ଅନେକ ଦିନ ତଳର କଥା । ଓଡିଶାର ଜଣେ ବଣିକ ସମୁଦ୍ର ପଥ ଦେଇ ଜାଭା, ସୁମାତ୍ରା ଓ ବୋର୍ଣ୍ଣିଓରେ ଓଡିଶାର ଦ୍ରବ୍ୟ ବିକ୍ରୟ କରି ସେଠାରୁ ସୁନା, ରୂପା, ହୀରା ଓ ନୀଳା, ମୋତି, ମାଣିକ୍ୟ ଆଦି ଜିନିଷ ନେଇ ଆସନ୍ତି । ସେଇ ସାଧବ ପୁଅମାନଙ୍କ ଲାଗି ଦେଶରେ ସୁନା ଫଳୁଥିଲା । ଏହାର ନାବିକମାନଙ୍କ ଉପରେ ଜଳ ଦସ୍ୟୁମାନେ ବାରମ୍ବାର ଆକ୍ରମଣକରି ସେମାନଙ୍କ ଠାରୁ ସେହି ମୂଲ୍ୟବାନ୍...
Category - ମନ ଭୁଲା କାହାଣୀ
କର୍ଣ୍ଣାଟକରେ ଶ୍ରୀନିବାସ ନାମକ ସ୍ୱର୍ଣ୍ଣକାର ସଂପ୍ରଦାୟର ଜଣେ ଶେଠ୍ ଥିଲେ । ସେ ଅତି କୃପଣ ଥିଲେ । ଦିନେ ଜଣେ ଗରିବ ବ୍ରାହ୍ମଣ ଶ୍ରୀନିବାସଙ୍କୁ ଭେଟି ଝିଅ ବିଭାଘର ନିମନ୍ତେ କିଛି ସାହାଯ୍ୟ ପାଇଁ ପ୍ରାର୍ଥନା କଲେ । ଶ୍ରୀନିବାସ ବହୁ ଚିନ୍ତା କଲା ପରେ ଦୁଇ ଥାଳିରେ ରଖାଯାଇଥିବା କିଛି ଅର୍ଥ ଆଣି ବ୍ରାହ୍ମଣଙ୍କ ସମ୍ମୁଖରେ ରଖି ଉଭୟରୁ ଗୋଟିଏ ଲେଖା ଟଙ୍କା...
ଅନେକ ବର୍ଷ ତଳେ ଜଣେ ଧର୍ମଜ୍ଞ ରାଜା ଥିଲେ । ‘ପୂର୍ବ ଜନ୍ମରେ ମୁଁ ଏପରି କି ପ୍ରକାର ପୁଣ୍ୟ ଅର୍ଜନ କରିଥିଲିଯେ, ଆଜି ମୋତେ ଏତେ ସୁଖ, ଶାନ୍ତି, ଆନନ୍ଦ ମିଳୁଛି?’ ଏହି କଥା ଜାଣିବା ପାଇଁ ସେ ଜ୍ୟୋତିଷମାନଙ୍କୁ ଡାକିଲେ । ସେମାନଙ୍କୁ କହିଲେ, “ମୋ ପୂର୍ବଜନ୍ମ ବିଷୟରେ ଯିଏ ଠିକ୍ କଥା କହିପାରିବ ତା’ର ପାଂଚ ପୁରୁଷ ପାଇଁ ଯେତେ ଧନ ଦ୍ରବ୍ୟ ଦରକାର ତାକୁ ଦିଆଯିବ ।”...
ଏକଦା ରାଜା ଶିବିଙ୍କ ଦରବାରରେ ପରମହଂସ ନାମକ ଜଣେ ସାଧୁ ଥିଲେ । ସେ ସର୍ବଦା ରାଜା ଶିବିଙ୍କୁ ସତ୍ ମାର୍ଗରେ ଚାଲିବା ପାଇଁ ଉପଦେଶ ଦେଉଥିଲେ । ରାଜା ଶିବିଙ୍କ ରାଜ୍ୟରେ ଜଣେ ବ୍ରାହ୍ମଣ ଥିଲେ । ସେହି ବ୍ରାହ୍ମଣଙ୍କର କନ୍ୟାର ବିବାହ ନିମନ୍ତେ ସେହି ନଗରରେ ଥିବା ଜଣେ ସ୍ୱର୍ଣ୍ଣକାର (ବଣିଆ) ଙ୍କୁ ଗହଣା ତିଆରି କରିବା ପାଇଁ କିଛି ପରିମାଣରେ ସୁନା ଦେଲେ । ...
ପଂଚଭୂତର ସାହାଯ୍ୟ ନେଇ ବ୍ରହ୍ମା ସଂସାର ଗଢିଲେ । ସେମାନଙ୍କୁ ପଚାରିଲେ କିଏ କ’ଣ କରିବାକୁ ଚାହୁଁଛି ମୋତେ କୁହ । ସେହି ପଂଚଭୂତ ହେଲା – କ୍ଷିତ୍, ଅପ୍, ତେଜ୍, ମରୁତ୍ ଓ ବ୍ୟୋମ ଅର୍ଥାତ୍ ପୃଥିବୀ, ଜଳ, ଅଗ୍ନି, ପବନ ଓ ଆକାଶ । ସେହି ପଂଚଭୂତମାନେ ବ୍ରହ୍ମାଙ୍କ ପାଖକୁ ଧାଡିବାନ୍ଧି ଆସିଲେ । ପ୍ରଥମେ ଆସିଲେ ଆକାଶ । ତାଙ୍କୁ ବ୍ରହ୍ମା ପଚାରିବାରୁ ସେ...
ଏକଦା ଗୋସ୍ୱାମୀ ତୁଳସୀ ଦାସ ରାତିରେ କୌଣସି ଏକ ସ୍ଥାନରୁ ଫେରୁଥିଲେ । ସେ ଏକୁଟିଆ ଆସୁଥିବା ବେଳେ ବାଟରେ ଜଣେ ଚୋରକୁ ଭେଟିଲେ । ଅନ୍ଧାର ରାତିରେ ଚୋରଟି ତୁଳସୀ ଦାସଙ୍କୁ ଦେଖି ପଚାରିଲା କିଏ ତୁମେ? ତୁଳସୀ ଦାସ ଉତ୍ତର ଦେଲେ, ଭାଇ ତୁମରି ପରି ମଣିଷଟିଏ । ଚୋରଟି ନିଜ ବୁଦ୍ଧିରେ ବିଚାର କଲା ଇଏ ମୋ ଭଳି ଗୋଟାଏ ଚୋର ନିଶ୍ଚୟ । ସେ ଖୁସି ହୋଇ କହିଲା – “ହଁ...
ପୂର୍ବରୁ ସାପଗୁଡିକ ଆଦୌ ବିଷାକ୍ତ ନ ଥିଲେ । ବହୁତ ସରଳ ଜୀବଟିଏ ଥିଲା ସାପ । ସାପକୁ ଦେଖିବା ମାତ୍ରେ ବିଭିନ୍ନ ପ୍ରକାର ପଶୁପକ୍ଷୀ ତାକୁ ମାରି ଖାଇଦଉଥିଲେ । ତେଣୁ ସାପଗୁଡିକ ଅତ୍ୟନ୍ତ ଭୟରେ ଦିନ କଟାଉଥିଲେ । ଦିନକର କଥା । ଗୋଟିଏ ସାପକୁ ବହୁତ ଗୁଡିଏ ବଣୁଆ ପଶୁ ଗୋଡାଇଲେ ମାରିବାକୁ । ତେଣୁ ସାପଟି ଭୟରେ ଏକ ନେଉଳ ଗାତ ମଧ୍ୟରେ ପଶିଗଲା । ନେଉଳ ସ୍ୱଭାବରେ ମଧ୍ୟ...
ବୀରମହାରାଜପୁର ବୋଲି ଗୋଟିଏ ଛୋଟିଆ ଗାଁ ଥିଲା । ସେହି ଗାଁରେ ଗୋଟିଏ ସାପୁଆ କେଳାର ପରିବାର ରହୁଥିଲା । ସାପୁଆ କେଳା ରାସ୍ତା ଘାଟରେ ସାପ ଖେଳ ଦେଖାଇ ଯାହା ପଇସା ଆଣେ ସେତିକି ପଇସାରେ ତା ଘର ଚଳେ । ସେ ସାପୁଆ କେଳାର ଗୋଟିଏ ସୁନ୍ଦର ଝିଅ ଥିଲା । ତେଣୁ ସେ ସାପୁଆ କଳା ସର୍ବଦା ତା ଝିଅର ବାହାଘର କଥା ଭାବି ଚିନ୍ତା କରୁଥିଲା । ଦିନକର କଥା । ଗାଁ ଜମିଦାରଙ୍କ ଘରେ...
ବହୁବର୍ଷ ତଳର କଥା । ଦଶପଲ୍ଲାର ଘୋର ଜଙ୍ଗଲରେ ଭାଲୁଟିଏ ବାସ କରୁଥିଲା । ତା’ର ନାମ ବିଲୁ । ସେ ଭାଲୁଟି ଅତ୍ୟନ୍ତ ସାଧାରଣ ଓ ଦୟାଳୁ ଥିଲା । ଏକଦା ସେ ଭାଲୁ ବିଲୁ ମହୁ ଖାଇବାକୁ ଭାରି ଇଚ୍ଛା କଲା । ତେଣୁ ଭାଲୁ ବିଲୁ ଜଙ୍ଗଲରେ ଏଣେ ତେଣେ ଘୂରି ବୁଲିଲା ମହୁ ଖୋଜିବାରେ । ଜଙ୍ଗଲରେ ବୁଲୁ ବୁଲୁ ଜଙ୍ଗଲ ମଝିରେ ସେ ଭାଲୁ ବିଲୁ ଦେଖିଲା ସୁନ୍ଦର ଫୁଲ ବଗିଚାଟିଏ । ଆଉ...
ଥରେ ମହାଦେବ ଓ ବିଷ୍ଣୁ ସେମାନଙ୍କ ଭକ୍ତମାନଙ୍କ ପାଖକୁ ବୁଲିଯିବାକୁ ବିଚାର କଲେ । ତେବେ ପ୍ରଥମେ କାହା ଭକ୍ତଙ୍କ ପାଖକୁ ଯିବେ? ଶେଷରେ ଦୁହେଁ ବିଚାର କଲେ ଯେ ମହାଦେବଙ୍କ ଭକ୍ତଙ୍କ ପାଖରୁ ଭ୍ରମଣ ଆରମ୍ଭ କରିବେ । ତେଣୁ ଦେବତା ରୂପ ଛାଡି ସେମାନେ ଗରିବ ବ୍ରାହ୍ମଣ ବେଶ ଧାରଣ କଲେ ଓ ଭକ୍ତଙ୍କ ଘର ଆଡେ ଚାଲିଲେ । ମହାଦେବଙ୍କ ଭକ୍ତମାନେ ଥିଲେ ଅପେକ୍ଷାକୃତ ଧନଶାଳୀ...
ଗୁରୁକୁଳ ଆଶ୍ରମରେ ଅନେକ ଶିଷ୍ୟ ଜୀବନ ଭିତିକ ଶିକ୍ଷାଲାଭ କରୁଥାନ୍ତି । ବହୁ ବିଜ୍ଞ ଲୋକ ସେମାନଙ୍କ ପିଲାମାନଙ୍କୁ ସେହି ଆଶ୍ରମକୁ ଛାଡୁଥିଲେ । ଶିକ୍ଷାଦାନ କରୁଥିବା ଋଷି ଥିଲେ ମହାନ ଜ୍ଞାନୀ, ପରମତ୍ୟାଗୀ ଓ ଅତ୍ୟନ୍ତ ଛାତ୍ରବବତ୍ସଳ । ନିଜର ଆଦର୍ଶ ବଳରେ ସେ ତାଙ୍କ ଛାତ୍ରମାନଙ୍କୁ ବହୁ ନୂଆ ନୂଆ କଥା କାହାଣୀ ପ୍ରଦାନ କରୁଥିଲେ । ସେଠାକାର ଦିନଚର୍ଯ୍ୟା ଥିଲା...
ଦିନକର କଥା । ଜଣେ ଭଦ୍ରବ୍ୟକ୍ତି ନିଜର ଦଶ ବର୍ଷର ପୁଅକୁ ଧରି ନଦୀକୁ ଗାଧୋଇବାକୁ ଯାଇଥିଲେ । ପୁଅ ନଦୀରେ ଗାଧେଇଲା ଓ ପରେ ସେଇ ନଦୀ ବାଲିରେ ସେ ଖେଳିବାକୁ ଲାଗିଲା । ନଦୀ ବାଲିରେ ସେ ପୁଅଟି ଏକ ସୁନ୍ଦର ଘର ତିଆରି କରୁଥିଲା । ଠିକ୍ ଏତିକି ବେଳେ ସେ ପିଲାଟିର ବାପା ନଦୀରୁ ଗାଧୋଇ ସାରି ଆସି ତାଙ୍କ ପିଲାଟିକୁ ଘରକୁ ଯିବାକୁ ଡାକିଲେ । ଘର ତିଆରିରେ ବ୍ୟସ୍ତ ଥିବା...
ଥରେ ତିନିଜଣ ମୁସଲମାନ ନମାଜ ପଢୁଥିଲେ । ପ୍ରଥମ ଜଣକ ନମାଜ ପଢିବା ଭିତରେ କିଛି କଥା କହିଲା । ଏହା ଦେଖି ଦ୍ୱିତୀୟ ଜଣକ କହିଲା, ଭାଇ ନମାଜ ପଢିବା ବେଳେ ତୁମେ କଥା କହୁଛ, ଏଥର ଜାଣ ଯେ, ତୁମ ନମାଜ ନଷ୍ଟ ହୋଇଗଲା । ତାଙ୍କ ଦେଖାଦେଖି ତୃତୀୟ ଜଣକ ଟିକେ ହସି ଦେଇ ଦ୍ୱିତୀୟ ଜଣକୁ କହିଲା, ତୁମେ ବି ତ କଥା କହିଲ, ତାହେଲେ ତୁମର ମଧ୍ୟ ନମାଜ ନଷ୍ଟ ହୋଇଗଲା । ଜଣେ ଭଦ୍ର...
ପୁରୁଣା କାଳ କଥା । ଛତ୍ରପତି ଶିବାଜୀ ରାଜା ହୋଇ ଶାସନ ଭାର ସମ୍ଭାଳିଥାନ୍ତି । ରାଜ୍ୟ ପରେ ରାଜ୍ୟ ଜୟ କରୁଥାନ୍ତି । ଥରେ ଏକ ରାଜ୍ୟ ଜୟ କରିବା ପାଇଁ ସେନାପତିଙ୍କୁ ଶିବାଜୀ ନିର୍ଦ୍ଧେଶ ଦେଲେ । ଶିବାଜୀଙ୍କ ନିର୍ଦ୍ଧେଶ କାର୍ଯ୍ୟକାରୀ ହେଲା । ସେନାପତି ତାଙ୍କ ସେନା ଧରି ରାଜ୍ୟ ଜୟ କରିବାକୁ ବାହାରିଗଲେ । ଅନେକ ଦିନ ବିତିଗଲା । ଦିନେ ସିଂହାସନରେ ଶିବାଜୀ...
ଥରେ ଜଣେ ବ୍ୟକ୍ତି ଏକ ଜଙ୍ଗଲ ମଧ୍ୟ ଦେଇ ଯାଉଥିଲେ । ଅନେକ ବାଟ ଗଲା ପରେ ଖୁବ୍ କ୍ଳାନ୍ତ ହୋଇ ସେ ଏକ ଗଛ ତଳେ ବସିଗଲେ । ଏହି ସମୟରେ ହଠାତ୍ ତାଙ୍କର ନଜର ପଡିଥିବା ଏକ ବୋତଲ ଉପରେ ପଡିଲା । ଏଣେ ତେଣେ ଅନାଇ ସେ ବ୍ୟକ୍ତି ଜଣକ ବୋତଲଟିକୁ ଉଠାଇଲେ । ସେ ବୋତଲଟି ବି ଭାରି ସୁନ୍ଦର ଲାଗୁଥାଏ । ତେଣୁ ଏ ବ୍ୟକ୍ତି ଜଣକ ଅତି ଆଗ୍ରହରେ ବୋତଲଟିକୁ ଦେଖୁ ଦେଖୁ ସେହି...