ସାଆନ୍ତାଣୀଙ୍କର ଟାଣୁଆ ହୁକୁମ ଜାରି, ରାତି ତ ରାତି, ଦିନବେଳେ ବି ବାବୁ ଯେମିତି ଏ ଘରୁ ଗୋଡ କାଢି କାହିଁ କୁଆଡେ ବି ଯାଇପାରିବେ ନାହିଁ । “କିଆଁ ଯିବ? କଣ ଲୋଡା? ଯାହା କରିବାକୁ ହେବ, ଘରେ ବସି କର । ଲେଖ, ପଢ । ହେଲେ ଖବରଦାର, ବାହାରକୁ ବାହାରିବ ନାହିଁ ।” ବାବୁଙ୍କ ନିହାତି କୁହାବୋଲା ଆକୁଳ ବିକଳରେ ହୁକୁମ ହୋଇଛି – ସକାଳେ ପା ଘଂଟା ଲାଗି ଦାଣ୍ଡଦୁଆର ପାଖ...
Category - ଅର୍ବାଚୀନ ଗପ
ସୁବଳା ମହାକୁଡ ଓରଫେ ସୁବଳ ସିଂହର ବାପ ଅମଳରୁ ଗୋଟିଏ ମଇଁଷି ପଲ ଥିଲା । ମହାକୁଡ ହରିଶପୁର ବଣ ଭିତରେ ପଲାରେ ସବୁବେଳେ ଥାଏ । ଘରକୁ ସେ କେବେବି ଆସେ ନାହିଁ । ଶୀତ, ବର୍ଷା, ଖରା ସବୁ ତା’ ପକ୍ଷରେ ସମାନ । ହେଲେ ବର୍ଷାଦିନଟା ତା’ଲାଗି ବଡ ଆନନ୍ଦର ଦିନ । କାହିଁକିନା ସେତେବେଳେ ଚରା ଢେର୍ ମିଳେ, ତାଛଡା ମଇଁଷିଗୁଡାକ ବି ବଡ ଦୁଧିଆଳୀ ହୁଅନ୍ତି । ତାଳପତ୍ର...
ଏଇଟା ହେଲା ପ୍ରାୟ ତିରିଶ ଚାଳିଶ ବର୍ଷ ତଳର କଥା । ସେତେବେଳେ ତ କଟକରେ ନୂଆ କଲେଜ୍ ବସିଛି, ସେଠାରେ ଏଫ୍.ଏ. କ୍ଲାସ୍ ପର୍ଯ୍ୟନ୍ତ ପଢାହୁଏ । ଉପର କ୍ଲାସ୍ରେ ଗୋଟି ପନ୍ଦର ଷୋଳ ଛାତ୍ର । ସେଥିମଧ୍ୟରୁ ଆଠ ଦଶଗୋଟି ମଫସଲିଆ, ସେମାନେ ସବୁ ସହର ଭିତରେ ନାନା ଜାଗାରେ ବସାକରି ରହିଛନ୍ତି । ସେତେବେଳେ କଲେଜରେ ବୋର୍ଡିଂ ନ ଥିଲା । କଟକ ଚୌଧୁରୀବଜାର ଭିତରେ ଗୋଟିଏ ସାଦା...
ବିଜେ ନରହରିପୁର ଶାସନମୁଣ୍ଡ ସାହାଲା ଘରକୁ ଛାଡି ପଚାଶ ଷାଠିଏ କଦମ ଦୂରରେ ବଳଦେବଙ୍କ ପୂଜାପିଣ୍ଡି ବା ମଣ୍ଡପ । ଗ୍ରାମ ଦିଗକୁ ଛାଡି ସେ ପିଣ୍ଡିର ଆଉ ତିନିପଟରେ ପାଂଚଶାଲି, ଦଶଶାଲି, ମଧ୍ୟଭଳି ଅତି ପୁରୁଣା ବୁଢା, ଗଣତିରେ ଶହେ ସାତ ନଡିଆଗଛ । ଏଗୁଡିକ ସବୁ ଶାସନ ମହାଜନଙ୍କ କୋଠ ଗଛ । ଫଳ ଏକ ସଙ୍ଗରେ ତୋଳାଯାଇ ଭାଗପିଛେ ବାଂଟ ହୁଏ । ସକାଳ ଓଳି...
ବାବୁ ବଳରାମ ବଳ କଲିକତା ବଡବଜାରର ଜଣେ ଗଦିଆନା ମହାଜାନ । ଉତ୍କଳର ସମସ୍ତ ବେପାରୀଙ୍କର ସେ ଦଣ୍ଡିଦାର । ସମସ୍ତ ମାଲ ଆମଦାନି-ରପ୍ତାନି ତାଙ୍କ ହାତବାଟେ ହେଉଥିଲା । ଲକ୍ଷ ଲକ୍ଷ ଟଙ୍କାର କାରବାର । ଢେର୍ ବର୍ଷ ତଳର କଥା । ସେତେବେଳେ ରେଳ ନାମ ତ କେହି ବି ଶୁଣି ନ ଥିଲେ, ଇଷ୍ଟିମାର ମଧ୍ୟ ଚଳୁ ନ ଥିଲା । ବାଲେଶ୍ୱର ଜାହାଜରେ ମାଲ ଆମଦାନି ରପ୍ତାନି ହୁଏ । କଲିକତା...
ମୁକୁନ୍ଦପୁରର ମକ୍ରୁ ବିଶାଳ ଆଉ ତା ଭାର୍ଯ୍ୟା ବୁଢୀ ସନ୍ନିପାତ ବେମାରିରେ ଆଗ ପଛ ହୋଇ ମାସକ ଭିତରେ ଚାଲିଯିବାବେଳେ ତାଙ୍କର ଗୋଟିଏ ମାତ୍ର ପୁଅ ବିରେଇର ବୟସ ହୋଇଥିଲା ପାଂଚ ବର୍ଷ । ଲଙ୍ଗଳା ପିଲାଟା କିଛି ବି ସେ ବୁଝେ ନାହିଁ । ବାପାମାଆଙ୍କୁ କୋକେଇରେ ଘେନିଯିବାବେଳେ ଦାଣ୍ଡରେ ଭୂଇଁରେ ସେ ଗଡି ‘ବାପା ଲୋ’ ‘ମା ଲୋ’ ବୋଲି ଡକା ପାରୁଥାଏ । ସେ ଘରେ ତ ଆଉ କେହି...
ହରି ସିଂହ ସରକାରୀ କର୍ମରେ ବାହାଲ ହେବା ଦିନଠାରୁ ମଫସଲର ସାନ ବଡ ଅନେକ ପୋଷ୍ଟଅଫିସକୁ ବଦଳି ହୋଇ କର୍ମ ଇଞ୍ଜାମ ସେ କରି ଆସିଲେଣି । ଆଜିକୁ ଦଶବର୍ଷ ହେଲା କଟକ ସଦର ପୋଷ୍ଟଅଫିସରେ ବରାବର ରହି ସେ କର୍ମ କରୁଛନ୍ତି । ଭଲରୂପେ କର୍ମ କରିବାରୁ ସେ ପ୍ରମୋସନ ମଧ୍ୟ ପାଇଲେଣି । ବର୍ତ୍ତମାନ ସେ ହେଡ୍ପିଅନ, ଦରମା ମାସକୁ ତାଙ୍କର ନଅ ଟଙ୍କା । କଟକ ସହରରେ ତ ସବୁ ଜିନିଷ...
ରାମହରି ପଟ୍ଟନାୟକେ ଥିଲେ ପୋଲିସର ଦାରୋଗା । ସାଲେପୁର ପ୍ରଗନା ଗୋପୀନାଥପୁର ଗାଁରେ ସେ ଜଣେ ଖୁବ୍ ଜଣାଶୁଣା ଲୋକ । ଭଲମନ୍ଦ କଥା ପଡିଲେ ଆଖପାଖ ଦଶଖଣ୍ଡ ଗାଁ ଲୋକେ ପରାମର୍ଶ ଲୋଡିବାକୁ ତାଙ୍କ ପାଖକୁ ଧାଇଁଆସନ୍ତି । ପଂଚାୟତ ଲୋକେ ଚାହିଁ ବସିଥାନ୍ତି, ରାମହରିବାବୁ ଆସିବେ, ତେବେ ଯାଇ କଥା ପଡିବ । ବାବୁ ପେନ୍ସନ୍ ପାଇ ପାଂଚବର୍ଷ ଯାଏଁ ଘରେ ବସିଥିଲେ । ତାଙ୍କ...
ଦେଗାଁର ହନୁମାନଜୀ ପ୍ରତ୍ୟକ୍ଷ ଦେବତା । ସେ ତ ଆଉ ଆଜିକାଲିକା କଳିଯୁଗର ଦେବତା ନୁହଁନ୍ତି, ସତ୍ୟଯୁଗରୁ ସେଠାରେ ସେ ବିରାଜୁଛନ୍ତି । ସେଠାକାର ମହନ୍ତ ମହାରାଜାଙ୍କ ନାମ ହନୁମାନ ଦାସ । ତାଙ୍କର ବି ଠିକ୍ ସେହିପରି ମହିମା । ବଡ ବଚନସିଦ୍ଧ ପୁରୁଷ ଥିଲେ ସେ । ଯାହାକୁ ଯାହା ସେ ଆଜ୍ଞା କରୁଥିଲେ, ତୁରନ୍ତ ତାହା ଫଳିଯାଉଥିଲା । ତେଣୁ ତାଙ୍କ ମହିମା କଥା ପୃଥିବୀଯାକ...
(ସତ୍ୟ ଘଟନାମୂଳକ) ଅଜା ରାମ ଦ୍ୱିବେଦୀଏ – ଆରେ ଗଣି! ଆମ ଜମିର ରୋଡସେସ୍ ଟଙ୍କା ଦାଖଲ କରିବା ଲାଗି କଚେରିକୁ ଯାଇଥିଲି । କାଲି ସଞ୍ଜବେଳେ ଘରକୁ ଫେରିଆସିଛି । ଆମ ମୁକ୍ତାର ରାମ ମିଶ୍ରେ, ଆଉ ଦି’ଚାରି ଜଣ ଓକିଲଙ୍କୁ ପଚାରିଲି, କାହିଁ କେହି ତ ସେ ମକଦ୍ଦମା କଥା ଶୁଣିଥିବାର କହିଲେ ନାହିଁ! ପୁରୀ ସହର ଭିତରେ ବି କେତେ ଲୋକଙ୍କ ସାଙ୍ଗରେ...
(ସତ୍ୟ ଘଟନା) ରେଳ ତ କାଲିକା କଥା, କଲିକତାରୁ ପୁରୀ ପର୍ଯ୍ୟନ୍ତ ଯେଉଁ ଉପଯୁକ୍ତ ବହୁଳ ଶଙ୍ଖବିଶିଷ୍ଟ ସମତଳ, ପରିଷ୍କୃତ ସଡକଦାଣ୍ଡ ବିସ୍ତୃତ ଅଛି, ପୂର୍ବକାଳରେ ସେଥିର ଚିହ୍ନ ସୁଦ୍ଧା ବି ବିଦ୍ୟମାନ ନ ଥିଲା । ସେ ସମୟରେ ବଙ୍ଗଦେଶୀୟ ବା ଉତ୍ତର-ପଶ୍ଚିମାଂଚଳସ୍ଥ ଜଗନ୍ନାଥଦର୍ଶନାର୍ଥୀ ଯାତ୍ରୀମାନେ ଭୁଜଙ୍ଗଗତିବତ୍ କୁଟିଳ, ଶ୍ୱାପଦସଙ୍କୁଳ...
ଢେର୍ ବର୍ଷ ତଳର କଥା । ବାଲେଶ୍ୱର ସହର ଦକ୍ଷିଣାଧାର ସରଗଡିଆ ପଡାର ଉତ୍ତର-ଦକ୍ଷିଣ ଲମ୍ବା ସଡକର ଦୁଇ ତରଫ ଲମ୍ବାଲମ୍ବି ଦୁଇ ସାହାଲା ଘର । ସେ ସବୁଗୁଡିକ ଅମଲା ମୁକ୍ତାର ଓକିଲମାନଙ୍କ ବସା । ଗିରସ୍ତି ଘର ଗୋଟିଏ ହେଲେ ବି ସେଠି ନାହିଁ । କଟକ, ପୁରୀ, ଯାଜପୁରବାସିନ୍ଦା ବିଦେଶୀ ଅମଲାମାନେ ସେହି ପଡାରେ ହିଁ ବସା କରି ରହନ୍ତି । ମୁକ୍ତାରବାବୁ...
(ସତ୍ୟ ଘଟନା) କାହିଁ କେଉଁ ଆବହମାନ କାଳରୁ ବାଲେଶ୍ୱରରେ ପଙ୍ଗାଲୁଣ ପ୍ରସ୍ତୁତ ହୋଇଆସୁଥିଲା । ସରକାର ବାହାଦୁର କେଉଁ ସମୟରୁ ଏହି ବ୍ୟାପାରରେ ହସ୍ତକ୍ଷେପ କଲେ, ତାହା ନିର୍ଣ୍ଣୟ କରିବା ଏତେ ସହଜ କଥା ନୁହେଁ, ଏ କଥା ଅନୁମାନ କରାଯାଇପାରେ ଯେ, ୧୮୦୩ ଖ୍ରୀଷ୍ଟାବ୍ଦରେ ଇଷ୍ଟଇଣ୍ଡିଆ କମ୍ପାନୀ ଦେଶାଧିକାର କରିବା ପୂର୍ବରୁ ଏହି ବ୍ୟବସାୟରେ ଲିପ୍ତ...
ମାଧ ମହାନ୍ତିଙ୍କ ଘର ମଧୁପୁର । ଜାତିରେ ସେ ବଳରାମ ଗୋତ୍ରୀ । ବୟସ ତାଙ୍କର ସତୁରିକ ଭିତରେ । ତାଙ୍କ ଘରେ ଖାଇବାକୁ କୁଟୁମ୍ବ ବୋଇଲେ ଊଣା ପୂରା ପନ୍ଦର ବର୍ଷର ଝିଅଟିଏ, ନାମ ତାର ମାଳତୀ । ମହାନ୍ତିଏ ଷାଠିଏ ବର୍ଷ ବୟସରୁ ରାଣ୍ଡୁରା ହୋଇ ବସିଛନ୍ତି । ବୁଢୀ ଚାଲିଯିବାବେଳେ ଆଉ ଗୋଟିଏ ହାତଛନ୍ଦା କରିବାକୁ ତାଙ୍କର ବୟସ ଥିଲା ବୋଲି ମହାନ୍ତିଙ୍କ ମୁହଁରୁ ଥରେ ଦି’ଥର...
ବାବୁ ଶିବପ୍ରସାଦ ଚୌଧୁରୀଏ କହିଲେ, “ଆଜି ଦିନ ଦୁଇପ୍ରହର ବେଳେ ସଭା ବସିବା କଥା, କାଲି ଓପରଓଳିଠୁଁ ମହାଜନମାନଙ୍କୁ ଜଣାଇ ଦିଆଯାଇଛି- ଦେଖନ୍ତୁ, ଉଛୁଣିକା ଚଉଦଘଡି ବେଳ ଟଳିବାକୁ ବସିଲାଣି । ସମସ୍ତଙ୍କର ଦେଖାସାକ୍ଷାତ୍ ନାହିଁ, ଭାରି ଦରକାରୀ କାମରେ ଏପରି ମଠ କଲେ କି ଚଳେ?” ବାବୁ ଜଗବନ୍ଧୁ ମଲ୍ଲେ କହିଲେ, “ହେଉ, ହେଉ, ଆହେ ମାଗୁଣି ମହାନ୍ତିଏ...