ଏକଦା ବାଳଗଙ୍ଗାଧର ତିଳକ ଗୋଟିଏ ସଭାରେ ଭାଷଣ ଦେଉଥାନ୍ତି । ସେତେବେଳେ ତ ଆମ ଦେଶରେ ଗୋରା ସରକାରଙ୍କ ଶାସନ ଚାଲିଥାଏ । ସୁତରାଂ ଏ ସଭାକୁ ଇଂରେଜମାନେ ଭଣ୍ଡୁର କରିବା ପାଇଁ ଚାହୁଁଥିଲେ । ତେଣୁ ସେମାନେ ଭଡାଟିଆ ଗୁଣ୍ଡା ଲଗାଇ ସେ ସଭା ଉପରକୁ ଟେକା, ପଥର ଆଦି ଫିଙ୍ଗିଲେ । ହେଲେ ତିଳକ ପୂର୍ବଭଳି ନିର୍ବିକାର ଭାବରେ ଠିଆହୋଇ ରହିଥାନ୍ତି । କିଛି...
Category - କାହାଣୀ
ଏକଦା କଲିକତା ମହାନଗରୀରେ ମହାମାରୀ ବ୍ୟାପୀଥାଏ । ବିଶେଷକରି ଅଧିକାଂଶ ରୋଗୀ ବସ୍ତିଅଂଚଳରୁ ଡାକ୍ତରଖାନାକୁ ବୁହାଚାଲିଥାନ୍ତି । ଅନେକ ଲୋକ ପୋକମାଛି ପରି ବି ମରୁଥାନ୍ତି । ସେହି ଆକ୍ରାନ୍ତ ରୋଗୀମାନଙ୍କ ଭିତରେ ଜୀବନକୁ ପାଣି ଛଡେଇ ଜଣେ ବିଦେଶିନୀ ମହିଳା ଘୂରି ବୁଲୁଥାନ୍ତି ସେମାନଙ୍କ ମନରେ ଆତ୍ମୀୟତାର ହସ ଫୁଟାଇ । ସେହି ମହିଳା ଜଣକ ଥିଲେ ବିଶ୍ୱବନ୍ଦନୀୟା ମଦର...
ସେତେବେଳେ ଉତ୍ତରପ୍ରଦେଶର ଲକ୍ଷ୍ନୌଠାରେ କଂଗ୍ରେସ ଅଧିବେଶନ ବସିଥାଏ । ଏହାର ମୂଳ ଲକ୍ଷ୍ୟ ଥିଲା ଗୋରାଶାସନକୁ ଦେଶରୁ ହଟାଇବା । ତେଣୁ ସେଠାରେ ଦେଶରୁ ବିଭିନ୍ନ ପ୍ରାନ୍ତରୁ ନେତାଗଣ ଯୋଗ ଦେଇଥାନ୍ତି । ସେମାନଙ୍କ ମଧ୍ୟରେ ଥାଆନ୍ତି ଲୋକମାନ୍ୟ ବାଳ ଗଙ୍ଗାଧର ତିଳକ । ଏହି ଅଧିବେଶନରେ ତାଙ୍କର ଗୁରୁଦାୟିତ୍ୱ ଥାଏ । ତେଣୁ ସେ ପ୍ରତିଦିନ ବଡି ଭୋରରୁ ବିଳମ୍ବିତ...
“ସୁଖୀ ମଣିଷଟି ଅଟେ ନିଶ୍ଚେ ସେହି ରଖିଛି ଲକ୍ଷ୍ୟ ଯେ’ କରିବ କିଛି ଦିନେନା ଦିନେ ତା’ ଲକ୍ଷ୍ୟ ହେବ ପୂର୍ଣ୍ଣ ମନରେ ବାସନା ଯେତକ ଅଛି । ଜୀବନରେ ଛାଇ ଆଲୁଅ ଖେଳରେ ସେହି ବ୍ୟକ୍ତି ଲଭିଥାଏ ଆନନ୍ଦ ଏହି କଥା ଦିନେ ଦୃଷ୍ଟାନ୍ତ ଛଳରେ କହିଥିଲେ ସ୍ୱାମୀ ବିବେକାନନ୍ଦ ।” ଏହା ସ୍ୱାମୀ ବିବେକାନନ୍ଦଙ୍କର ପ୍ୟାରିସ୍ ଗସ୍ତକାଳର କଥା । ସେତେବେଳକୁ ତ...
ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟ ସ୍ନାତକ ପରୀକ୍ଷାରେ କୃତିତ୍ୱ ହାସଲ ପରେ ଡେପୁଟି ମାଜିଷ୍ଟ୍ରେଟ୍ ଭାବରେ ନିଯୁକ୍ତି ପାଇଲେ । ଗୋରା ଶାସନ କାଳରେ ତାଙ୍କର ପିତା ଓ ଦୁଇ ଭାଇ ବି ଏହି ପଦବୀରେ ନିଯୁକ୍ତି ପାଇଥିଲେ । ସେତେବେଳେ କୌଣସି ଇଣ୍ଡିଆନଙ୍କୁ ଯଥେଷ୍ଟ ଯୋଗ୍ୟତା ଥିଲେ ମଧ୍ୟ ଏହାଠାରୁ ବଡ ପଦବୀରେ ନିଯୁକ୍ତି ମିଳୁ ନ ଥିଲା । ସୁତରାଂ ବଙ୍କିମଚନ୍ଦ୍ର ଅତ୍ୟନ୍ତ...
ଇଣ୍ଡିଆରେ ଗୋରା ଶାସନକାଳର କଥା । ସେତେବେଳେ ଇଂରେଜ ସରକାର ଇଣ୍ଡିଆନମାନଙ୍କୁ କ୍ରୀତଦାସ ଭଳି ବ୍ୟବହାର କରୁଥିଲେ । ସେମାନେ ଯେ କେବଳ ଇଣ୍ଡିଆର ସ୍ୱାଧୀନତା ଅପହରଣ କରିନଥିଲେ, ତା ନୁହେଁ ବରଂ ସେମାନେ ପ୍ରତିଭାବାନ୍ ଇଣ୍ଡିଆନଙ୍କ ପ୍ରତିଭା, ବିଦ୍ବତା ଓ ବାଗ୍ମୀତାକୁ ମଧ୍ୟ ହୀନ ଦୃଷ୍ଟିରେ ଦେଖୁଥିଲେ । ମୋଟ ଉପରେ କହିବାକୁ ଗଲେ ସେମାନେ କଳା ଇଣ୍ଡିଆନମାନଙ୍କୁ...
ଜ୍ଞାନୀ ଶମ୍ଭୁନାଥ ଜଣେ ଥିଲେ କଲିକତାନିବାସୀ । ସେ କିଛି ପାଠପଢି କଲିକତାର ଦେୱାନି ଅଦାଲତରେ ଜଣେ ମୋହରିର ରୂପେ କାର୍ଯ୍ୟ ଆରମ୍ଭ କଲେ । ସେତେବେଳେ ତ ଆମ ଦେଶରେ ଗୋରା ଶାସନ ଚାଲିଥାଏ । ଶମ୍ଭୁନାଥ ଜଣେ ସଦାଚାରୀ ତଥା ଶୃଙ୍ଖଳିତ ମଣିଷ ଥିଲେ । ଠିକଣା ବେଳରେ ତାଙ୍କ କାର୍ଯ୍ୟ ସମ୍ପାଦନା ଅଭ୍ୟାସ ଥିଲା । ନଥିପତ୍ର ସବୁ ଅତି ଯତ୍ନରେ ସେ ସଜାଡି...
“ସତ୍ୟାଗ୍ରହ ଆନ୍ଦୋଳନ ଜାରି ହେଲା ଗୋରା ବିରୋଧରେ ସାରା ଦେଶରେ ଅଂଟାଭିଡି ଠିଆ ହୋଇଗଲେ ଜଣେ ଏହି ଆନ୍ଦୋଳନ ପାଇଁ ଶେଷରେ । ସିଏ ଥିଲେ ଆମ ବଲ୍ଲଭ ପଟେଲ ନିଜକୁ ସଜେଇ ଦେଇ ସର୍ଦ୍ଦାର ଦୃଢ ସଂଗଠନ ଗଢିଦେଲେ ଦେଶେ ଗୋରା ସରକାର ହେଲେ କାତର ।” ଆମ ଦେଶରେ ସ୍ୱାଧୀନତା ଆନ୍ଦୋଳନ ବେଳର କଥା । ମହାତ୍ମାଗାନ୍ଧିଙ୍କ ନେତୃତ୍ୱରେ ସାରା ଦେଶରେ ସତ୍ୟାଗ୍ରହ...
“ଆଶୀର୍ବାଦ ବିନା କେହି ଜଣେ କେବେ ହୋଇପାରି ନାହିଁ ବଡ ମଣିଷ ସ୍ୱାମିଜୀ ବି ଦିନେ ବଡ ହୋଇଥିଲେ ଲଭି ଗୁରୁଜନଙ୍କର ଆଶିଷ । ଡରୁଥିଲେ ଯିଏ ଭାଷଣ ଦେବାକୁ ମହା ମହା ଜ୍ଞାନୀ ଜ୍ଞାନୀ ବର୍ଗେ ଓଜଃସ୍ୱିନୀ ଭାଷଣରେ କାବୁ କରି ଠିଆ ହୋଇଗଲେ ସଭିଙ୍କ ଆଗେ ।” ଚିକାଗୋଠାରେ ବିଶ୍ୱଧର୍ମ ସମ୍ମିଳନୀର ଘଟଣା । ସେଠାରେ ଅନେକ ଖ୍ୟାତିସମ୍ପନ୍ନ ବିଦ୍ୱାନ ନିଜ ନିଜ ଧର୍ମର ଧ୍ୱଜା...
ଏକଦା ଗୁରୁ ନାନକ ଏବଂ ତାଙ୍କର ପ୍ରିୟ ଅନୁଗାମୀ ‘ମରଦନା’ ବିଭିନ୍ନ ସ୍ଥାନ ଭ୍ରମଣ କରି ଶେଷରେ ଲାହୋରଠାରେ ଯାଇ ପହଁଚିଲେ । ସେ ଯେଉଁ ସ୍ଥାନମାନଙ୍କରେ କିଛିଦିନ ଅବସ୍ଥାନ କରୁଥିଲେ ସେ ସ୍ଥାନରେ ଦେଉଥିବା ଧାର୍ମିକ ପ୍ରବଚନ ଲୋକମାନଙ୍କ ଦ୍ୱାରା ବେଶ୍ ଆଦୃତ ହେଉଥିଲା । ସୁତରାଂ ତାଙ୍କର ପ୍ରବଚନ ଜନସମାଜରେ ଖୁବ୍ ପ୍ରଭାବ ପକାଉଥିଲା । ଫଳରେ ତାଙ୍କ ସଭାରେ ଢେର୍...
ଆମ ଦେଶର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ କଥା । ତାଙ୍କର ‘ରତନା’ ନାମରେ ଏକ ବିଶ୍ୱସ୍ତ ଚାକର ଥିଲା । ସେ ଅତ୍ୟନ୍ତ ସଚ୍ଚୋଟ ଏବଂ ପ୍ରଭୁଭକ୍ତ ଥିବାରୁ ରାଜେନ୍ଦ୍ର ପ୍ରସାଦ ତାକୁ ବହୁତ ଭଲ ପାଉଥିଲେ । ଦିନକର କଥା । ରତନା ଘର ଓଳାଉଥିବାବେଳେ ବାବୁଙ୍କର ଅତି ପ୍ରିୟ ପାର୍କର କଲମଟି ଅକସ୍ମାତ୍ ତଳେ ଖସିପଡିବାରୁ ତା’ର ମୁନଟି...
ଇଣ୍ଡିଆର ମହାନ୍ ବୈଜ୍ଞାନିକ ସି.ଭି.ରମଣ ଜଣେ ଅତି ସରଳ ଓ କୋମଳ ସ୍ୱଭାବର ବ୍ୟକ୍ତି ଥିଲେ । ସେ ଯେକୌଣସି ଲୋକ ସହିତ ମଧ୍ୟ ମିଶିଯାଉଥିଲେ । ସତେ ଯେମିତି ମନେ ହେଉଥିଲା ତାଙ୍କ ମନରେ ତିଳେ ହେଲେ ବି ଗର୍ବ ନ ଥିଲା । ମାତ୍ର ଅନ୍ୟମାନଙ୍କୁ ସତ୍ପଥକୁ ଆଣିବା ପାଇଁ ବେଳେବେଳେ ସେ କଟୁମନ୍ତବ୍ୟ ଦେବାକୁ ବି ପଛାଉନଥିଲେ । ଏକଦା ରମଣଙ୍କୁ ଏକ ସଭାରେ...
କଥାଟି ଅନେକ ଦିନ ତଳର, ସେତେବେଳେ ତ ଆଉ ଇଣ୍ଡିଆ ସ୍ୱାଧୀନ ହୋଇ ନ ଥାଏ । ଆମ ଓଡିଶାକୁ ଲାଗି ପଶ୍ଚିମବଙ୍ଗଳା । ସେହି ରାଜ୍ୟର ଛୋଟ ଗାଁଟିଏ । ଗାଁ ପାଶ୍ୱର୍ରେ ବହି ଯାଇଥିବା ନଦୀ ଯୋଗୁଁ ତା’ର ମାଟି ବି ବେଶ୍ ଉର୍ବର । ଶସ୍ୟଶାମଳା ଫସଲ କ୍ଷେତ ଓ ବାଡିବଗିଚାରେ ଭରା ସେହି ଗାଁଟି ସତେ ଯେମିତି ଖାଲି ହସି ଉଠୁଥାଏ । ସେଇ ଗାଁର ବୁଢୀଟିଏ, ତା’ର ତ...
“ଅଳପ ହେଲେ ବି ଖୋଲା ମନେ ଦାନ ସୁମହତ ମଣି ଆପଣା ମନ ମଦର ଟେରେସା ପିଲାଟି ହାତରୁ ଏକ କପ୍ ଚିନି କଲେ ଗ୍ରହଣ । ଭିକାରିଠୁ ମଧ୍ୟ ଦିନକର ଭିକ୍ଷା ଗ୍ରହଣ କରି ସେ ଖୁସି ମନରେ କହିଲେ ଏଭଳି ଦାନହିଁ ଅସଲ ଅଟଇ ନିଶ୍ଚୟ ମହୀମଣ୍ଡଳେ ।” ଦାନ ଅଳପ ହେଲେ ବି ଖୋଲାମନରେ ତାହା ଦାନ କଲେ, ତାକୁ ସୁମହତ ଦାନ କୁହାଯିବ । ଏକଥା ଦୟା ଓ କ୍ଷମାର ଅବତାର ନୋବେଲ ପୁରସ୍କାର ବିଜେତା...
“ଲଣ୍ଡନରେ ଥରେ ଇଣ୍ଡିଆକୁ ଯେବେ ଦେଇଥିଲା କଟୁ ମନ୍ତବ୍ୟ ଜଣେ ଏଥିଲାଗି ସ୍ୱାମୀ ବିବେକାନନ୍ଦଙ୍କ ଉତ୍ତରଟି ଦୁଃଖ ଦେଲା ତା’ ମନେ । ଆମେ ଇଣ୍ଡିଆନ ଦେବା ଶିଖିଅଛୁ, ମାତ୍ର ଶିଖି ନାହୁଁ ନେବା ଛଡାଇ ଏହି କଥା ସ୍ୱାମୀ ଭାଷଣ ଛଳରେ ଦେଇଥିଲେ ଠିକେ ଠିକେ ବତାଇ । ଜୋକ ମୁହେଁ ଲୁଣ ଦେଲା ଭଳି ତୁନି ହୋଇଗଲା ସେହି ସମାଲୋଚକ ନ ଥିଲା ତା’ ମୁହେଁ ଆଉ...


