ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

Category - ଜହ୍ନ ମାମୁଁ

ନିୟମ

ରାମଶର୍ମା, ନାରାୟଣ ଓ ଭବନାଥ ତିନିଜଣ ଚିକିତ୍ସା ଶାସ୍ତ୍ର ଅଧ୍ୟୟନ ଶେଷ କରି ଗ୍ରାମକୁ ଫେରିଲେ । ତିନିଜଣ ପରସ୍ପରର ବହୁତ ଘନିଷ୍ଟ ଥିଲେ, ତେଣୁ ସେମାନେ ସ୍ଥିର କଲେ ଯେ ତିନିଜଣ ମିଶି ଗୋଟିଏ ଚିକିତ୍ସାଳୟ ଖୋଲିବେ । ଯାହା ନିୟମ ଆରମ୍ଭରୁ କରିଦେବେ, ତାହାକୁ ସମସ୍ତେ ମାନିବେ ।                 ରୋଗୀ ପ୍ରଥମେ ତିନିଟଙ୍କା ଦେଲେ ଯାଇ ଭିତରେ ପ୍ରବେଶ କରିବ । ଦିନେ...

Read More

ରୂପଧରଙ୍କ ଯାତ୍ରା

(ରୂପଧର ସୁକେଶିନୀଙ୍କ ନିକଟରେ ଅତିଥି ହୋଇ କିଛିଦିନ ରହିଲେ । ତାଙ୍କର ସହଯୋଗ ଫଳରେ ସେ ସ୍ୱଦେଶ ଲେଉଟିଲେ । ସୁକେଶିନୀଙ୍କ କଥା ମାନି ସେ ଯମଲୋକ ଗଲେ । ସେଠାରେ ତାଙ୍କ ମାତାଙ୍କ ପ୍ରେତାତ୍ମାଙ୍କ ସହିତ କଥାବାର୍ତ୍ତା ହେଲା । ତାଙ୍କଠାରୁ ସେ ପରିବାରର ସମସ୍ତଙ୍କ ବିଷୟରେ ଖବର ପାଇଲେ । ତା’ପରେ ଆଗକୁ ପଢନ୍ତୁ…)                 ରୂପଧର ଯେତେବେଳେ ତାଙ୍କ...

Read More

ଦାନୀ

ବିଶାଳଦତ ତ୍ରିଲିଙ୍ଗ ଦେଶର ରାଜା ଥିଲେ, ସେ ଜଣେ ଦାନୀରାଜା ଥିଲେ । ତାଙ୍କ ମନ୍ତ୍ରୀ ଚାହୁଁ ନ ଥିଲେ ଯେ ରାଜା ରାଜ୍ୟର ଅର୍ଥସଂପଦକୁ ଦାନ କରି ଖର୍ଚ୍ଚ କରିଦିଅନ୍ତୁ । ତେଣୁ ସେ ସୁବିଧା ଦେଖି ରାଜାଙ୍କୁ ବୁଝାଇ ଦେବାକୁ ଚାହିଁଲେ ।                 ଦିନେ ଜଣେ ସ୍ତ୍ରୀଲୋକ ରାଜସଭାକୁ ଆସି ବିଳାପ କରିକରି କହିଲା, “ମହାରାଜ, ମୋ ସ୍ୱାମୀ ବହୁଦିନରୁ ମୃତ । ମୋର...

Read More

ରାକ୍ଷସୀର ମୁକ୍ତି

ନିଶା ଗରଜୁଥାଏ । ଏଣେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ଘଡ ଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଭୟାବହ ମୁହଁଟିମାନ ଘନ ଘନ ବିଜୁଳି ଆଲୁଅରେ ଚକ୍ ଚକ୍ ହୋଇ ଦିଶିଯାଉଥାଏ ।                 କିନ୍ତୁ ସେ ରାଜା ବିକ୍ରମାର୍କ ତିଳେହେଲେ ମଧ୍ୟ ସଙ୍କୋଚ ନକରି ପୁନର୍ବାର ସେ ପ୍ରାଚୀନ...

Read More

ବଡ କିଏ?

ଧର୍ମପୁରୀର ଜମିଦାର ରାଜଶେଖର ଦିନେ ତାଙ୍କ ଦେବାନ୍ଙ୍କୁ କହିଲେ, “ଗ୍ରାମ ଗୁଡିକ ଦେଖିବାକୁ ଯାଅ; ଯେଉଁଠାରେ କର ଅସୁଲ କରିବାର ଅଛି କର, କିନ୍ତୁ ସେଠିକା ଲୋକମାନଙ୍କର ଆପତ୍ତି ଅଭିଯୋଗ କ’ଣ ସେସବୁ ମନଦେଇ ଶୁଣିବ; ପୁଣି ସେମାନେ କିପରି ଅଛନ୍ତି ତାହା ମଧ୍ୟ ବୁଝିବ ।”                 ଦେବାନ୍ ଦୁଇଜଣ ଚାକରଙ୍କୁ ନେଇ ଗ୍ରାମ ଦେଖିବାକୁ ଗଲେ, କରସବୁ ଆଣିଲେ ଏବଂ...

Read More

ଘୃତଦାନ

ମାଧବ ନାମରେ ଜଣେ ଘିଅ ବେପାରୀ କାଳୀଘାଟ ନାମକ ଏକ ଗ୍ରାମରେ ରହୁଥାଏ । ସେ ବହୁତ ଯତ୍ନର ସହିତ ଘିଅ ତିଆରି କରେ, ତେଣୁ ଏହା ଅନେକଦିନ ପର୍ଯ୍ୟନ୍ତ ଭଲ ହୋଇ ରହେ; ବିଶୁଦ୍ଧ ଘୃତ କାହାର ଆବଶ୍ୟକ ହେଲେ ସେ ମାଧବ ପାଖକୁହିଁ ଆସନ୍ତି । ତେଣୁ ତା’ର ବ୍ୟବସାୟ ବଡ ସୁରଖୁରୁରେ ଚାଲୁଥାଏ ।                 ମାଧବ ସର୍ବଦା ସତର୍କ ଥାଏ ଯେପରି ତା’ର ଘିଅ ସର୍ବଦା ବିଶୁଦ୍ଧ...

Read More

ଯାହା ପାଇଁ ଯିଏ

ପ୍ରଜାପତି ଘଟସୂତ୍ର କରାଇବାରେ ଦୀକ୍ଷିତ ଜଣେ ଜଣାଶୁଣା ବ୍ୟକ୍ତି ଥିଲେ । ବରକନ୍ୟା ଯୁଟାଇବାରେ ସେ ବଡ ଦକ୍ଷ । ନିଜର ବାକ୍ ଚାତୁରୀରେ ସେ ବରପକ୍ଷ ବା କନ୍ୟାପକ୍ଷକୁ ଭଲ ଭାବରେ ପ୍ରଭାବିତ କରି ଦୁଇପକ୍ଷରୁ ନିଜର ପାଉଣା ଆଦାୟ କରୁଥିଲେ ।                 ସେହି ଗ୍ରାମର କମଳ ପଣ୍ଡାଙ୍କର ନୀଳାମ୍ବରୀ ନାମରେ ଝିଅଟିଏ ଥାଏ, ତା’ଲାଗି ନାନାଆଡୁ ବିବାହ ପ୍ରସ୍ତାବ...

Read More

ମହାଭାରତ

ମୂଳ ମହାଭାରତ ବ୍ୟାସଙ୍କ ଦ୍ୱାରା ଲିଖିତ ହେଲେ ମଧ୍ୟ ସେଥିରେ ଅନେକ ବିଷୟ ଅନ୍ୟମାନଙ୍କ ଦ୍ୱାରା ଲିଖିତ ହୋଇଥାଏ । ଏଠାରେ ଥିବା ବିଷୟ ମଧ୍ୟ ଠିକ୍ ସେହିପରି ପ୍ରକ୍ଷିପ୍ତ ବିଷୟମାନଙ୍କ ମଧ୍ୟରୁ ଗୋଟିଏ ।                 ସମସ୍ତ ଯାଦବ ଅନ୍ତର୍ଦୀପରେ ମହୋତ୍ସବ କରିବାକୁ ଚାଲିଯିବା ପରେ ଅର୍ଜୁନଙ୍କର ସୁଭଦ୍ରାଙ୍କ ସହ ବିବାହ ଶ୍ରୀକୃଷ୍ଣ ବଡ ଗୁପ୍ତରେ କରାଇଥିଲେ ।...

Read More

କାବ୍ୟ ରସିକ

ରାମଶର୍ମା ନାମକ ଜଣେ କବି ଶିକ୍ଷିତ ପାଠକମାନଙ୍କୁ କବିତା ପଢି ଶୁଣାଉଥାନ୍ତି । ସେମାନେ ଯାହା ଦିଅନ୍ତି ସେଥିରେ ସେ ତୃପ୍ତ ହୋଇ ରହନ୍ତି । ଅଧିକ ରୋଜଗାର ପାଇଁ ସେ କେବେ ମଧ୍ୟ ଇଚ୍ଛା ପ୍ରକାଶ କରି ନାହାଁନ୍ତି ।                 ଥରେ ସେ ଶୁଣିଲେ କି ଜଣେ ବ୍ୟବସାୟୀଙ୍କର କବିତା ଶୁଣିବାକୁ ଭାରି ଇଚ୍ଛା । କିଛି ଟଙ୍କା ମିଳିବ ବୋଲି ସେ ସେଠାକୁ ଯାଉଥା’ନ୍ତି ।...

Read More

ଦରିଦ୍ର ବର

ଦୂରଦେଶରେ ଏକ ଛୋଟ ରାଜ୍ୟର ଜଣେ ରାଜାଥିଲେ । ତାଙ୍କ ରାଜ୍ୟ ଏତେ ବେଶି ସମୃଦ୍ଧିଶାଳୀ ନଥିଲା; ବରଂ ଅଭାବ ଅନାଟନ ଲାଗିରହିଥାଏ । ସେହି ରାଜାଙ୍କର ଏକ ସୁନ୍ଦରୀ ଝିଅ ଥିଲେ । ତାଙ୍କ ନାମ ଗୁଣବତୀ ଥିଲା । ସେ ମଧ୍ୟ ତାଙ୍କ ନାମକୁ ସାର୍ଥକ କରିଥିଲେ । ପ୍ରଥା ଅନୁସାରେ ସ୍ୱୟମ୍ବର ହେଲା । କିନ୍ତୁ ସର୍ତ୍ତ ଥିଲା ରାଜକୁମାରମାନେ ରାଜକୁମାରୀ ଗୁଣବତୀଙ୍କୁ ନାନା ପ୍ରକାର...

Read More

କରଜ ଅସୁଲ

ସୀତାପୁର ଗ୍ରାମରେ ପ୍ରଶାନ୍ତ ଆସି ବସବାସ କଲେ । ସେ ଟଙ୍କା ସବୁ ମୋଟା ସୁଧରେ କରଜ ଦିଅନ୍ତି ଓ ସେଥିରେ ଚଳନ୍ତି । ବେଶ୍ କିଛିଦିନ ସେ ଆରାମ୍ରେ ଚଳିଲେ । ଘର ତ ନିଜର ତେଣୁ ଭଡା ଦେବାକୁ ପଡୁନାହିଁ । କରଜ ଦେଇଥିବା ଟଙ୍କାରୁ ବେଶ୍ ମୋଟା ସୁଧ ମିଳେ । ତେଣୁ ଚଳିବାରେ ତାଙ୍କର କୌଣସି ପ୍ରକାରର ଅସୁବିଧା ହୁଏ ନାହିଁ । ସେହି ଗ୍ରାମର ଅଧିକାଂଶ ଲୋକ ଦରିଦ୍ର । ଯାହା...

Read More

ରୂପାନ୍ତର

ଦଣ୍ଡକାରଣ୍ୟ ନିକଟରେ ବାଘପୁର ନାମରେ ଛୋଟ ରାଜ୍ୟଟିଏ ଥିଲା । ସେଠିକାର ରାଜା ବ୍ୟାଘ୍ରେଶ୍ୱର ଥିଲେ । ତାଙ୍କ ନାମ ଅନୁସାରେ ସ୍ୱଭାବ ମଧ୍ୟ ଅତି ପ୍ରଚଣ୍ଡ ଥିଲା । ସେ ରାଜ୍ୟଟିର ନାମ ହୁଏତ ଶାନ୍ତିପୁର ଥିଲା । ବ୍ୟାଘ୍ରେଶ୍ୱର ରାଜ୍ୟଟି ଜୟ କରିବାପରେ ତା’ର ନାମ ବଦଳାଇ ସେ ବାଘପୁର ରଖିଲେ । ସେଠିକାର ଜଣେ ବ୍ରାହ୍ମଣ ରାଜାଙ୍କୁ ପ୍ରଶଂସା କରି କହିଲେ ଯେ ରାଜା...

Read More

ଯାଦୁ ମହଲ

(ରାଜକୁମାରୀ ବିଦ୍ୟାବତୀଙ୍କର ଅପହରଣ ହୋଇଗଲା । ଏଣେ ରାଜଜ୍ୟୋତିଷ ବାଚଷ୍ପତି ଆଶ୍ଚର୍ଯ୍ୟ ହେଉଥାନ୍ତି ଯେ ତାଙ୍କ ନିକଟକୁ ଅନ୍ୟ ଜ୍ୟୋତିଷ ଜଗତପତି କାହିଁକି ଆସୁନାହାଁନ୍ତି; ସେ ତାଙ୍କ ସନ୍ଦେହ କଥା ରାଜାଙ୍କୁ କହିଲେ । ତା’ପରେ ଯୁବକ ମହେନ୍ଦ୍ରନାଥ ରାଜାଙ୍କ ଆଜ୍ଞାନେଇ ନିଜେ ଖୋଜି ଖୋଜି ଯାଦୁ ମହଲରେ ଯାଇ ପହଁଚିଲେ; ଯେଉଁଠାରେକି ବିଦ୍ୟାବତୀ ନଜର ବନ୍ଦୀ ଥା’ନ୍ତି ।...

Read More

ଉତ୍ତରାଧିକାରୀ

ନିଶା ଗରଜୁଥାଏ । ତେଣେ ଠିକ୍ ସେହି ସମୟରେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ଭିତରୁ ସାଇଁ ସାଇଁ ପବନ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀ ମାନଙ୍କର ଅଟ୍ଟହାସ୍ୟବି ଶୁଭୁଥାଏ । ଭୟାଭହ ମୁହଁଟିମାନ ଘନଘନ ବିଜୁଳି ଆଲୁଅରେ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ...

Read More

ଯଥାର୍ଥ ସମାଧାନ

ଗୋଟିଏ ଗ୍ରାମରେ ଅଧିକାଂଶ ଅଧିବାସୀ ଗରିବ ଚାଷୀ ଥିଲେ । ସେ ଗ୍ରାମରେ ଜଣେ ମଧ୍ୟବିତ୍ତ ଓ ଜଣେ ଧନୀ ଲୋକ        ବି ଥା’ନ୍ତି । ମଧ୍ୟବିତ୍ତ ଲୋକଟି ବହୁତ ଚାଲାକ୍ । ନିଜର ଥିବା ପୁଞ୍ଜିକୁ ସେ ଋଣ ଦେଇ ବହୁତ ସୁଧ ନେଇ ଖୁବ୍ ଅଳ୍ପଦିନରେ ଧନୀ ହୋଇ ଆରାମ୍ରେ ଥାଏ । ସେ ଚାରିତାଲା ଘର କରିଥାଏ ।                 ଏସବୁ ଦେଖି ବଡ ଧନୀ ଆଉ ମୋଟେ ସହି ପାରିଲା ନାହିଁ ।...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ