ପୂର୍ବକାଳର କଥା । କାଶ୍ମୀରର ରାଜା ସୁକେତନ ଥିଲେ; ଶ୍ରୀନଗର ସେହି ରାଜ୍ୟର ରାଜଧାନୀ ଥିଲା । ସେହି ରାଜ୍ୟର ଅନ୍ୟ ଏକ ନଗରୀରେ ଜଣେ ନ୍ୟାୟାଧିକାରୀ ଥିଲେ । ସେ ନ୍ୟାୟ ନିର୍ଣ୍ଣୟ କରିବାରେ ଖୁବ୍ ଦକ୍ଷ ଥିଲେ । ଅଳ୍ପ ସମୟ ମଧ୍ୟରେ ତାଙ୍କର ସୁଖ୍ୟାତି ଚାରି ଆଡେ ବ୍ୟାପିଗଲା । ଦେଶବିଦେଶରେ ମଧ୍ୟ ସମସ୍ତେ ତାଙ୍କର ନ୍ୟାୟ ନିର୍ଣ୍ଣୟ ବିଷୟରେ ପ୍ରଶଂସାରେ ଶତମୁଖ । ଦିନେ...
Category - ଜହ୍ନ ମାମୁଁ
ହରିପୁର ଗ୍ରାମରେ ଜଣେ ବିଚାରପତି ଥିଲେ, ତାଙ୍କ ନାମ ଧର୍ମବୀର ଥିଲା । ସେ ଖୁବ୍ ବୁଦ୍ଧିମାନ ଥିଲେ ଓ ନ୍ୟାୟଶାସ୍ତ୍ର ଅଧ୍ୟୟନ କରିବାରେ ସେ ଅତ୍ୟନ୍ତ ନିପୁଣ ମଧ୍ୟ ଥିଲେ, ତେଣୁ ରାଜା ତାଙ୍କୁ ସେହି ଅଂଚଳର ବିଚାରପତି ଭାବରେ ନିଯୁକ୍ତି କରିଥିଲେ । ସମଗ୍ର ଅଂଚଳର ଲୋକେ ଜାଣିଥିଲେ ଯେ ନ୍ୟାୟ ନିର୍ଣ୍ଣୟ କରିବା ପାଇଁ ଧର୍ମବୀରଙ୍କ ପରି ଆଉ କେହି ବି ନଥିଲେ । ସେ ଯାହା...
ଏ ଗଳ୍ପଟି ଆରବ ଦେଶର କାହାଣୀ । ଅନେକ ପୂର୍ବର କଥା । କ୍ରୀତଦାସମାନଙ୍କୁ ସେମାନେ ଗୁଲାମ ବୋଲି କହୁଥିଲେ । ସେତେବେଳେ ବାଗଦାଦ୍ରେ ଜଣେ ବଡ ସୌଦାଗର ଥା’ନ୍ତି ତାଙ୍କ ପାଖରେ ଅନେକ ଗୁଲାମ ଥିଲେ । ସେମାନଙ୍କ ମଧ୍ୟରୁ ତିନିଜଣ ତାଙ୍କର ସେବାରେ ନିଯୁକ୍ତ ଥା’ନ୍ତି । ଜଣେ ସୌଦାଗରଙ୍କର ପାଦସେବା କରେ, କି ଦିନ କି ରାତି । ଦ୍ୱିତୀୟଟି ସୌଦାଗରଙ୍କ ପାଇଁ ଓ ତାଙ୍କ ପରିବାର...
ବୀରସିଂହର ଅମୃତପୁର ଅଭିଯାନ ବ୍ୟର୍ଥ ହେଲା । ଆକସ୍ମିକ ବନ୍ୟାରେ ସୈନ୍ୟଦଳ ଭାସିଗଲେ । ନୂଆ ସୈନ୍ୟବାହିନୀ ଗଠନ କରିବା ମାନସରେ ଓ ଚନ୍ଦ୍ରହାଟରୁ ଅସ୍ତ୍ରଶସ୍ତ୍ର କିଣିବା ନିମନ୍ତେ ସେ ନିଜ ରାଜ୍ୟରେ ଉତ୍ପାଦିତ ଧାନ ଚାଉଳ ବାହାରକୁ ରପ୍ତାନୀ କରିବାକୁ ଚେଷ୍ଟା କଲା । ବିଦ୍ରୋହୀ ଯୁବକ ଦଳ ସେଥିରେ ବାଧା ଦେଲେ । ତା’ପରେ.. ବସନ୍ତ ଋତୁରେ ସାରା ବଣ ସ୍ୱର୍ଗୋପମ...
ଥରେ ନିଶା ଗରଜୁଥାଏ । ଠିକ୍ ସେହି ସମୟରେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପି ଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ଭିତରୁ ସାଇଁ ସାଇଁ ପବନ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀମାନଙ୍କର ଅଟ୍ଟହାସ୍ୟ ବି ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ସେ ରାଜା ବିକ୍ରମାର୍କ...
ନରେନ୍ଦ୍ର ସେନ ଚନ୍ଦ୍ରପୁର ରାଜ୍ୟର ରାଜା ଥିଲେ । ସେ ଅତ୍ୟନ୍ତ ବୁଦ୍ଧିମାନ ଓ ଦୟାଳୁ ବି ଥିଲେ । ପ୍ରଜାପାଳନରେ ସେ ଅଦ୍ୱିତୀୟ ଥିଲେ । ପ୍ରଜାମାନଙ୍କର ଦୁଃଖକଷ୍ଟ ଓ ସମସ୍ୟା ସବୁ ସେ ନିଜେହିଁ ବୁଝୁଥିଲେ ଓ ଯଥାଶକ୍ତି ସେସବୁ ସମସ୍ୟାର ସମାଧାନ ବି କରୁଥିଲେ । ଏସବୁ ଛଡା ତାଙ୍କର ସର୍ବାପେକ୍ଷା ମହାନ୍ ଗୁଣ ନ୍ୟାୟ ପଥରେ ଚାଲିବା ଥିଲା । ଅପରାଧୀକୁ ଧରିବା ପାଇଁ...
ପ୍ରାଚୀନ କାଳରେ ସୁବର୍ଣ୍ଣଗିରି ନାମକ ପର୍ବତରେ କେତେକ ବାନର ରହୁଥିଲେ । ସେମାନେ ସାଧାରଣ ବାନର ନୁହଁନ୍ତି, ସେମାନେ ଏକପ୍ରକାର ବାନର ରୂପୀ ମନୁଷ୍ୟ । କେଶରୀ ସେହି ବାନର ରାଜ୍ୟର ରାଜପୁତ୍ର ଥିଲେ । ସେହି କେଶରୀଙ୍କର ଅପାର ବଳ ଥିଲା । ବଣର ମିଠା ଫଳମୁଳ ଖାଇ ସାଙ୍ଗସାଥିଙ୍କ ସହ ଘୁରି ବୁଲି ସେ ଅତି ଆନନ୍ଦରେ କାଳାତିପାତ କରୁଥିଲେ । ଥରେ...
ଗୋଟିଏ ଗ୍ରାମରେ ଜଣେ ଧନୀ ଲୋକ ଥା’ନ୍ତି । ତାଙ୍କର ସର୍ବଦା ନୂଆ ଚାକର ରଖା ହୁଏ କାରଣ କେହିବି ତାଙ୍କୁ କାମରେ ସନ୍ତୁଷ୍ଟ କରିପାରନ୍ତି ନାହିଁ । ତାଙ୍କର ଧାରଣା ହେଉଛି ଆସୁଥିବା ଚାକରମାନେ କେହି ସେବା ପାଇଁ ତତ୍ପର ନୁହଁନ୍ତି । ଦିନେ ଦୁଇଜଣ ଲୋକ ତାଙ୍କ ପାଖରେ ଚାକିରୀ କରିବାକୁ ଆସିଲେ । ଦୁହିଁଙ୍କୁ ପରୀକ୍ଷା କରିବା ପାଇଁ ଧନୀଲୋକ ଚାହିଁଲେ ।...
ବଲ୍ଲଭ ନାମରେ ଜଣେ ଯୁବକ ଗାଁକୁ ଫେରୁଥିବା ବେଳେ ରାସ୍ତାରେ ଦେଖିଲା ଗୋଟିଏ ବରଗଛ ତଳେ ଜଣେ ବ୍ୟକ୍ତି ଶୋଇଛନ୍ତି; ଗୋଟିଏ ବିଷାକ୍ତ ସାପ ତାଙ୍କୁ ମାରିବାକୁ ଯାଉଛି । ବଲ୍ଲଭ ଦୌଡି ଯାଇ ସାପର ଲାଙ୍ଗୁଡ ଧରି ଟାଣି ଆଣି ଘୁରାଇ ଘୁରାଇ ତାକୁ ଦୂରକୁ ଫିଙ୍ଗିଦେଲା । ଇତିମଧ୍ୟରେ ଶୋଇଥିବା ଲୋକଟି ଉଠି ପଡିଲା । ତା’ର ନାମ ଶୀତଳ । ସେ ଜାଣିପାରିଲା ଯେ ବଲ୍ଲଭ କିପରି ତା’ର...
ଅନେକ ପୂର୍ବ କାଳର କଥା । ଚୀନ୍ର ଗୋଟିଏ ଗାଁରେ ବାଙ୍ଗ୍ ନାମକ ଗରୀବ ଚାଷୀଟିଏ ରହୁଥାଏ । ତା’ର ଆଉ ଏ ଦୁନିଆରେ ନିଜର ବୋଲି କେହିବି ନଥାଏ, ଉତ୍ତରାଧିକାରୀ ଭାବରେ ସେ ତା’ ବାପର ମାତ୍ର ଦେଢ ଏକର ଜମି ପାଇଥାଏ । ସେହି ଜମିରେ ସେ ଅନେକ ଫଳ ଚାଷ କରେ । ନିଜେ ଖାଏ ଓ ବଳକା ଫଳ ବିକି ପଇସା ଜମା କରିଥାଏ । ତା’ ଜମିକୁ ଲାଗି କିଛି ଅନାବାଦୀ ଜମି ପଡିଆ...
(ଭୂବନସୁନ୍ଦରୀଙ୍କ ପାଇଁ ଗ୍ରୀକ୍ ଓ ଟ୍ରୋଜନ୍ ମାନଙ୍କ ମଧ୍ୟରେ ଯେଉଁ ଯୁଦ୍ଧ ଆରମ୍ଭ ହୋଇଥିଲା, ତାହା ଆସି ଶେଷ ଅବସ୍ଥାରେ ପହଁଚିଲା । ଦୁଇପକ୍ଷରୁ ମହାନ ଯୋଦ୍ଧା ସବୁ ମରିଗଲେ । ଟ୍ରୋୟକୁ ଜିତିବାକୁ ରୂପଧର ଏକ ଯୋଜନା ପ୍ରସ୍ତୁତ କଲେ । ଯୋଜନା ଅନୁସାରେ ଏକ ବିରାଟ କାଠଘୋଡା ତିଆରି କରାଗଲା । ଗ୍ରୀକ୍ ଯୋଦ୍ଧାମାନେ ସେହି କାଠଘୋଡାର ପେଟରେ ପଶି ଲୁଚିରହିଲେ । ଗ୍ରୀକ୍...
ନିଶା ଗରଜୁଥାଏ । ଠିକ୍ ସେହି ସମୟରେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ବଜ୍ରଧ୍ୱନି ଓ ଶ୍ୱାନ ଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀମାନଙ୍କର ଅଟ୍ଟହାସ୍ୟ ମଧ୍ୟ ଶୁଭୁଥାଏ । ଘନଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଝଟକି ଉଠୁଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ବିଚଳିତ ବୋଧ ନ କରି ବୃକ୍ଷାରୋହଣ ପୂର୍ବକ...
ଭାସ୍କର ନାମକ ଜଣେ ଯୁବକ କବି ଥିଲେ । ରାଜସମ୍ମାନ ପାଇବାକୁ ତାଙ୍କର ବହୁତ ଇଚ୍ଛା । ସେଥିପାଇଁ ସେ ରାଜା ଚନ୍ଦ୍ରଭାନୁଙ୍କ ନାମରେ ଅନେକ ପ୍ରଶଂସାପୂର୍ଣ୍ଣ କାବ୍ୟ କବିତା ଲେଖିଥା’ନ୍ତି । କିନ୍ତୁ ସେସବୁ କିପରି ଓ କିଏ ଯାଇ ରାଜାଙ୍କୁ ଶୁଣାଇବ? ଏହି ବିଷୟରେ ଅନେକ ଚିନ୍ତା କରି, ସେ କୌଣସି ସମାଧାନ ନ ପାଇ ଶେଷରେ ଗ୍ରାମମୁଖିଆଙ୍କ ସହିତ ପରାମର୍ଶ କରିବାକୁ ଗଲେ ।...