ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

Category - ଜହ୍ନ ମାମୁଁ

ରାଜମୁକୁଟ

ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପି ଝିପି ବର୍ଷା ମଧ୍ୟ ହେଉଥାଏ । ଗଛଲତାମାନେ ସତେ ଅବା ଆର୍ତ୍ତନାଦ କରୁଥାନ୍ତି! ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଝଟକି ଉଠୁଥାଏ ।                 କିନ୍ତୁ ରାଜା ବିକ୍ରମାର୍କ ତିଳେ ମାତ୍ର ମଧ୍ୟ ବିଚଳିତ...

Read More

ସାବତ ମା

ମହେନ୍ଦ୍ର ବର୍ମା ଜଣେ ବିଶିଷ୍ଟ ନାଟ୍ୟକାର ରୂପେ ବେଶ୍ ଖ୍ୟାତି ଲାଭ କରିଥାନ୍ତି । ତାଙ୍କର ଅସାମାନ୍ୟ ପ୍ରତିଭା ଯୋଗୁଁ ସେ ଦିନେ ରାଜସଭାରେ ଅଭିନନ୍ଦିତ ହେଲେ । ଯେଉଁ ନାଟକ ଯୋଗୁଁ ସେ ଏ ସମ୍ମାନ ପାଇଲେ, ସେ ନାଟକର ବିଷୟବସ୍ତୁ ଅତ୍ୟନ୍ତ ବିଷାଦମୟ; ଜଣେ ଭଲ ପିଲା କିପରି ତା’ ବିମାତାର ବିଷ ଦୃଷ୍ଟିରେ ପଡି ସବୁ କ୍ଷେତ୍ରରେ ଅପମାନ ଓ ପରାଭବ ପାଇଛି ।...

Read More

ମାଗଣା ଟଙ୍କା

ସୁଖପାଳ ଗାଁର ପ୍ରଭାକରର ନିଜର ବୋଲି କେହିବି ନଥାନ୍ତି । ଘର ଛଣ୍ଡିକ ଛଡା ତା’ର ଆଉ କୌଣସି ସମ୍ପତ୍ତି ମଧ୍ୟ ନଥିଲା । ତେବେ ଲୋକେ ତାକୁ ଖୁବ୍ ଭଲ ପାଊଥାନ୍ତି । କାରଣ, ସେ ସାଧୁ ଓ ପରୋପକାରୀ ।                 ପ୍ରଭାକର ପ୍ରାୟ ମୂଲ ଲାଗି ଚଳେ ବୋଲି କହିବାକୁ ହେବ । ସେ ଚାହାଳିରେ ଦୁଇ ଅକ୍ଷର ପାଠ ପଢିଥିଲା । ତା’ପରେ ନିଜେ ଅଭ୍ୟାସ କରି ଲେଖିପଢି ସେ...

Read More

କୃଷ୍ଣାବତାର

ବିବାହ ପରେ ବରକନ୍ୟା ନେଇ ଶ୍ରୀକୃଷ୍ଣ ଓ ବଳରାମ ବାହୁଡି ଯିବା କଥା । କିନ୍ତୁ ରୁକ୍ମୀଙ୍କ ସାଥି ରାଜାମାନେ ରୁକ୍ମୀକୁ କହିଲେ “ଏ ଭାବରେ ନ ହରେଇଲେ ମଧ୍ୟ ଅନ୍ୟ ଭାବରେ ଆମେ ତାଙ୍କୁ ହରାଇ ଅପମାନ ଦେବା । ସେଥିପାଇଁ ଅନେକ ଉପାୟ ଅଛି ।”                 ରୁକ୍ମୀ ପଚାରିଲେ “ଆଚ୍ଛା କି ଉପାୟ ଅଛି କହିଲ?”                 “ଆପଣ କ’ଣ ଜାଣନ୍ତି ନାହିଁ ବଳରାମ...

Read More

ଏକ ଭଗବାନ

ସେତେବେଳେ ଗ୍ରୀଷ୍ମଋତୁ ଅଧା କଟିଗଲାଣି, ନଈ, ନାଳ, ପୋଖରୀ, ସବୁ ଶୁଖି ଯାଇଥାଏ । ପଥିକଟିଏ ଚାଲୁ ଚାଲୁ ବହୁତ ଥକି ଯାଇ ଗୋଟିଏ ଗାଁରେ ଆସି ପହଁଚିଲା । ଶୋଷରେ ତା’ ପ୍ରାଣ ଛଟପଟ କରୁଛି । ପ୍ରଥମ ଘରଟି ଦେଖି ସେ ପାଣି ମାଗିଲା । ବଡପାଟିରେ ଘର ମାଲିକକୁ ସେ ଡାକୁଥାଏ । ଭିତରୁ ଉତ୍ତର ଆସିଲା, “ଟିକିଏ ରୁହ, ମୁଁ ଏଇ ପୂଜା ଶେଷ କରି ଆସୁଛି ।”                ...

Read More

ଠକଙ୍କ ଗୁରୁ

ବାଗଦାଦ୍ରେ ଜଣେ ଧନୀ ସୌଦାଗର ଥା’ନ୍ତି । ନିଜ ବ୍ୟବସାୟକୁ ଆହୁରି ବଢାଇବା ପାଇଁ ବୋଧହୁଏ ସେ ଏହି ପୃଥିବୀର ସବୁ ଦେଶ ଭ୍ରମଣ କରି ସାରିଥା’ନ୍ତି । ହେଲେ ନିଜ ଦେଶର ଏକ ପାହାଡିଆ ଅଂଚଳକୁ ସେ କେବେବି ମଧ୍ୟ ଯାଇ ନଥା’ନ୍ତି ।                 କାହିଁକି କେଜାଣି, ପୁରୁଖା ବେପାରୀମାନେ ତାଙ୍କୁ ସେ ଅଂଚଳକୁ ଯିବାକୁ ସଦା ସର୍ବଦା ବାରଣ କରୁଥାନ୍ତି । “ଭାଗ୍ୟ ବିରୂପ...

Read More

ପୋତାଧନ

ଜଣେ ଜମିଦାରଙ୍କ ଗ୍ରାମରେ ରଘୁ ନାମରେ ଦରିଦ୍ର ଚାଷୀଟିଏ ବାସ କରୁଥାଏ । ତା’ର ଦରିଦ୍ରାବସ୍ଥା ଦେଖି ଜମିଦାର ଦୟାପରବଶ ହୋଇ ଗ୍ରାମଠାରୁ ଦୂରେ ଥିବା ଦୁଇ ଏକର ଅନାବାଦୀ ଜମି ତାକୁ ଦାନ କଲେ । ଯେପରି କି ସେ ସେହି ଜମିଟିକୁ ଆବାଦ୍ କରି ଚାଷ କରି ଭଲରେ ଚଳିଯିବ ।                 ରଘୁ ଖୁସି ହୋଇ ପରଦିନ ଲଙ୍ଗଳ ନେଇ ଜମି ଚାଷ କରିବାକୁ ଗଲା । ହଳ କରୁ କରୁ ଗୋଟିଏ...

Read More

ଶାପ ମୁକ୍ତି

କୌଣସି ଏକ ଜଙ୍ଗଲରେ ନିର୍ବାସ ନାମକ ଜଣେ ମୁନି ଥିଲେ । ସ୍ୱଭାବତଃ ସେ ବଡ କ୍ରୋଧୀ ଥିଲେ । ଅଳ୍ପ କଥାରେ ରାଗିଗଲେ ଅଭିଶାପ ଦେଇ ବସୁଥିଲେ । ଥରେ ରାଜା ସୁଦୀପ କୌଣସି ଛୋଟ ଏକ ଭୁଲ୍ କଲେ ବୋଲି ମୁନି ରାଗିଯାଇ ତାଙ୍କୁ କହିଲେ, “ତୁମେ ରାକ୍ଷସ ହୋଇଯାଅ ।” ଫଳରେ ସେ ରାଜା ତତ୍କ୍ଷଣାତ୍ ରାକ୍ଷସ ହୋଇଗଲେ ଓ ନିଜ ପ୍ରଜାମାନଙ୍କୁ ହଇରାଣ ହରକତ କଲେ, ଖାଇ ଗୋଡାଇଲେ ।...

Read More

ଯାଦୁ ମହଲ

ବୀରଗିରି ରାଜ୍ୟର ଚତୁର୍ଦ୍ଦିଗରେ ଆନନ୍ଦ ଉତ୍ସବ ଲାଗିଛି, ରାଜକୁମାରୀ ବିଦ୍ୟାବତୀଙ୍କର ଜନ୍ମଦିନ ପାଳନ କରିବା ପାଇଁ ପ୍ରସ୍ତୁତି ଚାଲିଛି । ଜନ୍ମଦିନ ପାଇଁ ଆଉ ତିନିସପ୍ତାହ ରହିଲା; ସେହିସବୁ କାର୍ଯ୍ୟକ୍ରମ ମଧ୍ୟରେ ମୁଖ୍ୟ କାର୍ଯ୍ୟ ଥିଲା – ରାଜକୁମାରୀ ମନ୍ଦିରରେ ପ୍ରଣାମ କରିବା ପରେ ଶୋଭାଯାତ୍ରାରେ ସଜା ହୋଇଥିବା ରଥରେ ବସି ପ୍ରାସାଦକୁ ଫେରିବେ । ଯେତିକିବେଳେ...

Read More

ଦକ୍ଷିଣା

ନିଶା ଗରଜୁଥାଏ, ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ମଧ୍ୟରୁ ସାଇଁ ସାଇଁ ପବନ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ ।                 କିନ୍ତୁ ରାଜା ବିକ୍ରମାର୍କ ତିଳେ ମାତ୍ର...

Read More

ଈଶ୍ୱରଙ୍କ ଇଚ୍ଛା

ଶ୍ରୀପୁରର ଜମିଦାରଙ୍କ ପାଖକୁ କେହି ଚାକିରୀ ଖୋଜି ଗଲେ ସେ ପ୍ରଥମେ ତିନିଟି ପ୍ରଶ୍ନ ପଚାରନ୍ତି । ଯଦି ସନ୍ତୋଷଜନକ ଉତ୍ତର ପାଆନ୍ତି ତେବେ ସେ ତାକୁ ଚାକିରୀ ଦିଅନ୍ତି ।                 ଥରେ ରୁଦ୍ର ନାମକ ଜଣେ ବ୍ୟକ୍ତି ତାଙ୍କ ପାଖରେ ଚାକିରୀ କରିବା ଆଶାରେ ଆସି ପହଁଚିଲା । ଜମିଦାର ତାକୁ ଭଲ ଭାବରେ ଚାହିଁ ଦେଖିଲେ ଓ କହିଲେ, “କୁହ ଏମିତି କିଛି ଜିନିଷ ଅଛି...

Read More

ନିମନ

ବିଦର ଗ୍ରାମରେ ନିମନ ନାମକ ଜଣେ ବ୍ୟକ୍ତି ଥାଏ । ସେ ସବୁବେଳେ ନାକରେ କଥା କୁହେ, ପୁଣି ନାସ ଶୁଙ୍ଘି ଶୁଙ୍ଘି ଛିଙ୍କିବାକୁ ମଧ୍ୟ ତାକୁ ବହୁତ ଭଲ ଲାଗେ । ତା’ ଛିଙ୍କ ଓ ନାକୁଆ କଥା ଶୁଣି ଲୋକେ ଖୁବ୍ ଖୁସି ହୁଅନ୍ତି ଓ ତାକୁ “ନାକୁଆ ନିମନ୍” ବୋଲି ଡାକନ୍ତି ।                 ନିମନ ପରିଶ୍ରମ କରି ତା’ ନିଜ ପେଟ ପୋଷେ । ହେଲେ କେଉଁଠି କିଛି ବିନା ପରିଶ୍ରମରେ...

Read More

ବୁଦ୍ଧି ପରୀକ୍ଷା

ବହୁ ପୂର୍ବରୁ ଅବନ୍ତି ରାଜ୍ୟକୁ ରାଜା ବୀରବର୍ମା ଶାସନ କରୁଥିଲେ, ତାଙ୍କର ପ୍ରଧାନ ପରାମର୍ଶଦାତା ଦୟାନନ୍ଦ ଥିଲେ । କ୍ରମେ ସେ ବୃଦ୍ଧ ହେଲେ ଓ ଅସୁସ୍ଥ ହୋଇ ପଡିଲେ । ତେଣୁ ତାଙ୍କ ସ୍ଥାନରେ ଏକ ନୂତନ ବ୍ୟକ୍ତିଙ୍କୁ ରଖିବାକୁ ରାଜା ସ୍ଥିର କଲେ । କିନ୍ତୁ ତାଙ୍କପରି ପ୍ରଖର ବୁଦ୍ଧି ଥିବା ବ୍ୟକ୍ତି ସେ ଆଉ ଦ୍ୱିତୀୟ ପାଇଲେ ନାହିଁ, ଯିଏକି ଅନେକ କଠିନ ସମସ୍ୟା ସବୁକୁ...

Read More

ବୀର ହନୁମାନ

ବାନର ସେନାମାନେ ଲଙ୍କାନଗରକୁ ଘେରି ରହିଥା’ନ୍ତି । ସମଗ୍ର ତ୍ରିକୁଟ ପର୍ବତରେ ବାନର ସେନା ଭର୍ତ୍ତି ହୋଇଥା’ନ୍ତି । ସେମାନଙ୍କ କୋଳାହଳରେ ଚତୁର୍ଦ୍ଦିଗ ମୁଖରିତ । ପୂର୍ବନିର୍ଦ୍ଧାରିତ ରଣସଜ୍ଜା ଅନୁସାରେ, ବିଭିନ୍ନ ଦ୍ୱାରକୁ, ବିଭିନ୍ନ ଯୋଦ୍ଧା ଓ ସୈନ୍ୟବଳ ଘେରି ରହିଥା’ନ୍ତି । କେବଳ ଯୁଦ୍ଧ ପାଇଁ ଅପେକ୍ଷା କରି ରହିଛନ୍ତି, ବାନରମାନେ ବଡ ଉତ୍ସାହର ସହିତ ପଥର ଓ ବଡ...

Read More

ନ୍ୟାୟ

ପୁରୁଣା କାଳର କଥା । ଆରବର ସୁଲତାନ୍ ତାଙ୍କ ପ୍ରଜାମାନଙ୍କୁ ନିଜ ପିଲା ପରି ପାଳୁଥିଲେ । କେଉଁଠି କିଛି ଅନ୍ୟାୟ ହେଲେ ନିଜେ ଯାଇ ସେ ସେକଥା ବୁଝୁଥିଲେ ଓ ନ୍ୟାୟ ଦ୍ୱାରା ଶାସନ ଚଳାଉଥିଲେ ।                 ଦିନେ ଜଣେ ଲୋକ ହାତରେ ଥଳୀଟିଏ ଧରି ସୁଲତାନ୍ଙ୍କ ପାଖରେ ଆସି ପହଁଚିଲା । ତା’ର ମୁହଁ ଶୁଖି ଯାଇଥାଏ । ସୁଲତାନ୍ଙ୍କୁ ପ୍ରଣାମ କରି ସେ କହିଲା, “ହଜୁର୍...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ