ଥରେ ଦଳେ ଯାତ୍ରୀ କୌଣସି ଏକ ସ୍ଥାନକୁ ଯାତ୍ରା କରୁଥାନ୍ତି । ବାଟରେ ଯାଉ ଯାଉ ସେମାନେ ଦେଖିଲେ ଜଣେ ସ୍ତ୍ରୀ ଲୋକ ଅତି ବିକଳରେ କାନ୍ଦୁଛି । ସେହି ସ୍ଥାନଟି ଏକ ପାହାଡ ତଳି ଅଂଚଳ ଥିଲା । ସେଠାରେ ଏକ କବର ନିର୍ମିତ ହୋଇଥିଲା । ତାକୁ ପଚାରିବାରୁ ଜଣାଗଣା ଯେ, ସେହିଠାରେ ସେ ସ୍ତ୍ରୀଲୋକର ଶ୍ୱଶୁର ଓ ତାର ପୁଅକୁ ବାଘ ମାରି ଖାଇ ଦେଇଛି । ସେମାନଙ୍କ ସ୍ମୃତି...
Category - ଜୀବନୀ
୧୭୪୬ ମସିହା ସେପ୍ଟେମ୍ବର ୨୦ ତାରିଖରେ ସାର୍ ଉଇଲିୟମ୍ ଜୋନ୍ସ ନାମରେ ଜଣେ ବ୍ୟକ୍ତି ଇଂଲଣ୍ଡରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତା ଜଣେ ସୁବିଖ୍ୟାତ ଗଣିତଜ୍ଞ ଏବଂ ମାତା ସୁଗୃହିଣୀ ଥିଲେ । ୧୭୭୩ରେ ସେ ଏମ୍.ଏ. ଏବଂ ୧୭୭୮ ରେ ରୟାଲ୍ ସୋସାଇଟ୍ର ଫେଲୋସିପ୍ ପରେ ତାଙ୍କୁ ସାର୍ ଉପାଧି ପ୍ରଦାନ କରାଯାଇଥିଲା । କାରଣ ସେହି ସମୟରେ ଜୋନ୍ସ ଫରାସୀ ଓ ତୁର୍କୀଭାଷାରେ...
ୱାଲ୍ଟର ସ୍କଟ୍ ସ୍କଟଲ୍ୟାଣ୍ଡ୍ର ରାଜଧାନୀ ଏଡିନ୍ବର୍ଗଠାରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ଉଚ୍ଚ ମାନବିକ ଚିନ୍ତାଧାରାର ସୁପ୍ରସିଦ୍ଧ ଲେଖକ ଥିଲେ । ସେ ନିଜର ଅଧ୍ୟବସାୟ ବଳରେ ଏଡିନ୍ବର୍ଗ ସହରର ସେରିଫ୍ (ପ୍ରଶାସନିକ ଅଧିକାରୀ) ହୋଇପାରିଥିଲେ । ତାଙ୍କ ସମୟରେ ୱାଲ୍ଟର ସ୍କଟ୍ ସେଇ ସହରର ଲୋକଙ୍କୁ ଉତ୍ତମ ପ୍ରଶାସନିକ ସେବା ଯୋଗାଇ ଦେଇଥିଲେ । ...
ଦିନକର କଥା । ଜଣେ ବ୍ୟକ୍ତି ସସ୍ତ୍ରୀକ ଏକ ରାସ୍ତାରେ କୁଆଡେ ଯାଉଥାନ୍ତି । ରାସ୍ତାରେ ଯାଉ ଯାଉ ସେମାନେ ହଠାତ୍ ଦେଖିଲେ ସେନାବାହିନୀର ଏକ ଗାଡି କାଦୁଅରେ ପଶିଯାଇଛି । ଯେତେ ଠେଲାପେଲା କଲେ ବି ତାହା ସେଠାରୁ ଆଦୌ ବାହାରି ପାରୁନି । ସୈନିକଙ୍କର ପ୍ରାଣମୂର୍ଚ୍ଛା ଉଦ୍ୟମ ବ୍ୟର୍ଥ ହେବାରୁ ଶେଷରେ ସେମାନେ ଯାଇ ଏକ ଗଛମୂଳ ଛାଇରେ ଥକ୍କା ମାରି ବସିଛନ୍ତି । ଅନ୍ତତଃ ଆଉ...
ବିଶ୍ୱବିଖ୍ୟାତ ବୈଜ୍ଞାନିକ ଥୋମାସ୍ଏଡିସନ୍ ଙ୍କ ଜୀବନକଥା । ସେ ସବୁବେଳେ କିଛି ନୂଆ ନୂଆ ବସ୍ତୁ ଉଦ୍ଭାବନ ପାଇଁ ଜୀବନବ୍ୟାପୀ ଉଦ୍ୟମ କରିଥିଲେ । ତାଙ୍କର ଉଦ୍ଭାବନ ମାନବ ସମାଜ ଓ ବିଜ୍ଞାନଜଗତପାଇଁ ଅମୂଲ୍ୟ ଅବଦାନ ଚିରସ୍ମରଣୀୟ । ବିଦ୍ୟୁତ୍ ବଲ୍ବ, ଷ୍ଟୋରେଜ୍ ବ୍ୟାଟେରୀ ଭଳି ଅନେକ ଦରକାରୀ ଉପକରଣର ସେ ଥିଲେ ଜନକ । ବୈଜ୍ଞାନିକ ଏଡିସନ୍ ତ ସର୍ବଦା...
ଇଣ୍ଡିଆ ପରାଧୀନ ଥିବା ବେଳର ଘଟଣା । ସେତେବେଳେ ଗୋରା ଶାସନ କବଳରୁ ଇଣ୍ଡିଆକୁ ମୁକ୍ତ କରିବା ପାଇଁ ଆନ୍ଦୋଳନ ମୁଣ୍ଡ ଟେକୁଥାଏ । ଏକ ପକ୍ଷରେ ଚରମପନ୍ଥୀ ଓ ଅନ୍ୟ ପକ୍ଷରେ ନରମପନ୍ଥୀ । ସଶସ୍ତ୍ର ଆନ୍ଦୋଳନ ମାଧ୍ୟମରେ ଇଂରେଜମାନଙ୍କୁ ଦେଶରୁ ତଡିବା ଚରମପନ୍ଥୀମାନଙ୍କର ଲକ୍ଷ୍ୟ ଥିଲା । ମାତ୍ର ଗାନ୍ଧିଜୀ ଥିଲେ ନରମପନ୍ଥୀ ନେତା, ଯିଏ କି ଅହିଂସା ଆନ୍ଦୋଳନ ମାଧ୍ୟମରେ ହିଁ...
ସେତେବେଳେ ଇଣ୍ଡିଆ ପରାଧୀନ ଥିଲା । ସ୍ୱାମୀ ବିବେକାନନ୍ଦ ଆମେରିକା ଯାଇଥାନ୍ତି । ସେଠାରେ ତାଙ୍କର ଜଣେ ଆମେରିକୀୟ ବନ୍ଧୁ ସ୍ୱାମିଜୀଙ୍କୁ ପଚାରିଲେ, “ସ୍ୱାମିଜୀ! ଆପଣଙ୍କ ଦେଶର ଲୋକ ବହୁତ ଭଲ । ସେମାନେ ଅପରାଧ କରନ୍ତି ନାହିଁ । ପ୍ରାୟତଃ ହିଂସ୍ରୁକ ନୁହଁନ୍ତି । ଇଣ୍ଡିଆ ଏହି ହିସାବରେ ନିଶ୍ଚୟ ଏକ ଭାଗ୍ୟଶାଳୀ ରାଷ୍ଟ୍ର ।” ଏକଥା ଶୁଣି...
ଓଡିଶାମାଟିର ଦୁଇ ବିରଳ ବିପ୍ଳବୀ – ଜଣେ ବୀର ସୁରେନ୍ଦ୍ର ସାଏ ଓ ଆଉ ଜଣେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ । ଜଣେ ସମ୍ବଲପୁର ଆଦିବାସୀ ମେଳିର ନାୟକ – ବୀର ସୁରେନ୍ଦ୍ର, ତ ଆଉ ଜଣେ ଆଜାଦ୍ ହିନ୍ଦ୍ ଫୌଜର ମହାନାୟକ – ନେତାଜୀ ସୁଭାଷ । ସୁରେନ୍ଦ୍ର ଥିଲେ ପଲ୍ଲୀ ପରିବେଶର ପୂଜାରୀ । ଗାଁରୁ ଗାଁକୁ ଯାଇ ନିରୀହ ଆଦିବାସୀମାନଙ୍କୁ ମେଳିକରି ସେ ସେମାନଙ୍କର...
ଥରେ ଏକ ବିଦ୍ୟାଳୟ ପରିଦର୍ଶନରେ ଓଡିଶା ସରକାରଙ୍କ ଶିକ୍ଷା ବିଭାଗର ଉପ-ପରିଦର୍ଶକ ଯାଇଥାନ୍ତି । ବିଦ୍ୟାଳୟରେ ପରିଦର୍ଶକଙ୍କ ଏଭଳି ଅଚାନକ ପହଁଚିବା ଦେଖି ସେଠାକାର ଶିକ୍ଷକମାନେ ହଠାତ୍ ଛାନିଆ ହୋଇଗଲେଣି । ଟିକିଏ ଏପଟ ସେପଟ ହୋଇଗଲେ ଚାକିରି ବି ଚାଲିଯାଇପାରେ । ପରିଦର୍ଶକ ବିଦ୍ୟାଳୟ ହତାରେ ପ୍ରବେଶ କରୁ କରୁ ପ୍ରଧାନଶିକ୍ଷକ ତାଙ୍କୁ ପାଛୋଟି...
“ପଢାଇଲା ବେଳେ ଢୁଳାଇବା ଥିଲା ଗୁରୁଜୀଙ୍କ ନିତିଦିନିଆକଥା ଏକଥା ଦେଖିବି ନିରବରେ ପିଲା ବସି ରହୁଥିଲେ ନୁଆଁଇ ମଥା । ହେଲେ ଜଣେ ପିଲା ଏଭଳି ଅନ୍ୟାୟ ସହିନପାରି ଖୋଲିଲା ତା’ ପାଟି ବଡ ହେଲା ପରେ ମଧୁ ବାରିଷ୍ଟର ନାମେ ହେଲା ଖ୍ୟାତ ସେଇ ପିଲାଟି ।” ଅନେକ ବର୍ଷ ତଳର କଥା । ଆଜିକାଲି ପରି ଆଗ କାଳରେ ତ ଆଉ ସ୍କୁଲ ନଥିଲା । ପିଲାମାନେ ଚାଟଶାଳୀରୁ ହିଁ ପାଠପଢା ଆରମ୍ଭ...
ଆଦିବାସୀ କନ୍ଧ ପିଲାଟିଏ । ଦାରିଦ୍ର୍ୟ ହେତୁ ସେ ମାଲିକର ଗାଈ ଚରାଇବା କାମରେ ନିୟୋଜିତ ହୋଇଥାଏ । ସୁତରାଂ ନିତି ବଣକୁ ଯାଇ ସେ ଗାଈ ଚରାଇ ଠିକ୍ ସଂଧ୍ୟାବେଳକୁ ଘରକୁ ଫେରିଆସେ । ଦିନସାରା ବଣରେ ବୁଲିବୁଲି ତା’କୁ ଭୋକ ଲାଗିଲେ ଝରଣାପାଣି ପେଟେ ପିଇଦେଇ ସେ ତା’ ଭୋକ ମାରେ । ସଂଜବେଳେ ମାଲିକଙ୍କ ଘରେ ନୀତିବାଣୀ ଚର୍ଚ୍ଚା ହୁଏ । ପିଲାଟି ତାକୁ ମନ...
୧୮୯୭ ମସିହା ଜାନୁୟାରୀ ୨୩ ତାରିଖ ଦିନ କଟକ ସହରର ଓଡିଆ ବଜାରରେ ଜନ୍ମଗ୍ରହଣ କରିଥିଲେ ସୁଭାଷଚନ୍ଦ୍ର ବୋଷ । ତାଙ୍କ ପିତା ଜାନକୀନାଥ ବୋଷ ଓ ମାତା ପ୍ରଭାବତୀ ଆଶାକରୁଥିଲେ, “ବାଳକଟି ପରୋପକାରୀ, ସତ୍ୟବାଦୀ ଓ ଖ୍ୟାତିସମ୍ପନ୍ନ ହେଉ ।” ସତକୁ ସତ ତାହାହିଁ ଘଟିଥିଲା ସୁଭାଷଙ୍କ ଜୀବନରେ । ସୁଭାଷ ବହୁତ ଭଲ ପାଠ ପଢୁଥିଲେ । ପାଠ ପଢା ସହିତ ସମାଜସେବା ବି ସେ କରୁଥିଲେ ।...
“ପାଂଚ ବରଷର ପିଲାଟିଏ ଦିନେ ପଡିଶା ଘରକୁ ଦଉଡି ଯାଇ ମାଆ କହିଛନ୍ତି ଚୁଲି ଜାଳିବାକୁ ନିଆଁ ଟିକେ ଦେଲେ ଯିବି ମୁଁ ନେଇ । ପଡୋଶୀ କହିଲେ ଟିକି ହାତେ ତୋର ନିଆଁରଡ ନେଇ ପାରିବୁ ନାହିଁ ପିଲାଟି ହାତରେ ବାଲି କିଛି ରଖି ନିଆଁ ପାଇଁ ଦେଲା ହାତ ପତେଇ ।” ପାଂଚ ବରଷର ପିଲାଟିଏ, ସ୍କୁଲ ଦୁଆର ମାଟି ବି ସେ ମାଡିନି, ହେଲେ ତାର...
କଥାରେ ଅଛି “ଭାଗ୍ୟରେ ଥିଲେ ଅବାଂଛିତ ଫଳ ମିଳେ” – ଏହି ଉକ୍ତିଟି ନିରାଟ ସତ୍ୟ । ଏହା ଡକ୍ଟର ହରେକୃଷ୍ଣଙ୍କ ଜୀବନରେ ବେଶ୍ ପ୍ରମାଣିତ ହୋଇଛି ଯିଏ କି ଓଡିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ପଦମଣ୍ଡନ କରିପାରିଥିଲେ । ମହତାବ ୧୮୯୯ ମସିହା ନଭେମ୍ବର ୨୧ ତାରିଖରେ ବାଲେଶ୍ୱର ଜିଲ୍ଲା ଆଗରପଡା ଗାଁର ଏକ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତାଙ୍କ ନାମ ଥିଲା...
“ରାଜା ହେବି ନାହିଁ, ମନ୍ତ୍ରୀ ବି ହେବିନି, ହେବି ଜନସେବୀ ବାବାଜୀ ଜଣେ ନ ଥିବ ମୋ’ ଘର ସଂସାର ଜଞ୍ଜାଳ ଲାଗି ଥିବି ସଦା ଅନ୍ୟର କାମେ । ଏହିକଥା ତା’ର ବାପାଙ୍କୁ ପିଲାଟି କହୁଥାଏ ବୋଲି ଦୁଃଖରେ ପିତା ଥିଲେ ବି ପୁଅର ପାଠପଢା ଦେଖି ଭାବନ୍ତି ହେବ ସେ ଜଗତଜିତା । ସତକୁ ସତ ସେ ପିଲା ହେଲା ଦିନେ ଦୁଃଖୀରଙ୍କୀଙ୍କର ଦୁଃଖର ସାଥୀ ବଡ...