ଏକ ପ୍ରସିଦ୍ଧ ଗୁରୁକୁଳ ହିରଣ୍ୟନଗରୀଠାରେ ଥାଏ । ଏଠାରେ ବିଦ୍ୟାଧ୍ୟୟନ ପାଇଁ ଦୂର ଦୂରାନ୍ତରୁ ଅନେକ ଶିକ୍ଷାର୍ଥୀମାନେ ଆସିଥାନ୍ତି । ଲୋକମାନଙ୍କ ମନରେ ଦୃଢ ବିଶ୍ୱାସ ଥାଏ ଯେ, ଏଠାରୁ ଶିକ୍ଷାପ୍ରାପ୍ତ ଯୋଗ୍ୟ ଛାତ୍ର ମାନଙ୍କୁ ରାଜଦରବାରରେ ଅବଶ୍ୟ ନିଯୁକ୍ତି ମିଳିବ । ଥରେ ଗୁରୁ ବିଦ୍ୟାନନ୍ଦ ତାଙ୍କ ବିଦ୍ୟାର୍ଥୀମାନଙ୍କ ସହିତ ପରୋପକାରର...
Category - ଜହ୍ନ ମାମୁଁ
ମୁନି ମୈତ୍ରୟଙ୍କ ପ୍ରସ୍ଥାନଅନ୍ତେ, ଧୃତରାଷ୍ଟ୍ର ବିଦୁରଙ୍କୁ କିମ୍ଭୀର ସଂହାର ବୃତ୍ତାନ୍ତଟି ଶୁଣାଇବା ପାଇଁ କହିଲେ । ତେଣୁ ବିଦୂର ବର୍ଣ୍ଣନା ଆରମ୍ଭ କଲେ । ଅରଣ୍ୟବାସ ଉଦ୍ଧେଶ୍ୟରେ ଯାଇଥିବା ପାଣ୍ଡବଗଣ, ତିନିଦିନ ଉପରାନ୍ତେ ଅର୍ଦ୍ଧରାତ୍ର ସମୟରେ କାମ୍ୟକବନ ମଧ୍ୟ ଦେଇ ଯାତ୍ରା କରୁଥାନ୍ତି । ଅକସ୍ମାତ ସେମାନଙ୍କ ପଥରୋଧ କରି ଏକ ଭୟଙ୍କର ରାକ୍ଷସ...
ମହୀଧର ଚକ୍ଷୁହୀନ ଅଟନ୍ତି । ତାଙ୍କ ପତ୍ନୀଙ୍କର ମୃତ୍ୟୁପରେ ତାଙ୍କର ଦେଖାଶୁଣା ଦାୟିତ୍ୱ ପୁତ୍ରମାନେ ବହନ କରୁଥାନ୍ତି । ଥରେ ତାଙ୍କର ଘରକୁ ଜଣେ ପ୍ରସିଦ୍ଧ ଚିତ୍ରକର ଆସିଲେ । ସେ ଏକ ସୁନ୍ଦରୀ ରମଣୀର ଚିତ୍ର ଅଙ୍କନ କରିବାକୁ ଚାହୁଁଥିଲେ । କିନ୍ତୁ ମହୀଧରଙ୍କ ତିନିଜଣ ଯାକ ବୋହୂ ସୌନ୍ଦର୍ଯ୍ୟରେ ଏକକୁ ଆରେକବଳି ଥିଲେ । ତେଣୁ ସେ ଚିତ୍ରକର ଦ୍ୱନ୍ଦ୍ୱରେ ପଡିଗଲେ ।...
ପାର୍ବତୀଙ୍କ ପୁତ୍ର ଆନନ୍ଦର ବିଭାଘର ପ୍ରସ୍ତାବ ସ୍ଥିରୀକୃତ ହେବା ସମ୍ବାଦରେ ଅନସୂୟା ଖୁବ୍ ମର୍ମାହତ ହେଲେ । ସେ ତାଙ୍କଘରେ ଭଡାରେ ରହୁଥିଲେ । ଶେଷରେ ବିବାହର ଶୁଭଦିନଟି ଆସି ପହଁଚିଲା । ବାହାର ବିବାହମଣ୍ଡପରୁ କୋଳାହଳ ଶୁଭୁଥାଏ । ବାଦ୍ୟବାଜୁ ଥାଏ । ଛୋଟପିଲାମାନେ ଖୁସିରେ ଧାଁ ଦଉଡ କରୁଥାନ୍ତି । ଏସବୁ ଘଟଣା ଅନସୂୟାଙ୍କ ଦୁଃଖି ମନକୁ ଆହୁରି...
ଶ୍ରୀପତି ଓ ଜଗପତି ଉଭୟେ ରାମପୁର ଗ୍ରାମ ନିବାସୀ । ଶ୍ରୀପତି ଧନୀ ମାତ୍ର ଜଗପତି ଗରିବ । ତଥାପି ବି ସେ ଉଭୟଙ୍କ ମଧ୍ୟରେ ନିବିଡ ବନ୍ଧୁତା ଥାଏ । ଥରେ ସେ ଦୁଇବନ୍ଧୁ ସାଙ୍ଗ ହୋଇ ଗୋଟିଏ ସ୍ଥାନକୁ ଯାଉଥାନ୍ତି । ଏକ ଗ୍ରାମର ପଥ ପାଶ୍ୱର୍ରେ କୂପଟିଏ ଥାଏ । ଦୁଇଜଣ ତରୁଣୀ ସେଠାକୁ ଜଳ ନେବାପାଇଁ ଆସିଥାନ୍ତି । ସେତେବେଳେ ତ ଶ୍ରୀପତି ତୃଷାର୍ତ୍ତ ଅନୁଭବ କରୁଥିଲେ ।...
ବଳଭଦ୍ର ନାମକ ଜଣେ ଯୁବକ ଗୁରୁକୂଳରେ ଶିକ୍ଷା ଶେଷକରି ନିଜ ଗ୍ରାମକୁ ଲେଉଟି ଆସିଲେ । ବଳଭଦ୍ରଙ୍କ ପିତା ଜଣେ ବିଦ୍ୱାନ ବ୍ୟକ୍ତି ଥିଲେ । ସେ କ୍ଷେତବାଡି କରିବା ସଙ୍ଗେସଙ୍ଗେ ଲେଖାପଢା ମଧ୍ୟ କରୁଥା’ନ୍ତି । ସେ ସଂସ୍କୃତ ଗ୍ରନ୍ଥସବୁ ଅନୁବାଦ କରି ସହରର ଜଣେ ଧନୀଲୋକଙ୍କ ପାଖକୁ ପଠାଇ ଦିଅନ୍ତି । ଧନୀଲୋକ ତାଙ୍କୁ ବେଶ୍ ଭଲ ପାରିଶ୍ରମିକ ଦିଅନ୍ତି । ବଳଭଦ୍ରଙ୍କ ପିତା...
(ଯାଦୁ ମହଲରୁ ବାହାରି ରାଜକୁମାରୀ ବିଦ୍ୟାବତୀ ଓ ମହେନ୍ଦ୍ରନାଥ ସଂଧ୍ୟା ପୂର୍ବରୁ ଆସି ମୁନି ଜିତେନ୍ଦ୍ରନାଥଙ୍କ କୁଟୀରରେ ପହଁଚିଲେ । ମୁନି ସେମାନଙ୍କୁ ଦେଖି ଖୁବ୍ ଖୁସି ହେଲେ ଓ ସେମାନଙ୍କୁ ନିଜ ଜୀବନ କାହାଣୀ ଶୁଣାଇଲେ । ସେଥିରୁ ଜଣାଗଲା ଯେ, ସେ ମୁନି ଜଣକ ହେଉଛନ୍ତି ମହେନ୍ଦ୍ରଙ୍କର ଖୋଦ୍ ନିଜ କାକା, ଯାହାଙ୍କର କି ବହୁ ଦିନରୁ କୌଣସି ଆତାପତା ମିଳୁ ନଥିଲା ।...
ଏଣେ ନିଶା ଗରଜୁଥାଏ । ତେଣେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ସେତେବେଳେ ତା’ଆଖପାଖର ବଣବୁଦା ଭିତରୁ ସାଇଁ ସାଇଁ ପବନର ଶବ୍ଦ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀମାନଙ୍କର ଅଟ୍ଟହାସ୍ୟ ଶୁଭୁଥାଏ । ଭୟାବହ ମୁହଁଟିମାନ ଘନଘନ ବିଜୁଳି ଆଲୁଅରେ ଦିଶିଯାଉଥାଏ । କିନ୍ତୁ ସେ ରାଜା ବିକ୍ରମାର୍କ...
ଶିବ ନାମକ ଯୁବକଟିଏ ସହରରେ ଉଚ୍ଚଶିକ୍ଷା ଲାଭକରି ନିଜ ଗ୍ରାମକୁ ସେ ଫେରି ଆସିଲା । ତା’ର ବାପା ବହୁଦିନରୁ ମରିଯାଇଥା’ନ୍ତି । ଘରେ କେବଳ ତା’ର ବିଧବା ମା’ । ଶିବ ମା’ଙ୍କୁ କହିଲା, “ମା’ ମୁଁ ଏବେ ଚାକିରୀ ଖୋଜିବାକୁ ଯିବି ।” ଶିବର ମା’ ଏଥିରେ ଖୁସି ହୋଇ କହିଲେ, “ପୁଅ, ତୁ ରଘୁନାଥପୁରର ଧନଞ୍ଜୟଙ୍କ ପାଖକୁ ପ୍ରଥମେ ଯିବୁ । ସେ ତୋ ବାପାଙ୍କ...
କମଳପୁର ଗ୍ରାମରେ କୈଳାସ ଶାସ୍ତ୍ରୀ ନାମକ ଜଣେ ଜ୍ୟୋତିଷ ରହୁଥା’ନ୍ତି । ସେ ଭବିଷ୍ୟତ ବିଷୟରେ ଗଣନା କରି କହୁଥିଲେ । ଏବଂ ଗ୍ରହମାନଙ୍କର କୁଦୃଷ୍ଟିରୁ ରକ୍ଷା ପାଇବା ପାଇଁ ପୂଜା ଅର୍ଚ୍ଚନା ମଧ୍ୟ କରାଉଥିଲେ । କଥାରେ କହନ୍ତି ଯେଉଁଠାରେ ଦ୍ରୁମ ନାହିଁ ସେଠାରେ ବରଗଛ ମଧ୍ୟ ନିଜକୁ ଦ୍ରୁମ ବୋଲାଇବ । ସେହି ଦୃଷ୍ଟିରୁ ଦେଖିଲେ ସେଠାରେ ଅନ୍ୟ ଜ୍ୟୋତିଷ...
ସୂର୍ଯ୍ୟୋଦୟ ପରେ ପରେ ବାନର ସେନା ଓ ରାକ୍ଷସସେନାଙ୍କ ମଧ୍ୟରେ ଯୁଦ୍ଧ ଲାଗିଗଲା । ଖୁବ୍ ମରାମରି ପିଟାପିଟି ହୋଇ ରକ୍ତନଦୀ ବହିଲା । ରାକ୍ଷସଙ୍କର ନିଷ୍ଠୁର ଓ ଭୟଙ୍କର ଆକ୍ରମଣରେ ବାନରସେନା ଛିନ୍ଛତ୍ର ହୋଇଗଲେ । ବାନରମାନେ ସିନା ବୀରତ୍ୱ ସହକାରେ ଯୁଦ୍ଧ କରୁଥିଲେ, କିନ୍ତୁ ସେମାନଙ୍କ ପ୍ରକୃତି ତ ସରଳ । ସେମାନଙ୍କୁ କୂଟକପଟ ଜଣା ନଥିଲା । ଶ୍ରୀରାମଙ୍କ ପ୍ରତି ଭକ୍ତି...
ପୁରୁଣା କାଳର କଥା । ନୁରଶାହ ବାଗଦାଦରେ ସୁଲତାନ୍ ଥା’ନ୍ତି; ସେ ହସଖୁସି ଓ ଥଟ୍ଟାତମସାକୁ ଖୁବ୍ ଭଲ ପାଉଥିଲେ । ଥରେ ବାଗଦାଦ୍ ସହରର ଏକ ବଡ ଧନୀ ବ୍ୟବସାୟୀ ରହମତୁଲ୍ଲାଙ୍କର ମୃତ୍ୟୁ ହୋଇଗଲା । ତାଙ୍କର କେହି ବି ଉତ୍ତରାଧିକାରୀ ନ ଥିଲେ । ବାଗଦାଦ୍ରେ ଅବ୍ଦୁଲ୍ଲା ନାମକ ଏକ ଗରୀବ ପ୍ରଜା ରହୁଥାଏ । ସେ ରହମତୁଲ୍ଲାଙ୍କ ସମ୍ପତ୍ତିରୁ କିଛି ପାଇବ...
ମଧୁପୁରର ଜଙ୍ଗଲରେ ଗୋଟିଏ କାଠୁରିଆ ଥିଲା । ତା’ର ଦୁଇଟି ଝିଅ – ଚମ୍ପା ଓ ଚୁନ୍ନି । ଚମ୍ପା ବର୍ଷକର ହେବାବେଳେ ତା’ ମା’ ମରି ଯିବାରୁ କାଠୁରିଆ ଦୁର୍ଗା ନାମକ ଜଣେ ଯୁବତୀକୁ ବିବାହ କଲା – ତା’ ଝିଅର ନାଁ ହେଲା ଚୁନ୍ନି । ଦୁର୍ଗା ବଠୋର ସ୍ୱଭାବର ଥିଲା । ଚମ୍ପାକୁ ସେ ବହୁତ କାମ କରିବାକୁ ଦିଏ ଓ ସବୁବେଳେ ତାକୁ ଖାଲି ସେ ଗାଳି ଦିଏ ।...
ଗୋଟିଏ ଗାଁରେ ଲୋଲା ବୋଲି ଗୋଟିଏ ମେଷପାଳକ ଥାଏ । ଅନେକ ଗୁଡିଏ ମେଣ୍ଢା ସେ ରଖିଥାଏ । ଗାଁ ମୁଣ୍ଡରେ ଘର ବନାଇ ସେମାନଙ୍କୁ ସେ ଜଗି ରହିଥାଏ । କ୍ରମେ ମେଣ୍ଢାମାନଙ୍କ ସଂଖ୍ୟା ବଢିବାରୁ ସେମାନଙ୍କୁ ଏକଲା ଜଗିବାକୁ ତା’ପକ୍ଷେ ଭାରି କଷ୍ଟ ହେଲା । ମଝିରେ ମଝିରେ ହେଟା ଓ ଗଧିଆ ବାଘ ଆସି ଗୋଟାଏ ଦୁଇଟା ମେଣ୍ଢା ମାରି ପକାନ୍ତି । ଏହି ସମସ୍ୟାଟି କଥା...