ଗାର୍ହ୍ୟସ୍ଥ୍ୟ ଜୀବନରେ ବହୁତ ବିରକ୍ତ ହୋଇ ମା’ଙ୍କୁ ଓ ସ୍ତ୍ରୀକୁ ଛାଡି ଶଙ୍କର ଦେଶ ପର୍ଯ୍ୟଟନରେ ବାହାରିଗଲା । ବୁଲୁ ବୁଲୁ ସେ ସକଲପୁର ନାମକ ଏକ ଗ୍ରାମରେ ଯାଇ ପହଁଚିଲା । ସେ ଗ୍ରାମଟି ପ୍ରାକୃତିକ ସୌନ୍ଦର୍ଯ୍ୟରେ ପୂର୍ଣ୍ଣ, ସୁନ୍ଦର ଛୋଟ ପାହାଡଟିଏ, ତା’ପାଖରେ ନଈଟିଏ ବୋହିଯାଉଛି । ଚାରିପଟରେ ସବୁଜ ଗଛ ଲତା । ବାତାବରଣଟି ଅତ୍ୟନ୍ତ ଶାନ୍ତିପୂର୍ଣ୍ଣ । ଶଙ୍କରକୁ...
Category - ଜହ୍ନ ମାମୁଁ
ନିଃସନ୍ତାନ ଦ୍ରୁପଦ ସନ୍ତାନ ପ୍ରାପ୍ତିର ଇଚ୍ଛା ନେଇ ଅନେକ ଆଶ୍ରମ ବୁଲିଲେ । ଅନେକ ମୁନିଙ୍କର ସେ ସେବାକଲେ । ତାଙ୍କର ଗୋଟିଏ ପୁତ୍ର ଓ ଗୋଟିଏ କନ୍ୟା ପ୍ରାପ୍ତ କରିବାର ଆକାଂକ୍ଷା ଥିଲା । ଦ୍ରୋଣଙ୍କ ସହ ପୂର୍ବ ଶତ୍ରୁତା ଯୋଗୁଁ ସେ ଚାହିଁଥିଲେ କି ତାଙ୍କର ଏପରି ଏକ ପୁତ୍ର ହେବ ଯିଏକି ଦ୍ରୋଣଙ୍କୁ ମାରି ପାରିବ । ପାଣ୍ଡବମାନଙ୍କର ଅସ୍ତ୍ରଗୁରୁ ଦ୍ରୋଣ ଅର୍ଜୁନଙ୍କ...
ପ୍ରଫୁଲ୍ଲ ଜଣେ ଧନୀ ବ୍ୟକ୍ତି । କିନ୍ତୁ ସେ ଅନ୍ୟମାନଙ୍କ ହସ ଖୁସି ମୋଟେ ସହିପାରେ ନାହିଁ । ସମସ୍ତିଙ୍କୁ ବିଭିନ୍ନ ଉପାୟରେ କଷ୍ଟ ଦେବାରେ ତାର ଖୁସି; ତାହା ତାର ଗୋଟିଏ ବଦଭ୍ୟାସ । ତା’ର ସେହି ବଦଭ୍ୟାସ ଦେଖି ତାର ସ୍ତ୍ରୀ ଉର୍ମିଳା ବଡ ଦୁଃଖିତ ହୁଏ । ଏକଥା ଉର୍ମିଳାର ଭାଇ ଭୂଷଣ ଶୁଣିଲା । ସେ ଭିଣୋଇକୁ ଉଚିତ୍ ଶିକ୍ଷା ଦେବ ବୋଲି ମନେ ମନେ ଠିକ୍ କଲା । ଥରେ ସେ...
ଜଙ୍ଗଲ ନିକଟରେ ଗ୍ରାମଟିଏ ଥାଏ; ସେଥିରେ ଜଣେ କାଠୁରିଆ ଓ ତା’ର ସ୍ତ୍ରୀ ଥାନ୍ତି । ଗରିବ ହେଲେ ମଧ୍ୟ, ସେ ବଡ କଷ୍ଟରେ ପଇସା ରୋଜଗାର କଲେ ମଧ୍ୟ ବହୁତ ଶାନ୍ତିରେ ସେମାନେ ଜୀବନଯାପନ କରୁଥା’ନ୍ତି । ତାଙ୍କ କୁଟୀର ନିକଟରେ କୌଣସି ଧନୀ ବ୍ୟକ୍ତି ଘର ତିଆରି କଲେ । ସେମାନଙ୍କୁ ଅଧିକ ସୁଖୀ ଦେଖି କାଠୁରିଆ ଓ ତା’ର ପତ୍ନୀର ମନରେ ଭାରି ଈର୍ଷା ଜାତ...
ଅନେକ ଦିନ ତଳର କଥା । ରାକ୍ଷସ ରାଜ୍ୟରେ ଧର୍ମନନ୍ଦନ ନାମକ ଜଣେ ରାଜା ଥିଲେ । ସେ ତାଙ୍କ ପିଲାଟିଦିନରୁ ଭଲ ସ୍ୱଭାବର ଓ ବିବେକବାନ୍ ଥିଲେ । ତେଣୁ ତାଙ୍କର ଚାଲିଚଳଣ ଦେଖି ଅନ୍ୟ ରାକ୍ଷସମାନଙ୍କର ଚକ୍ଷୁଶୁଳ ହେଉଥିଲା । ଏଣୁ ସେମାନେ ତାଙ୍କ କଥାକୁ ପ୍ରାୟ ମାନୁ ନଥିଲେ । ସେମାନେ ସାଧୁସନ୍ଥଙ୍କ ଉପରେ ଦୌରାତ୍ମ୍ୟ ଚଳାଉଥିଲେ । ଉପକାରୀ ଲୋକର କ୍ଷତି କରୁଥିଲେ । ଏସବୁ...
ଶିବପୁରୀ ନାମକ ଏକ ଛୋଟ ସହରଟିରେ କିଷନ୍ ନାମକ ଯୁବକଟିଏ ଥାଏ । ସେ ନିଜକୁ ଖୁବ୍ ବୁଦ୍ଧିମାନ ମନେ କରେ । ତେଣୁ ସର୍ବଦା ସେ ଏଭଳି ଉପାୟ ଖୋଜୁଥାଏ ସେ କିପରି ଅଳ୍ପ ପରିଶ୍ରମ କରି ବେଶି ରୋଜଗାର କରିବ । ଦିନେ ସେ ତା’ଘରର ଚାବି ହଜାଇ ଦେଲା । ତେଣୁ ବିନୋଦ ନାମକ ଜଣେ ଲୋକକୁ ସେ ତାଲା ଖୋଲିବାକୁ ଡାକିଲା । ତା’ପାଖରେ ପେନ୍ଥାଏ ଚାବି ଥାଏ, ସେଥିରେ...
(ଟ୍ରୋୟ ନଗରୀ ଉପରେ ବିଜୟ ହାସଲ କରିବା ପରେ ରୂପଧର ତାଙ୍କର ସୈନିକମାନଙ୍କୁ ଧରି ସମୁଦ୍ରରେ ବୋଇତ ମେଲି ଦେଲେ । ସେତେବେଳେ ତାଙ୍କର ଲକ୍ଷ୍ୟ ଥିଲା ନିଜ ଦେଶକୁ ବାହୁଡି ଯିବା । ସମୁଦ୍ର – ଝଡରେ ବୋଇତଗୁଡିକ ଯାଇ ଏକ ଅଜଣା ଦ୍ୱୀପରେ ଲାଗିଲେ । ସେଠାରେ ଏକଆଖିଆ ରାକ୍ଷସ କେତେ ସୈନ୍ୟ ଖାଇଗଲା । ରୂପଧର କୌଶଳ କରି ବହୁକଷ୍ଟରେ ସେହି ରାକ୍ଷସ କବଳରୁ ମୁକ୍ତ ହୋଇ ନିଜ...
ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ଏଣେ ସେ ଆଖପାଖର ବଣବୁଦା ଭିତରୁ ସାଇଁ ସାଇଁ ପବନ ଭାସି ଆସୁଥାଏ । ଘଡ ଘଡି ଓ ଶ୍ୱାନ ଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରିରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଭୟାବହ ମୁହଁଟିମାନ ଘନ ଘନ ବିଜୁଳି ଆଲୁଅରେ ଦିଶି ଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ...
ହରିପୁର ଗ୍ରାମର ମୁଖିଆ ଦିନେ ସହରରୁ ତାଙ୍କ କାମସାରି ଗ୍ରାମକୁ ଫେରୁଥା’ନ୍ତି । ବାଟରେ ଘୋଡାରୁ ଓହ୍ଲାଇ ନିକଟସ୍ଥ ପୁଷ୍କରିଣୀରେ ଘୋଡାକୁ ପାଣି ପିଆଇ ବୃକ୍ଷଛାୟାରେ କିଛି ସମୟ ସେ ବିଶ୍ରାମ କଲେ । ତା’ପରେ ଘୋଡା ଚଢି ବାହାରିବା ବେଳକୁ ତାଙ୍କ ଗ୍ରାମର ଧାନ ବେପାରୀ ନଟପାତ୍ର ମଧ୍ୟ ଘୋଡା ଚଢି ତାଙ୍କ ସଙ୍ଗରେ ଗ୍ରାମକୁ ଫେରିଲା । ମୁଖିଆ ଅତ୍ୟନ୍ତ...
ସୂର୍ଯ୍ୟାସ୍ତ ସମୟରେ ଅରଣ୍ୟ ମାର୍ଗରେ ଜଣେ ମଧ୍ୟବୟସ୍କ ବ୍ୟକ୍ତି ଯାଉଥିଲେ । ମୁହଁରେ ତାଙ୍କର ଉଦାସ ଭାବ । ରହି ରହି ସେ ଚାରିଆଡକୁ ଚାହୁଁଥିଲେ; ମନକୁ ମନ କିଛି କଥା ମଧ୍ୟ ସେ କହୁଥାନ୍ତି । ହଠାତ୍ ଜଣେ ବୁଢା ଉଚ୍ଚ ସ୍ୱରରେ କାନ୍ଦି କାନ୍ଦି ଆସି ତାଙ୍କ ନିକଟରେ ପହଁଚିଲା । ବ୍ୟକ୍ତି ଜଣକ ବୁଢାକୁ ପଚାରିଲେ, “କାନ୍ଦୁଛ କାହିଁକି?” ବୁଢା କହିଲା, “ମୋ ଦୁଃଖ ବିଷୟ...
ମାରୁତି ନାମକ ଜଣେ ଭଲ ରାନ୍ଧୁଣିଆ ଥିଲା । କିନ୍ତୁ ତାର ଗର୍ବ ଯୋଗୁଁ କେହି ତାକୁ କେବେବି କିଛି କାମ ପାଇଁ ଡାକନ୍ତି ନାହିଁ । ଅଥଚ ତା’ର ବାପା ଭୀମକୁ ଭଲମନ୍ଦରେ ସମସ୍ତେ ରୋଷେଇ କରିବାକୁ ଡାକନ୍ତି । ଭୀମ ରନ୍ଧାରନ୍ଧି କରି ବହୁତ ଟଙ୍କା ରୋଜଗାର କରେ, ଆଉ ମାରୁତି ଖାଲି ତୁଚ୍ଛାକୁ ଘରେ ବସି ଆରାମରେ ଖାଏ । ସେହି ଗ୍ରାମରେ ଧର୍ମରାଜ ନାମକ ଜଣେ...
ବିଦୁର ସେଠାରୁ ଚାଲିଯିବା ପରେ ଦୁର୍ଯ୍ୟୋଧନ ତାଙ୍କ ପିତାଙ୍କ ନିକଟକୁ ଆସି କହିଲେ, “ବାବା, ଏହି ବିଦୁର ସର୍ବଦା ଆପଣଙ୍କ ପାଖରେ ରହୁଛି ବୋଲି ମୁଁ ମୋର ମନକଥା କେବେ କିଛିବି ଖୋଲିକି କହିପାରୁ ନାହିଁ । ଯେତେବେଳେ ଦେଖିବ, ଏହି ବିଦୁରଟା ଖାଲି ପାଣ୍ଡବମାନଙ୍କର ପ୍ରଶଂସା ଗାଇ ଚାଲିଥିବ । କିନ୍ତୁ ମୁଁ ଚାହେଁ ପାଣ୍ଡବମାନଙ୍କ ପତନ, ସେଥିପାଇଁ ଅନ୍ୟ ଏକ ଉପାୟ ବାହାର...
ଶିବପୁରୀ ସହରର ଗୋଟିଏ ଗଳିରେ ଜଣେ ବୃଦ୍ଧ, ଶୁଆଟିଏ ପଞ୍ଜୁରୀରେ ରଖି ସମସ୍ତଙ୍କୁ କହୁଥାଏ “ସଜ୍ଜନମାନେ, ଏଗୁଡିକ ସମସ୍ତେ କଥାକୁହା ଶୁଆ । ଗୋଟିଏ ଶୁଆର ଦାମ ମାତ୍ର ପାଂଚଟି ମୁଦ୍ରା । ତାକୁ ଯାହା ଶିଖାଇବ ସେ ସଙ୍ଗେ ସଙ୍ଗେ ତାହା କହିବ । କିନ୍ତୁ ଥରେ କିଣି ସାରିବା ପରେ ଆଉ ଫେରସ୍ତ ନିଆଯାଏ ନାହିଁ । ସବୁ ଭାଗ୍ୟ ଉପରେ ନିର୍ଭର କରେ ।” କେତେଲୋକ ଶୁଆ କିଣି ନେଇ...
ବିଭାବସୁ ଜଣେ ବଡ ବୈଦ୍ୟ ଥିଲେ । ସମସ୍ତେ କୁହନ୍ତି କି ତାଙ୍କ ହାତରେ କୁହୁକ ଶକ୍ତି ଅଛି । ତାଙ୍କ ନିକଟରେ ବୈଦ୍ୟଶାସ୍ତ୍ର ଅଧ୍ୟୟନ କରିବାକୁ ମଣିରାଜ ନାମକ ଜଣେ ଯୁବକ ଆସିଲେ, ସେ ଗୁରୁଙ୍କର ଗଭୀର ଜ୍ଞାନ ଦେଖି ତାଙ୍କୁ ଅତ୍ୟନ୍ତ ଭୟ କରୁଥିଲେ ଓ ତାଙ୍କୁ ସମ୍ମାନ ମଧ୍ୟ କରୁଥିଲେ । ଏଥିସହ କିଛିଟା ଈର୍ଷ୍ୟା ମଧ୍ୟ ତାଙ୍କ ମନର ଗୋପନ ଅଂଶରେ ଥାଏ । ଥରେ ସେହି ଗ୍ରାମରେ...
ସମୁଦ୍ର ତଟରେ ଥିବା ଏକ ଗ୍ରାମରେ କେଶବ ନାମକ ଏକ ଗରିବ ଯୁବକ ଥାଏ । ସେ ତା’ ମନେ ମନେ ଭାବିଲା ଯେ ବାଣିଜ୍ୟ କରିବାକୁ ଯାଉଥିବା ଜାହାଜରେ ଦୂର ଦେଶକୁ ଯାଇ ସେ କିଛି ଧନ ଅର୍ଜନ କରିବ । ଏହିପରି ମନ ନେଇ ସୁବିଧା ଦେଖି ଗୋଟିଏ ଜାହାଜରେ ସେ ଚଢିଲା । କିଛିଦିନ ସମୁଦ୍ରଯାତ୍ରା କରିବା ପରେ ଭୟଙ୍କର ଏକ ତୋଫାନ ହେଲା ଓ ସେ ଜାହଜଟି ବୁଡିଗଲା । କେଶବ...