ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

Category - ଜହ୍ନ ମାମୁଁ

କୀର୍ତ୍ତିସିଂହ

(ବିଚିତ୍ରବର୍ମା ପଣ୍ଡିତମାନଙ୍କର ମତ ନେଇ ମନ୍ଦିର ନିର୍ମାଣ କରିଥିଲେ । ଭୂଗର୍ଭରୁ ପ୍ରାପ୍ତ ଦେବୀମୂର୍ତ୍ତିଙ୍କର ପ୍ରତିଷ୍ଠା ସେ କରାଇଲେ । ଏହାର କିଛି ବର୍ଷପରେ ତାଙ୍କ ପୁତ୍ର ଜୟବର୍ମା ସିଂହାସନରେ ବସିଲେ । କାମ୍ବୋଜର ରାଜା ବରୁଣଦତ ତାଙ୍କର ଅଦ୍ଭୁତ ଶକ୍ତିଶାଳୀ ମୋତିହାରଟିକୁ ନେଇଯିବାର ଯୋଜନା କଲେ । ଏହି କାର୍ଯ୍ୟ ସାଧନ କରିବାକୁ ସେ ଏକ ନର୍ତ୍ତକୀକୁ ପଠାଇଲେ...

Read More

ଇଚ୍ଛା ପୁର୍ତି

ମହେନ୍ଦ୍ର ନାଗପୁରର ରାଜା ଥିଲେ, ସେ ବଡ ଅତ୍ୟାଚାରୀ ଥିଲେ । ମୃତ୍ୟୁ ଶଯ୍ୟାରେ ଥାଇ ସେ ନିଜ କାମ ପାଇଁ ଅନୁତପ୍ତ ହୋଇ ପୁଅ ସୁଶୀଲ୍ଙ୍କୁ ଡାକି କହିଲେ, “ପୁତ୍ର, ମୋ ଶାସନ କାଳରେ ପ୍ରଜାମାନଙ୍କୁ ମୁଁ ବହୁତ କଷ୍ଟ ଦେଇଛି, ରାଜା ଭାବରେ ମୋର କର୍ତୃତ୍ୱ ବିଷୟରେ ସେତେବେଳେ ମୁଁ ଅନ୍ଧ ଥିଲି । ତେଣୁ ପ୍ରଜାଙ୍କର ଭଲ ମନ୍ଦ ନ ଦେଖି କେବଳ ନିଜର ସ୍ୱାର୍ଥସିଦ୍ଧି ପାଇଁ...

Read More

ଚୋର ଅତିଥି

ଶଙ୍କରପୁରର ବିଠଲ ସହିତ ପଡୋଶୀ ଗ୍ରାମର ସାବିତ୍ରୀର ବିବାହ ସମ୍ପନ୍ନ ହେଲା । ସାବିତ୍ରୀର ବାପ, ମା, ଜେଜେବାପା, ଜେଜେମା, ଦାଦା, ଖୁଡୀ ସମସ୍ତେ ଏକାଠି ରହୁଥିଲେ । ସାବିତ୍ରୀ ସେହି ବିରାଟ ପରିବାରରେ ଗୋଟିଏ ବୋଲି ଝିଅ । ତେଣୁ ଅତି ଗେହ୍ଲାରେ ସେ ବଢିଥାଏ । ତା’ ମା’ ତାକୁ ପିଲାଟିଦିନରୁ ପେଟ ଭରି ଖୁଆଏ । ସେହି ଅଭ୍ୟାସ ତା’ର ଥାଏ ।                 ବିବାହ...

Read More

ସୁଖୀ ପରିବାର

ସୋମନାଥ ଶାନ୍ତିପୁରର ଜଣେ ଧନୀ ଚାଷୀ ଥିଲେ । କାହିଁ କେଉଁ ବାପା ଜେଜେବାପାଙ୍କ ଅମଳରୁ ତାଙ୍କର ବହୁତ ଜମିବାଡି ଥିଲା । ପୁଅ ଭୂଷଣ ମଧ୍ୟ ବାପାଙ୍କୁ ଚାଷବାସ କାମରେ ବହୁତ ସାହାଯ୍ୟ କରେ । ସେ ଗ୍ରାମରେ ଅନେକ ଧନୀ ଲୋକ ଥା’ନ୍ତି । ସେମାନେ ସୋମନାଥଙ୍କ ତୁଳନାରେ ଅଧିକ ଧନୀ । କିନ୍ତୁ ସୋମନାଥ ମଣିଷ ହିସାବରେ ଅତି ଉତ୍ତମ ଥିଲେ । ସେ ଏକାଧାରରେ ଦୟାଳୁ, ଭଦ୍ର...

Read More

ମହାଭାରତ

ଜନ୍ମେଜୟ ଉତଙ୍କଙ୍କଠାରୁ ନିଜ ପିତାଙ୍କର ମୃତ୍ୟୁ କଥା ଶୁଣିଲେ । ସେ ତ ଖୁବ୍ ଅଳ୍ପବୟସରୁ ସିଂହାସନରେ ବସିଥିଲେ । ତେଣୁ ଅନେକ କଥା ସେ ଜାଣି ନଥିଲେ । ମନ୍ତ୍ରୀମାନଙ୍କୁ ଡାକି ସେ କହିଲେ, “ମୋର ପିତାଙ୍କ ମୃତ୍ୟୁ ସର୍ପଦଂଶନ ଯୋଗୁଁ ହୋଇଥିଲା । ତେଣୁ ମହାତ୍ମା ଉତଙ୍କଙ୍କ କହିବା ଅନୁସାରେ ଆପଣମାନେ ସର୍ପଯଜ୍ଞର ବ୍ୟବସ୍ଥା କରନ୍ତୁ ।” ତା’ପରେ ରାଜ ପୁରୋହିତ...

Read More

ମାଡ

କୁମାର ଥିଲା ରାଘବର ପୁଅ । ବାପ ତା’ ପୁଅକୁ ଟିକିଏ ହେଲେ ମଧ୍ୟ ଭଲପାଏ ନାହିଁ । କୁମାର ଯେତେ କାମ କରେ, ରାଘବ ଅଧିକରୁ ଅଧିକ କାମ ତା’ ମୁଣ୍ଡରେ ଲଦିଦିଏ । କୁମାର ବିଚରା ଖଟି ଖଟି ସବୁ କାମ କରେ, କିନ୍ତୁ ଥରେ ହେଲେ ମଧ୍ୟ ସେ ତା’ ବାପାଠାରୁ କେବେବି ପ୍ରଶଂସା ପାଏ ନାହିଁ । ତାଙ୍କ ଗ୍ରାମରେ କାନ୍ତା ନାମକ ଗରିବ ଝିଅଟିଏ ଥାଏ । ସେ ଝିଅଟି ବଡ ଭଲ ଓ ସୁନ୍ଦର କାମ...

Read More

ପତିପତ୍ନୀ

ରଙ୍ଗପୁରର ରଙ୍ଗା ବଡ ଟିଙ୍ଗା ସ୍ୱଭାବର ଥିଲା । ତେଣୁ ପ୍ରତିଦିନ ସେ ତା’ସ୍ତ୍ରୀ ଉପରେ ଟିକିଏ ଟିକିଏ କଥାରେ ଖାଲି ରାଗିଯାଇ ତାକୁ ଗାଳିବର୍ଷଣ କରେ । ମାତ୍ର ତା’ସ୍ତ୍ରୀଟି ବଡ ଭଲ ସ୍ୱଭାବର ଥିଲା । କିନ୍ତୁ ତା’ର ଟିକିଏ ଭୁଲାପଣ ଅଛି ସବୁ ଭୁଲି ଯିବାରୁ ମଝିରେ ଅନେକ କାମ ବାକି ରହିଯାଏ; ରଙ୍ଗା ଘରକୁ ଫେରି ସବୁଥର ସ୍ତ୍ରୀକୁ ଗାଳିବର୍ଷଣ କରେ । ସ୍ତ୍ରୀ ସୀତା ଭୁଲ୍...

Read More

ଭୂତୁଣୀ

ହରିପୁର ନାମକ ଏକ ଗ୍ରାମରେ ଶିବଶଙ୍କର ଜନ୍ମ ଗ୍ରହଣ କରିଥିଲା । ତା’ର ପଢାପଢି ଶେଷ ହେବା ପରେ ସେ ସହରରେ ଏକ ସରକାରୀ ଚାକିରୀ ପାଇ ସେହିଠାରେ ହିଁ ରହିଲା । ଅନୁରାଧା ସହିତ ତା’ର ବିବାହ ହେଲା; ତାଙ୍କ ଘର ପଡୋଶୀ ଗ୍ରାମରେ ଥିଲା । ସହରରେ ଘରଭଡା ନେଇ ସେମାନେ ରହିଲେ । ନୂଆଘର ବାନ୍ଧିବାକୁ ପଡିବ ବୋଲି ଅନୁରାଧା ଗ୍ରାମରୁ ସବୁ ପ୍ରକାର ଜିନିଷ ସାଙ୍ଗରେ ଆଣିଥାଏ ।...

Read More

ଯାଦୁ ମହଲ

(ରାଜକୁମାରୀଙ୍କୁ ଠାବ କରିବା ପାଇଁ ମହେନ୍ଦ୍ରନାଥ ପ୍ରଥମେ ହ୍ରଦ ଭିତରେ ଥିବା ପ୍ରାସାଦକୁ ଯାଇ ସେଠାରେ ଭଲ ଭାବରେ ସବୁ ଦେଖିଲେ; ହ୍ରଦରେ ଚଳପ୍ରଚଳ ହେଉଥିବା ନାବିକ ସହିତ ସେ କଥାବାର୍ତ୍ତା ହୋଇ ନିଜର ଲକ୍ଷ୍ୟ ବିଷୟରେ କହିଲେ । ନାବିକଟି ସବୁ ଶୁଣି ତାଙ୍କର ସାଫଲ୍ୟ କାମନା କଲା । ଏଥର ଆଗକୁ ପଢନ୍ତୁ)                 ନାବିକଠାରୁ ବିଦାୟ ନେବା ପରେ ମହେନ୍ଦ୍ର...

Read More

ସୁଦକ୍ଷ ବ୍ୟବସାୟୀ

ନିଶା ଗରଜୁଥାଏ, ତାସାଙ୍ଗକୁ ତୁହାକୁ ତୁହା ଶୀତଳ ପବନ ସହିତ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ଭିତରୁ ସେତେବେଳେ ସାଇଁ ସାଇଁ ପବନ ଭାସିଆସୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀମାନଙ୍କର ଅଟ୍ଟହାସ୍ୟ ବି ଶୁଭୁଥାଏ । ଘନଘନ ବିଜୁଳି ଆଲୁଅ ମଧ୍ୟରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ, କିନ୍ତୁ ରାଜା ବିକ୍ରମାର୍କ ତିଳେ...

Read More

ଚୋରୀଧରା

ଥରେ ରାମ ଶାସ୍ତ୍ରୀ ନାମକ ଜଣେ ପଣ୍ଡିତ ରାଜ ଦରବାରକୁ ଯାଇ ନିଜର ପାଣ୍ଡିତ୍ୟ ପ୍ରଦର୍ଶନ କଲେ । ରାଜା ଏଥିରେ ଖୁସି ହୋଇ ପୁରସ୍କାର ସ୍ୱରୂପ କିଛି ସୁନାରୂପା ତାଙ୍କୁ ଦେଲେ । ସେତକ ନେଇ ସେ ଖୁସିରେ ଘରକୁ ଫେରିଲେ । ବାଟରେ ତାଙ୍କ ବଡ ଭାଇ ଶଙ୍କର ଶାସ୍ତ୍ରୀଙ୍କ ଘରେ ସେଦିନଟି ସେ ଅଟକି ଗଲେ ।                 ଶଙ୍କର ଶାସ୍ତ୍ରୀ ଦାରିଦ୍ର୍ୟ ମଧ୍ୟରେ ଦିନ...

Read More

ମେଧାବୀ

ଚନ୍ଦ୍ରଧର ନାମରେ ଏକ ଯୁବକ ଥିଲା । ସେ ବହୁତ ବୁଦ୍ଧିମାନ ଥିଲା । ତା’ର ଗ୍ରହଣ ଶକ୍ତି ଓ ସ୍ମରଣ ଶକ୍ତି ଏତେ ବେଶି ଥିଲା ଯେ ଥରେ ଯାହା ସେ ପଢେ ତାକୁ ସେ କେବେହେଲେ ବି ଭୁଲେନାହିଁ । ଏଣୁ ତାକୁ ସାରାଗ୍ରାମରେ ସମସ୍ତେ ମେଧାବୀ ବୋଲି ଜାଣନ୍ତି । କିନ୍ତୁ ତାଙ୍କ ପିତା ତାଙ୍କୁ କହନ୍ତି, “ସୁନନ୍ଦ ହେଉଛି ଏହି ଗ୍ରାମରେ ପ୍ରକୃତ ମେଧାବୀ । ଯଦି ତୋତେ ସେ ମେଧାବୀ ବୋଲି...

Read More

ବୁଦ୍ଧିମାନ୍ ବୈଦ୍ୟ

ଶ୍ୱେତାମ୍ବର ନାମକ ଜଣେ ବୈଦ୍ୟ ମଧୁପୁର ଗ୍ରାମରେ ରହୁଥିଲେ । ସେ ଦେହର ଘା’ ଘଉଡ ଚିକିତ୍ସା କରିବାରେ ସୁଦକ୍ଷ ଥିଲେ । ଥରେ ସେହି ଦେଶର ରାଜାଙ୍କର ଏକ ବଡ ଘା’ ହେଲା । ଘା’ଟି ସାଧାରଣ ବା ବିଷାକ୍ତ ଜଣାପଡୁ ନଥାଏ । ବହୁ ଚିକିତ୍ସକ ଆସି ତାଙ୍କୁ ଚିକିତ୍ସା କଲେଣି ହେଲେ ଫଳ କିଛି ହେଉନାହିଁ । ଏପରି ଅବସ୍ଥାରେ ରାଜାଙ୍କୁ କେହି ଶ୍ୱେତାମ୍ବରଙ୍କ ବିଷୟରେ କହିଲେ ।...

Read More

ବୀର ହନୁମାନ

ଶ୍ରୀରାମ ବହୁତ ବିବ୍ରତ ହୋଇ ପଡିଥିଲେ । ତେଣୁ ବିଭୀଷଣ ତାଙ୍କୁ କ’ଣ କହିଲେ ସେ କଥା ସେ କିଛି ଠିକ୍ସେ ବୁଝି ପାରୁନଥିଲେ । କିଛି ସମୟ ପରେ ସେ କହିଲେ, “ବିଭୀଷଣ, ଯାହା କହିଲ ମୁଁ ବୁଝିପାରି ନାହିଁ । ଦୟାକରି ଆହୁରି ଥରେ ସେକଥା ସ୍ପଷ୍ଟ କରି କୁହ ।                 ବିଭୀଷଣ କହିଲେ, “ପ୍ରଭୂ, ଆପଣ ଅକାରଣରେ ଦୁଃଖ କରୁଛନ୍ତି । ଆପଣଙ୍କର ଲକ୍ଷ୍ୟ ହେଲା ମାତା...

Read More

ଚମର ଜୋତା

ଚିତ୍ରଦୁର୍ଗ ଗ୍ରାମରେ ସଦାଶିବ ଓ ମହାଦେବ ନାମକ ଦୁଇଜଣ ବ୍ୟବସାୟୀ ରହୁଥିଲେ । ସେ ଦୁହେଁ ପଡୋଶୀ ଥିଲେ । ସଦାଶିବ ସରଳ ଥିଲେ । ଅଥଚ ମହାଦେବ କୁଟୀଳ ଓ ଅତ୍ୟନ୍ତ ପରଶ୍ରୀକାତର ଥିଲେ । ସଦାଶିବଙ୍କ ସ୍ୱଭାବ ଯୋଗୁଁ ଲୋକେ ତାଙ୍କୁ ଖୁବ୍ ଭଲ ପା’ନ୍ତି ଓ ସମ୍ମାନ ବି ଦିଅନ୍ତି । ଏସବୁ ଦେଖି ମହାଦେବ ଖାଲି ଇର୍ଷ୍ୟାରେ ଜଳିଯାଉଥା’ନ୍ତି ।                 ସଦାଶିବଙ୍କ...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ