ସନ୍ଥ ରାମତୀର୍ଥ ପିଉଥିଲେ କ୍ଷୀର ଦୋକାନରୁ ପାଠ ପଢିଲା ବେଳେ ମାସକର ଟଙ୍କା ବାକି ରହିଗଲା ପଢାଶେଷେ ଯେବେ ଚାକିରି କଲେ । ଦରମାଟଙ୍କାରୁ ପଠାଇ ଚାଲିଲେ ମାସପରେ ମାସ ଛ’ମାସ ଯାଏଁ ଏହାର ରହସ୍ୟ ବୁଝି ନପାରି ସେ ଦୋକାନୀ ଲାହୋର ସହର ଧାଏଁ । ପଚାରିଲା ବାବୁ ଏତେ କାହିଁ ଦେଲେ ବାକିଥିଲା ମାସକର ପଇସା । କ୍ଷୀର ପିଇ ସ୍ୱାସ୍ଥ୍ୟବାନ ହେଲି ଯେଣୁ...
Category - ଜୀବନୀ
ମିଳୁଅଛି ବୋଲି ଅଯଥାରେ ଖର୍ଚ୍ଚ କରିବା ନୁହେଁ ଉଚିତ ପ୍ରାପ୍ତଅର୍ଥ ସଦ୍ମାର୍ଗରେ ବ୍ୟୟିତ କରୁଥାଏ ଯେ’ ସତତ । ସେହି ଏକା ବଡ ଏ ଧରା ବୁକୁରେ ସନ୍ଥ ଜିଲାନୀଙ୍କ ଭଳି ତାଙ୍କ ଜୀବନର ଘଟଣା ଶୁଣିଲେ ମଥା ଆମ ଯିବ ଘୂରି । ମଣିଷର ଯେତକ ବଡପଣିଆ ତା’ର ସୁଗୁଣ ଗୁଡିକ ଭିତରେ ହିଁ ନିହିତ ଥାଏ ।...
କ୍ରୋଧକୁ ଯେ’ ଜୟ କରିଥାଏ ସିଏ ଅସଲ ସାଧୁରେ ହୁଏ ଗଣିତ ଚଣ୍ଡାଳ ସାଥୀରେ ସମାନ ସେ ବ୍ୟକ୍ତି ଯାହାପାଶେ କ୍ରୋଧଥାଏ ସତତ । ତୀର୍ଥଙ୍କର ଭଗବାନ ମହାବୀର ଥିଲେ କ୍ରୋଧଜୟୀ ସାରା ଜୀବନେ ତାଙ୍କ ଜୀବନୀରୁ ଶୁଣିଲେ କଥାଟେ ବିସ୍ମିତ ହୋଇବେ ଶୁଣିବା ଜନେ । ଯେଉଁ ବ୍ୟକ୍ତି ପାଖରେ କ୍ରୋଧ ନଥାଏ, କେବଳ ସେ ହିଁ ଅସଲ ସାଧୁରେ ପରିଗଣିତ ହୋଇଥାଏ...
ଜ୍ଞାନୀବ୍ୟକ୍ତିମାନେ କହିଥାନ୍ତି ସଦା ଧୈର୍ଯ୍ୟ ମଣିଷର ମହାନ ଗୁଣ ଏହି ଗୁଣ ବଳେ ଅସାଧ୍ୟକାର୍ଯ୍ୟ ବି ଅତି ସହଜରେ ହୁଏ ସାଧନ । ଏଥିଲାଗି ଗୁରୁ ରାମଦାସଙ୍କର ଜୀବନୀରୁ କଥାଟିଏ ଶୁଣିଲେ ଜାଣିଯିବା ଧୈର୍ଯ୍ୟଗୁଣର ମହତ୍ତ୍ୱ ରାମଦାସ ଯାହା ବୁଝାଇଥିଲେ । ମାନବର ଅନେକ ସଦ୍ ଗୁଣ ମଧ୍ୟରେ ଧୈର୍ଯ୍ୟ ହେଉଛି ମହାନ୍ । ଏହି ଗୁଣଧାରୀ...
ଦୁନିଆରେ ଭାଇ ସ୍ୱାର୍ଥପର ହୋଇ ନିଜକଥା ଭାଳି ହୁଅନ୍ତି ସର୍ବେ ଏଭଳି କେତେକ ମଣିଷ ଅଛନ୍ତି ପରକଥା ଯିଏ ସତତ ଭାବେ । ସେଭଳି ମଣିଷ ପୃଥିବୀ ବକ୍ଷରେ ରହିଯାନ୍ତି ସଦା ଅମର ହୋଇ ସ୍ୱାର୍ଥପର କେବେ ମୃତ୍ୟୁବରିନିଏ ଏକଥା ଜଗତେ ଜାଣନ୍ତି ନାହିଁ । ହେଲେ ହୁଅ ପଛେ ସ୍ୱାର୍ଥପର ତୁମେ ପରହିତ ଚିନ୍ତାକର କିଂଚିତ୍ ଏହାଦ୍ୱାରା ତୁମ ଅମଙ୍ଗଳ ନୁହେଁ...
ଦୟାକ୍ଷମା ସେବା ପରୋପକାର ତ ପ୍ରତ୍ୟେକ ଧର୍ମର ଅସଲତତ୍ତ୍ୱ ଏହିକଥା ମନେ ରଖି ନିଜ ନିଜ ଧର୍ମକୁ ପ୍ରଚାର କର ସତତ । କୁସଂସ୍କାର ଅନ୍ଧବିଶ୍ୱାସ ସମାଜୁ ହଟାଇବା ପାଇଁ ହେଲେ ଉଦ୍ୟମ ଆମ ସମାଜରେ ଧର୍ମର ମହତ୍ତ୍ୱ ଅଚିରେ ହୋଇବ ପ୍ରତିପାଦନ । ସମ୍ରାଟ୍ ଅଶୋକ କଳିଙ୍ଗଯୁଦ୍ଧର ଭୟାନକ ଦୃଶ୍ୟ ଦେଖି ବିଚଳିତ ହୋଇଯାଇଥିଲେ । ତାଙ୍କୁ ସବୁଠାରୁ ଅଧିକ ବିଚଳିତ...
କାଠ କୋଇଲାରେ ଛବି ଆଙ୍କେ ପୁଅ ନିଜର ପ୍ରତିଭା ଦେବ ଦେଖାଇ ଝାଟିମାଟି କାନ୍ଥ ହେବାରୁ ମଇଳା ମାଆ ଗାଳିଦେଲେ କେତେଯେ କାହିଁ ଗାଳିଶୁଣି ପୁଅ ଲୁଚିଚାଲିଯାଇ ଶାନ୍ତିନିକେତନେ ପହଁଚିଗଲା ମନଦେଇ ଚିତ୍ରକଳା ପାଠପଢି ଦେଶ ବିଦେଶରେ ନାଆଁ ରଖିଲା । ଆଜିକାଲି ଭଳି ସେତେବେଳେ ସ୍କୁଲ କଲେଜ ବେଶୀ ନଥିଲା । କାଁ ଭାଁ କେଉଁଠି କେମିତି...
ଦୀନଦୁଃଖୀ ସେବା କରିବା ସୌଭାଗ୍ୟ ମିଳିଥାଏ ସିନା ଭାଗ୍ୟରେ ଥିଲେ ସାଥେ ଥିବା ବନ୍ଧୁ ଗିରୀଶଚନ୍ଦ୍ରଙ୍କୁ କହିଦେଲେ ବିଦ୍ୟାସାଗର ଥରେ । ଈଶ୍ୱରଚନ୍ଦ୍ରଙ୍କ ଭଳି ବି ଗିରୀଶ ଥିଲେ ଦୟାଶୀଳ, ହୃଦୟବାନ ସେଥିଲାଗି ଦୁହେଁ ସମାଜସେବାରେ କାଟିଦେଇଥିଲେ ସାରାଜୀବନ । ଅନେକ ଦିନ ତଳେ ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କ ଜୀବନରେ ଘଟିଥିଲା ଏଇ ଘଟଣାଟି । ଏଇ ଗୋଟିଏ...
ମହନୀୟ ବ୍ୟକ୍ତି ମହାନ୍ ହୁଅଇ ମହାନ୍ ଗୁଣରେ ଏକା ଲୋଡା ନାହିଁ ତାକୁ ସୁରମ୍ୟ ପ୍ରାସାଦ ନଭଶ୍ଚୁମ୍ବୀ ଅଟ୍ଟାଳିକା । ଚନ୍ଦ୍ରଗୁପ୍ତଙ୍କର ମହାମନ୍ତ୍ରୀ ଥିଲେ ‘ଚାଣକ୍ୟ’ ସେଭଳି ବ୍ୟକ୍ତି ସରଳ ଜୀବନ ଯାପନ କରି ସେ କାଟୁଥିଲେ ଦିନ ନିତି । ବଣମଲ୍ଲୀ ଘଂଚ ଅରଣ୍ୟରେ ଥାଇ ଚଉଦିଗକୁ ବାସ ଛୁଟାଇଲା ଭଳି ଜଣେ ସାଧାରଣ ମଣିଷ ବି ତା’ର ମହନୀୟ ଗୁଣରେ ସାରା ବିଶ୍ୱରେ ସୁବିଖ୍ୟାତ...
ଗତକଥା ଭାବି ଲାଭ ନାହିଁ କିଛି ଥରେ ଗଲେ ଚାଲି ଆସେନା ଫେରି ଯାହାଗଲା ତାକୁ ପାଇବାକୁ ହେଲେ ରଖିବାକୁ ହେବ ପ୍ରୟାସ ଜାରି । ବଡ ଲୋକଙ୍କର ସ୍ୱଭାବ ଏଭଳି ରହିଥାଏ କର୍ମମୟ ଜୀବନେ ଧୈର୍ଯ୍ୟ ସହ ବିପଦକୁ ମୁକାବିଲା କରିଚାଲିଥାନ୍ତି ସଦା ସେମାନେ । ଗତକଥା ଚିନ୍ତା କରି କିଛି ବି ଲାଭ ନାହିଁ, ବରଂ ଯାହା ଚାଲିଯାଇଛି ତାକୁ ପାଇବା ଆଶାରେ...
ଯେଉଁ ଅବସ୍ଥାରେ ଥିଲେ ଥାଅ ପଛେ ସୁଯୋଗ ମିଳିଲେ ନ ଛାଡି ଲବେ ସମାଜ ସେବାରେ ମନଦେଲେ ଥରେ ମାନବ ସମାଜ ଧନ୍ୟ କହିବେ । ମହାପୁରୁଷଙ୍କ ଜୀବନୀ ପଢିଲେ ମିଳିବ ସେଥିରୁ ନାନା ଦୃଷ୍ଟାନ୍ତ ଡାକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ କଥା ଶୁଣିଲେ ଆଜିବି ଲାଗେ ଚକିତ । ଯିଏ ଯେଉଁ ଅବସ୍ଥାରେ ଥିଲେ ମଧ୍ୟ କେବେ ସୁଯୋଗ ମିଳିଲେ ମାନବ ସେବାକୁ ହାତଛଡା...
ପାରିଲି ନାହିଁ ବୋଲି ମନେ ନ ନିଅ, ଥରକୁ ଥର ଚେଷ୍ଟା ଚଳାଇ ଥାଅ । ସତତ ଚେଷ୍ଟା ଜାରି ରଖିଲେ ଭାଇ, ନିଶ୍ଚୟ କାର୍ଯ୍ୟ ଯିବ ସଫଳ ହୋଇ । ବାରମ୍ବାର ବିଫଳତାକୁ ସଫଳତାର ଗୋଟିଏ ଗୋଟିଏ ପାହାଚ କୁହାଯାଇଥାଏ । ସୁତରାଂ କେବେହେଲେ କୌଣସି କାର୍ଯ୍ୟରେ ବିଫଳ ହେଲେ ଧୈର୍ଯ୍ୟ ନ ହରାଇ ଆଗକୁ ଅଗ୍ରସର ହେଲେ ଦିନେ ନା ଦିନେ ସଫଳତା ଅବଶ୍ୟ ମିଳିଥାଏ । ଏଠାରେ...
ନଦୀ ସ୍ରୋତଭଳି ସମୟ ଧାଇଁଛି ଥରେ ଚାଲିଗଲେ ଆସେନା ଫେରି ପ୍ରାଣୀର ଆୟୁକୁ ଘେନି ଯାଉଛନ୍ତି ଦିନ ଆଉ ରାତି ଠିକ୍ ସେପରି । ଏହି କଥା ବୁଝି ସମୟ ତାଳରେ କାର୍ଯ୍ୟ କରେ ଯିଏ ନିତି ଜୀବନେ ସେହିଭଳି ବ୍ୟକ୍ତି ସ୍ମରଣୀୟ ହୋଇ ରହିଯାଇଥାନ୍ତି ଧରାରେ ଦିନେ । ଏହି ଘଟଣାଟି ଅନେକ ଦିନ ତଳର । ଘଟିଥିଲା ଜର୍ଜ ୱାଶିଂଗଟନ୍ଙ୍କ ଜୀବନରେ ।...
“ବିଦ୍ୟାଳୟ ଦିନେ ଉଠୁଛିପଡୁଛି ମାରୁଛନ୍ତି ଡିଆଁ ଖୁସିରେ ପିଲେ ଏତିକିବେଳରେ ଅତିଥିପ୍ରବର ମୁଖ୍ୟମନ୍ତ୍ରୀ ଆସି ପହଁଚିଗଲେ । ଦେଖିଲେ ନାହାଁନ୍ତି ପିଲାଏ ସେଠାରେ ଶିକ୍ଷକ ହୁଅନ୍ତି ବ୍ୟସ୍ତବିବ୍ରତ ଅତିଥି କହିଲେ ଆସନ୍ତୁ ପିଲାଏ ଅପେକ୍ଷା କରିବା ସେହି ପର୍ଯ୍ୟନ୍ତ । ଶିଶୁବତ୍ସଳ ସେ ଅତିଥିପ୍ରବର ହରେକୃଷ୍ଣ ମହତାବ ଏକଥା କହିଥିଲେ ବୋଲି ଭାବିଲା ବେଳକୁ ତାଙ୍କ ପାଶେ...
୧୮୮୦ ମସିହା ବେଳର କଥା । ସେତେବେଳେ ଇଣ୍ଡିଆରେ ବଡଲାଟ୍ ଥାଆନ୍ତି ଲର୍ଡ ରିପନ୍ । ସେତିକିବେଳଠୁଁ ଇଣ୍ଡିଆବର୍ଷର ବଡ ବଡ ସହରରେ ଗଠିତ ମ୍ୟୁନିସପାଲଟି ଗୁଡିକରେ ସ୍ୱାୟତ୍ତ ଶାସନ ଦିବସ ପାଳନ ବ୍ୟବସ୍ଥା ଆଜି ପର୍ଯ୍ୟନ୍ତ ଚାଲିଆସୁଛି । ମାତ୍ର ଆନନ୍ଦର କଥା ଯେ, ଏହାର ଚାରିବର୍ଷ ପୂର୍ବରୁ ଅର୍ଥାତ୍ ୧୮୭୬ରୁ କଟକ ମ୍ୟୁନିସପାଲଟି ଗଠନ ହୋଇସାରିଥିଲା । ସେହି ସ୍ୱାୟତ୍ତ...