ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

Category - ଜହ୍ନ ମାମୁଁ

ପରିବର୍ତ୍ତନ

ନକୁଳବେଢା ଗୋଟିଏ ଛୋଟ ସହର । ସେଠାରେ ସମସ୍ତେ ସମସ୍ତଙ୍କୁ ଜାଣନ୍ତି କହିଲେ ଚଳେ । ତେଣୁ ଗୋବିନ୍ଦବାବୁଙ୍କ ସ୍ତ୍ରୀ ସୁମତି ଦେବୀଙ୍କୁ କିଏ ବା ନ ଚିହ୍ନନ୍ତା?                 ତେବେ ସୁମତି ଦେବୀଙ୍କୁ ସମସ୍ତେ ଚିହ୍ନନ୍ତି ବୋଲି କହିବାର ଭିନ୍ନ ଅର୍ଥ ଅଛି । ଭଦ୍ର ମହିଳା ଅତ୍ୟନ୍ତ ମୁଖରା ଥିଲେ । ଯାହାର ବ୍ୟବହାର ବା ସ୍ୱଭାବ ତାଙ୍କର ନାପସନ୍ଦ ହେବ, ତା’କୁ ଯାହା...

Read More

ଶିବ ପୁରାଣ

ଅନେକ ଦିନ ପରେ ନାରଦ ମୁନି ଜଳନ୍ଧରର ରାଜ୍ୟରେ ଯାଇ ପହଁଚିଲେ । ଜଳନ୍ଧରକୁ ମାରିବା ପାଇଁ ଏଣେ ଶିବ ଓ ବିଷ୍ଣୁ ଅପେକ୍ଷା କରିଥା’ନ୍ତି । ଜଳନ୍ଧର ସହିତ ଦେଖା ହେବା ମାତ୍ରେ ନାରଦ କହିଲେ, “ବତ୍ସ, ଜଳନ୍ଧର, ତୁ ତ ରାଜ୍ୟ ଶାସନ କରି ଆନନ୍ଦରେ ଅଛୁ । କିନ୍ତୁ ଜାଣୁ କି ଶିବ ଓ ବିଷ୍ଣୁ ଦୁହେଁ ତୋତେ ହିମାଳୟସ୍ଥ ମାନସରୋବରରେ ଅପେକ୍ଷା କରୁଛନ୍ତି? ସୁଯୋଗ ପାଇବା ମାତ୍ରେ...

Read More

ଷଡଯନ୍ତ୍ରର ସୁଫଳ

ଅମିରୁ ଆଲାମ ସହରର ସୁଲତାନ୍ ଥିଲେ । ତାଙ୍କ ଦରବାରରେ ଦଶଜଣ ଉଜୀର୍ ଥିଲେ । କିନ୍ତୁ ସେମାନେ ସଦାବେଳେ ସୁଲତାନ୍ଙ୍କ ଅଜାଣତରେ ଲୋକଙ୍କ ଉପରେ ଅତ୍ୟାଚାର କରି ଅନେକ ଧନସମ୍ପତ୍ତି ଠକି ଖାଉଥିଲେ । ଅବଶେଷରେ ପଡୋଶୀ ରାଜ୍ୟର ସୁଲତାନ୍ ଯେତେବେଳେ ରାଜ୍ୟ ଆକ୍ରମଣ କଲେ, ସେତେବେଳେ ଏଇ ବିଶ୍ୱାସଘାତକ ଉଜୀରମାନେ ଗୁପ୍ତରେ ପଡୋଶୀ ରାଜ୍ୟକୁ ସାହାଯ୍ୟ କଲେ । ତେଣୁ ଅନାୟାସରେ...

Read More

ଉଦାସୀନ ରାଜପୁତ୍ର

ଯେତେବେଳେ ରାଜପୁତ୍ର ତୈମିୟଙ୍କୁ କୌଣସି ଉପାୟରେ ରାଜା କଥା କୁହାଇ ପାରିଲେ ନାହିଁ କି କୌଣସି ବିଷୟରେ ତାଙ୍କ ଭିତରେ ଆଗ୍ରହ ସଂଚାର କରିପାରିଲେ ନାହିଁ, ସେତେବେଳେ ରାଜା ଜ୍ୟୋତିଷଙ୍କୁ ଡକାଇଲେ ଓ ଧମକ ଦେଇ ତାଙ୍କୁ ପଚାରିଲେ: “ତମେ କହିଥିଲ ମୋ ପୁଅ ଜୀବନରେ କୌଣସି ଅଶୁଭ ଲକ୍ଷଣ ନାହିଁ । ବର୍ତ୍ତମାନ ଦେଖାଯାଉଛି ସେ ମୂକ, ବଧିର ଏବଂ ଓଲୁ । କିଛି ବୁଝିପାରେ ନାହିଁ...

Read More

ବୁଦ୍ଧି ଓ ବିବେକ

ଅନେକ ଦିନ ତଳର କଥା । ସୁବୁଦ୍ଧିପୁର ଗାଁରେ ଗୋବିନ୍ଦ ବୋଲି ବୁଦ୍ଧିମାନ୍ ତରୁଣଟିଏ ଥାଏ । କେହି କୌଣସି ସମସ୍ୟାରେ ପଡିଲେ ତା’ର ପରାମର୍ଶ ନେଇ ସମସ୍ୟାର ସମାଧାନ କରନ୍ତି ।                 ତେବେ ଗୋବିନ୍ଦ କିଛି ଉପାର୍ଜନ କରେ ନାହିଁ । ସେ ଅତି ଛୋଟ ଥିଲାବେଳେ ତା’ ବାପା ମା ମରିଯାଇଥିଲେ । ବଡ ଭାଇ ତାକୁ ପୋଷୁଥିଲେ । ନିଜେ କେବେ କିଛି ଉପାର୍ଜନ କରିବା କଥା...

Read More

ବିଦ୍ୟାର ଅଧିକାର

କୋଶଳ ଦେଶରେ ଅବସ୍ଥିତ ଗୋଟିଏ ଅରଣ୍ୟ ଭିତରେ ବିମଳାନନ୍ଦ ନାମକ ଜଣେ ଆଚାର୍ଯ୍ୟ ରହୁଥିଲେ । ତାଙ୍କ ଆଶ୍ରମରେ ଯୋଗଠୁଁ ଆରମ୍ଭ କରି ଆୟୁର୍ବେଦ ପର୍ଯ୍ୟନ୍ତ ନାନା ବିଦ୍ୟା ଶିକ୍ଷା ଦେବା ନିମନ୍ତେ ଉପଯୁକ୍ତ ଶିକ୍ଷକମାନେ ରହିଥିଲେ । ବଣ ଭିତରେ ଗୋଟିଏ ବିଶାଳ ଅଂଚଳ ବ୍ୟାପୀ ତାଙ୍କ ଆଶ୍ରମର ଭିନ୍ନ ଭିନ୍ନ ବିଭାଗ ପ୍ରସାରିତ ହୋଇ ରହିଥିଲା । ସୁଦାସ ଓ ମୋହନ ନାମକ ଦୁଇ ବାଳକ...

Read More

ତିନି ତାନ୍ତ୍ରିକ

ଜଳଦସ୍ୟୁ କପ୍ତାନର ଜାହାଜକୁ ଅନ୍ୟ ଗୋଟିଏ ଦସ୍ୟୁ ଜାହାଜ ଆକ୍ରମଣ କରିବାକୁ ବସିବାରୁ କପ୍ତାନ ପିଙ୍ଗଳ ସମେତ ନିଜର ସବୁ ଗୁଲାମଙ୍କୁ ମୁକ୍ତ କରିଦେଲା । ଗୁଲାମମାନେ ତା’ ପାଇଁ ଯୁଦ୍ଧ କରିବେ, ଏଇଆ ତା’ର ଉଦ୍ଧେଶ୍ୟ ଥିଲା । କିନ୍ତୁ ପିଙ୍ଗଳର ନେତୃତ୍ୱରେ ଗୁଲାମମାନେ ବିଦ୍ରୋହ କଲେ । କପ୍ତାନର ମୃତ୍ୟୁ ହେଲା । ଦୁଇ ଜାହାଜ ଭୀଷଣ ଭାବରେ ପରସ୍ପର ଧକ୍କା ଖାଇଲେ ।...

Read More

କନକ ସୁନ୍ଦରୀ

ନିଶା ଗରଜୁଥାଏ । ତୁହାକୁ ତୁହା ବର୍ଷା ଓ ବଜ୍ରଧ୍ୱନି ମଝିରେ ଶ୍ୱାନଶ୍ୱାପଦଙ୍କ ରଡି ଶୁଭୁଥାଏ । ଘନଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ ।                 କିନ୍ତୁ ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ବୃକ୍ଷରୋହଣ କରି ଶବଟିକୁ ଉତାରି ଆଣିଲେ । ତେବେ, ତାକୁ ସେ ତାଙ୍କ କାନ୍ଧରେ ପକାଇ ଶୂନ୍ଶାନ୍ ଶ୍ମଶାନପଥ...

Read More

ଜିଦି

ଗଣେଶ ହଡ଼ା ଘରୁ ବାହାରିଗଲା ବେଳେ ସ୍ତ୍ରୀ କମଳାକୁ କହିଲା, “ଶୁଣ, ବହୁତ ଦୂର ଗାଁକୁ ଯାଉଛି । ଯଦି କାମ ଶେଷ ହେବା ବେଳକୁ ବେଶି ରାତି ହୋଇଯିବ, ତେବେ ରାତିରେ ନ ଆସି ଆଗାମୀ କାଲି ସକାଳେ ଆସି ଦୁଇପହର ସରିକି ପହଁଚିବି ।”                 କମଳା ହସିଲା । ସେ ଜାଣିଥିଲା ଯେ ଗଣେଶ ଅନ୍ଧକାରକୁ ଭୀଷଣ ମାତ୍ରାରେ ଡରେ । ସେ କହିଲା, “ତମେ କାଲି ଦୁଇପହର ବେଳକୁହିଁ...

Read More

ବଡ ବୋକା

ଚିତ୍ରପୁର ଗ୍ରାମର ଜମିଦାର ଭାନୁ ଚୌଧୁରୀଙ୍କର ସଉକ ହେଲା ସେ ଲୋକଙ୍କୁ ଡାକି ଛୋଟ ଛୋଟ ପ୍ରଶ୍ନ ପଚାରନ୍ତି ଓ ସେଥିରେ ସମ୍ପୂର୍ଣ୍ଣ ସଫଳ ହୋଇଥିବା ଲୋକଙ୍କୁ ପୁରସ୍କାର ଦିଅନ୍ତି । ଥରେ ସେ ଜାଣିବାକୁ ଚାହିଁଲେ ଗ୍ରାମରେ ସବୁଠାରୁ ବୋକା କିଏ?                 ଦିନେ ଚୌଧୁରୀ କେତେକ ଲୋକଙ୍କୁ ଡାକି ପଚାରିଲେ ଯେ ତାଙ୍କ ଗ୍ରାମରେ ସବୁଠାରୁ ବୋକା କିଏ । ସମସ୍ତେ...

Read More

ବଦଭ୍ୟାସ

ମହାପଣ୍ଡିତ ସଦାନନ୍ଦଙ୍କର କୌଶିକ ନାମରେ ଏକମାତ୍ର ପୁତ୍ର ଥିଲା । ତା’ର ବିବାହ ପାଇଁ ବୟସ ହୋଇଥିଲେ ସୁଦ୍ଧା ତାକୁ ଝିଅ ଦେବାକୁ କେହି ହେଲେବି ଆଗ୍ରହ ପ୍ରକାଶ କରୁ ନଥିଲେ । ଦିନେ ସଦାନନ୍ଦଙ୍କର ପିଲାବେଳର ସାଥି ସୋମେଶ୍ୱର ତାଙ୍କ ଝିଅ ପାଇଁ ବର ଖୋଜୁ ଖୋଜୁ ସେଠାରେ ଆସି ପହଁଚିଲେ । ଦିନେ ସେ ଦୁଇ ବନ୍ଧୁ ନାନା ଗଳ୍ପ କରୁ କରୁ ସୋମେଶ୍ୱର ତାଙ୍କ କନ୍ୟାର ବିବାହ କଥା...

Read More

ରାଜହଂସ

ପ୍ରାଚୀନ କାଳରେ ବ୍ରହ୍ମଦତ ଥରେ କାଶୀ ରାଜ୍ୟରେ ରାଜତ୍ୱ କରୁଥା’ନ୍ତି । ସେତେବେଳେ କେବଳ ଚିତ୍ରକୁଟ ପର୍ବତରେ ହିଁ ନବେ ହଜାର ହଂସ ବାସ କରୁଥା’ନ୍ତି । ସେମାନଙ୍କ ମଧ୍ୟରେ ଭଗବାନ ବୋଧିସତ୍ୱ ହଂସଟିଏ ହୋଇ ଜନ୍ମ ନେଇଥା’ନ୍ତି । ସେ ରୂପ ଗୁଣରେ ସମସ୍ତଙ୍କର ପ୍ରିୟ ଓ ସମସ୍ତଙ୍କ ମଧ୍ୟରେ ପ୍ରଧାନ ହୋଇ ଉଠିବାରୁ ତାକୁ ସମସ୍ତେ ରାଜହଂସ ଉପାଧିରେ ଭୂଷିତ କରିଥା’ନ୍ତି ।...

Read More

ସାହୁକାରର ଶିକ୍ଷା

ଗୋଟାଏ ଗାଁରେ ଜଣେ ସାହୁକାର ରହୁଥିଲା । ସେ ଅନେକ ଟଙ୍କା କଉଡି ସଂଚୟ କରିଥିଲା । ବାପାଙ୍କଠାରୁ ଉତ୍ତରାଧିକାରୀ ସୂତ୍ରେ ଗୋଟାଏ ବିରାଟ ଫଳ ବଗିଚା ମଧ୍ୟ ସେ ପାଇଥିଲା । ସେଥିରେ ବହୁତ ଆମ୍ବ ଫଳୁଥିଲା । ସାହୁକାର ଆମ୍ବତକ ବିକ୍ରି କରି ନିଜ ସଂଚୟ ବଢାଇ ଚାଲିଥାଏ । ନିଜେ ଅତି ଗରୀବ ଭାବରେ ସେ ଚଳୁଥାଏ । ଯିଏ ନିଜ ପାଇଁ ଖର୍ଚ୍ଚ କରିବାକୁ ପ୍ରସ୍ତୁତ ନଥାଏ, ସେ ଅନ୍ୟ...

Read More

ପରିବର୍ତ୍ତନ

ଜମିଦାରି ସିନା ଯାଇଛି, କିନ୍ତୁ କୁମାରବାବୁଙ୍କ ଘରର ଖାନ୍ଦାନ୍ ଅତୁଟ ଥାଏ । ସେ ଯୁବକ ଲୋକ । ସଦ୍ୟ ବାହା ହୋଇଥାନ୍ତି । ସ୍ତ୍ରୀ ବି ସମ୍ଭ୍ରାନ୍ତ ଘରର ଝିଅ । ତେଣୁ ତାଙ୍କ ଘରକୁ ଆସିବା ପରେ ସ୍ତ୍ରୀ ବସୁମତିର ପ୍ରଥମଥର ଜନ୍ମଦିନ ଉପଲକ୍ଷ୍ୟେ ସେ ସହରରୁ ଗୋଟିଏ ଦୁର୍ମୁଲ୍ୟ ଉପହାର ଆଣିବାକୁ ସ୍ଥିର କଲେ ।                 ସହରର ବିଶିଷ୍ଟ ଗହଣା ଦୋକାନରୁ ଅଢେଇହଜାର...

Read More

ହଠାତ୍ ବିନୟ!

ଶିବନାଥ ଜଣେ ବିଶିଷ୍ଟ ବ୍ୟବସାୟୀ ଥିଲେ । ତାଙ୍କ ରାଜ୍ୟ ପାଇଁ ସେ ଅନେକ ଗୁଡିଏ ଚିଜର ମୁଖ୍ୟ ବିତରକ ଥିଲେ । ଦୋକାନୀମାନେ ତାଙ୍କଠାରୁ ସେସବୁ ଚିଜ ନେଇଯାଇ ଜଣିକିଆ ଗରାଖମାନଙ୍କୁ ବିକ୍ରୟ କରୁଥିଲେ । ଅମିଳକ ଚିଜମାନ ସବୁ ଦୋକାନୀ ସମାନ ଭାବରେ ପାଇବାର ବ୍ୟବସ୍ଥା ସେ କରୁଥିଲେ ।                 ଶିବନାଥଙ୍କର ବାଲ୍ୟବନ୍ଧୁ ପ୍ରସାଦ ମଧ୍ୟେ ମଧ୍ୟେ ଶିବନାଥଙ୍କ ଘରକୁ...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ