ଜାପାନ୍ରେ ଥିବା ଏକ ଜାଗାର ନାଆଁ ଫୁନାବାରା । ତାହା ଦେଖିବାକୁ ଖୁବ୍ ସୁନ୍ଦର । ତେଣୁ ସେହି ଜାଗା ଓ ତା’ ଆଖପାଖର ଦୃଶ୍ୟ ଦେଖିବା ପାଇଁ ସେଠାରେ ଦେଶ ବିଦେଶର ଲୋକମାନଙ୍କ ଭିଡ ଜମେ । ସେମାନଙ୍କ ରହଣି ପାଇଁ ଫୁଜି କାଙ୍କୋ ନାମକ ସଂସ୍ଥାଟିଏ ସେଠାରେ ତିଆରି କଲେ ଏକ ବିଳାସପୂର୍ଣ୍ଣ ହୋଟେଲ୍ । ହୋଟେଲ୍ଟିରେ ରହିବା ଖୁବ୍ ମହଙ୍ଗା । ପୁଣି ସେଠାରେ ରଖାଯାଇଥିଲା ସୁନାରେ...
Category - ବିଦେଶୀ ଗଳ୍ପ
ଯେଉଁ ଦିନଠାରୁ ସୁନା ସହ ମଣିଷର ଚିହ୍ନା ପରିଚୟ ହୋଇଛି, ସେହିଦିନଠାରୁ ସୁନାର ମୋହରେ ପଡିଯାଇଛି ସେ । ପୁରାକାଳରେ ମିଶର୍ ଦେଶରେ କୁଆଡେ ଗଚ୍ଛିତ ହୋଇ ରହିଥିଲା ସବୁଠାରୁ ବେଶୀ ସୁନା । ନୀଳନଦୀର ପଶ୍ଚିମ ତଟରେ ରହିଛି ଥେବିସ୍ ଉପତ୍ୟକା । ସେହି ଉପତ୍ୟକାରେ ମିଶର୍ର ସେତେବେଳର ରାଜା ଫାରାହୋମାନଙ୍କର କବର ରହିଛି । ୧୯୦୭ ମସିହାରେ ମିଶର୍...
ସୁନା ଠୁଳ କରିବା ବିଷୟରେ ଖାନ୍ ବାଟୁଙ୍କୁ ନେଇ ରହିଛି ଏକ ମଜା କଥା । ବିଭିନ୍ନ ରାଜ୍ୟ ଜୟକରି ଖାନ୍ ବାଟୁ ବହୁ ପରିମାଣର ସୁନା ଲୁଣ୍ଠନ କରି ଆଣିଥିଲେ । ସେହି ସୁନାକୁ ବ୍ୟବହାର କରି ସେ ତିଆରି କରାଇଥିଲେ ବିରାଟ ଦୁଇଟି ଘୋଡା ମୂର୍ତ୍ତି । ପ୍ରତ୍ୟେକ ସୁନାଘୋଡାର ଓଜନ ଥିଲା ୧୫୦୦ କିଲୋଗ୍ରାମ୍ । ଘୋଡା ଦୁଇଟିକୁ ସେ ସ୍ଥାପନ କରିଥିଲେ ନିଜ ରାଜଧାନୀ ସାରାଇବାଟୁରେ ।...
ଦକ୍ଷିଣ ଆମେରିକାର ପେରୁ ଦେଶ । ୧୪୦୦-୧୫୫୩ ଖ୍ରୀଷ୍ଟାବ୍ଦ ସମୟରେ ସେଠାରେ ବାସ କରୁଥିଲେ ଇନ୍କାମାନେ । ସେମାନେ ଥିଲେ ଲୋହିତ ଇଣ୍ଡିଆନ ସଂପ୍ରଦାୟା ଇନ୍କାମାନେ ଆଦିବାସୀମାନଙ୍କ ଭଳି ଜୀବନଯାପନ କରୁଥିଲେ । ସେମାନଙ୍କର ବିଶ୍ୱାସ ଥିଲା ଯେ ସୁନା ହେଉଛି ଦେବତାମାନଙ୍କ ଭିତରେ ସବୁଠାରୁ ବଡ ସୂର୍ଯ୍ୟ ଦେବତାଙ୍କ ଦେହର ଝାଳ । ସେଥିପାଇଁ ସେମାନେ ପୂଜା ଉପାସନା କରୁଥିଲେ...
ସୁନା ମିଳୁଥିବା ଦେଶଗୁଡିକରୁ ଚୋରେଇ ଲୁଚେଇ ଅନ୍ୟ ଦେଶର ଲୋକେ ନିଜ ଦେଶକୁ ସୁନା ବୋହି ନେଉଥିଲେ । ଏଥିପାଇଁ ସେମାନେ ଯୁଦ୍ଧର ସାହାଯ୍ୟ ମଧ୍ୟ ନେଉଥିଲେ । ସୁନା ବୋଝେଇ ହୋଇଥିବା ବୋଇତ ବା ଜାହାଜମାନ ଯାତ୍ରା କରୁଥିଲା ସମୁଦ୍ରରେ । ତେବେ ସମୁଦ୍ର ମଧ୍ୟ ମଝିରେ ମଝିରେ ଏଭଳି ଅନ୍ୟାୟ କାର୍ଯ୍ୟର ପ୍ରତିରୋଧ କରୁଥିଲା । ସମୁଦ୍ରରେ ଭୀଷଣ ଝଡ ଉଠି ସମୁଦ୍ରରେ ବୁଡି...
ଉନବିଂଶ ଶତାବ୍ଦୀର ଶେଷ ଆଡକୁ ଆମେରିକାରେ ଘଟିଲା ଏକ ମଜାଦାର ଘଟଣା । ଫିଲାଡେଲ୍ଫିଆରେ ଥିବା ଟଙ୍କା ତିଆରି କାରଖାନା ବା ମୁଦ୍ରଶାଳା ନିକଟରେ ଥିଲା ଖୁବ୍ ପୁରୁଣା ଚର୍ଚ୍ଚଟିଏ । ଚର୍ଚ୍ଚଟିର ମରାମତି ଦରକାର ପଡିଲା । କିନ୍ତୁ ପାଖରେ ରହୁଥିବା ଜଣେ ବ୍ୟକ୍ତି ଚର୍ଚ୍ଚର ଛାତକୁ ତିନିହଜାର ଡଲାର୍ ଦେଇ କିଣିନେବା ନିମନ୍ତେ ପ୍ରସ୍ତାବ ଦେଲେ । ଛାତଟି ଏତେ ଦୁର୍ବଳ ହୋଇ...
ଆମେରିକା ସରକାରଙ୍କ ସୁନା ଗଚ୍ଛିତ ହୋଇ ରହିଛି ଏକ ଦୁର୍ଗ ଭିତରେ । ଆଉ ସେ ଦୁର୍ଗଟିର ନାଁ ଫୋର୍ଟ ନକ୍ସ । ସେଇଠି ଭୂଇଁତଳେ ଏକ ସୁଦୃଢ ଅଟ୍ଟାଳିକା ହିଁ ତା’ କୋଳରେ ଧରିଛି ଆମେରିକା ସରକାରଙ୍କ ସୁନାତକ । ସେଠାରେ କେବଳ ସୁନା ରଖାଯାଇନି, ସୁନା ସମେତ ସଂରକ୍ଷିତ ହୋଇ ରହିଛି ବହୁ ଗୁରୁତ୍ୱପୂର୍ଣ୍ଣ ଦଲିଲ୍ । ଫୋର୍ଟ ନକ୍ସକୁ ଛାଡିଦେଲେ ନିୟୁୟର୍କସ୍ଥିତ ଫେଡେରାଲ୍...
କହିଲ ଦେଖି, ସୁନାକୁ ଗୋଟିଏ ମୂଲ୍ୟବାନ୍ ଧାତୁ ବୋଲି କାହିଁକି କୁହାଯାଇଥାଏ? ଯେଉଁ ଧାତୁଗୁଡିକୁ ପ୍ରକୃତି ପୃଥିବୀରେ ସାଇତି କରି ରଖିଛି ଏବଂ ଯାହା ଅଳ୍ପ ପରିମାଣରେ ମିଳେ ତଥା ମୂଲ୍ୟବାନ, ସେଗୁଡିକୁ ଆମେ ମୂଲ୍ୟବାନ ଧାତୁ ବୋଲି କହୁ । ସୁନା, ରୂପା ଓ ପ୍ଲାଟିନମ୍ ଇତ୍ୟାଦି ହେଉଛି ମୂଲ୍ୟବାନ ଧାତୁର କେତୋଟି ଉଦାହରଣ । ତୁମମାନଙ୍କ ଘରେ ତ...
ପ୍ରକୃତରେ କିଏ ସୁନା ଆବିଷ୍କାର କରିଥିଲେ ଓ କେଉଁଠି ତାହା ସବାପ୍ରଥମେ ଆବିଷ୍କାର କରାହୋଇଥିଲା ତାହା ନିର୍ଦ୍ଦିଷ୍ଟ ଭାବରେ ଜଣାନାହିଁ । ଗ୍ରୀସ ଦେଶର ପୁରୁଣା ବିଖ୍ୟାତ କାବ୍ୟ ଗୁଡିକରେ ସୁନା ବିଷୟରେ ଲେଖା ରହିଛି । ମିଶରର ପୁରୁଣା ଶାସ୍ତ୍ରଗୁଡିକରେ ମଧ୍ୟ ଉତ୍ପାଦନ ସଂପର୍କରେ ଉଲ୍ଲେଖ ଅଛି । ମିଶରର ସମ୍ରାଟମାନଙ୍କୁ କୁହାହେଉଥିଲା ଫାରାହୋ । ଫାରାହୋମାନଙ୍କ କବରର...
ପୃଥିବୀର କେଉଁ କେଉଁ ଦେଶରେ ସୁନାଖଣିମାନ ଅଛି ତାହା କହି ପାରିବ? ପୃଥିବୀର ୯୦ରୁ ବେଶୀ ଦେଶରେ ସୁନାଖଣି ରହିଥିବାର ଜଣାପଡିଛି । ବେଶୀ ସୁନାଥିବା ପ୍ରଥମ ଦଶଟି ଦେଶ ରହିଛି ପ୍ରଧାନତଃ ଚାରିଟି ମହାଦେଶରେ । ୨୦୧୧ ମସିହାର ତଥ୍ୟ ଅନୁସାରେ ସେହିସବୁ ଦେଶ ଉତ୍ପାଦନ କରିଥିଲେ ୧୮ ଲକ୍ଷ କିଲୋଗ୍ରାମ୍ ସୁନା । ଚୀନ୍ରେ ହିଁ ସର୍ବାଧିକ ସୁନା ଉତ୍ପାଦିତ...
ସୁନା ସଂପର୍କରେ ଅନେକ କୌତୂହଳପୂର୍ଣ୍ଣ ଘଟଣାର ଉଲ୍ଲେଖ ରହିଛି । ଉଲ୍ଲେଖ ଅଛି ଯେ ୧୪୯୨ରୁ ୧୬୦୦ ମସିହା ଭିତରେ ସ୍ପେନ୍ର ସୈନ୍ୟବାହିନୀ ପେରୁର ଇନ୍କା ସାମ୍ରାଜ୍ୟରୁ ଲୁଟି ନେଇଥିଲେ ୨ ଲକ୍ଷ ୨୫ ହଜାର କିଲୋଗ୍ରାମ ପରିମାଣର ସୁନା । ସୋଭିଏଟ୍ ରୁଷର ଅର୍ଥତତ୍ତ୍ୱବିତ୍ମାନଙ୍କ କହିବା ଅନୁସାରେ ପ୍ରାଚୀନ ବ୍ୟାକଟ୍ରିଆର ଡକାୟତଦଳ ସିଲ୍ମରୁଟ୍ଦେଇ...
ଜଣେ ଲାମା (ବୌଦ୍ଧ ସନ୍ନ୍ୟାସୀ) ଗୋଟିଏ ପାହାଡ ଗୁମ୍ଫାରେ ରହୁଥାନ୍ତି । ଅଧିକାଂଶ ସମୟ ସେ ଧ୍ୟାନରେ ବସିଥାନ୍ତି । ଦିନେ ସଞ୍ଜବେଳେ ଗୋଟିଏ ଦସ୍ୟୁ ସେଠାରେ ଯାଇ ପହଁଚିଲା । ଗୁମ୍ଫା ଭିତରେ କେହି ରହୁନାହାଁନ୍ତି ଭାବି ସେ ଦସ୍ୟୁ ଜଣକ ଗୁମ୍ଫା ଭିତରେ ପଶିଲା । ଅନ୍ଧାରରେ ତ କିଛି ବି ଦେଖାଯାଉ ନଥାଏ । ଏହି ସମୟରେ ହଠାତ୍ ତା କାନରେ ବାଜିଲା...
ବହୁତ ଦିନ ତଳର କଥା । ବୁଢାଲୋକଟିଏ ଥାଏ । ତା’ ନାଁ ବୁରୁଙ୍ଗ୍ । ବଣରୁ କାଠ କାଟି, ତାକୁ ବିକି ସେ ଚଳୁଥାଏ । ଦିନେ ବଣରୁ କାଠ କାଟି କାଠ ବିଡାଟି ମୁଣ୍ଡରେ ଥୋଇ ସେ ବୁରୁଙ୍ଗ୍ ଘରକୁ ଫେରୁଥାଏ – ଭାବୁଥାଏ, କାଠ ବିକି କେତେଟଙ୍କା ପାଇବ । ବାଟରେ ତାକୁ ଭାରି ଶୋଷ ହେଲା । କାଠ ବିଡାଟି ତଳେ ଥୋଇ ଝରଣାରୁ ସେ ବୁରୁଙ୍ଗ୍ ପାଣି ପିଇଲା । ପାଣି ପିଇସାରି କାଠ ବିଡାଟି...
ଅନେକ ଦିନ ତଳେ ଜର୍ମାନର ହାମେଲିନ୍ ସହରରେ ମୂଷାମାନେ ଉପଦ୍ରବ ଆରମ୍ଭ କଲେ । ସେ ସହରରେ ମୂଷାମାନଙ୍କର ଏପରି ଉପଦ୍ରବ ପୂର୍ବରୁ କେବେ ବି ଦେଖାଯାଉନଥିଲା କିମ୍ବା ଏବେ ମଧ୍ୟ ଆଉ କେବେ ଦେଖାଯାଉ ନାହିଁ । ସେଇ କଳାରଙ୍ଗର ମୂଷାମାନେ ଦିନବେଳା ଆଲୋକରେ ପଦାକୁ ବାହାରି କାହାରିକୁ ଭୟ ନକରି ରାସ୍ତାଘାଟ ଓ ଘରଦ୍ୱାରରେ ଦଳଦଳ ହୋଇ ଦୌଡାଦୌଡି କରୁଥିଲେ । ଏମାନଙ୍କ ସଂଖ୍ୟା...
ଆଫ୍ରିକା ମହାଦେଶର ଶେଷଭାଗରେ କେପ୍ଟାଉନ୍ ନାମକ ଏକ ସହର ଅବସ୍ଥିତ । ସୁନ୍ଦର ପୃଥିବୀର ସୀମାରେ ଏହି ପାର୍ବତ୍ୟ ଭୂମିରେ ଶୋଭା ପାଉଛି । ଏହି ସହର ନିକଟରେ ଥିବା ଏକ ଉପସାଗରରେ ଭାରତ ମହାସାଗରର ଏକ ଉଷ୍ମ ସ୍ରୋତ ସହିତ ଆଂଟାର୍କଟିକା ମହାସାଗରର ଏକ ଶୀତଳସ୍ରୋତ ମିଶି ପ୍ରବାହିତ ହେଉଛି । ଏହି ସହରରେ ଦୁର୍ଗ ସଦୃଶର ଟେବୁଲ ଆକୃତିର ଏକ ପର୍ବତରହିଛି ଯାହାର ଗୋଟିଏ...