ପୁରୁଣା କାଳର କଥା । ଅନଙ୍ଗପାଳ ଅବନ୍ତୀପୁର ରାଜ୍ୟର ରାଜା ଥିଲେ । ତାଙ୍କର ତ ଗୁଡିଏ ହାତୀ ଥା’ନ୍ତି । ସମସ୍ତିଙ୍କ ମଧ୍ୟରେ ସର୍ବାଣୀ ନାମକ ହାତୀକୁ ରାଜା ବଡ ସ୍ନେହ କରୁଥା’ନ୍ତି । କାରଣ ସେହି ହାତୀ ଉପରେ ଚଢି ସେ ବହୁତ ଯୁଦ୍ଧ ଜୟ କରିଥା’ନ୍ତି । ତେଣୁ ସେ ହାତୀକୁ ସେ ରାଜକୀୟ ସମ୍ମାନ ଦେଉଥା’ନ୍ତି । ଏଣୁ ସେ ରାଜାଙ୍କର ବଡ ପ୍ରିୟ ସର୍ବାଣୀ ଥିଲା ।...
Category - ଜହ୍ନ ମାମୁଁ
ରାମ ତା’ର କୌଣସି ଏକ କାମରେ ସହର ଯାଇଥିଲା; ସେଠାରୁ ସେ ଚାଲି ଚାଲି ତା’ଗ୍ରାମକୁ ଫେରୁଥାଏ, ବାଟରେ ହଠାତ୍ ଅନ୍ୟ ଗ୍ରାମର ଭୋଳା ନାମକ ବ୍ୟକ୍ତି ସହିତ ତା’ର ଦେଖାହେଲା । ଦୁହେଁ ସାଙ୍ଗ ହୋଇ ବାଟ ଚାଲୁଥାନ୍ତି । ବାଟଚଲାର କ୍ଳେଶ ଭୂଲିବା ପାଇଁ ସେମାନେ ଗଳ୍ପ କହିବାକୁ ଆରମ୍ଭ କଲେ । ରାମୁ ବଡ ଗପୁଡି ସ୍ୱଭାବର ଥିଲା । ତେଣୁ ସେ ଗପି ଚାଲିଲା । ଗପୁ ଗପୁ ସେ କହିଲା...
(ମହେନ୍ଦ୍ରନାଥ ତାଙ୍କ ବନ୍ଧୁ ଦରବାନ୍ ଠାରୁ ଖବର ପାଇଲେ ଯେ ବିଦ୍ୟାବତୀଙ୍କୁ ସେଠାରୁ ସ୍ଥାନାନ୍ତରିତ କରିବାପାଇଁ ପାଲିଙ୍କି ସଜା ହୋଇଛି । ସେ ସେଦିନ ରାତିରେ ମହଲରେ ପ୍ରବେଶ କରି ଏ ଖବର ରାଜକୁମାରୀଙ୍କୁ କହିଲେ । ବିଦ୍ୟାବତୀ ମହେନ୍ଦ୍ରଙ୍କ ସହିତ ଚାଲିଯିବାକୁ ସ୍ଥିର କଲେ । ବହୁତ ସାବଧାନର ସହିତ ସେ ଦୁହେଁ ଠିକ୍ ଅଧରାତି ବେଳକୁ ମହଲରୁ ବାହାରି ଗଲେ । ଏଥର ଆଗକୁ...
ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଏଣେ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ଭିତରୁ ଭାସି ଆସୁଥାଏ ସାଇଁସାଇଁ ପବନ । ତା’ଉପରେ ପୁଣି ଘଡଘଡି ଓ ଶ୍ୱାନ ଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀ ମାନଙ୍କର ଅଟ୍ଟହାସ୍ୟ ଶୁଭୁଥାଏ । ତତ୍ସହିତ ଘନଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶି ଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ...
ସାରିପୁର ଗ୍ରାମରେ ଧନଞ୍ଜୟ ନାମକ ଜଣେ ବ୍ୟକ୍ତି ରହୁଥାଏ । ତା’ର ତ ଆଉ ଏ ସଂସାରରେ କେହି ବି ନାହିଁ । ତେଣୁ ସେ ତା’ନିଜ ଖାଦ୍ୟ ନିଜେ ହିଁ ରୋଷେଇ କରେ । ଅଧିକାଂଶ ସମୟରେ ସେ ଦହିଭାତ ମିଶାଇ ଟିକିଏ ବଘାରି ଦିଏ । ତାକୁ ସେ ଖାଦ୍ୟ ଖୁବ୍ ସ୍ୱାଦ ଲାଗେ । ଯିଏ ତା’ର ଦହିଭାତ ଖାଇଛି ସେ ତାକୁ ପ୍ରଶଂସା କରିଛି । ତା’ର ଦହିଭାତରେ ଖ୍ୟାତି ଏତେ ବଢିଲା ଯେ ଲୋକେ ଶେଷରେ...
ଗୋଟିଏ ଜଙ୍ଗଲରେ ଖାଲି ଭୂତ ପିଶାଚମାନେ ରହୁଥାନ୍ତି । ସେମାନଙ୍କ ମଧ୍ୟରେ କୁନି ଭୂତୁଣୀଟିଏ ବି ଥାଏ । ଥରେ ତା’ର ଦୁଷ୍ଟାମୀ ଯୋଗୁଁ ତା’ମା ତାକୁ ଖୁବ୍ ଗାଳି ଦେଲା । ତେଣୁ ସେ ରାଗିଯାଇ ନିଜର ଘରଦ୍ୱାର ଛାଡି ଗୋଟିଏ ଗାଁକୁ ଚାଲିଆସିଲା । ସେଠାରେ ସେ ଗୋଟିଏ ଘରପାଖ ନିମଗଛରେ ଥାଏ । ଲକ୍ଷ୍ମଣ ନାମକ ଚାଷୀ ହେଉଛନ୍ତି ସେ ଘରର ମାଲିକ । ତା’ର ବଡଝିଅର ନାମ ହେଉଛି...
ସୁବର୍ଚ୍ଚଳାଦେବୀଙ୍କଠାରୁ ଚନ୍ଦ୍ରସେନା ଶୁଣିଲେ ଯେ ମହୀରାବଣ ବଧ ହୋଇ ସାରିଛି ଏବଂ ବର୍ତ୍ତମାନ ସେଠାକାର ରାଜା ହେଉଛନ୍ତି ମକରଧ୍ୱଜ । ଏ ଖବର ପାଇ ସେ ଅତ୍ୟନ୍ତ ଆନନ୍ଦିତ ହେଲେ; ମନ ମଧ୍ୟରେ ତାଙ୍କର କେତେ ଆଶା ଜାଗି ଉଠିଲା । ବନ୍ଦୀ ଶାଳାରୁ ମୁକ୍ତ ହେବା ପାଇଁ ମଧ୍ୟ ତାଙ୍କ ମନରେ ଆଶା ଜାଗିଲା । ସୁବର୍ଚ୍ଚଳା ଦେବୀ ତାଙ୍କୁ କହିଲେ, “ହେ...
ପୁରୁଣା କାଳର କଥା । ସେତେବେଳେ ତ ନେପାଳରେ ପ୍ରତ୍ୟେକ ଲୋକଙ୍କର କିଛି ନା କିଛି ମନ୍ତ୍ର ଶକ୍ତି ଥାଏ । ଗୋଟିଏ ଗ୍ରାମରେ ବର୍ଦ୍ଧନ ନାମରେ ଜଣେ ବୃଦ୍ଧ ଥାଏ । ସେ ପଶୁ ଚରାଇ ତା’ ପେଟ ପୋଷେ । ଦିନେ ପଶୁ ଚରାଇବା ବେଳେ ତାକୁ ବହୁତ ଶୋଷ ଲାଗିଲା । ଏହି କାରଣରୁ ସେ ନିକଟସ୍ଥ କୁଅକୁ ପାଣି ପିଇବାକୁ ଗଲା । ଦେଖିଲା ସେ ଗ୍ରାମର କେତେକ ଲୋକ କୁଅର ଚଉତରା ଉପରେ ସବୁ ଗଳ୍ପ...
କୃଷ୍ଣପୁରରେ କୃଷ୍ଣଶାସ୍ତ୍ରୀ ନାମକ ଜଣେ ପଣ୍ଡିତ ଥା’ନ୍ତି । ତାଙ୍କ ଘରର ପଛପଟେ ଏକ ଗଭୀର କୁଅ ଥାଏ, ତାକୁ ସମସ୍ତେ ପାତାଳ ଗଙ୍ଗା କହୁଥାନ୍ତି । ସେ କୁଅରେ ଥାଏ ଏକ କଚ୍ଛପ । କୁହାଯାଏ କୃଷ୍ଣଶାସ୍ତ୍ରୀଙ୍କ ଜେଜେବାପା ତାକୁ ସେଥିରେ ଆଣି ଛାଡିଥିଲେ । କୃଷ୍ଣଶାସ୍ତ୍ରୀଙ୍କ ଘର ପଛପଟେ ଏକ ବିରାଟ ଖୋଲା ସ୍ଥାନ ଥାଏ । ସେଠାରେ ଗ୍ରାମର ଲୋକମାନେ ଆସି...
ପୁଷ୍କରବତୀ ରାଜ୍ୟରେ ରାଜୁତି କରୁଥିବା ରାଜା ପ୍ରମୋଦବର୍ମାଙ୍କର ଗୋଟିଏ ମାତ୍ର ପୁତ୍ର ଥାଏ । ପୁଣି ମନ୍ତ୍ରୀ ସୁନୀତିଚନ୍ଦ୍ରଙ୍କର ମଧ୍ୟ ଗୋଟିଏ ମାତ୍ର ପୁତ୍ର ଥାଏ । ରାଜପୁତ୍ର ଓ ମନ୍ତ୍ରୀ ପୁତ୍ର ଦୁହିଁଙ୍କର ବୟସ ଏକ । ଦୁହେଁ ଦୁହିଁଙ୍କୁ ଖୁବ୍ ଭଲ ପାଉଥାନ୍ତି । ଦେଖିଲେ ମନେ ହେଉଥିଲା ସେମାନେ ଯେପରି ଯାଆଁ ଳା ଭାଇ । ଯୁବରାଜଙ୍କର ବିବାହ ଆନନ୍ଦପୁରର...
ପଣ୍ଡିତମହାଶୟ ତାଙ୍କ କନ୍ୟାର ବାହାଘରପାଇଁ ଖୁବ୍ ବ୍ୟଗ୍ର ଥିଲେ । ଜଣେ ପରଚିତ ବ୍ୟକ୍ତି ପ୍ରସ୍ତାବଟିଏ ଯୋଗାଡ କରି ତାଙ୍କୁ ଖବର ଦେଲେ । ଅଗତ୍ୟା ବରପାତ୍ର ଓ ପରିବାର ସମ୍ବନ୍ଧୀୟ ଜିଜ୍ଞାସା ସହିତ ସେ ସହର ଯିବାପାଇଁ ବାହାରିଲେ । ଗାଡିବାଲା ନିକଟକୁ ଖବରପ୍ରେରଣ କରାଗଲା । ଗ୍ରାମରୁ ପାଦଚଲା ରାସ୍ତାରେ ସହରକୁ ଯିବାକୁ ହେଲେ, ବାଟରେ ଜଙ୍ଗଲଟିଏ ପଡେ । ସକାଳୁ ସକାଳୁ...
ରାମଗଡର ଜମିଦାର ଉପେନ୍ଦ୍ର ଥିଲେ । ନିୟମିତ କରଆଦାୟ କରିବା ସହିତ ଜନସାଧାରଣଙ୍କ ସମସ୍ତ ସୁଖଦୁଃଖର ସଠିକ୍ ସମ୍ବାଦ ଦେଇ ପାରୁଥିବା ବ୍ୟକ୍ତିର ସନ୍ଧାନରେ ସେ ଥିଲେ । ସେ ଚାହୁଁଥିଲେ ଯେ, ଉକ୍ତ ବ୍ୟକ୍ତିଟି ଖୁବ୍ ବୁଦ୍ଧିମାନ୍ ଓ ଚତୁର ହୋଇଥିବା ଏକାନ୍ତ ଆବଶ୍ୟକ । ଏଥିଲାଗି ଦେବାନ ସାହେବ ଡେଙ୍ଗୁରା ମଧ୍ୟ ଦେଲେ । ଯଦି ଏପରି କେହି ଯୋଗ୍ୟ ବ୍ୟକ୍ତି ଥାଆନ୍ତି, ତେବେ...
(ଧୀରମତି ଘରକୁ ଫେରି ତାର ମା’ ପଦ୍ମମୁଖୀଙ୍କୁ ଯାତ୍ରାସମ୍ବନ୍ଧୀୟ ସମସ୍ତ କଥା ଜଣେଇଲେ । ମାତ୍ର ନିଜର ପିତାଙ୍କ ସମ୍ପର୍କରେ ସମସ୍ତ ବିଷୟ ସେ ଗୋପନ ରଖିଲେ । ପୈଲାସ୍ରୁ ତାଙ୍କ ସହିତ ଆସିଥିବା ଜଣେ ଗୁଣୀ ବ୍ୟକ୍ତି ତାଙ୍କ ଘରେ ଆତିଥ୍ୟ ଗ୍ରହଣ କରିଥିଲେ । ସେହି ଅତିଥିଙ୍କର ଭୋଜନ ସମାପନ ହେବା ପରେ, ଘରେ ବସି ରହି ଖାଇଥିବା ଦୁଷ୍ଟମାନେ ଏକ ବିଶାଳ କକ୍ଷରେ ଭୋଜନ...
ଏକଦା ନିଶା ଗରଜୁ ଥାଏ, ତେଣେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପି ଝିପି ବର୍ଷା ମଧ୍ୟ ହେଉଥାଏ । ଠିକ୍ ସେତିକିବେଳେ ଆଖପାଖ ଅରଣ୍ୟରୁ ଭାସି ଆସୁଥାଏ ସାଇଁ ସାଇଁ ଶବ୍ଦ, ଘଡଘଡି, ଶ୍ୱାନ, ଶ୍ୱାପଦଙ୍କ ରଡି ସହିତ ଅଶରିରୀ ମାନଙ୍କର ଅଟ୍ଟହାସ୍ୟ ବି ଭାସି ଆସୁଥାଏ, ତଥା ଭୟଙ୍କର ମୁଖଟିମାନ ଘନ ଘନ ବିଜୁଳି ଆଲୁଅରେ ଝଲ୍ସି ଉଠୁଥାଏ । କିନ୍ତୁ ରାଜା...
ରତ୍ନପୁର ପ୍ରଦେଶର ସୀମାବର୍ତ୍ତୀ କିଛି ଗ୍ରାମ ସମୁଦ୍ର ନିକଟରେ ଅବସ୍ଥିତ ଥିଲା । ତେଣୁ ବହୁ ସମୟରେ ଏହି ଗ୍ରାମଗୁଡିକ ସାମୁଦ୍ରିକ ଝଡତୋଫାନର ଶିକାର ହେଉଥିଲେ । ପାଶ୍ୱବର୍ତ୍ତୀ କ୍ଷୁଦ୍ର ଜଙ୍ଗଲରେ ନିଆଁଲାଗି ସେହି ଗ୍ରାମର ବହୁତ କ୍ଷତି ଘଟୁଥିଲା । ଏହି ବିପଦରୁ ଗ୍ରାମବାସୀ ମାନେ ସମ୍ପୂର୍ଣ୍ଣ ଭାବରେ ତ୍ରାହି ପାଇଛନ୍ତି କି ନାହିଁ, ପ୍ରଚଣ୍ଡ ବର୍ଷା ଓ ପବନ ଆରମ୍ଭ...