ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

Category - ଜୀବନୀ

ମୋର ସାତ/ଆଠ ଟଙ୍କା ଦରକାର ଦଶ କି କୋଡିଏ କ’ଣ ହେବ

କଥାଟି ୧୮୯୪ ମସିହା ବେଳର । ସେତେବେଳେ କବିବର ରାଧାନାଥ ରାୟ ଓଡିଶା ସ୍କୁଲ ସମୂହର ଶିକ୍ଷା ବିଭାଗର ପଦାଧିକାରୀ, ଜଏଂଟ ଇନ୍ସପେକ୍ଟର ଥାଆନ୍ତି । ତାଙ୍କର ଅଫିସ ଥାଏ କଟକଠାରେ । ଆଜିକାଲି ଭଳି ସେତେବେଳେ ତ ଆଉ ଚୌକି ଟେବୁଲ ଭଳି ଆସବାବପତ୍ର ନଥିଲା । ତେଣୁ ଅଫିସରମାନେ ମସିଣା ଉପରେ ବସି କାର୍ଯ୍ୟ କରୁଥିଲେ ।                 ଦିନକର କଥା । ରାଧାନାଥବାବୁ ଅଫିସ୍...

Read More

ବୋକା ତୁମେ ନୁହେଁ ମୁଁ

ସତ୍ୟବାଦୀ ବନବିଦ୍ୟାଳୟରେ ଦିନକର ଘଟଣା । ସେଠାରେ ପଂଚସଖା ରୂପେ ପରିଗଣିତ ଗୋପବନ୍ଧୁ ଦାସ, ଗୋଦାବରୀଶ ମିଶ୍ର, ନୀଳକଣ୍ଠ ଦାସ, ଆଚାର୍ଯ୍ୟ ହରିହର ଓ କୃପାସିନ୍ଧୁ ମିଶ୍ର ଶିକ୍ଷକତା କରୁଥାନ୍ତି । ଥରେ ନୀଳକଣ୍ଠ ଦାସ ତଳ ଶ୍ରେଣୀର ଛାତ୍ରମାନଙ୍କୁ ଭୂଗୋଳ ପାଠ ପଢାଉଥାନ୍ତି । ପାଠପଢା ଶେଷରେ ପିଲାମାନେ ଶିକ୍ଷାଦାନରୁ କିଛି ବୁଝିପାରିଲେ କି ନାହିଁ ତାହା ଜାଣିବା ପାଇଁ...

Read More

ମହତ ଦାନ

ଏକଦା ଈଶ୍ୱର ଚନ୍ଦ୍ର ବିଦ୍ୟାସାଗର କୋଲକାତାର ଏକ ରାସ୍ତାରେ ଯାଉଥାନ୍ତି । ଏହି ସମୟରେ ଜଣେ ଅସହାୟ ବୃଦ୍ଧ ବ୍ୟକ୍ତି ତା’ ମୁଣ୍ଡରେ ହାତ ରଖି ରାସ୍ତାକଡ ଗଛମୂଳରେ ବସିଥିବାର ସେ ଦେଖିଲେ । ପରଦୁଃଖରେ ଦୁଃଖୀ ମଣିଷ ବିଦ୍ୟାସାଗର ସେ ବୃଦ୍ଧର ଦୁଃଖ ଦେଖି ଅତ୍ୟନ୍ତ ବିଚଳିତ ହୋଇଗଲେ । ତେଣୁ ସେହି ବୃଦ୍ଧବ୍ୟକ୍ତି ପାଖରେ ଅଟକିଯାଇ ସେ ତା’ର ସମସ୍ୟା କଥା ପଚାରି ବୁଝିଲେ ।...

Read More

ଭାଇ ହେବତ ଏମିତି

ଜଣେ ଭାଇ ପାଇଁ ଆଉ ଜଣେ ଭାଇର ଅପୂର୍ବ ତ୍ୟାଗକଥା ଶୁଣିଲେ ଖୁବ୍ ଆଶ୍ଚର୍ଯ୍ୟ ଲାଗେ । ଘଟଣାଟି ଘଟିଥିଲା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୀବନରେ । ପଟେଲଙ୍କର ଘରର ଅବସ୍ଥା ସେତେ ସ୍ୱଚ୍ଛଳ ନଥିଲା । ସୁତରାଂ ପଟେଲ୍ ହାଇସ୍କୁଲ ପାଠ ଶେଷ କଲା ପରେ କଲେଜରେ ପଢିବାପାଇଁ ଆଉ ମନ ବଳାଇଲେ ନାହିଁ । ସେ ଭାରି ଭଲ ପାଠ ପଢୁଥିଲେ ମଧ୍ୟ ସେଇଠି ପାଠରେ ତାଙ୍କର ଡୋରି ବନ୍ଧା...

Read More

ହୃଦୟ ନିର୍ମଳ ବ୍ୟକ୍ତି ହିଁ ମହାନ୍

ସ୍ୱାମୀ ବିବେକାନନ୍ଦ ସନ୍ନ୍ୟାସ ବ୍ରତ ଗ୍ରହଣ କରି ସାରି ସାରା ଇଣ୍ଡିଆ ଭ୍ରମଣରେ ବାହାରିଲେ । ସେତେବେଳେ ପାଖରେ ତାଙ୍କର ପଇସାଟିଏ ବି ନଥାଏ । ତଥାପି ବି ଶୂନ୍ୟ ହସ୍ତରେ ସେ ଜଣେ ପରିବ୍ରାଜକ ହିସାବରେ ଭ୍ରମଣ ଆରମ୍ଭ କରିଦେଲେ । ଏହିଭଳି ବୁଲିବୁଲି ଆଠବର୍ଷରେ ସେ ସାରା ଇଣ୍ଡିଆବର୍ଷ ବୁଲିଆସିଲେ । ତାଙ୍କର ଭ୍ରମଣର ମୁଖ୍ୟ ଉଦ୍ଧେଶ୍ୟ ଥିଲା ବିଭିନ୍ନ ଅଂଚଳର ବେଶ...

Read More

ନୋବେଲ ପୁରସ୍କାର କମିଟିର ରାତ୍ରିଭୋଜନ ବାତିଲ୍

“ଧନ୍ୟ ଆମ ମାଆ ମଦର ଟେରେସା ଧନ୍ୟ ତାଙ୍କ ସ୍ୱାର୍ଥତ୍ୟାଗ ନୋବେଲ ପ୍ରାଇଜ୍ ପାଇଥିଲେ ମଧ୍ୟ ମନେ ନ ଥିଲା ଆବେଗ । ସମ୍ମାନ କି ଟଙ୍କା ଲୋଭ ତ ନ ଥିଲା ପାଇଲେ ଯେତିକି ଧନ ଦୁଃଖୀରଙ୍କୀଙ୍କର ସେବାରେ ଲଗାଇ ଜୀବନକୁ କଲେ ଧନ୍ୟ ।” ସାଧାରଣତଃ ଜଣେ ପ୍ରଚୁର ଅର୍ଥ କି ସମ୍ମାନ ପାଇଲେ ଖୁସି ହେବା କଥା । ମାତ୍ର ଜଣେ ବିଦେଶିନୀ ମହିଳାଙ୍କ କ୍ଷେତ୍ରରେ ଏହା ବ୍ୟତିକ୍ରମ ଥିଲା ।...

Read More

କଠିନ ସମସ୍ୟାର ମୁକାବିଲା କର

ଏକଦା ବାଳଗଙ୍ଗାଧର ତିଳକ ଗୋଟିଏ ସଭାରେ ଭାଷଣ ଦେଉଥାନ୍ତି । ସେତେବେଳେ ତ ଆମ ଦେଶରେ ଗୋରା ସରକାରଙ୍କ ଶାସନ ଚାଲିଥାଏ । ସୁତରାଂ ଏ ସଭାକୁ ଇଂରେଜମାନେ ଭଣ୍ଡୁର କରିବା ପାଇଁ ଚାହୁଁଥିଲେ । ତେଣୁ ସେମାନେ ଭଡାଟିଆ ଗୁଣ୍ଡା ଲଗାଇ ସେ ସଭା ଉପରକୁ ଟେକା, ପଥର ଆଦି ଫିଙ୍ଗିଲେ ।                 ହେଲେ ତିଳକ ପୂର୍ବଭଳି ନିର୍ବିକାର ଭାବରେ ଠିଆହୋଇ ରହିଥାନ୍ତି । କିଛି...

Read More

ଚିରନିଦ୍ରା ହିଁ ମହାନ୍ ବ୍ୟକ୍ତିଙ୍କ ବିଶ୍ରାମ

ଏକଦା କଲିକତା ମହାନଗରୀରେ ମହାମାରୀ ବ୍ୟାପୀଥାଏ । ବିଶେଷକରି ଅଧିକାଂଶ ରୋଗୀ ବସ୍ତିଅଂଚଳରୁ ଡାକ୍ତରଖାନାକୁ ବୁହାଚାଲିଥାନ୍ତି । ଅନେକ ଲୋକ ପୋକମାଛି ପରି ବି ମରୁଥାନ୍ତି । ସେହି ଆକ୍ରାନ୍ତ ରୋଗୀମାନଙ୍କ ଭିତରେ ଜୀବନକୁ ପାଣି ଛଡେଇ ଜଣେ ବିଦେଶିନୀ ମହିଳା ଘୂରି ବୁଲୁଥାନ୍ତି ସେମାନଙ୍କ ମନରେ ଆତ୍ମୀୟତାର ହସ ଫୁଟାଇ । ସେହି ମହିଳା ଜଣକ ଥିଲେ ବିଶ୍ୱବନ୍ଦନୀୟା ମଦର...

Read More

କର୍ମ ହିଁ ଦେବତା, ଉତ୍ତମ କାର୍ଯ୍ୟ ଶ୍ରେଷ୍ଠ ପୂଜା

ସେତେବେଳେ ଉତ୍ତରପ୍ରଦେଶର ଲକ୍ଷ୍ନୌଠାରେ କଂଗ୍ରେସ ଅଧିବେଶନ ବସିଥାଏ । ଏହାର ମୂଳ ଲକ୍ଷ୍ୟ ଥିଲା ଗୋରାଶାସନକୁ ଦେଶରୁ ହଟାଇବା । ତେଣୁ ସେଠାରେ ଦେଶରୁ ବିଭିନ୍ନ ପ୍ରାନ୍ତରୁ ନେତାଗଣ ଯୋଗ ଦେଇଥାନ୍ତି । ସେମାନଙ୍କ ମଧ୍ୟରେ ଥାଆନ୍ତି ଲୋକମାନ୍ୟ ବାଳ ଗଙ୍ଗାଧର ତିଳକ । ଏହି ଅଧିବେଶନରେ ତାଙ୍କର ଗୁରୁଦାୟିତ୍ୱ ଥାଏ । ତେଣୁ ସେ ପ୍ରତିଦିନ ବଡି ଭୋରରୁ ବିଳମ୍ବିତ...

Read More

କାର୍ଯ୍ୟରେ ସଫଳତା ପାଇଁ ଲକ୍ଷ୍ୟ ସାଧନ ଲୋଡା

 “ସୁଖୀ ମଣିଷଟି ଅଟେ ନିଶ୍ଚେ ସେହି ରଖିଛି ଲକ୍ଷ୍ୟ ଯେ’ କରିବ କିଛି ଦିନେନା ଦିନେ ତା’ ଲକ୍ଷ୍ୟ ହେବ ପୂର୍ଣ୍ଣ ମନରେ ବାସନା ଯେତକ ଅଛି । ଜୀବନରେ ଛାଇ ଆଲୁଅ ଖେଳରେ ସେହି ବ୍ୟକ୍ତି ଲଭିଥାଏ ଆନନ୍ଦ ଏହି କଥା ଦିନେ ଦୃଷ୍ଟାନ୍ତ ଛଳରେ କହିଥିଲେ ସ୍ୱାମୀ ବିବେକାନନ୍ଦ ।”                 ଏହା ସ୍ୱାମୀ ବିବେକାନନ୍ଦଙ୍କର ପ୍ୟାରିସ୍ ଗସ୍ତକାଳର କଥା । ସେତେବେଳକୁ ତ...

Read More

ମଣିଷର ବଡ ସମ୍ପଦ ହେଲା ଆତ୍ମସମ୍ମାନ

ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟ ସ୍ନାତକ ପରୀକ୍ଷାରେ କୃତିତ୍ୱ ହାସଲ ପରେ ଡେପୁଟି ମାଜିଷ୍ଟ୍ରେଟ୍ ଭାବରେ ନିଯୁକ୍ତି ପାଇଲେ । ଗୋରା ଶାସନ କାଳରେ ତାଙ୍କର ପିତା ଓ ଦୁଇ ଭାଇ ବି ଏହି ପଦବୀରେ ନିଯୁକ୍ତି ପାଇଥିଲେ । ସେତେବେଳେ କୌଣସି ଇଣ୍ଡିଆନଙ୍କୁ ଯଥେଷ୍ଟ ଯୋଗ୍ୟତା ଥିଲେ ମଧ୍ୟ ଏହାଠାରୁ ବଡ ପଦବୀରେ ନିଯୁକ୍ତି ମିଳୁ ନ ଥିଲା । ସୁତରାଂ ବଙ୍କିମଚନ୍ଦ୍ର ଅତ୍ୟନ୍ତ...

Read More

ଜଗଦୀଶ୍ଚନ୍ଦ୍ରଙ୍କର ସ୍ୱଦେଶପ୍ରୀତି

ଇଣ୍ଡିଆରେ ଗୋରା ଶାସନକାଳର କଥା । ସେତେବେଳେ ଇଂରେଜ ସରକାର ଇଣ୍ଡିଆନମାନଙ୍କୁ କ୍ରୀତଦାସ ଭଳି ବ୍ୟବହାର କରୁଥିଲେ । ସେମାନେ ଯେ କେବଳ ଇଣ୍ଡିଆର ସ୍ୱାଧୀନତା ଅପହରଣ କରିନଥିଲେ, ତା ନୁହେଁ ବରଂ ସେମାନେ ପ୍ରତିଭାବାନ୍ ଇଣ୍ଡିଆନଙ୍କ ପ୍ରତିଭା, ବିଦ୍ବତା ଓ ବାଗ୍ମୀତାକୁ ମଧ୍ୟ ହୀନ ଦୃଷ୍ଟିରେ ଦେଖୁଥିଲେ । ମୋଟ ଉପରେ କହିବାକୁ ଗଲେ ସେମାନେ କଳା ଇଣ୍ଡିଆନମାନଙ୍କୁ...

Read More

ମୋହରିର ଚାକିରିରୁ ବିଚାରପତି

ଜ୍ଞାନୀ  ଶମ୍ଭୁନାଥ ଜଣେ ଥିଲେ କଲିକତାନିବାସୀ । ସେ କିଛି ପାଠପଢି କଲିକତାର ଦେୱାନି ଅଦାଲତରେ ଜଣେ ମୋହରିର ରୂପେ କାର୍ଯ୍ୟ ଆରମ୍ଭ କଲେ । ସେତେବେଳେ ତ ଆମ ଦେଶରେ ଗୋରା ଶାସନ ଚାଲିଥାଏ ।                 ଶମ୍ଭୁନାଥ ଜଣେ ସଦାଚାରୀ ତଥା ଶୃଙ୍ଖଳିତ ମଣିଷ ଥିଲେ । ଠିକଣା ବେଳରେ ତାଙ୍କ କାର୍ଯ୍ୟ ସମ୍ପାଦନା ଅଭ୍ୟାସ ଥିଲା । ନଥିପତ୍ର ସବୁ ଅତି ଯତ୍ନରେ ସେ ସଜାଡି...

Read More

ସତ୍ୟାଗ୍ରହ ଆନ୍ଦୋଳନର ସର୍ଦ୍ଦାର

“ସତ୍ୟାଗ୍ରହ ଆନ୍ଦୋଳନ ଜାରି ହେଲା ଗୋରା ବିରୋଧରେ ସାରା ଦେଶରେ ଅଂଟାଭିଡି ଠିଆ ହୋଇଗଲେ ଜଣେ ଏହି ଆନ୍ଦୋଳନ ପାଇଁ ଶେଷରେ । ସିଏ ଥିଲେ ଆମ ବଲ୍ଲଭ ପଟେଲ ନିଜକୁ ସଜେଇ ଦେଇ ସର୍ଦ୍ଦାର ଦୃଢ ସଂଗଠନ ଗଢିଦେଲେ ଦେଶେ ଗୋରା ସରକାର ହେଲେ କାତର ।”                 ଆମ ଦେଶରେ ସ୍ୱାଧୀନତା ଆନ୍ଦୋଳନ ବେଳର କଥା । ମହାତ୍ମାଗାନ୍ଧିଙ୍କ ନେତୃତ୍ୱରେ ସାରା ଦେଶରେ ସତ୍ୟାଗ୍ରହ...

Read More

ବିଦେଶରେ ବାଳସନ୍ନ୍ୟାସୀଙ୍କର କମାଲ

 “ଆଶୀର୍ବାଦ ବିନା କେହି ଜଣେ କେବେ ହୋଇପାରି ନାହିଁ ବଡ ମଣିଷ ସ୍ୱାମିଜୀ ବି ଦିନେ ବଡ ହୋଇଥିଲେ ଲଭି ଗୁରୁଜନଙ୍କର ଆଶିଷ । ଡରୁଥିଲେ ଯିଏ ଭାଷଣ ଦେବାକୁ ମହା ମହା ଜ୍ଞାନୀ ଜ୍ଞାନୀ ବର୍ଗେ ଓଜଃସ୍ୱିନୀ ଭାଷଣରେ କାବୁ କରି ଠିଆ ହୋଇଗଲେ ସଭିଙ୍କ ଆଗେ ।” ଚିକାଗୋଠାରେ ବିଶ୍ୱଧର୍ମ ସମ୍ମିଳନୀର ଘଟଣା । ସେଠାରେ ଅନେକ ଖ୍ୟାତିସମ୍ପନ୍ନ ବିଦ୍ୱାନ ନିଜ ନିଜ ଧର୍ମର ଧ୍ୱଜା...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ