ଫରାସୀ ଦେଶର ପରୀକାହାଣୀରେ ‘ହେନେରୀ’କୁ ସମସ୍ତେ ମନେ ରଖିଛନ୍ତି । ମାତ୍ର ସାତ ବର୍ଷର ପିଲା ହେଉଛି ସେ ହେନେରୀ । ତା’ର ମାଆ ଥିଲେ ଅତ୍ୟନ୍ତ ଦୁଃଖିନୀ । ମାଆ ଥିଲେ ହେନେରୀର ଏକମାତ୍ର ଭରସା । କାରଣ ପିଲାଟିଦିନରୁ ସେ ତା ବାପାକୁ ହରାଇଥିଲା । ଗାଁ ବାହାରେ ଛୋଟ କୁଡିଆ ଘରେ ମାଆ ପୁଅ ଦୁହେଁ ରହୁ ଥାଆନ୍ତି । ମା’ ପ୍ରତିଦିନ କିଛି କିଛି ସିଲେଇକାମ କରନ୍ତି ଓ ତାକୁ...
Category - ମନୋହର କାହାଣୀ
ସେ କାଳରେ ଫ୍ରାନ୍ସରେ ଜଣେ ରାଜା ରାଜୁତି କରୁଥିଲେ । ବହୁକାଳଯାଏଁ ତାଙ୍କ ରାଣୀଙ୍କର କିଛି ବି ସନ୍ତାନ ହେଲା ନାହିଁ । ଏହି କାରଣରୁ ରାଜା ରାଣୀ ଦୁହେଁ ବଡ ମନ ଦୁଃଖରେ ଥାଆନ୍ତି । କେତେ ଦିଅଁ ଦେବତା ଡାକିଲା ପରେ ଯାଇ ରାଣୀଙ୍କର ଚନ୍ଦ୍ରଉଦିଆ ପରି ଦୁଇଟି ଜାଆଁଳା ଝିଅ ହେଲେ । ସେ ଦୁହେଁ ଦେଖିବାକୁ ଭାରି ସୁନ୍ଦର ଥିଲେ । ଦୁଇଜଣଙ୍କ ନାଁ ଦିଆହେଲା ‘ଗୋଲାପ’ ଆଉ...
ଫ୍ରାନ୍ସ ରାଜ୍ୟରେ ଅତି ପ୍ରାଚୀନ କାଳରେ ଜଣେ ରାଣୀ ଥିଲେ । ଅନେକ ଦିନ ପରେ ତାଙ୍କର ପୁଅଟିଏ ହେଲା । ରାଣୀଙ୍କର ଆନନ୍ଦ କହିଲେ ନ ସରେ । ମାତ୍ର ସେ ରାଣୀ ଯେତେବେଳେ ତାଙ୍କ ପୁଅକୁ ଦେଖିଲେ, ହଠାତ୍ ଆଖିରେ ତାଙ୍କର ଲୁହ ଜମିଗଲା । ଏତେକାଳପରେ ଭଗବାନ ତାଙ୍କୁ ପୁଅଟିଏ ଦେଲେ, ସେ ପୁଣି ଏଡିକି ଅସୁନ୍ଦର । ତାର (ପୁଅଟିର) ଅପରିଛନିଆ ବିକଟାଳ ମୁହଁକୁ ସେ ରାଣୀ ଜଣକ...
ବହୁ ପୁରାତନ କଥା । ଇଉରୋପର ଫ୍ରାନ୍ସ ରାଜ୍ୟରେ ଜଣେ ରାଜା ଥିଲେ । ତାଙ୍କର ଅବା କେଉଁ କଥାରେ ଅଭାବ । ଧନ, ସମ୍ପତ୍ତି, କ୍ଷମତା ତ ଯାହାକୁ ଯେତେ । ତେଣୁ ସେ ରାଜ୍ୟର ଲୋକେ ବି ଅତ୍ୟନ୍ତ ସୁଖରେ ଥାଆନ୍ତି । ପାଖ ପାଡାଶୀ ରାଜାମାନେ ତାଙ୍କୁ ସର୍ବଦା ଭୟ କରି ଥାଆନ୍ତି । ହେଲେ ଏତେ ସୁଖ ସୌଭାଗ୍ୟ ମଧ୍ୟରେ କିନ୍ତୁ ରାଣୀଙ୍କର ମନରେ ଆଦୌ ସୁଖ ନଥାଏ । କାହିଁକିନା...
ପ୍ରାଚୀନ କାଳର କଥା । ରୁଷିଆ ଦେଶରେ ଜଣେ ରାଜା ରାଜୁତି କରୁଥିଲେ । ତାଙ୍କର ଥିଲେ ତିନିପୁଅ । ସେ ତିନିପୁଅଙ୍କ ମଧ୍ୟରୁ ସାନପୁଅ ଇଭାନ୍ ଥିଲା ଅତ୍ୟନ୍ତ ଚତୁର । ରାଜା ତାଙ୍କୁ ସାନପୁଅ ବୋଲି ଯେତିକି ଗେହ୍ଲା କରୁଥାଆନ୍ତି, ତାର ବୁଦ୍ଧି ପାଇଁ ମଧ୍ୟ ତାକୁ ସେତିକି ପ୍ରଂଶସା କରୁଥାଆନ୍ତି । ସେ ରାଜାଙ୍କର ସୁନ୍ଦର ବଗିଚାଟିଏ ଥାଏ । ସେଠାରେ କେତେ ରକମର ଫୁଲ ଫଳର ଗଛ...
ସୋଭିଏତ୍ ଋଷର ଗୋଟିଏ ଛୋଟ ଗାଁ ଥାଏ। ସେଇ ଗାଆଁରେ ଜଣେ ଚାଷୀ ଲୋକର ତିନୋଟି ଝିଅ ଥିଲେ । ସେ ଝିଅମାନଙ୍କର ମାଆ ତ ମରିଯାଇଥିଲା । ତେଣୁ ସେହି ଝିଅମାନେ ନିଜର ବାପା ପାଖରେ ରହୁଥିଲେ । ମାଆ ମଲାଦିନୁ ଘରଯାକର ଦାୟିତ୍ୱ ସେ ସାନଝିଅ ମୁଣ୍ଡରେ । ବଡ ଦି’ ଉଉଣୀ କିନ୍ତୁ ଘରକାମରେ ମୋଟେ ମନ ଦିଅନ୍ତି ନାହିଁ । ବଡ ଦି’ ଭଉଣୀମାନେ ଖାଲି ସବୁବେଳେ ବେଶଭୂଷା ହୋଇ ଗାଁଯାକ...
ଋଷ୍ ଦେଶର ଛୋଟିଆ ଗାଁଟିଏ । ସେଇଠି ଦୁଇଜଣ ବୁଢାବୁଢୀ ବାସ କରୁଥିଲେ । ତାଙ୍କର ଗୋଟିଏ ଝିଅ ଥାଏ । ତାର ନାଁଟି ରୂପା । ସେ ଦେଖିବାକୁ ରୂପ ଗୁଣରେ ଭାରି ସୁନ୍ଦର । ମାଛିକି ‘ମଅ’ ବୋଲି ସେ କେବେବି କହେ ନାହିଁ । ଗାଁରେ ସମସ୍ତେ ସେ ରୂପାକୁ ଅତ୍ୟନ୍ତ ସୁଖ ପାଆନ୍ତି । ଦିନକର କଥା । ରୂପାର ବୋଉକୁ ବଡ ବାଧିକା ପଡିଲା । ବୁଢୀ ଜାଣିପାରିଲା ଯେ ସେ ଆଉ ଖୁବ୍ ଅଳ୍ପ ଦିନ...
ଗୋଟିଏ ଗାଁରେ ବୁଢାବୁଢୀ ଦୁଇଜଣ ବସବାସ କରୁଥିଲେ । ତାଙ୍କର ଦୁଇଟି ପୁଅ ଝିଅ – ଝିଅଟିଏ ଷୋଳ ବରଷର ଆଉ ପୁଅଟିଏ ମାତ୍ର ପାଂଚ ବରଷର । କିଛିଦିନ ଅନ୍ତେ ସେ ବୁଢାବୁଢୀ ମରିଗଲେ । ଭାଇଭଉଣୀ ଏବେ କିପରି ଚଳିବେ । ଘରେ ଯାହା ଅଳ୍ପ କିଛି ସମ୍ପତ୍ତି ଥିଲା ତହିଁରେ କିଛିଦିନ ସେମାନଙ୍କର ଗୁଜୁରାଣ ଚଳିଗଲା । ତାପରେ ସାନଭାଇକୁ ସାଙ୍ଗରେ ଧରି ଝିଅଟି ସହରକୁ ଚାଲିଲା...
ଛୋଟ ଗାଁଟିଏ । ସେହିଠାରେ ଜଣେ ଗରିବ ଚାଷୀ ବାସ କରୁଥାଏ । ତାର ସମ୍ପତ୍ତି କହିଲେ ଛୋଟ ଚାଳଘରଟିଏ, ଜମି ଦୁଇମାଣ ଓ ହଳୁଟିଏ ବଳଦ । ପରିବାର ଭିତରେ ତାର ସ୍ତ୍ରୀ ଓ ତିନୋଟି ପୁଅ । ସେ ଚାଷୀଟି ଚାଷ କରି ଯାହା ଅମଳ କରେ, ସେଥିରେ ତ ତା ପରିବାରକୁ ନିଅଂଟ ହୁଏ । ସେମାନେ ଦିନେ ଖାଇଲେ ଆଉ ଦିନେ ଉପବାସ ରହନ୍ତି । ଏଇମିତି ଦୁଃଖେ ସୁଖେ ଦିନ ଯାଉଥାଏ । ଦିନକର କଥା । ସେ...
ବାପ ମା ଛେଉଣ୍ଡ ଝିଅଟିଏ । ତା ନାଆଁଟି ଲଳିତା । ଦେଖିବାକୁ ସେ ଭାରି ସୁନ୍ଦରୀ । ପିଲାଟିଦିନୁ ସେ ଲଳିତା ତ ଜଣେ ବଡଲୋକ ଘରେ ଆଶ୍ରୟ ନେଇଥାଏ । ଏଇ ଦୁଃଖିନୀ ଝିଅଟି ଉପରେ ସେ ଘର ମାଲିକାଣୀଙ୍କର ଆଦୌ କୌଣସି ଦୟା ବି ନଥାଏ । ତେଣୁ ସେ ମାଲିକାଣୀ ଲଳିତାକୁ ଦିନରାତି ଖାଲି ଘର କାମରେ ଖଟାନ୍ତି । ଟିକେ ଦୋଷ ଦେଖିଲେ ଲଳିତାକୁ ସେ ମାଲିକାଣୀ ଜଣକ ନିର୍ଘାତ ପିଟନ୍ତି ।...
ଶରତ ଆକାଶରେ ଏମୁଣ୍ଡରୁ ସେମୁଣ୍ଡ ଯାଏ କୋଟି କୋଟି ତାରା ଗୋଟିଏ ଧାଡିରେ ଖାଲି ଶୋଭା ପାଉ ଥାଆନ୍ତି । ସତେ ଯେପରି ଆକାଶରେ ଦୁଧର ନଈଟିଏ ବହିଯାଉଛି । ସେଇଠାରେ ନଈର ଦୁଇ କୂଳରେ ଠିଆ ହେଲା ପରି ଦୁଇଟି ଉଜ୍ଜ୍ୱଳ ତାରା ଦେଖା ଯାଆନ୍ତି । ଗୋଟିଏ ଖୁବ୍ ଧଳା ରଙ୍ଗର, ଆରଟି କିଂଚିତ୍ ମାଟିଆ । ଚୀନ ଦେଶରେ ଏହି ଦୁଇ ତାରାଙ୍କ ବିଷୟରେ ଚମତ୍କାର କଥାଟିଏ ପ୍ରଚଳିତ ଅଛି । ସେ...
ଅନେକ ଦିନ ତଳର କଥା । ଚୀନ ଦେଶରେ ଗୋଟିଏ ଛୋଟ ଗାଁର ଏ କାହାଣୀ । ସେଇଠି ରହୁଥାଆନ୍ତି ଗୋଟିଏ ଛୋଟ ଖପରଲି ଘରେ କାଠୁରିଆ, ତାର ସ୍ତ୍ରୀ ଏବଂ ତାଙ୍କର ଛୋଟ ଝିଅଟିଏ । ସେମାନେ ତ ଭାରି ଗରିବ ଥିଲେ । ହେଲେ ପାଖ ଜଙ୍ଗଲରୁ କାଠ ଆଣି କାଠୁରିଆ ତାର ବ୍ୟବସାୟ କରୁଥିଲା । ବାରିରେ ପରିବା ଆଦାୟ କରି ଦୁଃଖେ ସୁଖେ ଦୁଇ ପ୍ରାଣୀ ଚଳି ଯାଉଥିଲେ । ତାଙ୍କର କେବେ ବି କିଛି ବଳୁ...
ଚୀନ ଦେଶର କଥା । ସେଇଠି ଗୋଟିଏ ଗାଁରେ ଚ୍ୟାଙ୍ଗ୍ ବୋଲି ପିଲାଟିଏ ଥିଲା । ପିଲାଦିନୁ ସେ ଭାରି ସାହସୀ । ତା ଗାଁ ଥିଏଟରରେ ସେ ବେଳେ ବେଳେ ଅଭିନୟ କରେ ବୋଲି ତାକୁ ସେ ଗାଁ ଲୋକ ଅତ୍ୟନ୍ତ ସୁଖ ପାଆନ୍ତି । ଡର କ’ଣ ସେ ଆଦୌ କିଛି ଜାଣିନାହିଁ । ଅନ୍ଧାର ରାତିରେ ଯେଉଁ ବାଟରେ କେହି କେବେ ଯାଆନ୍ତି ନାହିଁ, ଚ୍ୟାଙ୍ଗ୍ ସେଠାରେ ନିଧଡକ ଭାବରେ ବୁଲୁଥାଏ । ଗାଁର ନଈକୂଳ...
ସେ କାଳର କଥା । ଆଜକୁ ଚାରିଶହ ବର୍ଷ ପୂର୍ବେ ଓଡିଶାରେ ଗଜପତି ପ୍ରତାପରୁଦ୍ରଦେବ ଶାସନ କରୁଥିଲେ । ତାଙ୍କର ଜଣେ ମନ୍ତ୍ରୀ ଥିଲେ ସୋମନାଥ । ଏହି ମନ୍ତ୍ରୀଙ୍କର ପୁଅ ଭକ୍ତକବି ବଳରାମ। ଓଡିଶାରେ ସେ ବଳରାମ ଙ୍କୁ ଅବା କିଏ ନ ଜାଣେ । ତାଙ୍କ ଲିଖିତ ଜଗମୋହନ ରାମାୟଣ ଓଡିଆମାନେ କେତେ ଆଦରରେ ପଢିଥାଆନ୍ତି । ସେ ବଳରାମ ଦାସ ତ ଜଗନ୍ନାଥଙ୍କର ଭାରି ଭକ୍ତ ଥିଲେ ।...
ଏକଦା ପାର୍ବତୀମାତା ଈଶ୍ୱରଙ୍କଠାରୁ ବ୍ରହ୍ମଜ୍ଞାନ ଶିକ୍ଷା କରିବା ପାଇଁ ଖୁବ୍ ଆଗ୍ରହ ପ୍ରକାଶ କଲେ । ତେଣୁ ଈଶ୍ୱର, ପାର୍ବତୀଙ୍କୁ ନିଜ ସାଙ୍ଗରେ ନେଇ ନୈମିଷ୍ୟାରଣରେ ପହଁଚିଲେ । ନୈମିଷ୍ୟାରଣ ହେଉଛି ଗୋଟିଏ ସୁନ୍ଦର ଓ ପବିତ୍ର ସ୍ଥାନ । ସେଠାରେ ମୁନି ଋଷିମାନେ ବାସ କରନ୍ତି । ଈଶ୍ୱର ଓ ପାର୍ବତୀ ଦୁହେଁ ସେହି ଅରଣ୍ୟର ଏକ ନିକାଂଚନ ସ୍ଥାନରେ ଯାଇ ଉପସ୍ଥିତ ହେଲେ ।...