ଚିତ୍ରପୁର ଗ୍ରାମରେ ଶ୍ୟାମା ନାମ୍ନୀ ଜଣେ ମହିଳା ରହୁଥିଲା, କଜିଆ କରିବାରେ ସେ ସିଦ୍ଧ; ତା’ରି ପାଖ ଘରେ ତା’ ନଣନ୍ଦ ସୁନୀତା ବି ରହୁଥିଲା । ଛୋଟ ଛୋଟ କଥାରେ ସଦା ସର୍ବଦା ଝଗଡା ଲାଗି ରହିଥାଏ । ଦିନେ ସୁନୀତାର ବିଲେଇ ଶ୍ୟାମା ଘରର ଦୁଧ ପିଇଦେଲା । ଶ୍ୟାମା ତ ସେଥିରେ ରାଗି ମୁସ୍ତେଜ । ଯାହା ଇଚ୍ଛା ଗାଳି ଦେଲା । ସୁନୀତା କହିଲା, “ମୋ ବିଲେଇ...
Category - କାହାଣୀ
ଗୋଟିଏ ଗ୍ରାମରେ ରାମ ଓ ଶ୍ୟାମ ନାମକ ଦୁଇ ମିତ୍ର ଥିଲେ । ପରିଶ୍ରମ କରି ସେ ଦୁହେଁ ପେଟ ପୋଷୁଥା’ନ୍ତି । ଦିନେ ସେମାନେ ଶୁଣିଲେ ପାଖ ଗ୍ରାମର ଜମିଦାରଙ୍କ ପାଖରେ ଚାକିରୀ ପାଇଁ ଲୋକ ଦରକାର । ଦୁହେଁ ସେଠାକୁ ଗଲେ । ସେଠାରେ ପହଁଚି ସେମାନେ ଜମିଦାରଙ୍କ ପାଖକୁ ଖବର ପଠାଇଲେ ଯେ ସେମାନେ ଚାକିରୀ କରିବାକୁ ଆସିଛନ୍ତି । କିନ୍ତୁ ଜମିଦାର ସେ ବିଷୟ...
ଆଗ କାଳରେ ବିଦେହ ବୋଲି ଏକ ରାଜ୍ୟ ଥିଲା । ତା’ର ରାଜା ଥିଲେ ମଖଦେବ । ତାଙ୍କର ରାଜଧାନୀ ଥିଲା ମିଥିଳା । ସେ ଜଣେ ଅତି ଉଦାର ଶାସକ ଥିଲେ । ପ୍ରଜାମାନଙ୍କୁ ନିଜର ପୁଅ ଭଳି ପାଳୁଥିଲେ । ଧର୍ମକାର୍ଯ୍ୟରେ ତାଙ୍କର ମନ ଥିଲା । ବିଦେହର ପ୍ରଜାମାନେ ଅତି ସୁଖରେ ଥିଲେ । ଦିନକର କଥା । ଭଣ୍ଡାରୀ ରାଜାଙ୍କ ବାଳ କାଟିଦେଉଥିଲା । ରାଜା ତାକୁ କହିଲେ – “ଯଦି ମୋ...
ନୁନ୍ଦର ବୋଲି ଗୋଟିଏ ଗ୍ରାମ ଥିଲା । ସେହି ଗ୍ରାମଟି ବ୍ରାହ୍ମଣ ଶାସନିଆ ପଣ୍ଡା ବ୍ରାହ୍ମଣମାନେ ବାସ କରନ୍ତି । ସେହି ଗ୍ରାମର ଚାରିଜଣ ଅତି ସାଙ୍ଗ ଥିଲେ । ସେମାନଙ୍କ ମଧ୍ୟରୁ ତିନିଜଣ ସିନା ସମସ୍ତ ଶାସ୍ତ୍ରରେ ପାଣ୍ଡିତ୍ୟ ଅର୍ଜ୍ଜନ କରିଥିଲେ ହେଲେ ବୁଦ୍ଧି ତାଙ୍କର କମ୍ ଥିଲା । ଏମିତି ଦିନେ ଚାରିସାଙ୍ଗ ଯାକ ବିଚାର କଲେ ଯେ ଆମେ ଆଉ ଏ ଗ୍ରାମରେ ରହି କ’ଣ କରିବା ।...
ଶ୍ରୀନିବାସପୁର ଗ୍ରାମରେ ସୁମନ୍ତ ବୋଲି ଯୁବକଟିଏ ଥାଏ ଯେ ସେ ବଡ ଅଳସୁଆ । ଛୁଆଦିନରୁ ମା’ ମରିଯିବାରୁ ବାପା ତାକୁ ଗେହ୍ଲା କରି ଏମିତି ନଷ୍ଟ କରିଛି । ପଚିଶବର୍ଷର ଯୁବକ ଦିପହର ହେଲେ ଶେଯରୁ ଉଠିବ । ତା’ ବାପା ସକାଳୁ ଉଠି ଗାଈ ଦୁହିଁ, ଦୁଧ କେତେଜଣଙ୍କ ଘରେ ନାଗୁଆ ଦେଇ ଆସେ ରନ୍ଧାବଢା କରିସାରି କ୍ଷେତକୁ ଯାଏ; ତା’ପରେ ଯାଇ ବାବୁଙ୍କର ନିଦ ଭାଙ୍ଗେ । ନିତ୍ୟକର୍ମ...
ମହିମାପୁରୀର ଗୋଟିଏ ମନ୍ଦିର ପାଖରେ ଜଣେ ଭିକାରୀ କପଡାଟିଏ ବିଛାଇ ତା’ ଉପରେ କାଗଜରେ, “ମୁଁ ଅନ୍ଧ, ଭିଖ ଦିଅ” ଏହା ଲେଖି ସେ ବସିଥାଏ । ଯେଉଁମାନେ ମନ୍ଦିରକୁ ଆସନ୍ତି ତାକୁ ପଢି ଦୟା କରି ସେଠି କିଛି ପଇସା ପକାଇ ଦେଇ ଯା’ନ୍ତି । ଥରେ ଜଣେ ବ୍ୟକ୍ତି ଗୋଟିଏ ଆଠଣି ଦୂରରୁ ପକାଇ ଦେଲେ ଯେ ତାହା କପଡାରେ ପଡି ପୁଣି ଗଡି ଗଡି ଯାଇ ବାହାରେ ପଡିଲା ଭିକାରୀ ନିଜ ସ୍ଥାନରୁ...
ଆମ ଦେଶର ଉତ୍ତର ପୂର୍ବ ଦିଗରେ ମାଣିକ୍ୟପୁରୀ ବୋଲି ଗୋଟିଏ ରାଜ୍ୟ ଥାଏ । ସେଠାରେ ପ୍ରତିବର୍ଷ ବସନ୍ତୋତ୍ସବ ବଡ ଆଡମ୍ବର ସହକାରେ ପାଳନ କରାଯାଏ । ବସନ୍ତଋତୁର ଆଗମନରେ କେଉଁଠି ସୁନ୍ଦର ଫୁଲ ଫୁଟେ, କେଉଁଠି ବା ମଧୁର ସ୍ୱରରେ ପକ୍ଷୀମାନେ ଗୀତ ଗା’ନ୍ତି । ସାରା ରାଜ୍ୟଟି ବସନ୍ତର ସ୍ପର୍ଶରେ ସୁନ୍ଦର ହୋଇଉଠେ । ପ୍ରଜାମାନେ ଦୀର୍ଘ ସମୟ ଧରି ସେ ଉତ୍ସବ ପାଳନ କରନ୍ତି ।...
ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ଭିତରୁ ସାଇଁ ସାଇଁ ପବନ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନ ଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରିମାନଙ୍କର ଅଟ୍ଟହାସ୍ୟ ଶୁଭୁଥାଏ । ଘନଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ବୋଧ ନକରି...
ରାଜାପୁର ଗ୍ରାମରେ ସିଦ୍ଧୁ ନାମକ ଜଣେ ରାଗୀ ଲୋକ ରହୁଥାଏ । ସେ ପର ଆପଣା ନ ମାନି ରାଗିଯାଇ ଯାହା ଇଚ୍ଛା କହିବ । ବେଳେବେଳେ ସେ ମାରପିଟ ମଧ୍ୟ କରେ । ଗ୍ରାମବାସୀ ତାକୁ ଯେତେ ବୁଝାଇଲେ ମଧ୍ୟ ସେ ମୋଟେ ବୁଝେ ନାହିଁ; ଏଣୁ ସମସ୍ତେ ତା’ଠାରୁ ଦୂରେଇ ରହନ୍ତି । ଥରେ ଚନ୍ଦରା ନାମକ ବ୍ୟକ୍ତିର ମଇଁଷି ସିଦ୍ଧୁର ଖେତ କିଛି ଖାଇଗଲା । ସିଦ୍ଧୁ ତାକୁ ପିଟି ପିଟି ଅଧାମରା...
ପୂର୍ବକାଳରେ ତୁର୍କୀସ୍ଥାନରେ ଅମୀର ଖାଁ ନାମକ ଜଣେ ଲୋକ ଥା’ନ୍ତି । ତାଙ୍କର ସ୍ତ୍ରୀ ମୃତ, ମାତ୍ର କନ୍ୟା ସନ୍ତାନଟିଏ ଥାଏ । ତା’ରି ନାମ ସଲମା । ସଲମା ଏବେ ବଡ ହୋଇ ଗଲାଣି । ପିଲାଦିନରୁ ଭୂତଗପ ଶୁଣି ଶୁଣି ସେ ଭୂତ ପ୍ରେତଙ୍କୁ ଆଦୌ ଡରେ ନାହିଁ । ଦିନେ ତାଙ୍କ ଘରେ ଏକ ଭୋଜୀ ହେଲା । ଅମୀର ଖାଁଙ୍କର ପିଲାଦିନର ସାଙ୍ଗ ଅହମଦ ମଧ୍ୟ ସେଠାକୁ ଆସିଥିଲେ । ସେ ଧନୀ...
ଶ୍ରୀରାମ ଯେତେବେଳେ ରଥ ଉପରେ ବସି ବାଣ ବର୍ଷଣ କରିବାକୁ ଲାଗିଲେ, ସେତେବେଳେ ରାବଣ କ୍ରୋଧରେ ଜର୍ଜରିତ ହେଲା ଓ ଗନ୍ଧର୍ବାସ୍ତ୍ର ପ୍ରୟୋଗ କଲା । ତାକୁ ଶ୍ରୀରାମ ନିଜର ଶକ୍ତିଶାଳୀ ବାଣ ଦ୍ୱାରା ଖଣ୍ଡବିଖଣ୍ଡ କଲେ । ତା’ପରେ ସେ ଦେବାସ୍ତ୍ର ପ୍ରୟୋଗ କଲା । ତାକୁ ମଧ୍ୟ ଶ୍ରୀରାମ ନିଜ ବାଣରେ କାଟିଲେ । ଏଥର ରାବଣ ଅତିଭୟାନକ ରାକ୍ଷସାସ୍ତ୍ରର ପ୍ରୟୋଗ...
ଅରବିନ୍ଦପୁର ଗ୍ରାମରେ ଅତୁଲ ନାମରେ କୋଡିଏ ବର୍ଷ ବୟସର ଯୁବକଟିଏ ଥାଏ; ସେ ଅନେକ ବିଦ୍ୟାରେ ପାରଙ୍ଗମ ହୋଇ ଉଠିଥିଲା । ଦିନେ ତା’ର ବାପା ତାକୁ କିଛି ଧନ ଦେଇ କହିଲେ, “ପୁଅ, ଏତକ ଧନ ନେଇ ତୋର ବୁଦ୍ଧି ଓ ପ୍ରତିଭା ବଳରେ ଧନ ଅର୍ଜ୍ଜନ କରିବୁ ।” ଅତୁଲ ପିତାଙ୍କର ଆଶିର୍ବାଦ ନେଇ ସହରକୁ ଗଲା । ଯାଉଯାଉ ବାଟରେ ଏକ ଜଙ୍ଗଲ ପଡିଲା । ସେଠାରେ ଗୋଟିଏ ବଡଗଛ ଛାଇରେ ସେ...
ଗୋଟିଏ ଗ୍ରାମରେ ଜଣେ ଦୁଷ୍ଟ ସୁଧଖୋର୍ ଲୋକ ଥିଲା । ସେ ଭୂତପ୍ରେତଙ୍କୁ ମଧ୍ୟ ଭୟ କରେ ନାହିଁ । ସେହି ଗ୍ରାମର ଏକ ଦରିଦ୍ର ସ୍ତ୍ରୀକୁ ସେ କିଛି ଟଙ୍କା କରଜ ଦେଇଥିଲା । ସେ ସ୍ତ୍ରୀ ଲୋକଟିର ସ୍ୱାମୀ ମୃତ, ଛଅଟି ଛୁଆ । ସେମାନଙ୍କ ମୁହଁରେ ଖାଦ୍ୟ ମୁଠାଏ ଦେବ ବୋଲି ଘର ବନ୍ଧା ରଖି ମାତ୍ର ତିରିଶଟି ଟଙ୍କା କରଜ କରିଥିଲା । ପରବର୍ଷ ସେ କରଜ ତ ଶୁଝିପାରିଲା ନାହିଁ ।...
କନକପୁରର କମଳେଶ ସହରରେ ଚାକିରୀ କରେ । ସେ ପ୍ରତିଦିନ ସକାଳୁ ସହରକୁ ଯାଏ ଓ ସଂଧ୍ୟାରେ ଘରକୁ ଫେରେ । ପିଲାଦିନରୁ ବାପ ମରିଯିବାରୁ, ତା’ର ମା’ ବହୁକଷ୍ଟରେ ତାକୁ ପାଳିପୋଷି ମଣିଷ କରିଛି । କମଳେଶର କଣ୍ଠ ବଡ ମଧୁର ଥିଲା । ଦିନେ ସେ ତା ମା’ଙ୍କର ଅନୁରୋଧରେ ତାଙ୍କୁ ଗୀତ ଗାଇ ଶୁଣାଉଥିଲା । ତା’ର ମା’ ଆଖି ବନ୍ଦ କରି ଶୁଣୁଥିଲେ; ସେ ଏତେ ମୁଗ୍ଧ...
(ଜୟବର୍ମା, ଜୟସେନ ଦେଇଥିବା ପିତାଙ୍କର ପତ୍ର ପଢିଲେ । ସେହି ପତ୍ରରେ ସେ ଅଦ୍ଭୁତ ହାର ବିଷୟରେ ଲେଖିଥିବା ବିବରଣୀ ପଢିଲେ । କିନ୍ତୁ ସେହି ବିବରଣୀ ଗୁଢାର୍ଥ ପୂର୍ଣ୍ଣ ଥିଲା । ସେଥିରେ ସବୁକିଛି ସାଙ୍କେତିକ ଭାଷାରେ ଦିଆଯାଇଥିଲା । ତେଣୁ ଜୟବର୍ମା ସେସବୁ କିଛି ବୁଝିପାରିଲେ ନାହିଁ । ଏହିପରି ପାଂଚପିଢି ବିତିଗଲା । କିନ୍ତୁ ତା’ର ଅର୍ଥ କେହିବି ବୁଝିଲେ ନାହିଁ ।...