମଧ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ...
କାଶୀନାଥ ଏକ ଧନୀ ଚାଷୀ ଥିଲା । କରଜ ଦେବାରେ ଓ ନିଷ୍ଠୁର ଭାବରେ ସେତକ ଆଦାୟ କରିବାରେ ସେ ଖୁବ୍ ପାରଙ୍ଗମ ଥିଲା । ଦିନେ ସେ ତା’ର ଚାରିବନ୍ଧୁଙ୍କ ସହିତ ଅତି ଆରାମ୍ରେ ବାଡି ହଲେଇ ହଲେଇ ରାସ୍ତାରେ ଯାଉଥିଲା । ସେତେବେଳେ ଜୀବନର ମିଠାଇ ଦୋକାନରୁ ଲଡୁର ବାସନା ଆସିଲା । ସେ ଚାରିବନ୍ଧୁଙ୍କୁ ଧରି ମିଠାଇ ଦୋକାନରେ ପ୍ରବେଶ କରି କହିଲା, “ରେ ଜୀବନ, ତୋ ମିଠାଇର ବାସନା...
ବହୁଦିନ ପୂର୍ବେ ଗୋଟିଏ ସହରରେ ଭଦ୍ର ନାମକ ଏକ ଧନୀ ଥାଏ । ତା’ଭଳି କଞ୍ଜୁସ୍ ଏ ପୃଥିବୀରେ ଦ୍ୱିତୀୟ ଆଉ କେହିନାହିଁ । ଦିନେ ରାସ୍ତାରେ ଯାଉଥିବା ବେଳେ ସେ ଭଦ୍ର ହଠାତ୍ ପଡିଗଲା । ଫଳରେ ତା’ କୁର୍ତ୍ତାରୁ ଟଙ୍କାସବୁ ରାସ୍ତାରେ ବିଂଚିହୋଇ ପଡିଲା । ଭଦ୍ର ତୁରନ୍ତ ସେସବୁକୁ ଗୋଟାଇ ଦେଖିଲା ତହିଁରୁ ଟଙ୍କାଟିଏ କମ୍ ଅଛି । ସେଇଟିକୁ ସେ ବହୁତ ଖୋଜିଲା ହେଲେ ଟଙ୍କାଟିକୁ...
ଶରଭ ନାମକ ଜଣେ ପୁରୋହିତ ଅମେତି ନାମକ ଏକ ଗ୍ରାମରେ ରହୁଥିଲେ । ତାଙ୍କର ଜଣେ ଝିଅ ଥିଲା । ତାଙ୍କର ଭଣଜାଟିଏ ଅନାଥ ହୋଇଯିବାରୁ ତାକୁ ମଧ୍ୟ ଆଣି ସେ ତାଙ୍କ ଘରେ ରଖିଲେ, ପୁରୋହିତ କାମ ଶିଖାଇ ଦେବାକୁ ଯୁଆଡେ ଯା’ନ୍ତି ତାକୁ ସେ ନିଜ ସଙ୍ଗରେ ନିଅନ୍ତି । ଦିନେ ସେ ଶରଭଙ୍କର ପଂଚାଙ୍ଗ ଦରକାର ପଡିଲା । ସେ ତ କାହିଁ କେଉଁକାଳରୁ ପୋଥି ବାନ୍ଧି...
ରାମରାବଣ ଯୁଦ୍ଧ ଦେଖିବାକୁ ଦେବତା, ଯକ୍ଷ, ଗନ୍ଧର୍ବ, କିନ୍ନର ପ୍ରଭୃତି ଆସିଥିଲେ; ସେମାନେ ସମସ୍ତେ ଶ୍ରୀରାମଙ୍କର ପରାକ୍ରମ ଓ ବାନରମାନଙ୍କର ବୀରତ୍ୱ ଦେଖି ଅତ୍ୟନ୍ତ ଆନନ୍ଦିତ ହୋଇ ସେମାନଙ୍କର ଭୂରିଭୂରି ପ୍ରଶଂସା କରି ନିଜ ନିଜ ସ୍ଥାନକୁ ଫେରିଗଲେ । ତା’ପରେ ଶ୍ରୀରାମ ମାତଳୀଙ୍କର ବହୁ ପ୍ରଶଂସା କରି ରଥ ସହିତ ତାଙ୍କୁ ଇନ୍ଦ୍ରଙ୍କ ନିକଟକୁ ପଠାଇଦେଲେ । ତା’ପରେ...
ହେଲାପୁରୀର ବିଶ୍ୱେଶ୍ୱରଙ୍କ ନାଟକ-କଳା ସମିତି ବହୁତ ବିଖ୍ୟାତ ଓ ପ୍ରସିଦ୍ଧ । କିନ୍ତୁ ଧୀରେ ଧୀରେ ଲୋକଙ୍କ ମଧ୍ୟରେ ପଇସା ଦେଇ ନାଟକ ଦେଖିବାର ଉତ୍ସାହ ଦିନକୁ ଦିନ କମିଗଲା । ଏପରି ପରିସ୍ଥିତିରେ ବିଶ୍ୱେଶ୍ୱର “ପାରିଜାତ ହରଣ” ନାମକ ଆଉ ଏକ ନାଟକର ରଚନା କଲେ । ସେଥିପାଇଁ ଯାହା କିଛି ବି ଖର୍ଚ୍ଚ ହେବ, ସେ ବିଷୟରେ ସେ ତାଙ୍କର ବନ୍ଧୁ ସୁଦର୍ଶନଙ୍କ ସହ ଆଲୋଚନା କଲେ...
ବହୁଦିନ ପୂର୍ବେ ରାଜସ୍ଥାନରେ ଜୟସିଂହ ନାମରେ ଜଣେ ରାଜା ଥିଲେ । ଚିତ୍ର ଅଙ୍କନ କରିବା ତାଙ୍କର ବଡ ସଉକ ଥିଲା । ଏଣୁ ସେ ତାଙ୍କ ଦରବାରରେ ଜଣେ ବଡ ଚିତ୍ରକରକୁ ରଖିଥିଲେ । ତାଙ୍କର ଇଚ୍ଛାଥିଲା ନିଜ ଚିତ୍ର ସେହି ଚିତ୍ରକରଙ୍କ ଦ୍ୱାରା ସେ କରାଇବେ । କିନ୍ତୁ ହଠାତ୍ ଦିନେ ସେ ଚିତ୍ରକର ମରିଗଲେ । ସେତେବେଳେ ହିମାଳୟର ପ୍ରାନ୍ତ ଦେଶରୁ ରାଜସ୍ଥାନକୁ...
ହଜାରବର୍ଷ ପୂର୍ବେ ଧବଳଗିରି ରାଜ୍ୟରେ ଧର୍ମପାଳ ନାମକ ଜଣେ ରାଜା ରାଜୁତି କରୁଥିଲେ । ଦାନ, ଧର୍ମ କରିବାରେ ସେ ଅଦ୍ୱିତୀୟ ଥିଲେ । ତତ୍ସହିତ ନ୍ୟାୟ ବିଚାର କରିବାରେ ସେ ମଧ୍ୟ ବିବେକବାନ୍ ଥିଲେ । ତାଙ୍କ ରାଜ୍ୟରେ ନ୍ୟାୟସୂତ୍ର ବଡ କଡା ଭାବରେ ପ୍ରଚଳିତ ଥିଲା । ସେ ରାଜା ହେଉ କି ଦରିଦ୍ର ହେଉ ପଛେ ଯିଏବି ଭୁଲ୍ କାମ କରିବ, ତେବେ ଅନ୍ୟପକ୍ଷ...
ରାକ୍ଷସ ଅଙ୍ଗାରକ ଗୋଟିଏ ପାର୍ବତ୍ୟ ମୁଲକରେ ରହୁଥିଲା । ସେ ଯେପରି ବଳବାନ, ଠିକ୍ ସେହିପରି ସେ ଉଦ୍ଧତ ମଧ୍ୟ ଥିଲା । ରାଜା ସାମନ୍ତ ଓ ସମ୍ଭ୍ରାନ୍ତ ଘରମାନଙ୍କର ଝିଅମାନଙ୍କୁ ଧରି ନେଇଯାଇ ସେମାନଙ୍କୁ ସେ ନିଜ ଦାସୀ ରୂପେ ଖଟାଉଥିଲା । ସେତିକିବେଳେ ମହାସେନ ଉଜ୍ଜିୟିନୀରେ ରାଜୁତି କରୁଥିଲେ । ସେ ଥରେ ତାଙ୍କ ତପସ୍ୟା ଦ୍ୱାରା ମାତା ଦୁର୍ଗାଙ୍କୁ...
ଆରାବଳୀ ପର୍ବତମାଳା ନିକଟରେ ଗୋଟିଏ ଗୁରୁକୂଳ ଥିଲା । ସେ ଗୁରୁକୂଳର ଅଧ୍ୟକ୍ଷ ଆଚାର୍ଯ୍ୟ କୃଷ୍ଣଚନ୍ଦ୍ର ଥିଲେ । ଜଣେ ଗୁଣୀ, କ୍ଷମାଶୀଳ ଓ ପ୍ରଭାବଶାଳୀ ଶିକ୍ଷକ ଭାବରେ ସେ ଅନେକ ସୁନାମ ଅର୍ଜନ କରିଥିଲେ । ଆଖପାଖର ଚାରି ପାଂଚଗୋଟି ରାଜ୍ୟରୁ ବିଦ୍ୟାର୍ଥୀମାନେ ଆସି ତାଙ୍କ ପାଖରୁ ଶିକ୍ଷାଲାଭ କରୁଥିଲେ । ସେ ଗୁରୁକୂଳଟି ଜନପଦଠାରୁ ବହୁତ ଦୂରରେ ଅବସ୍ଥିତ ଥିଲା ।...
ଶଙ୍କର ଓ ସୁମତି ଜ୍ୟୋତିପୁରରେ ରହୁଥିଲେ । ସେମାନେ ସମ୍ପର୍କରେ ସ୍ୱାମୀ ସ୍ତ୍ରୀ ହେଲେ ବି ସେ ଦୁହିଁଙ୍କ ସ୍ୱଭାବରେ ଆଦୌ କିଛି ମେଳ ନଥାଏ । ଶଙ୍କର ଅତ୍ୟନ୍ତ ଧୀରସ୍ଥିର ଏବଂ ଭୋଳା ମଣିଷ । ମାତ୍ର ସୁମତିର ସ୍ୱଭାବ ଏପରି ଯେ ପଛରେ ତାକୁ ସେଠାକାର ଗାଁ ଲୋକେ କୁମତି ବୋଲି ଡାକୁଥାନ୍ତି । ଉପରେ ପଡି କଥା କହିବା, ସମସ୍ତଙ୍କ ସାଙ୍ଗରେ ସର୍ବଦା ଝଗଡା କରିବା, ଏସବୁ ପାଇଁ...
ଅଜଣା ପାହଡମାଳା ଓ ଉପତ୍ୟକା ଭିତରେ ବୁଲୁ ବୁଲୁ ଚନ୍ଦ୍ରବର୍ମା ଗୋଟିଏ କୁଡିଆରେ ଯାଇ ପଶିଲେ । ପରେ ପରେ ସେ ଯେଉଁ ବୁଢାକୁ ସେଠାରେ ଭେଟିଲେ, ସେ ବୁଢା ପାଖରେ ରହସ୍ୟମୟ ଧୂସର ଦୁର୍ଗରେ ପହଁଚିବାର ମାନଚିତ୍ର ଥିଲା । ତାକୁ ରାଜାଙ୍କ ଲୋକେ ଖୋଜୁଥିଲେ । ରାଜସୈନ୍ୟମାନେ ଆସିବାର ଜାଣି ବୁଢା ସେଠୁ ଖସି ଚାଲିଗଲା । ଚନ୍ଦ୍ରବର୍ମା କବାଟ ଖୋଲିଲେ । ତା’ପରେ… କୁଡିଆ...
ଏଣେ ନିଶା ଗରଜୁଥାଏ । ଠିକ୍ ସେହି ସମୟରେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ମଧ୍ୟେ ମଧ୍ୟେ ବର୍ଷା ବି ପିଟୁଥାଏ । ବଜ୍ରଧ୍ୱନି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଭୟାବହ ମୁହଁଟିମାନ ଘନ ଘନ ବିଜୁଳି ଆଲୁଅରେ ଚକ୍ଚକ୍ ହୋଇ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର...